Posted inଖେଳ

ଦିଲ୍ଲୀ ୬ ଉଇକେଟରେ ବିଜୟୀ

ମୁମ୍ବାଇ,୧୪ା୩: ନଭି ମୁମ୍ବାଇର ଡି ଓ୍ବାଇ ପାଟିଲ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଓମେନ୍ସ ପ୍ରିମିୟର ଲିଗ୍‌ର ୧୧ ତମ ମ୍ୟାଚ ଜିତିଛି ଦିଲ୍ଲୀ କ୍ୟାପିଟାଲ୍ସ। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଦଳ ୪ ଉଇକେଟ ବିନିମୟରେ ୧୫୦ ରନ୍‌ କରିଥିଲା। ଜବାବରେ ୨ ବଲ୍‌ ବାକି ଥାଇ ୪ ଉଇକେଟ ହରାଇ ମ୍ୟାଚ୍‌ ଜିତିଥିଲା କ୍ୟାପିଟାଲ୍ସ। ପ୍ରାରମ୍ଭିକ ବିପର୍ଯ୍ୟୟ ସହ ୧୩ ଓଭର ସୁଦ୍ଧା ଦଳ ମାତ୍ର ୬୩ ରନ୍‌ କରି ୩ ଉଇକେଟ ହରାଇଥିଲା ଆରସିବି। ତେବେ ରିଚା ଘୋଷଙ୍କ ୩୭ ଓ ଏଲିସ୍‌ ପେରୀଙ୍କ ୬୭* ରନ୍‌ ବଳରେ ଅନ୍ତିମ ୭ ଓଭରରୁ ୮୭ ରନ୍‌ କରିବାରେ ସମର୍ଥ ହୋଇଥିଲା। ପେରୀ ଓ ରିଚା ଚତୁର୍ଥ ଉଇକେଟରେ ୩୪ ବଲ୍‌ରୁ ୭୪ ରନ୍‌ ସଂଗ୍ରହ କରିଥିଲେ। କ୍ୟାପିଟାଲ୍ସ ପକ୍ଷରୁ ଭେଟେରାନ୍‌ ଶିଖା ପାଣ୍ଡେ ଚମତ୍କାର ବୋଲିଂ କରି ୩ ଉଇକେଟ ନେଇଥିଲେ। ୧୫୧ ରନ୍‌ର ପିଛା କରୁଥିବା କ୍ୟାପିଟାଲ୍ସ ପ୍ରଥମ ଓଭରେ ଶେଫାଳି ବର୍ମାଙ୍କ ଉଇକେଟ ହରାଇଥିଲା। ମେଗ୍‌ ଲାନିଙ୍ଗ(୧୫) ଓ ଆଲିସ୍‌ କାପ୍‌ସି(୩୮) ଦ୍ୱିତୟ ଉଇକେଟରେ ୪୪ ରନ୍‌ ଯୋଡିଥିଲେ। ପରେ ଜେମିମା ରୋଡ୍ରିଗୁଏଜ୍‌ ୩୨, ମାରିଜେନ୍‌ କାପ୍‌ ୩୨* ଓ ଜେସ୍‌ ଜୋନୋସେନ୍‌ ୨୯ରନ କରି ଦଳକୁ ବିଜୟୀ କରିଥିଲେ। ଆରସିବି ପକ୍ଷରୁ ଆଶା ଶୋବନା ସର୍ବାଧିକ ଦୁଇ ଉଇକେଟ ନେଇଥିବା ବେଳେ ପ୍ରୀତି ବୋଷ ଓ ମେଗାନ ଶୁଟ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୧୫୦/୪ (ଏଲିସ୍‌ ପେରୀ-୬୭*, ରିଚା ଘୋଷ-୩୭, ସୋଫି ଡିଭାଇନ୍‌-୨୧, ଶିଖା ପାଣ୍ଡେ- ୩/୨୩, ତାରା ନୋରିସ୍‌-୧/୨୫)। ଦିଲ୍ଲୀ କ୍ୟାପିଟାଲ୍ସ ୧୯.୪ ଓଭରରେ ୧୫୪/୪ (ଆଲିସ କାପ୍‌ସି-୩୮, ମାରିଜେନ୍‌ କାପ୍‌-୩୨*, ଜେମିମା ରୋଡ୍ରିଗୁଏଜ୍‌-୩୨, ଆଶା ଶୋବନା-୨/୨୭)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିଂହରାଜ କଲେ କମାଲ୍‌: ଜିତିଲେ ବ୍ରୋଞ୍ଜ

ଟୋକିଓ,୩୧।୮: ଟୋକିଓ ପାରାଲିମ୍ପିକ୍ସରେ ଭାରତର ସିଂହରାଜ ଅଧାନା ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଟାଇଟଲ ମ୍ୟାଚରେ ମନୀଷ...

ଦ୍ୱିତୀୟକୁ ଡେଇଁଲା ରାଜସ୍ଥାନ

ମୁମ୍ବାଇ,୧୫।୫: ସ୍ଥାନୀୟ ବ୍ରାବୋର୍ନ ଷ୍ଟାଡିୟମରେ ରବିବାର ରାତିରେ ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୨୪ ରନ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ ପରାସ୍ତ କରିଛିି। ରାଜସ୍ଥାନ...

ସିଏସ୍‌କେ ଭାଗ୍ୟରେ ପଡ଼ିଲା ଟସ୍‌

ମୁମ୍ବାଇ,୩।୪: କ୍ରମାଗତ ଦୁଇଟି ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଭାଗରେ ପଡ଼ିଛି ଟସ୍‌। ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ...

ଅଲିମ୍ପିକ ଚାମ୍ପିୟନ ରୋଲିନ୍ସମ୍ୟାକ୍‌ନିଲ ୫ବର୍ଷ ବାସନ୍ଦ

ମୋନାକୋ, ୫ା୬ (ଏପି)-ଅଲିମ୍ପିକ ହର୍ଡଲ୍ସ ଚାମ୍ପିୟନ ବ୍ରାଏନା ରୋଲିନ୍ସମ୍ୟାକ୍‌ନିଲ ଏକ ଡୋପିଂ ମାମଲାରେ ୫ବର୍ଷ ବାସନ୍ଦ ହୋଇଛନ୍ତି। ଫଳରେ ସେ ଚଳିତବର୍ଷର ଟୋକିଓ ଗେମ୍ସ ଓ...

ଲଙ୍ଗ୍‌ ଜମ୍ପ୍‌ରେ ମନୀଷାଙ୍କୁ ରୌପ୍ୟ

ଭୁବନେଶ୍ୱର, ୩।୧୧(ସ୍ପୋଟର୍‌ସ ବ୍ୟୁରୋ)- ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରଠାରେ ଚାଲିଥିବା ୩୫ତମ ଜାତୀୟ ଜୁନିୟର ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ର ପ୍ରଥମ ଦିନରେ ଓଡ଼ିଶାକୁ ସଫଳତା ମିଳିଛି। ୨୦ ବର୍ଷରୁ...

ତାଲିବାନକୁ ଭୟ ନାହିଁ; କିଛି ଏଭଳି ଢ଼ଙ୍ଗରେ ଜବାବ ଦେଲେ ଆଫଗାନିସ୍ତାନର ଏହି ସ୍ପିନର

ନୂଆଦିଲ୍ଲୀ,୨୨।୮: ଆଫଗାନିସ୍ତାନକୁ ଦଖଲକୁ ନେଇଛି ତାଲିବାନ। ଏହାକୁ ନେଇ ଦେଶରେ ଆତଙ୍କ ଖେଳିଯାଇଛି। ଲୋକମାନେ ଦେଶର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି। ଏପରି ସ୍ଥିତିରେ...

ଆଇଏସ୍‌ଏଲ୍‌: ବେଙ୍ଗଲ- ନର୍ଥଇଷ୍ଟ ମ୍ୟାଚ୍‌ ଡ୍ର

ବେଙ୍ଗାଲୁରୁ,୨୨।୧୦(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଗତଥରର ଚାମ୍ପିୟନ ବେଙ୍ଗାଲୁରୁ ଏଫ୍‌ସି ଓ ନର୍ଥ ଇଷ୍ଟ ୟୁନାଇଟେଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଗୋଲ ଶୂନ୍ୟ...

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ବର୍ଷା ସାଜିପାରେ ବାଧକ

ନଟ୍ଟିଂହାମ, ୧୧।୬(ପି.ଟି.)- ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ଆଇସିସି ବିଶ୍ୱକପ୍‌ରେ ଏହାର ପରବର୍ତ୍ତୀ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଭେଟିବ। ଏହି ମ୍ୟାଚ୍‌ ଗୁରୁବାର ଟ୍ରେଣ୍ଟବ୍ରିଜଠାରେ...

Advertisement
Archives

Model This Week