Posted inଜାତୀୟ

ଅଭିଜିତ୍ ଦିପ୍‌କେଙ୍କ ଘରେ ପହଞ୍ଚିଲା ଦିଲ୍ଲୀ ପୋଲିସ, ନୋଟିସ୍ ଦେଇ କହିଲା…

ନୂଆଦିଲ୍ଲୀ,୧୬।୧୦: କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରସ୍ତାବିତ ତିରଙ୍ଗା ମାର୍ଚ୍ଚକୁ ଦୃଷ୍ଟିରେ ରଖି ଦିଲ୍ଲୀର କନ୍‌ନଟ୍ ପ୍ଲେସ୍ ସେଣ୍ଟ୍ରାଲ୍ ପାର୍ଟ ଏବଂ ଆଖପାଖ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେଣ୍ଟ୍ରାଲ୍ ପାର୍ଟରେ ଧାରା ୧୬୩ ଲାଗୁ ଥିବାରୁ ସେଠାକୁ ନ ଯିବାକୁ ଦିଲ୍ଲୀ ପୋଲିସ ଜନସାଧାରଣଙ୍କୁ ନିବେଦନ କରିଛି। ଏହା ସହିତ ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦିପ୍‌କେଙ୍କୁ ବିନା ଅନୁମତିରେ ମାର୍ଚ୍ଚ ନ ବାହାର କରିବାକୁ ପୋ ନୋଟିସ୍ ଜାରି କରିଛି।

ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୧୫ରୁ ୨୦ ଜଣ ପୋଲିସ କର୍ମଚାରୀ ଅଭିଜିତ୍ ଦିପ୍‌କେଙ୍କ ଝଣ୍ଡେୱାଲାନ୍ ସ୍ଥିତ ବନ୍ଧୁଙ୍କ ବାସଭବନରେ ପହଞ୍ଚି ‘ଲହରା ଦୋ ତିରଙ୍ଗା’ ମାର୍ଚ୍ଚ ବାତିଲ୍ କରିବା ପାଇଁ ନୋଟିସ୍ ପ୍ରଦାନ କରିଛନ୍ତି। ସେଣ୍ଟ୍ରାଲ୍ ପାର୍ଟ ଓ ଏହାର ଆଖପାଖ ଅଞ୍ଚଳରେ ବିଏନ୍‌ଏସ୍‌ଏସ୍ (BNSS) ଧାରା ୧୬୩ ଲାଗୁ ରହିଥିବାରୁ ଏହି ପଦକ୍ଷେପ ନିଆଯାଇଛି।

ସିଜେପି ସଦସ୍ୟ ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କୁ ତିରଙ୍ଗା ଉଡ଼ାଇଥିବା ଅଭିଯୋଗରେ ଜେଲ୍‌ରେ ଗିରଫ କରାଯାଇଥିବା ଦାବି କରି, ଶୁକ୍ରବାର ସନ୍ଧ୍ୟାରେ କନ୍‌ନଟ୍ ପ୍ଲେସ୍ ସେଣ୍ଟ୍ରାଲ୍ ପାର୍ଟରେ ‘ଲହରା ଦୋ ତ୍ରିରଙ୍ଗା’ ମାର୍ଚ୍ଚ ମାର୍ଚ୍ଚର ଆହ୍ୱାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀ ମ୍ୟୁନିସିପାଲ୍ କାଉନସିଲ୍ (NDMC) ପକ୍ଷରୁ ଶୁକ୍ରବାର ଓ ଶନିବାର ଦୁଇ ଦିନ ପାଇଁ ସେଣ୍ଟ୍ରାଲ୍ ପାର୍ଟକୁ ସାଧାରଣ ଜନତାଙ୍କ ପାଇଁ ବନ୍ଦ କରାଯାଇଛି।

ପ୍ରସ୍ତାବିତ ମାର୍ଚ୍ଚକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ ଅଞ୍ଚଳରେ ୬ ହଜାରରୁ ଅଧିକ ଦିଲ୍ଲୀ ପୋଲିସ ଯବାନ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF)ର ୨୨୦ କମ୍ପାନୀ ଏବଂ ସିସିଟିଭି (CCTV) କ୍ୟାମେରା ନିୟୋଜିତ କରାଯାଇଛି। କନ୍‌ନଟ୍ ପ୍ଲେସ୍, ରାଜୀବ ଚୌକ, ଜନ୍ତରମନ୍ତର, ପାଳିକା ବଜାର ଏବଂ ଲୁଟିୟନ୍ସ ଦିଲ୍ଲୀର ସମ୍ବେଦନଶୀଳ ସ୍ଥାନମାନଙ୍କରେ କଡ଼ା ପହରା ରହିଛି। ଆଇନଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ ଲଗାଯିବା ସହ ଅତିରିକ୍ତ ୫ ହଜାର ଯବାନଙ୍କୁ ରିଜର୍ଭ ରଖାଯାଇଛି।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଇବା ଦାବିକୁ ନେଇ ହେବାକୁ ଥିବା ଏହି ମାର୍ଚ୍ଚ କାରଣରୁ ଏନ୍‌ଡିଏମ୍‌ସି ସେଣ୍ଟ୍ରାଲ୍ ପାର୍ଟକୁ ବନ୍ଦ କରିବା ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ ହୋଇଥିଲା। ତେବେ କୋର୍ଟ ଏହି ମାମଲାରେ ତତ୍କାଳ ଶୁଣାଣି କରିବାକୁ ମନା କରିଦେଇଛନ୍ତି।

ମୁଖ୍ୟ ବିଚାରପତି (CJI) ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗଚୀଙ୍କ ବେଞ୍ଚ ଶୁଣାଣିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ସମସ୍ତ ପକ୍ଷ ବୁଦ୍ଧିମତ୍ତାର ସହ କାର୍ଯ୍ୟ କରିବେ ବୋଲି କୋର୍ଟ ଆଶା କରନ୍ତି। ବେଞ୍ଚ ମତ ପ୍ରକାଶ କରିଛନ୍ତି ଯେ ପ୍ରତିବାଦ କରିବାର ଅଧିକାର, ସ୍ଥାନୀୟ କ୍ଷୁଦ୍ର ବ୍ୟବସାୟୀଙ୍କ ଜୀବିକା ଏବଂ ଆଇନଶୃଙ୍ଖଳା ପରିସ୍ଥିତି ସବୁ ପରସ୍ପର ସହ ଜଡ଼ିତ। ଯଦି ପଦକ୍ଷେପଗୁଡ଼ିକ ଅତ୍ୟନ୍ତ କଠୋର ବୋଲି ଜଣାପଡ଼େ, ତେବେ କୋର୍ଟ ହସ୍ତକ୍ଷେପ କରିପାରିବେ ଏବଂ ଏହି ମାମଲାକୁ ଆସନ୍ତା ୨୬ କିମ୍ବା ୨୭ ଅକ୍ଟୋବରରେ ତାଲିକାଭୁକ୍ତ କରାଯାଇପାରେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?