ଓଭରବ୍ରିଜ୍‌ ନିର୍ମାଣରେ ବିଳମ୍ବ, ବଢୁଛି ଜନଅସନ୍ତୋଷ

ଗଞ୍ଜାମ,୧୪ା୬(ବିଦ୍ୟାଧର ସାହୁ): ଦିନକୁ ଦିନ ଚିନ୍ତା ବଢ଼ାଉଛି ଜାତୀୟ ରାଜପଥ ହୁମ୍ମା ଓଭରବ୍ରିଜ୍‌।ଏନ.ଏଚ୍‌ -୧୬ ହୁମ୍ମା ଛକଠାରେ ନିର୍ମାଣାଧୀନ ଓଭର ବ୍ରିଜ କାମ ଆରମ୍ଭ ହେବାର ଅଦ୍ୟାବଧି ୪ବର୍ଷରୁ ଊର୍ଦ୍ଧ୍ୱ ବିତି ଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ତାହା ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାର୍ଯ୍ୟରେ ମନ୍ଥରତାକୁ ନେଇ ଦିନକୁ ଦିନ ସମସ୍ୟା ଜଟିଳ ହୋଇପଡ଼ିଛି। ସମସ୍ୟା ଭୋଗ କରୁଛନ୍ତି ପଥଚାରୀ ଓ ଗାଡ଼ିଚାଳକ। ଫଳରେ ହୁମ୍ମା ଫାଣ୍ଡିଠାରୁ ଷ୍ଟେଟ୍‌ବ୍ୟାଙ୍କ ଛକ ତଥା ବଟେଶ୍ୱର ଯିବା ରାସ୍ତା ପର୍ଯ୍ୟନ୍ତ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳୁଛି। ବ୍ରିଜ ନିର୍ମାଣରେ ବିଳମ୍ବ ହେତୁ ଏହି ରାସ୍ତାରେ ଦୁର୍ଘଟଣା ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି। ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ବି ଅନେକ ସମୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେଠାରେ ଅଟକି ରହୁଛି। ହୁମ୍ମା, ପାଳିବନ୍ଧ, ସୁବଳୟା ଏବଂ ମଲାଡ ପଞ୍ଚାୟତବାସୀ ନିତିଦିନିଆ କାର୍ଯ୍ୟ ପାଇଁ ହୁମ୍ମା ବଜାର ଉପରେ ନିର୍ଭରଶୀଳ। ହୁମ୍ମା ହାଟ, ପୋଷ୍ଟ ଅଫିସ, ମେଡିକାଲ, ପୋଲିସ ଫାଣ୍ଡି, ଆର.ଆଇ ଅଫିସ, ସ୍କୁଲ, କଲେଜ, ମନ୍ଦିର ଏବଂ ବିଭିନ୍ନ ବ୍ୟାଙ୍କ କାର୍ଯ୍ୟାଳୟ ଥିବାରୁ ପ୍ରତିଦିନ ହଜାର ହଜାର ଲୋକ ଉକ୍ତ ରାସ୍ତା ଦେଇ ଯାତାୟାତ କରନ୍ତି। ସେପଟେ ୪ ବର୍ଷରେ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହେଲେଣି। ଦୁର୍ଘଟଣାକୁ ଦୃଷ୍ଟିରେ ରଖି ନିଜସ୍ବ ଉଦ୍ୟମରେ ବାଉଁଶ ପାଚେରି ଓ ବୋର୍ଡ ଲଗାଇଥିବା ହୁମ୍ମା ପାଣ୍ଡି ଅଧିକାରୀ ଦେବବ୍ରତ୍ତ ପ୍ରିୟଦର୍ଶୀ କହିଛନ୍ତି। ଦୁଇ ଦୁଇ ଥର ନକ୍ସା ପରିବର୍ତ୍ତନ କରାଗଲାଣି। ପ୍ରତ୍ୟେକ ଦିନ କୌଣସି ନା କୌଣସି ଦୁର୍ଘଟଣା ଘଟୁଥିଲେ ମଧ୍ୟ ନିର୍ମାଣକାରୀ ସଂସ୍ଥା ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ସେ କହିଛନ୍ତି। ଅନ୍ୟପଟେ ହୁମ୍ମା ପଞ୍ଚାୟତ ସମିତି ମେମ୍ବର ଓଭର ବ୍ରିଜ କାମ ମନ୍ଥର ଗତିରେ ଚାଲିଥିବା ଯୋଗୁ କ୍ଷୋଭ ପ୍ରକାଶ କରିଛନ୍ତି l ଏନେଇ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସେ ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଠିକ୍‌ ଭାବେ କାର୍ଯ୍ୟ ତ୍ୱରାନ୍ବିତ ହେଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଭିଜିଲାନ୍ସ ଜାଲରେ ଆନନ୍ଦପୁର ସମବାୟ ସମିତିର ନିଲମ୍ବିତ ସମ୍ପାଦକ: ୨୧ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତର ଆନନ୍ଦପୁର ସେବା ସମବାୟ ସମିତିରେ ହୋଇଥିବା ବ୍ୟାପକ ଦୁର୍ନୀତି ଏବଂ ଅର୍ଥ ହେରଫେର…

ବାଙ୍କୀରେ ୧୬୩ ଧାରା ଉଲ୍ଲଂଘନ: ଭାଜପା-ବିଜେଡି ମୁହାଁମୁହିଁ, ୭ ଦିନିଆ ଚେତାବନୀ: ପ୍ରଶାସନିକ କାର୍ଯ୍ୟାନୁଷ୍ଠାନକୁ ନେଇ

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ଏବଂ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବିଏନ୍‌ଏସ୍‌ର ୧୬୩ ଧାରା ଜାରି ହୋଇଥିବା ସତ୍ତ୍ବେ ଦୁଇ ପ୍ରମୁଖ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା-ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଗଞ୍ଜାମ, ୧୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପରିସରରେ ସମନ୍ୱିତ ଶିଶୁ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା ଏବଂ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ମଙ୍ଗଳବାର…

ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଘଟିଥିଲା ସବର୍ଣ୍ଣ-ଅସବର୍ଣ୍ଣ ସଂଘର୍ଷ: ବର୍ଷେ ପରେ ୩ ଅଭିଯୁକ୍ତ ଗଲେ ଜେଲ 

ଦିଗପହଣ୍ଡି, ୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଗତ ବର୍ଷ ଘଟିଥିବା ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟା ଉଦ୍ୟମ ମାମଲାରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri