Posted inଜାତୀୟ

ମୋରବି ଘଟଣାରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛି ଭାଜପା, ସୁକେଶଙ୍କ କାନ୍ଧରେ ବନ୍ଧୁକ ରଖି ଚଳାଉଛି ଗୁଳି: କେଜରିୱାଲ

ନୂଆଦିଲ୍ଲୀ,୧ ।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଏକ ପ୍ରେସ କନଫରେନ୍ସ ଜରିଆରେ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ଭାଜପା ସବୁ ଭଲ କାମକୁ ଅଟକାଇବାକୁ ଚେଷ୍ଟା କରୁଛି । ଏବେ ଏହାର ଆଉ ଏକ ଟାର୍ଗେଟ ହେଉଛି ମୋହଲ୍ଲା କ୍ଲିନକ । କେଜରିୱାଲ କହିଛନ୍ତି ଲୋକେ ଶାସନର ଦୂରୁପଯୋଗ କରୁଛନ୍ତି ।
ଭାଜପାକୁ ଟାର୍ଗେଟ କରି କେଜରିୱାଲ କହିଛନ୍ତି, ଏହି ଲୋକମାନେ ଏକ ଷଡଯନ୍ତ୍ର କରି ଯୋଗଶାଳାକୁ ବନ୍ଦ କରି ଦେଇଛନ୍ତି । ହେଲେ ମୁଁ ଯୋଗଶାଳାକୁ ବନ୍ଦ ହେବାକୁ ଦେବି ନାହିଁ । ଯୋଗଶାଳାର ଶିକ୍ଷକଙ୍କୁ ଦରମା ଦେବାକୁ ମୁଁ ପଛେ ଭିକ ମାଗିବି କିନ୍ତୁ ଯୋଗଶାଳା ବନ୍ଦ ହେବାକୁ ଦେବି ନାହିଁ । କେଜରିୱ।।ଲ ଆହୁରି ମଧ୍ୟ କହିଛନ୍ତି, ଏବେ ରାଜଧାନିର ସମସ୍ତ ସରକାରୀ ହସ୍ପିଟାଲ ଠିକ୍ କରାଯାଇଛି । ଦିଲୀର ସ୍ୱାସ୍ଥ୍ୟ ବ୍ୟବସ୍ଥା ବହୁତ ଭଲ ହୋଇଯାଇଛି ହେଲେ ଭାଜପାର ଲୋକେ ଏକ ଷଡଯନ୍ତ୍ର କରି ଦିଲ୍ଲୀ ସରକାରଙ୍କ କାମକୁ ବନ୍ଦ କରିବାକୁ ପ୍ରୟାସ କରୁଛନ୍ତି । ଏହାର ଜବାବ ଦିଲ୍ଲୀର ଜନତା ନିଶ୍ଚିତ ଦେବେ ।
ସୁକେଶ ଚନ୍ଦ୍ରଶେଖର ଆମ ଆଦମୀ ପାର୍ଟି(ଏଏପି) ନେତା ସତ୍ୟେନ୍ଦ୍ର ଜୈନଙ୍କୁ ୧୦ କୋଟି ଟଙ୍କା ଦେଇଥିବା ମିଛ କଥା । କେଜରିୱାଲ କହିଛନ୍ତି ଭାଜପା ମୋରବି ଘଟଣାରୁ ଧ୍ୟାନ ହଟାଇବାକୁ ସୁକେଶ ଚନ୍ଦ୍ରଶେଖରଙ୍କ କାହାଣୀ କହୁଛି । ଭାଜପା ସୁକେଶ ଚନ୍ଦଶେଖରଙ୍କ କାନ୍ଧରେ ବନ୍ଧୁକ ରଖି ଚଳାଇବାକୁ ଚେଷ୍ଟା କରୁଛି । ପଞ୍ଜାବ ନିର୍ବାଚନ ପୂର୍ବରୁ ଏମାନେ କୁମାର ବିଶ୍ୱାସଙ୍କୁ ନେଇ ଆସିଥିଲେ ।
ଏହାର ପାଲଟା ଜବାବରେ ଭାଜପା ନେତା ସମ୍ବିତ ପାତ୍ର କହିଛନ୍ତି, ସୁକେଶ ଚନ୍ଦଶେଖରଙ୍କ ନାମରେ ଅଭିଯୋଗ ଆଣୁଥିବା ଦଳ ହେଉଛି ଆମ ଆଦମୀ ପାର୍ଟି । ଏହି ଦଳ ଠକିକରି ପ୍ରତିମାସରେ ୨ କୋଟିର ପ୍ରୋଟେକଶନ ମନି ଦେବାକୁ ପଡୁଛି । ଏହାସହ ସତ୍ୟେନ୍ଦ୍ର ଜୈନଙ୍କୁ ସୁକେଶ ଦେଇଥିବା ଅର୍ଥକୁ ନେଇ ସମ୍ବିତ ପାତ୍ର କହିଛନ୍ତି ସୁକେଶ ହେଉଛନ୍ତି ସତ୍ୟେନ୍ଦ୍ର ଜୈନଙ୍କ ବନ୍ଧୁ ତେଣୁ ସେ ତାଙ୍କୁ ଟଙ୍କା ଦେଇଛନ୍ତି । ଏବେ ଏଏପି ଠକ ଦଳ ହୋଇଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର

ଦାରିଙ୍ଗବାଡ଼ି,୨୬ା୯(ଅରୁଣ ସାହୁ): ଆଗକୁ ପାର୍ବଣ ଋତୁ। ଏଥିପାଇଁ ଚାରିଆଡ଼େ ଚଳଚଞ୍ଚଳ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଏହି ପର୍ବ ପାଳନ ପାଇଁ ମା’…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ବୈଠକ: CEC ଓ ଦୁଇ କମିଶନରଙ୍କ ଉପସ୍ଥିତିରେ ନେଲେ ବଡ଼ ନିଷ୍ପତ୍ତି!

ନୂଆଦିଲ୍‌ଲୀ,୨୬।୯: ଦେଶର ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ନିର୍ୱାଚନ ଆୟୋଗ ଶନିବାର (୨୬ ସେପ୍ଟେମ୍ୱର, ୨୦୨୬) ଏକ ଗୁରୁତ୍ୱପୂର୍ଣ୍ଣ…

ବ୍ୟାଟେରି ଚୋରି କରି ବନ୍ଧାହେଲେ ଦୁଇ ଅଭିଯୁକ୍ତ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ପୋଲିସ ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଗ୍ରାମର ଏସ.…

ମୁଖ୍ୟମନ୍ତ୍ରୀ ମୋହନଙ୍କୁ ହତ୍ୟା ଧମକ

ଇନ୍ଦୋର,୨୬।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସେତେବେଳେ ଆତଙ୍କ ଖେଳିଗଲା ଯେତେବେଳେ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ହତ୍ୟା କରିବାର ଧମକ ମିଳିଲା। ଏହି ଘଟଣା ପୋଲିସ ଏବଂ ରାଜନୈତିକ…

ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼; ଟିଏମସି ନେତା କହିଲେ ଚାଲିଛି ‘ଜଙ୍ଗଲ ରାଜ’

କୋଲକାତା,୨୬।୯: ପଶ୍ଚିମବଙ୍ଗରେ ପୁଣିଥରେ ଜଣେ ଟିଏମସି (TMC) ନେତା ଜନସାଧାରଣଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଟିଏମସି ବିଧାୟକ କୁନାଲ ଘୋଷ ଅଭିଯୋଗ କରିଛନ୍ତି ଯେ ତାଙ୍କ ଗାଡ଼ି…

କବାଡ଼ିରେ ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣ

ନାଗୋୟା,୨୬।୯: ମହିଳା ପରେ ଭାରତୀୟ ପୁରୁଷ କବାଡ଼ି ଦଳ ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ଇରାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛି। ଏକ କଡ଼ା…

ଗୋଟିଏ ପରିବାରରେ ୨୮ ଡାକ୍ତର; ୩ IAS-IPS ଓ IRS, CEC ଜ୍ଞାନେଶ କୁମାରଙ୍କ ପରିବାର ବିଷୟରେ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୬।୯: ଦେଶର ସବୁଠାରୁ ଶିକ୍ଷିତ ତଥା ପ୍ରତିଷ୍ଠିତ ପରିବାରଗୁଡ଼ିକ କଥା ବିଚାର କଲେ ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ପରିବାର ଏହି ତାଲିକାର ଶୀର୍ଷରେ…

ମୁରବୀ ବିହୀନ ହୋଇପଡ଼ିଛି କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ, ନିଯୁକ୍ତିର ୪ ମାସ ପରେ ବଦଳି

କର୍ଲାମୁଣ୍ଡା,୨୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ବଦଳି ପରେ ଏବେ ଶିକ୍ଷା ବିଭାଗ ମୁରବୀ ବିହୀନ ହୋଇପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?