ଜଙ୍ଗଲ ଜମିରୁ ଗଛ କାଟିବା ମହଙ୍ଗା ପଡ଼ିଲା

କେନ୍ଦ୍ରାପଡ଼ା ଅଫିସ, ୧୮।୧୧: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ମଣିକୁଣ୍ଡାଠାରେ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପରେ ଏକ ବଡଧରଣର ପରିବର୍ତ୍ତନ ହେବାକୁ ଯାଉଛି। ପ୍ରକଳ୍ପ ସ୍ଥାନ ଜଙ୍ଗଲ କିସମ ଦର୍ଶାଇ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ହୋଇଥିବା ମାମଲା ପରେ ଏହି ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା। ଏବେ ପ୍ରକଳ୍ପ ଜମି ବଦଳରେ ବଡପାଳଠାରେ ଜଙ୍ଗଲ ସୃଷ୍ଟି ପାଇଁ ଗ୍ରାମୀଣ ଜଳ ଯୋଗାଣ, ରାଜସ୍ବ ବିଭାଗଙ୍କ ଆବେଦନକୁ ରାଜ୍ୟ ବନ ଓ ପରିବେଶ ବିଭାଗ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ତେବେ ପ୍ରକଳ୍ପ ସ୍ଥାନରେ ଗଛ କାଟିବା ଗ୍ରାମୀଣ ଜଳ ଯୋଗାଣ ବିଭାଗକୁ ମହଙ୍ଗା ପଡିଛି। ନୂତନ ଜଙ୍ଗଲର ୧୦ବର୍ଷର ରକ୍ଷଣାବେକ୍ଷଣ, ଚାରାର ମୂଲ୍ୟଠାରୁ ୩ ଗୁଣା ଅଧିକ ଜରିମାନା ଦେବାକୁ ପଡିବ। ଏହି ପ୍ରକଳ୍ପ ନିର୍ମାଣ ପରେ ମହାକାଳପଡ଼ା ବ୍ଲକର ୧୫୨ ଗ୍ରାମ ଓ ମାର୍ଶାଘାଇର ୪୮ ଗ୍ରାମକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାକାଳପଡ଼ା ବ୍ଲକ ସରୁମୁହିଁଠାରେ ୨୦୧୮ ନଭେମ୍ବର ୯ରେ ପ୍ରକଳ୍ପ ପାଇଁ ଘୋଷଣା କରିଥିଲେ। ମାର୍ଶାଘାଇ ବ୍ଲକ ମଣିକୁଣ୍ଡାଠାରେ ଜଳ ବିଶୋଧନ କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇଥିଲା। ତେବେ ପ୍ରକଳ୍ପ ସ୍ଥାନ ଜଙ୍ଗଲ କିସମ ଥିବାରୁ ଏ ନେଇ ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ ଆଳୟ ସାମନ୍ତରାୟ ଓ ସମ୍ପଦ ସ୍ବାଇଁ ଏନ୍‌ଜିଟିରେ ଅଭିଯୋଗ ପତ୍ର (ମାମଲା ନଂ. ୪/୧୯) ଦାଖଲ କରିଥିଲେ। ପ୍ରକଳ୍ପ ସ୍ଥାନଟି ଜଙ୍ଗଲ ଜମି ହୋଇଥିବାରୁ ଏନ୍‌ଜିଟିର ୩ ଜଣିଆ ବେଞ୍ଚ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ସହ ପରିବେଶ ବିଭାଗର ଅନୁମତି ନ ଥାଇ ଗଛ କାଟି ଥିବାରୁ ଜରିମାନା ପାଇଁ ଏକ ତଦନ୍ତ କମିଟି ଗଠନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ପ୍ରକଳ୍ପ ସ୍ଥାନର ୧.୮୦୯ ହେକ୍ଟର ଜମି ପାଇଁ ଏହି ବ୍ଲକ ଅଧୀନ ବଡପାଳଠାରେ ଥିବା ୧.୮୬୨ ହେକ୍ଟର ଜମିକୁ ବଦଳ କରି ଜଙ୍ଗଲ ସୃଷ୍ଟି କରିବାକୁ ବନ ଓ ପରିବେଶ ବିଭାଗର ଅନୁମତି ମାଗିଥିଲେ। ଗତ ସେପ୍ଟେମ୍ବର ୧୬ରେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ବନ ଓ ପରିବେଶ ବିଭାଗ ପକ୍ଷରୁ ସର୍ତ୍ତମୂଳକ ଅନୁମତି ଦିଆଯାଇଛି। ନୂତନ ଜଙ୍ଗଲ ଜମିରେ କୌଣସି ନିର୍ମାଣ କାର୍ଯ୍ୟ ନ କରିବା, ପ୍ରକଳ୍ପ ସ୍ଥାନର ଗଛକୁ ସୁରକ୍ଷିତ ରଖିବା, ୧୦ବର୍ଷ ପାଇଁ ନୂତନ ଜଙ୍ଗଲ ସୃଷ୍ଟି ଓ ସୁରକ୍ଷିତ ରଖିବା ଆଦି ୫୦ରୁ ଊର୍ଦ୍ଧ୍ୱ ସର୍ତ୍ତ ଏହି ଚିଠି ନଂ. ୫ ଓଆରବି/ ୪୪୫/୨୦୨୧/ବିଏଚୟୁ)ରେ ଉଲ୍ଲେଖ ହୋଇଛି। ଏହାକୁ ଦୃଷ୍ଟିରେ ରଖାଯାଇ କେନ୍ଦ୍ରାପଡ଼ା ଜିଲା ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ କଟକ ସର୍କଲର ବିଭାଗୀୟ ସହକାରୀ ମୁଖ୍ୟଯନ୍ତ୍ରୀଙ୍କୁ ଜଙ୍ଗଲ ସୃଷ୍ଟି ଓ ଜରିମାନା ବାବଦ ୮୪,୫୨,୬୦୪ ଟଙ୍କା କାମ୍ପା ଆକାଉଣ୍ଟରେ ଜମା କରିବାକୁ ମଙ୍ଗଳବାର ଚିଠି (ନଂ. ୫୯୩୫) କରିଛନ୍ତି। ଏହି ଚିଠି ଅନୁଯାୟୀ କଟକ ବନଖଣ୍ଡ ଅଧୀନ ବଡପାଳଠାରେ ନୂତନ ଗଛ ଚାରା ଓ ୧୦ ବର୍ଷର ସଂରକ୍ଷଣ ଖର୍ଚ୍ଚ ବାବଦ ୧୬,୫୮,୦୦୦ ଟଙ୍କା ହୋଇଥିବା ବେଳେ ପ୍ରକଳ୍ପ ସ୍ଥାନରେ କଟା ହୋଇଥିବା ଗଛ ବାବଦ ୧୧,୩୨,୪୩୪ ଟଙ୍କା ଓ ୫୬,୬୨,୧୭୦ ଟଙ୍କା ଜରିମାନା ବାବଦ ବୋଲି ଦର୍ଶାଯାଇଛି। ସୂଚନାଯୋଗ୍ୟ, ପ୍ରକଳ୍ପ କାର୍ଯ୍ୟ ୪୦ ପ୍ରତିଶତ ସରିଛି। ଜଙ୍ଗଲ ସୃଷ୍ଟି ପାଇଁ ଜମି ଓ ଟଙ୍କା ପ୍ରଦାନ ପରେ ଏ ନେଇ ଥିବା ଅନୁମତିକୁ ଏନ୍‌ଜିଟିରେ ଦାଖଲ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ଖେମୁଣ୍ଡି କଲେଜରେ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି …

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି ଓ ବ୍ୟାଙ୍କ ସମ୍ପର୍କିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri