ନିୟନ୍ତ୍ରଣରେ ଦିଲ୍ଲୀ ପୋଲିସ

Dillip Cherian

ବହୁ ସମୟରେ ଦିଲ୍ଲୀରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବାବୁ କହିଲେ ମୁଖ୍ୟ ଶାସନ ସଚିବଙ୍କୁ ନୁହେଁ, ବରଂ ପୋଲିସ କମିଶନରଙ୍କୁ ବୁଝାଯାଏ। ଏହି ପଦବୀରେ ଥିବା ହାଇ ପ୍ରୋଫାଇଲ ବାବୁମାନେ ବିଭିନ୍ନ ରାଜ୍ୟର ରାଜ୍ୟପାଳ ହୋଇଥାଆନ୍ତି। ତେବେ ଅନେକ ସମୟରେ ଦିଲ୍ଲୀର ପୋଲିସ କମିଶନର ପଦବୀ ପାଇବା ଏକ ଦୀର୍ଘ ପ୍ରକ୍ରିୟା ହୋଇଥାଏ। ଏଥିତ୍ରୁ ଅଧିତ୍କାଂଶ ପ୍ରକ୍ରିୟା ଗୁପ୍ତରେ କରାଯାଇଥାଏ। ଦିଲ୍ଲୀ ଏବେ ସମ୍ପୂର୍ଣ୍ଣ ଲ୍ୟୁଟ୍‌ନାଣ୍ଟ ଗଭର୍ନରଙ୍କ ଅଧିକାରରେ ରହିଥିବାରୁ ଏହା ଉପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିୟନ୍ତ୍ରଣ ପୂର୍ବାପେକ୍ଷା ଯଥେଷ୍ଟ ବଢିଯାଇଛି। ଦ୍ୱିତୀୟ ଥର ପାଇଁ କେନ୍ଦ୍ର ସମ୍ମାନଜନକ କମିଶନରେଟ ପଦବୀକୁ ଅତିରିକ୍ତ ଦାୟିତ୍ୱ ଭାବେ ଦେବା ପାଇଁ ନିଷ୍ପତ୍ତି ନେଇଛି। ପୋଲିସ ବାବୁମାନେ କହନ୍ତି, ଯେଉଁମାନେ ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ଉପରେ ପ୍ରଭାବ ବିସ୍ତାର କରି ସବୁ କିଛି ସଞ୍ଚାଳନ କରିବାକୁ ଚାହାନ୍ତି ସେମାନଙ୍କ ପାଇଁ ଏହା ନିୟନ୍ତ୍ରଣ କରିବାର ପଥକୁ ନିଶ୍ଚିତ କରିବ। ଏଠାରେ ସ୍ମରଣ ଯୋଗ୍ୟ, ବାଲାଜୀ ଶ୍ରୀବାସ୍ତବଙ୍କ ପୂର୍ବରୁ ଗତ ବର୍ଷ ଫେବୃୟାରୀରେ ଦିଲ୍ଲୀରେ ରକ୍ତାକ୍ତ ଦଙ୍ଗା ସମୟରେ ସଚ୍ଚିଦାନନ୍ଦ ଶ୍ରୀବାସ୍ତବଙ୍କୁ ନିଯୁକ୍ତି ଦିଆଯାଇଥିତ୍ଲା। ପରେ ଅବସର ନେବାର ପାଖାପାଖି ଗୋଟିଏ ମାସ ପୂର୍ବରୁ ଅର୍ଥାତ୍‌ ମେ’ରେ ତାଙ୍କୁ ଏହି ପଦବୀରେ ନିୟମିତ କରାଯାଇଥିଲା। ବାଲାଜୀଙ୍କ କ୍ଷେତ୍ରରେ ଏଭଳି ଇତିହାସର ପୁନରାବୃତ୍ତି ହେବ କି? ଏହା ସମ୍ପୂର୍ଣ୍ଣ ଅସଙ୍ଗତ ଲାଗୁଛି। ତେବେ ସରକାର ଏହି ନିଯୁକ୍ତି ଧାରାକୁ ନିୟମିତ କରିପାରନ୍ତି ବୋଲି କେତେକେ ଆଶଙ୍କା ପ୍ରକାଶ କରୁଛନ୍ତି।
କ୍ଷମତା ଦରକାର
ସେଣ୍ଟ୍ରାଲ ଭିଜିଲାନ୍ସ କମିଶନର( ସିଭିସି)ଭାବେ ସଞ୍ଜୟ କୋଠାରୀ ତାଙ୍କ କାର୍ଯ୍ୟକାଳ ପୂରଣ କରିଛନ୍ତି। ତାଙ୍କ ଜାଗାରେ କେହି ଆସି ନ ଥିଲେ ବିି ସେ ଅବସର ନେଇଛନ୍ତି। ଏବେ ହଠାତ୍‌ ଭିଜିିଲାନ୍ସ କମିଶନର ସୁରେଶ ଏନ୍‌.ପାଟିଲଙ୍କୁ କାର୍ଯ୍ୟକାରୀ ସିଭିସି ଭାବେ ନିଯୁକ୍ତି ଦିଆଯାଇଛି। ମୋଦି ସରକାର କୋଠାରୀଙ୍କ ସ୍ଥାନରେ ଆଉ କାହାକୁ ନିଯୁକ୍ତି ଦେବା ପର୍ଯ୍ୟନ୍ତ ସେ ସତର୍କ ରହି କାର୍ଯ୍ୟ କରୁଛନ୍ତି। ବିଶେଷ ସୂତ୍ରରୁ ପ୍ରକାଶ ଯେ, କାର୍ମିକ ମନ୍ତ୍ରଣାଳୟ ସିଭିସି ଏବଂ ଅନ୍ୟ ଭିଜିଲାନ୍ସ କମିଶନର ପଦବୀ ଲାଗି ଦରଖାସ୍ତ ଆହ୍ବାନ କରିଛନ୍ତି। ପାଟିଲ ତାଙ୍କ ଅତିରିକ୍ତ କାର୍ଯ୍ୟରେ ସ୍ଥାୟୀ ଭାବେ ରହିବେ ନା ଆମେ ସିଭିସି ପଦବୀରେ ନୂଆ ମୁହଁ ଦେଖିବୁ? ଏହା ଏଯାବତ ରହସ୍ୟରେ ରହିଛି। ଠିକ୍‌ ଭାବେ ଦାୟିତ୍ୱ ହସ୍ତାନ୍ତର କରିବା ଦ୍ୱାରା ଏହାକୁ ଅତି ସୁନ୍ଦର ଭାବେ ସଞ୍ଚାଳନ କରାଯାଇ ପାରିଥାଆନ୍ତା। ଯଦି ହେଲା ନାହିଁ, ତେବେ କେବଳ ପୁରୁଣା ପଦ୍ଧତି ହିଁ ଭଲ ହୋଇଥାଅନ୍ତା। ଦେଶର ଶୀର୍ଷ ଭିଜିଲାନ୍ସ ସଂସ୍ଥା ଏବେ ତା’କ୍ଷେତ୍ରରେ ଠିକ୍‌ ଭାବେ କାର୍ଯ୍ୟ କରିପାରୁନାହିଁ। କମ୍‌ କର୍ମଚାରୀଙ୍କୁ ନେଇ କାମ କରିବା ତା’ପାଇଁ କଷ୍ଟକର ହୋଇପଡିଛି। ଏହା ଯେତେବେଳେ ପ୍ରତିଷ୍ଠା କରାଯାଇଥିଲା ଏହାର କାର୍ଯ୍ୟ ସୀମିତ ଥିଲା। ସେତେବେଳେ ଏହା ଏକ ପରାମର୍ଶଦତା ସଂସ୍ଥା ଥିଲା। କେନ୍ଦ୍ରୀୟ ବିଭାଗ ଓ ମନ୍ତ୍ରଣାଳୟଗୁଡ଼ିକ ସେମାନଙ୍କ ଇଚ୍ଛାରେ ତା’ପରାମର୍ଶ ଗ୍ରହଣ କିମ୍ବା ରଦ୍ଦ କରିଦେଉଥିଲେ। କେବଳ ଗତବର୍ଷ କମିଶନ ଦୁର୍ନୀତି ମାମଲାଗୁଡ଼ିକରେ କାର୍ଯ୍ୟକୁ ଉତ୍ସାହିତ କରିବା ପାଇଁି କିଛି ପରିବର୍ତ୍ତନ କରିଥିଲେ। ଏହାକୁ ଜାରି ରଖିବା ସମ୍ଭବତଃ ପାଟିଲଙ୍କ ପାଇଁ ପ୍ରଥମ ଓ ପ୍ରମୁଖ ଦାୟିତ୍ୱ ହେବ। କିନ୍ତୁ ସରକାର ଅନ୍ତତଃ ଏବେକାର କମିଟିର ସୀମିତ କ୍ଷମତାର ପରିବର୍ତ୍ତନ କରିବା ଆବଶ୍ୟକ। ସେହିଭଳି ଅଡିଟ କାର୍ଯ୍ୟ ନିରୀକ୍ଷଣ କରୁଥିତ୍ବା ନ୍ୟାଶନାଲ ଫାଇନାନ୍‌ସିଆଲ ରିପୋର୍ଟିଂ ଅଥରିଟି (ଏନ୍‌ଏଫ୍‌ଆର୍‌ଏ) ମଧ୍ୟ ଅଧିକ କ୍ଷମତା ଚାହଁୁଛି। ଏହାକୁ ଏକ ସୁପର ରେଗୁଲେଟୋରି ସଂସ୍ଥା ଭାବେ ଗଢ଼ାଯାଇପାରନ୍ତା। କିନ୍ତୁ ଏହା ମଧ୍ୟ ସିଭିସି ଭଳି ସମାନ ସମସ୍ୟା ଭୋଗ କରୁଛି। ଏନ୍‌ଏଫ୍‌ଆର୍‌ଏ ଯଥାଶୀଘ୍ର ଏହାର ଭୂମିକା ପୁନଃ ନିର୍ଦ୍ଧାରଣ କରିବା ଆବଶ୍ୟକ।
କ୍ୟାବିନେଟରେ ବାବୁ
କେନ୍ଦ୍ରରେ ଏବେ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇଛି। ଏଥିରେ ପ୍ରବେଶ କରିଥିବା ବିଶ୍ୱସ୍ତ ଅଣ ରାଜନୈତିକ ବ୍ୟକ୍ତି ଓ ବାବୁମାନଙ୍କ ଠାରୁ ଅଧିକ ଗୁଞ୍ଜରଣ ଶୁଣିବାକୁ ମିଳୁଛି। ସେମାନେ କହିଛନ୍ତି , ବାବୁମାନଙ୍କୁ କୁତ୍ସିତ ବ୍ୟବହାର ପ୍ରଦର୍ଶନ କରୁଥିବା ସରକାର ଏବେ ରହସ୍ୟଜନକ ଭାବେ ତାଙ୍କ କାର୍ଯ୍ୟରେ ପରିବର୍ତ୍ତନ ଆଣିଛନ୍ତି। କୋଭିଡ୍‌ ମହାମାରୀ ନିୟନ୍ତ୍ରଣ ଏବଂ ନିକଟରେ ସଂଘଟିତ ବିଧାନସଭା ନିର୍ବାଚନରେ ଅସଫଳ ହେବା ପରେ ମୋଦି ୧୨ ଜଣ ମନ୍ତ୍ରୀଙ୍କୁ ବାହାର କରି ଟେକ୍‌ନୋକ୍ରାଟ୍‌ ଏବଂ ବାବୁମାନଙ୍କୁ ସ୍ଥାନ ଦେଇଛନ୍ତି। ଏହା କରି ଉତ୍ତମ ଶାସନ ଏବଂ ତାଙ୍କ ପ୍ରତିଜ୍ଞା ପାଳନ କରିବା ଉପରେ ସେ ଅଧିକ ଧ୍ୟାନ ଦେଉଛନ୍ତିି ବୋଲି ବାର୍ତ୍ତା ଦେଇଛନ୍ତି। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ବାବୁମାନଙ୍କ ମଧ୍ୟରେ ରହିଛନ୍ତି ବିହାରରୁ ଆର୍‌.ସି.ପି.ସିଂ ଓ ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ। ବୈଷ୍ଣବ ଗୁରୁତ୍ୱପୂର୍ଣ୍ଣ ରେଲଓ୍ବେ ବିଭାଗର ଦାୟିତ୍ୱ ସମ୍ଭାଳିବେ। ପୂର୍ବତନ ସ୍ବରାଷ୍ଟ୍ର ସଚିବ ଏବଂ ରାଷ୍ଟ୍ରମନ୍ତ୍ରୀ ଆର୍‌. କେ. ସିଂଙ୍କ ସହ ଅନ୍ୟ ଜଣେ ବୈଦେଶିକ ସେବାର ବାବୁ ହରଦୀପ୍‌ ସିଂ ପୁରୀ,ଏବେ ଏସ୍‌. ଜୟଶଙ୍କରଙ୍କ ଭଳି କ୍ୟାବିନେଟ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି। ଜୟଶଙ୍କର ଆରମ୍ଭରୁ କ୍ୟାବିନେଟ ମନ୍ତ୍ରୀ ରହିଛନ୍ତି। ମୋଦିଙ୍କ ନୂଆ ଟିମ୍‌ରେ ରାଜୀବ ଚନ୍ଦ୍ରଶେଖର, ଦେବୁସିଂ ଚୌହାନ, ସୁବାସ ସରକାର, ଭାରତୀ ପାଓ୍ବାର ଏବଂ ଭଗଓ୍ବନ୍ତ କରାଡଙ୍କ ଭଳି ଟେକ୍‌ନୋକ୍ରାଟ ଏବଂ ଡାକ୍ତରମାନେ ରହିଛନ୍ତି। ଟେକ୍‌ନୋକ୍ରାଟ ଏବଂ ମୁଖ୍ୟତଃ ପାଶ୍ଚାତ୍ୟ ୟୁନିଭର୍ସିଟିଗୁଡ଼ିକରୁ ଡିଗ୍ରୀ ହାସଲ କରିଥିତ୍ବା ବ୍ୟକ୍ତବିଶେଷଙ୍କୁ ଅଣଦେଖା କରାଯାଉଛି ବୋଲି ଯାହା କୁହାଯାଉଥିତ୍ଲା ସେଭଳି ଧାରଣାକୁ ମୋଦି ପୂରା ବଦଳାଇ ଦେଇଛନ୍ତି। ମୋଦି ସେମାନଙ୍କୁ ତଥା ନେତା ପାଲଟିଥିବା ବାବୁମାନଙ୍କୁ ଏହି ପାଳିର ବାକି ସମୟ ପାଇଁ ଦରକାର କରୁଛନ୍ତି ବୋଲି ଜଣାପଡୁଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri