୭ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ପରାଜୟ

ବ୍ରହ୍ମପୁର ଅଫିସ,୩।୮: ଗଞ୍ଜାମ ଜିଲାରେ ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀର ଗୁରୁତ୍ୱ ରହିଛି। ଏଠାରୁ ବିଶିଷ୍ଟ ବ୍ୟକ୍ତିମାନେ କଂଗ୍ରେସରୁ ବିଧାୟକ ହେବା ସହ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହୋଇଥିବା ନଜିର ଅଛି। ତେବେ ୧୯୯୦ରୁ ୨୦୧୯ ମଧ୍ୟରେ ହୋଇଥିବା ୭ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀମାନଙ୍କ ଲଗାତର ପରାଜୟ ଘଟିଛି। ଦଳରେ ଗୋଷ୍ଠୀ କନ୍ଦଳ ଓ ଗୋଡ଼ଟଣା ନୀତି ଯୋଗୁ ଏଭଳି ସ୍ଥିତି ଉପୁଜିଛି। ୧୯୯୦ ଓ ୯୫ ନିର୍ବାଚନରେ ଜନତା ଦଳ ପ୍ରାର୍ଥୀ ଏବଂ ୨୦୦୦ ରୁ ୨୦୧୯ ମଧ୍ୟରେ ୫ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କର ଜିତାପଟ ହୋଇଛି। ଅଣ କଂଗ୍ରେସରୁ ନିର୍ବାଚିତ ବିଧାୟକମାନେ ପୂର୍ବ ଜନତା ଦଳ ଓ ବର୍ତ୍ତମାନର ବିଜେଡି ଶାସନରେ ଥରେ ବି ମନ୍ତ୍ରୀ ହୋଇନାହାନ୍ତି। ଅପରପକ୍ଷରେ ଦୀର୍ଘ ୪ ଦଶନ୍ଧି ହେବ ଏହି ନିର୍ବାଚନମଣ୍ଡଳୀ ମନ୍ତ୍ରୀ ଶୂନ୍ୟ ହୋଇଯାଇଛି। ଏହା ଏବେ ରାଜନୈତିକ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ, ଗୋଷ୍ଠୀ କନ୍ଦଳ ଯୋଗୁ ୧୯୯୦ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର ରଥ, ୯୫ ନିର୍ବାଚନରେ ଅଲେଖ ଚୌଧୁରୀ, ୨୦୦୦ରୁ ୨୦୧୪ ମଧ୍ୟରେ ହୋଇଥିବା ୪ ନିର୍ବାଚନରେ ବିକ୍ରମ ପଣ୍ଡାଙ୍କ ଲଗାତର ପରାଜୟ ଘଟିଥିଲା। ୨୦୧୪ ନିର୍ବାଚନ ପୂର୍ବରୁ ଅଲେଖ ଓ ପୂର୍ବତନ କଂଗ୍ରେସ ବିଧାୟକ ଶିବ ଶଙ୍କର ସାହାଣୀ ଓ ଜଣାଶୁଣା ନେତା ତଥା କର୍ମୀ ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ୨୦୧୯ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡା ଓ ଜିଲା କଂଗ୍ରେସ ସଭାପତି ଥିବା ଭଗବାନ ଗନ୍ତାୟତଙ୍କ ସମେତ ଅନେକ କର୍ମୀ ବିଜେଡିକୁ ଗଲେ। ଦଳ ବଦଳରୁ ୧୯ ଲୋକ ସଭା ନିର୍ବାଚନରେ ବ୍ରହ୍ମପୁର କ୍ଷେତ୍ରରୁ ଚନ୍ଦ୍ରଶେଖର ବିଜେଡି ଏମ୍‌ପି ଏବଂ ବିଧାନସଭା କ୍ଷେତ୍ରରୁ ବିକ୍ରମ ନିର୍ବାଚିତ ହୋଇଛନ୍ତି। ତେବେ ଉଭୟଙ୍କ ସମର୍ଥକମାନେ ପଦ ପଦବୀ ନ ପାଇ କେବଳ ଶଙ୍ଖ ଫୁଙ୍କୁଛନ୍ତି।
୨୦୨୦ ଶେଷ ବେଳକୁ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଜିଲା କଂଗ୍ରେସ ସଭାପତି ହେଲେ। କମିଟି ପୁନର୍ଗଠନରେ ପୁରୁଣା ନେତାଙ୍କୁ ଦୂରେଇ ନୂଆ ଚେହେରାଙ୍କୁ କର୍ମକର୍ତ୍ତା କଲେ। ସେମାନଙ୍କ ସାଙ୍ଗଠନିକ ଅଭିଜ୍ଞତା ନ ଥିବାରୁ ଦଳରେ ସମସ୍ୟା ସୃଷ୍ଟି ହେଲା ଏବଂ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଘଟିଲା। ଗତ ୩ ଦଶନ୍ଧି ହେବ ହୋଇଥିବା ସବୁ ନିର୍ବାଚନରେ ପରାଜୟ ଘଟିଲେ ମଧ୍ୟ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହୁଥିଲା। ୧୯ ନିର୍ବାଚନରେ ବ୍ରହ୍ମପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ତୃତୀୟକୁ ଖସିବା ସହ ଅମାନତ ରହି ନ ଥିଲା। ଚଳିତ ବର୍ଷର ବ୍ରହ୍ମପୁର ପୌର ନିର୍ବାଚନରେ କଂଗ୍ରେସକୁ ୧୭ ୱାର୍ଡ ନିମନ୍ତେ ପ୍ରାର୍ଥୀ ମିଳି ନ ଥିବା ବେଳେ ମେୟର ପ୍ରାର୍ଥିନୀ ଚତୁର୍ଥ ସ୍ଥାନକୁ ଖସିଥିଲେ। ୨୦୧୩ ପୌର ନିର୍ବାଚନରେ ମହାନଗରରୁ ୧୫ ୱାର୍ଡରେ କଂଗ୍ରେସରୁ କର୍ପୋରେଟର ନିର୍ବାଚିତ ହୋଇଥିବା ବେଳେ ଚଳିତ ବର୍ଷର ନିର୍ବାଚନରେ ମାତ୍ର ଜଣେ ଜିତିବା ଲଜ୍ଜାଜନକ ହୋଇଛି। ତେଣୁ ଦଳର ଦୁର୍ବଳ ସଂଗଠନକୁ ପଦାରେ ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri