Odisha Elections 2024

ଓଭରବ୍ରିଜ୍‌ ନିର୍ମାଣରେ ବିଳମ୍ବ, ବଢୁଛି ଜନଅସନ୍ତୋଷ

ଗଞ୍ଜାମ,୧୪ା୬(ବିଦ୍ୟାଧର ସାହୁ): ଦିନକୁ ଦିନ ଚିନ୍ତା ବଢ଼ାଉଛି ଜାତୀୟ ରାଜପଥ ହୁମ୍ମା ଓଭରବ୍ରିଜ୍‌।ଏନ.ଏଚ୍‌ -୧୬ ହୁମ୍ମା ଛକଠାରେ ନିର୍ମାଣାଧୀନ ଓଭର ବ୍ରିଜ କାମ ଆରମ୍ଭ ହେବାର ଅଦ୍ୟାବଧି ୪ବର୍ଷରୁ ଊର୍ଦ୍ଧ୍ୱ ବିତି ଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ତାହା ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାର୍ଯ୍ୟରେ ମନ୍ଥରତାକୁ ନେଇ ଦିନକୁ ଦିନ ସମସ୍ୟା ଜଟିଳ ହୋଇପଡ଼ିଛି। ସମସ୍ୟା ଭୋଗ କରୁଛନ୍ତି ପଥଚାରୀ ଓ ଗାଡ଼ିଚାଳକ। ଫଳରେ ହୁମ୍ମା ଫାଣ୍ଡିଠାରୁ ଷ୍ଟେଟ୍‌ବ୍ୟାଙ୍କ ଛକ ତଥା ବଟେଶ୍ୱର ଯିବା ରାସ୍ତା ପର୍ଯ୍ୟନ୍ତ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳୁଛି। ବ୍ରିଜ ନିର୍ମାଣରେ ବିଳମ୍ବ ହେତୁ ଏହି ରାସ୍ତାରେ ଦୁର୍ଘଟଣା ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି। ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ବି ଅନେକ ସମୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେଠାରେ ଅଟକି ରହୁଛି। ହୁମ୍ମା, ପାଳିବନ୍ଧ, ସୁବଳୟା ଏବଂ ମଲାଡ ପଞ୍ଚାୟତବାସୀ ନିତିଦିନିଆ କାର୍ଯ୍ୟ ପାଇଁ ହୁମ୍ମା ବଜାର ଉପରେ ନିର୍ଭରଶୀଳ। ହୁମ୍ମା ହାଟ, ପୋଷ୍ଟ ଅଫିସ, ମେଡିକାଲ, ପୋଲିସ ଫାଣ୍ଡି, ଆର.ଆଇ ଅଫିସ, ସ୍କୁଲ, କଲେଜ, ମନ୍ଦିର ଏବଂ ବିଭିନ୍ନ ବ୍ୟାଙ୍କ କାର୍ଯ୍ୟାଳୟ ଥିବାରୁ ପ୍ରତିଦିନ ହଜାର ହଜାର ଲୋକ ଉକ୍ତ ରାସ୍ତା ଦେଇ ଯାତାୟାତ କରନ୍ତି। ସେପଟେ ୪ ବର୍ଷରେ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହେଲେଣି। ଦୁର୍ଘଟଣାକୁ ଦୃଷ୍ଟିରେ ରଖି ନିଜସ୍ବ ଉଦ୍ୟମରେ ବାଉଁଶ ପାଚେରି ଓ ବୋର୍ଡ ଲଗାଇଥିବା ହୁମ୍ମା ପାଣ୍ଡି ଅଧିକାରୀ ଦେବବ୍ରତ୍ତ ପ୍ରିୟଦର୍ଶୀ କହିଛନ୍ତି। ଦୁଇ ଦୁଇ ଥର ନକ୍ସା ପରିବର୍ତ୍ତନ କରାଗଲାଣି। ପ୍ରତ୍ୟେକ ଦିନ କୌଣସି ନା କୌଣସି ଦୁର୍ଘଟଣା ଘଟୁଥିଲେ ମଧ୍ୟ ନିର୍ମାଣକାରୀ ସଂସ୍ଥା ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ସେ କହିଛନ୍ତି। ଅନ୍ୟପଟେ ହୁମ୍ମା ପଞ୍ଚାୟତ ସମିତି ମେମ୍ବର ଓଭର ବ୍ରିଜ କାମ ମନ୍ଥର ଗତିରେ ଚାଲିଥିବା ଯୋଗୁ କ୍ଷୋଭ ପ୍ରକାଶ କରିଛନ୍ତି l ଏନେଇ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସେ ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଠିକ୍‌ ଭାବେ କାର୍ଯ୍ୟ ତ୍ୱରାନ୍ବିତ ହେଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରୋତ୍ସାହନ ଅଭାବରୁ ସଙ୍କଟରେ କୌଳିକ ବୃତ୍ତି

ବାସୁଦେବପୁର,୧୭।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଏକ ଶିଳ୍ପବିହୀନ ଅଞ୍ଚଳ। ଏଠାକାର ଲୋକେ ମୁଖ୍ୟତଃ କୌଳିକ ବୃତ୍ତିକୁ ଆଧାର କରି ଜୀବନ ଜୀବିକା...

ଘୋଡ଼ା ଚଢ଼ି ନାମାଙ୍କନପତ୍ର ଦାଖଲ କରିବା ପ୍ରତାପ ଷଡଙ୍ଗୀଙ୍କୁ ପଡ଼ିଲା ମହଙ୍ଗା

ବାଲେଶ୍ୱର,୧୭।୫(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ୧୪ତାରିଖ ଦିନ ଘୋଡା ଚଢି ନିଜର ନାମାଙ୍କନପତ୍ର ଦାଖଲ କରିବାକୁ ଜିଲାପାଳଙ୍କ...

ଏନ୍‌ବିଡବ୍ଲ୍ୟୁରୁ ଆଶ୍ୱସ୍ତି ପାଇଲେ ଅନୁଭବ

କଟକ,୧୬ା୫ (କାର୍ତ୍ତିକ ସାହୁ): ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଜାମିନ୍‌ ବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲ୍ୟୁ)ରୁ ଗୁରୁବାର ଆଶ୍ୱସ୍ତି ପାଇଛନ୍ତି। କଟକ ଜେଏମ୍‌ଏଫ୍‌ସି କୋର୍ଟ...

ବିପଦପୂର୍ଣ୍ଣ ଅବସ୍ଥାରେ ବ୍ଲକ ଜୀବିକା ମିଶନ ଅଫିସ୍‌

ଗୋପ,୧୬।୫(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପ ବ୍ଲକ ଓଡ଼ିଶା ଜୀବିକା ମିଶନ କାର୍ଯ୍ୟାଳୟ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। କେତେବେଳେ ଯେ ଅଘଟଣ ଘଟିବ ତାହା କହିହେବନି। ଏପରି...

ବିପଦସଙ୍କୁଳ ଅବସ୍ଥାରେ ଶିଶୁ ଉଦ୍ୟାନ

ସାଲେପୁର,୧୭।୫(ଅରବିନ୍ଦ ଭୂୟାଁ): ସାଲେପୁରର ଏକମାତ୍ର ଶିଶୁ ଉଦ୍ୟାନ ଏବେ ବିପଦସଙ୍କୁଳ ହୋଇପଡ଼ିବା ସହ ଜରାଜୀର୍ଣ୍ଣ ହୋଇଯାଇଛି। ଏହି ଉଦ୍ୟାନ ଭିତରେ ନିୟମିତ ଛୋଟ ପିଲାମାନେ ଖେଳକୁଦ...

ଚିଙ୍ଗୁଡ଼ି ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌: ୧୫ରୁ ଊଦ୍ଧର୍‌ବ ଗୁରୁତର

ନୀଳଗିରି(ପ୍ରଶାନ୍ତ କୁମାର ବିଶ୍ୱାଳ)/ ରେମୁଣା(ରବୀନ୍ଦ୍ର ମହାକୁଡ), ୧୭ା୫:ବାଲେଶ୍ୱର ଜିଲା ରେମୁଣା ବ୍ଲକ ଗଡିଆମାଳସ୍ଥିତ ସ୍ନୋ ୱାଲର୍‌ଡ ନାମକ ଚିଙ୍ଗୁଡି ପ୍ଲାଣ୍ଟରେ ଗୁରୁବାର ରାତି ପ୍ରାୟ ୯ଟା...

ଧର୍ମଶାଳାରେ ନିର୍ଣ୍ଣାୟକ ହେବେ ସ୍ବାଧୀନ ପ୍ରାର୍ଥୀ

ଯାଜପୁର,୧୭ା୫(ହର୍ଷବର୍ଦ୍ଧନ  ବେହେରା) : ମତଦାନ ପାଇଁ ଆଉ ମାତ୍ର ୧୫ ଦିନ ବାକି ରହିଛି। ସେଥିପାଇଁ ନେତାମାନେ ଏବେ ପୂରା ଦମ୍‌ରେ ପ୍ରଚାରରେ ଲାଗି ପଡିଛନ୍ତି।...

ତଟକ୍ଷୟ ଛଡ଼ାଇନେଲା ସାତଭାୟାବାସୀଙ୍କ ବାସ,ଚାଷ

କେନ୍ଦ୍ରାପଡ଼ା,୧୭ା୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟା ଅଞ୍ଚଳରେ ବିଶ୍ୱତାପନ ଯୋଗୁ ସମୁଦ୍ର ତଟକ୍ଷୟ ସାତଭାୟାବାସୀଙ୍କ ବାସ ଓ ଚାଷକୁ ଛଡ଼ାଇ ନେଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri