ତ୍ରୁଟିପୂର୍ଣ୍ଣ କୃଷିନୀତି, ତେଜୁଛି ଆନ୍ଦୋଳନ:ମାର୍ଚ୍ଚ ୧୭ରେ ମହାପଞ୍ଚାୟତ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ କୃଷି ଏବଂ କୃଷକଙ୍କ ସମସ୍ୟା ଅସମାହିତ ରହିଯାଇଛି। ଏହାକୁ ନେଇ ଜିଲାରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ସରକାରଙ୍କ ତ୍ରୁଟିପୂର୍ଣ୍ଣ କୃଷିନୀତି ଏବଂ କୃଷିକ୍ଷେତ୍ରକୁ କମ୍ପାନୀକରଣ ବିରୋଧରେ ଆନ୍ଦୋଳନ ତେଜି ଉଠିଛି। ଆସନ୍ତା ମାର୍ଚ୍ଚ ୧୭ତାରିଖରେ ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆରେ ଏହି ସମସ୍ୟାକୁ ନେଇ ଏକ ମହାପଞ୍ଚାୟତ କାର୍ଯ୍ୟକ୍ରମ ରହିଛି। ବରଗଡ଼ର ସଂଯୁକ୍ତ କୃଷକ ସଙ୍ଗଠନ ତରଫରୁ ହେବାକୁ ଥିବା ଏହି ମହାପଞ୍ଚାୟତରେ ଜିଲାର ୧୮ଅନୁଷ୍ଠାନ ସାମଲ ହେବାକୁ ଥିବାବେଳେ ୧୦ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କ ସମାବେଶ ହେବାର କାର୍ଯ୍ୟକ୍ରମ ରହଛି। ଏ ନେଇ ବରଗଡ଼ ଅଗ୍ରଗାମୀ ଯୁବକ ସଂଘରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଯୋଗଦେଇ ସଂଯୁକ୍ତ କୃଷକ ସଂଗଠନ, ବରଗଡ଼ର ଉପଦେଷ୍ଟା ରମେଶ ମହାପାତ୍ର ସୂଚନା ଦେଇ କହିଥିଲେ, ଉକ୍ତ ମହାପଞ୍ଚାୟତରେ ସଂଯୁକ୍ତ କିଷାନ ମୋର୍ଚ୍ଚାର କେନ୍ଦ୍ରୀୟ ନେତୃବୃନ୍ଦ ସଂଯୁକ୍ତ କିଷାନ ମୋର୍ଚ୍ଚାର ଚୌଧୁରୀ ରାଜେଶ ଟିକାୟତ, ସତ୍ୟବାନ ଜୀ, ଡା. ଦର୍ଶନ ପାଲ, ଅଫ୍ଲାତୁନ ଦେଶାଇ, ଚୌଧୁରୀ ରାଜେନ୍ଦ୍ର ପ୍ରମୁଖ ସମାବେଶରେ ଯୋଗଦେବେ। ସେମାନେ କୃଷି, କୃଷକଙ୍କ ସମସ୍ୟା ଏବଂ ଏଥିପ୍ରତି ସରକାରଙ୍କ ଅଣଦେଖା ଉପରେ ସମବେତ ଚାଷୀମାନଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।
ମହାପଞ୍ଚାୟତରେ ଧାନର ଅଭାବୀ ବିକ୍ରି, ବିଦ୍ୟୁତ୍‌ର ଘରୋଇକରଣ, ସ୍ମାର୍ଟ ମିଟର ସ୍ଥାପନ, ଉଠାଜଳସେଚନ ପ୍ରକଳ୍ପଗୁଡ଼ିକୁ ବିଦ୍ୟୁତ୍‌ ସଂଯୋଗ କରା ନ ଯିବା, ଚାଷୀଙ୍କ କୃଷିକ୍ଷେତ୍ରକୁ ମାଗଣା ବିଦ୍ୟୁତ୍‌ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ମହାପଞ୍ଚାୟତକୁ ସଫଳ କରିବା ପାଇଁ ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ଜିଲାର ଗାଁ ଗାଁରେ ସଭା ସମିତି ଚାଲିଛି। ପ୍ରତ୍ୟେକ ଦିନ ସଙ୍ଗଠନର ନେତୃବୃନ୍ଦ ବିଭିନ୍ନ ଗ୍ରାମକୁ ପହଞ୍ଚତ୍ ମହାପଞ୍ଚାୟତ କାର୍ଯ୍ୟକ୍ରମ ଉପରେ ସ୍ଥାନୀୟ ଲୋକଙ୍କୁ ଅବଗତ କରୁଛନ୍ତି। ମହାପଞ୍ଚାୟତରେ ସାମିଲ ହେବା ପାଇଁ ଚାଷୀମାନଙ୍କୁ ସଙ୍ଗଠନ ପକ୍ଷରୁ ନିବେଦନ କରାଯିବା ସହିତ କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ଆଧାରିତ ପ୍ରଚାରପତ୍ର ବଣ୍ଟନ କରାଯାଉଛି।
ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ଅଜିତ ଶତପଥୀ, ଉପତ୍ନ୍ନ ଭୋଇଙ୍କ ସମେତ ସଦସ୍ୟ ଈଶାନ୍ତ ଭୋଇ, ଜୟପ୍ରକାଶ ବେହେରା, ସୁବାସ ବିଶ୍ୱାଳ, ଥବିର ସାହୁ, ସୁରେଶ ନେକାଣ୍ଟି, ନିରଞ୍ଜନ ପ୍ରଧାନ, ସୁଦାମ ପାତ୍ର, ତପନ ମିଶ୍ର, ସୁବାସ ପ୍ରଧାନ, ରବିଶଙ୍କର ପ୍ରଧାନ, ପ୍ରେମରାଜ ସାହୁ, ମହେନ୍ଦ୍ର ସାହୁ, ସୁବାସ ସାମନ୍ତରାୟ, ଅରବିନ୍ଦ ପଣ୍ଡା, ରତିକାନ୍ତ ବାରିକ, କ୍ଷୀରସିନ୍ଧୁ ବଗର୍ତ୍ତୀ, ରାଧେଶ୍ୟାମ ନାୟକ, ବନବାସ ସାହୁ, ସମାଜସେବୀ ପାଣ୍ଡବ କର୍ଣ୍ଣ, କିଶୋର ସାହୁ, ବିକାଶ ଅଗ୍ରୱାଲ, କୋଶଲ ସେନାର ବିରବଲ ମହାକୁଡ଼, ଭାରତୀୟ କିଷାନ ୟୁନିୟନର ରାଜ୍ୟ ସଭାପତି ସୌରୀଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ସୁପ୍ରିମକୋର୍ଟ ଇସିଙ୍କୁ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?