ପ୍ରଭାସଙ୍କ ସହ ନଜର ଆସିବେ ଦୀପିକା

ମୁମ୍ବାଇ: ବାହୁବଳୀ ରିଲିଜ୍‌ ହେବା ପରେ ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଷ୍ଟାରଡମ୍‌ ସାରା ଭାରତରେ ଛାଇ ଯାଇଥିଲା। ଏହି ଫିଲ୍ମ ତାଙ୍କୁ ଇଣ୍ଟରନ୍ୟାଶନାଲ ଷ୍ଟାର ମଧ୍ୟ କରିଦେଇଥିଲା। ସେପଟେ ବଲିଉଡ୍‌ ନାୟିକା ଦୀପିକା ପାଦୁକୋନ ମଧ୍ୟ ତାଙ୍କ ଅଭିନୟ ପାଇଁ ଦର୍ଶକଙ୍କ ବେଶ୍‌ ପସନ୍ଦ। ଏହି ନାୟିକା କେବଳ ବଲିଉଡ୍‌ ନୁହେଁ ଏବେ ହଲିଉଡ୍‌ର କିଛି ପ୍ରୋଜେକ୍ଟରେ କାମ କରୁଥିବା ଜଣାପଡିଛି। ଏବେ ବଲିଉଡ୍‌ରେ ଉତ୍ତର-ଦକ୍ଷିଣ ଯୋଡିଙ୍କୁ ଦେଖିବାକୁ ମିଳିବ। ବୈଜୟନ୍ତି ମୁଭିଜ ଭାରତୀୟ ସିନେମା ଜଗତରେ ୫୦ବର୍ଷ ପୂରଣ କରିବା ଅବସରରେ ଏବେ ବାହୁବଳୀ ପ୍ରଭାସ ଓ ପଦ୍ମାବତ ଫେମ୍‌ ଦୀପିକା ପାଦୁକୋନଙ୍କୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଥିବା ସୂଚନା ମିଳିଛି। ଏହା ପ୍ରଭାସଙ୍କ ୨୧ତମ ଫିଲ୍ମ ହୋଇଥିବା ବେଳେ ଫିଲ୍ମଟି ବକ୍ସ ଅଫିସରେ ଧୁମ୍‌ ମଚାଇବ ବୋଲି ଆଶା କରାଯାଉଛି। ଦୀପିକା ପାଦୁକୋନ ତାଙ୍କ ଇନଷ୍ଟାଗ୍ରାମ ଯୋଗେ ଫିଲ୍ମର ଘୋଷଣା ହୋଇଥିବା ଜଣାଇଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶକ ନାଗ ଅଶ୍ୱିନୀ କହିଛନ୍ତି ଏହା ଏକ ସରପ୍ରାଇଜ୍‌ ପ୍ରୋଜେକ୍ଟ। ଫିଲ୍ମ ରିଲିଜ୍‌ ପରେ କିଛି ବର୍ଷ ପାଇଁ ଏହା ଦର୍ଶକଙ୍କ ହୃଦୟରେ ନିଶ୍ଚିତ ଭାବେ ଅଭୁଲା ହୋଇ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଆଉ ଏକ ବଡ଼ ଝଟ୍‌କା: TMCରୁ ଆଉ ଜଣେ ଏମ୍‌ପିଙ୍କ ଇସ୍ତଫା; ଜାଣନ୍ତୁ ଏବେ ଦିଦିଙ୍କ ସହ କେତେ ରହିଲେ ଏମ୍‌ପି-ବିଧାୟକ

କୋଲକାତା,୧୧।୫: ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ (TMC) ମଧ୍ୟରେ ସବୁ କିଛି ଠିକ୍‌ ଚାଲିନାହିଁ ଏବଂ ଦଳରେ ଦଳବଦଳର ସ୍ଥିତି ସୃଷ୍ଟି ହୋଇଛି। ଦଳର ରାଜ୍ୟ…

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବ୍ଲକ ମୁଖ୍ୟ ଉନ୍ନୟନ ଅଧିକାରୀ

ଲାଞ୍ଜିଗଡ଼,୧୧ା୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପରିଦର୍ଶନ କରି ପ୍ରଧାନମନ୍ତ୍ରୀ-ଜନମନ ଗୃହ ପ୍ରକଳ୍ପର ଅଗ୍ରଗତି ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟ…

ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ: ପିଏମ ମୋଦିଙ୍କୁ ‘ଡୋୟନ’ କହିଲା ରୁଷିଆ, ଏହାର ପ୍ରକୃତ ଅର୍ଥ ଜାଣିଲେ…

ନୂଆଦିଲ୍ଲୀ, ୧୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ ସବୁଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ସେବା ପ୍ରଦାନ କରି ଏକ ନୂଆ ରେକର୍ଡ…

୩୦ ଜୁନ୍ ସୁଦ୍ଧା କରିନିଅନ୍ତୁ ଇ-କେୱାଇସି, ନଚେତ୍ ବନ୍ଦ ହୋଇଯିବ ଗ୍ୟାସ୍ ସବ୍‌ସିଡି-ସିଲିଣ୍ଡର ଡେଲିଭରି!

ନୂଆଦିଲ୍ଲୀ,୧୧ା୬: ଯଦି ଆପଣ ସମୟ ଅନୁସାରେ ଘରକୁ ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାହୁଁଛନ୍ତି ଏବଂ ଏହା ଉପରେ ମିଳୁଥିବା ସବ୍‌ସିଡିର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏହି…

୩୦୦ କିଲୋ ମାଛ, ୬,୦୦୦ କମଳା ଧରି ଫିଫା ବିଶ୍ୱକପ୍‌ରେ ପହଞ୍ଚିଲା ଏହି ଦେଶ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୬: ଫିଫା ବିଶ୍ୱକପ (FIFA ବିଶ୍ୱକପ ୨୦୨୬)ର ୨୩ତମ ସଂସ୍କରଣ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି। ଏଥର ମୋଟ ୪୮ଟି ଦଳ…

ବର୍ଜ୍ୟବସ୍ତୁ ପରିଚାଳନା ଠପ୍‌, ସହର ପାଲଟିବ ଡମ୍ପିଂୟାର୍ଡ: ପୌରାଧ୍ୟକ୍ଷା-ନିର୍ବାହୀ ଅଧିକାରୀଙ୍କ କଥାରେ ନାହିଁ ତାଳମେଳ

ବରଗଡ଼,୧୧।୬(ପ୍ରେମାନନ୍ଦ ଖମାରୀ):ସଫେଇ ଗାଡ଼ି ଅଛି, ସଫେଇ କର୍ମଚାରୀ ମଧ୍ୟ ଅଛନ୍ତି। କିନ୍ତୁ ସହରରୁ ନିଷ୍କାସିତ ମଇଲା, ଆବର୍ଜନା ପକାଇବା ପାଇଁ ସ୍ଥାୟୀ ଡମ୍ପିଂୟାର୍ଡ଼ କିମ୍ବା ଜାଗା ନାହିଁ।…

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମସ୍ଥଳ ନୋ ଫ୍ଲାଇଂ ଜୋନ୍‌ ଘୋଷଣା

ବାରିପଦା,୧୧ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସନ୍ତା ୧୯ ଓ ୨୦ରେ ମୟୂରଭଞ୍ଜ ଜିଲା ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସୁରକ୍ଷା ଦୃଷ୍ଟିରୁ…

ଯାଉଥିଲେ ବିଧାୟକ, ହଠାତ୍‌ ଗାଡ଼ି ଉପରେ ପଡ଼ିଲା ଗଛ: ଆଉ ତା’ପରେ…

କୋରୁକୋଣ୍ଡା/ଚିତ୍ରକୋଣ୍ଡା,୧୧।୬ ( ଅଶୋକ ପରିଡ଼ା /ଶିବଦତ୍ତ ସାହୁ ): ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ। ଚିତ୍ରକୋଣ୍ଡା-ବାଲିମେଳା ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri