୨୨୩ ରନ୍‌ର ଟାର୍ଗେଟ ଦେଲା ରାଜସ୍ଥାନ

ମୁମ୍ବାଇ,୨୨।୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୩୪ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଏହାକୁ ସଠିକ୍‌ ପ୍ରମାଣ କରିଥିଲେ ବୋଲର। ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ଓଭରରେ ୨ଟି ଓ୍ବିକେଟ ହରାଇ ୨୨୨ରନ୍‌ କରିଛି। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୨୨୩ରନ୍‌ର ଟାର୍ଗେଟ ଦେଇଛି ରାଜସ୍ଥାନ। ଟସ୍‌ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ରାଜସ୍ଥାନ ଓପନିଂ ଯୋଡ଼ିରେ ଶତକୀୟ ଭାଗୀଦାରି ଗଢ଼ି ବଡ଼ ସ୍କୋର ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲା। ରାଜସ୍ଥାନର ଦୁଇ ଓପନର ଜୋଶ ବୋଲଟର ଓ ଦେବଦତ୍ତ ପଡିକାଲ ବ୍ୟାଟିଂ କରିବାକୁ ଆସିଥିଲେ। ଜୋଶ୍‌ ବଟଲର ଓ ଦେବଦତ୍ତ ପଡ଼ିକାଲ ଦିଲ୍ଲୀ ବୋଲରଙ୍କୁ ଧୁଲେଇ କରି ପ୍ରଥମ ଉଇକେଟରେ ୯୧ ବଲ୍‌ରୁ ୧୫୫ ରନର ପାର୍ଟନରଶିପ୍‌ ଗଢ଼ିଥିଲେ। ୨୦୧୫ ପରେ ଆଇପିଏଲ୍‌ରେ ଏହାଥିଲା ପ୍ରଥମ ଶତକୀୟ ଓପନିଂ ଭାଗୀଦାରି। ୧୬ତମ ଓଭରର ପ୍ରଥମ ବଲ୍‌ରେ ପଡିକାଲ (୫୪ ରନ, ୩୫ ବଲ, ୭ ଚୌକା, ୨ ଛକା)ଙ୍କୁ ଆଉଟ କରି ଦିଲ୍ଲୀକୁ ବହୁ ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ ଖଲିଲ ଅହମଦ। ବଟଲର କିନ୍ତୁ ଚମତ୍କାର ଫର୍ମ ବଜାୟ ରଖି ୬୫ ବଲ୍‌ରୁ ୯ଟି ଲେଖାଏ ଚୌକା ଓ ଛକା ସହାୟତାରେ ୧୧୬ ରନ ସ୍କୋର କରିଥିଲେ। ତେବେ ଚଳିତ ଆଇପିଏଲ୍‌ରେ ଏହାଥିଲା ତାଙ୍କର ତୃତୀୟ ଶତକ। ଶେଷ ଭାଗରେ ଅଧିନାୟକ ସଞ୍ଜୁ ସାମସନ ଖେଳିଥିଲେ ଷ୍ଟ୍ରୋକପୂର୍ଣ୍ଣ ଇନିଂସ। ସେ ମାତ୍ର ୧୯ ବଲ୍‌ରୁ ୫ ଚୌକା ଓ ୩ ଛକା ସହାୟତାରେ ୪୬ ରନରେ ଅପରାଜିତ ରହିବାରୁ ରାଜସ୍ଥାନ ସ୍କୋର ୨୨୨ରେ ପହଞ୍ଚିଥିଲା। ଚଳିତ ସିଜନରେ ଏହା ଦଳଗତ ସର୍ବାଧିକ ସ୍କୋର। ଏ କ୍ଷେତ୍ରରେ ରାଜସ୍ଥାନ ନିଜ ରେକର୍ଡ (୨୧୬ ରନ) ରେକର୍ଡ ଭାଙ୍ଗିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖଲିଲ ଅହମଦ ଓ ମୁସ୍ତାଫିଜୁର ରହମନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର: ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୨୨୨/୨ (ଜୋଶ୍‌ ବଟଲର-୧୧୬, ଦେବଦତ୍ତ ପଡିକାଲ-୫୪, ସଞ୍ଜୁ ସାମସନ-୪୬*, ଖଲିଲ ଅହମଦ-୧/୪୭, ମୁସ୍ତାଫିଜୁର ରହମନ-୧/୪୩)।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆ ସିରିଜ ବିଜୟୀ

ଆଡିଲେଡ, ୩।୧୨- ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ (ଦିବାରାତ୍ର) କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ଏକ ଇନିଂସ ୪୮ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଏଥିସହ...

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳର ଅଧିନାୟକ ଦାୟିତ୍ୱ ଶିଖର...

ପ୍ରଥମ ଟି୨୦: ନ୍ୟୁଜିଲାଣ୍ଡ ୫ ଉଇକେଟରେ ବିଜୟୀ

ଅକଲାଣ୍ଡ,୨୮।୧୧(ଏପି): ସ୍ଥାନୀୟ ଇଡେନ ପାର୍କ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ଡକ୍‌ଓ୍ବର୍ଥ- ଲୁଇସ୍‌ ନିୟମରେ...

କରୋନାରେ ପ୍ରାଣ ହାରିଲେ ଲେଗ୍‌ ସ୍ପିନର ବିବେକ ଯାଦବ

ଜୟପୁର,୭।୫(ପି.ଟି.): କୋଭିଡ୍‌- ୧୯ ଆଗରେ ଆଉ ଜଣେ କ୍ରିକେଟର ହାର ମାନିଛନ୍ତି। ରାଜସ୍ଥାନ ପୂର୍ବତନ ଲେଗ୍‌ ସ୍ପିନର ତଥା ରଣଜୀ ଟ୍ରଫି ବିଜେତା ଦଳର ସଦସ୍ୟ...

ଏହି ଗେମ୍‌ ଖେଳିବାକୁ ପସନ୍ଦ କରନ୍ତି ମୟଙ୍କ ଅଗ୍ରଓ୍ବାଲ

ବାଲାଂଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ କ୍ୟାରିୟରର ଦ୍ୱିତୀୟ ଦ୍ୱିଶତକ ଅର୍ଜନ କରିଥିବା ମୟଙ୍କ ଅଗ୍ରଓ୍ବାଲ ନିଜ ଜୀବନର ଅନେକ ରହସ୍ୟ ଖୋଲିଛନ୍ତି। ସେ କହିଛନ୍ତି,କ୍ରିକେଟ ଖେଳିସାରିବା...

ସ୍ବତନ୍ତ୍ର କ୍ଲବରେ ମାଲିଙ୍ଗା

ଲିଡ୍ସ,୨୧।୬: ଶ୍ରୀଲଙ୍କାର ଅଭିଜ୍ଞ ପେସର ଲସିଥ ମାଲିଙ୍ଗା ଏକ ସ୍ବତନ୍ତ୍ର କ୍ଲବରେ ସ୍ଥାନ ପାଇଛନ୍ତି। ଏଠାରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ୪ ଉଇକେଟ...

ଡିଏଭି ଜୋନାଲ ଶୁଟିଂ, ରୋଲର ସ୍କେଟିଂ ମିଟ୍‌

ଭୁବନେଶ୍ୱର, ୨୫।୧୦(କ୍ରୀଡ଼ା ପ୍ରତିନିଧି)-ୟୁନିଟ-୮ ଡିଏଭି ସ୍କୁଲ ଆନୁକୂଲ୍ୟରେ ଜୋନାଲ ମିଟ୍‌ର ବନ୍ଧୁକ ଚାଳନା ଓ ରୋଲର ସ୍କେଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଓଡ଼ିଶା ରାଇଫଲ...

ଜର୍ସି ନଂ ୧୨କୁ ସନ୍ନ୍ୟାସ ଦିଆଯାଉ

ନୂଆଦିଲ୍ଲୀ, ୧୨।୬: ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି)ଙ୍କ ୧୨ ନଂ ଜର୍ସିକୁ ଭରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସନ୍ନ୍ୟାସ ଦେବା ଉଚିତ। ଏହା...

Advertisement
Archives

Model This Week