୬ ବର୍ଷ ରୋମାନ୍ସ୍‌ ପରେ ରଣବୀରଙ୍କୁ ବିବାହ କରିଥିଲେ ଦୀପିକା

ମୁମ୍ବାଇ,୫।୧: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ମଙ୍ଗଳବାର ୩୪ ବର୍ଷ ପୂରଣ ହୋଇଛି। ସେ ୩୫ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୮୬ ଜାନୁୟାରୀ ୫ରେ ଡେନମାର୍କର କୋପେନହେଗେନ୍‌ଠାରେ ଜନ୍ମ ଗ୍ରହଣ କରିଥିଲେ। ଜାତୀୟସ୍ତରୀୟ ଜଣେ ବ୍ୟାଡ଼ମିଣ୍ଟନ ଖେଳାଳି ଭାବେ ସେ ପରିଚିତି ହାସଲ କରିଥିଲେ। ତେବେ ସେ ଖେଳ ଛାଡି ପରବର୍ତ୍ତୀ ସମୟରେ ମଡେଲିଂରେ ପ୍ରବେଶ କରିଥିଲେ। ୨୦୦୬ରେ ସେ କନ୍ନଡ଼ ଫିଲ୍ମ ଐଶ୍ୱର଼୍ୟାରେ ଅଭିନୟ କରିଥିଲେ। ଏହାପରେ ୨୦୦୭ରେ ସେ ବଲିଉଡ୍‌ରେ ଓମ୍‌ ଶାନ୍ତି ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଥିଲେ। ଏହାପରେ ୨୦୦୯ରେ ଲଭ୍‌ ଆଜ୍‌ କଲ୍‌ରେ ଅଭିନୟ କରିଥିଲେ। ତେବେ ପରେ ତିନି ବର୍ଷ ପାଇଁ ସେ ବଲିଉଡ୍‌ଠାରୁ ଦୂରେଇ ରହିଥିଲେ। ଏହାପରେ ୨୦୧୨ରେ କକ୍‌ଟେଲ୍‌ରେ ଅଭିନୟ କରିଥିଲେ। ପରବର୍ତ୍ତୀ ସମୟରେ ଚେନ୍ନାଇ ଏକ୍ସପ୍ରେସ୍‌, ହାପି ନ୍ୟୁ ଇୟର, ଗୋଲିଓଁ କି ରାସଲିଳା ରାମଲିଳା, ପିକୁ, ଛପାକ୍‌ ଆଦି ଫିଲ୍ମରେ ଅଭିନୟ କରିଥିଲେ। ଦୀପିକା ଏବଂ ଅଭିନେତା ରଣବୀର ସିଂଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ରହିଥିଲା। ୬ ବର୍ଷ ରୋମାନ୍ସ୍‌ କରିବା ପରେ ଦୁହେଁ ୨୦୧୩ରେ ଗୋଲିଓଁ କି ରାସଲିଳା ରାମଲିଳା ଫିଲ୍ମରେ ଦୁହେଁ ପରସ୍ପରର ଅତି ନିକଟତମ ହୋଇଥିଲେ। ଦୁହିଁଙ୍କ ପ୍ରେମ ସମ୍ପର୍କ ନେଇ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ମଧ୍ୟ ହୋଇଥିଲା। ଏହାପରେ ୨୦୧୮ରେ ସେମାନେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଆରଆରଆର’ ଗୋଲଡେନ ଗ୍ଲୋବସ୍‌ ପୁରସ୍କାର ପାଇଁ ମନୋନୀତ

ମୁମ୍ବାଇ: ନିର୍ଦ୍ଦେଶକ ଏସ ଏସ ରାଜାମୌଲିଙ୍କ ଫିଲ୍ମ‘ଆରଆରଆର’ ବର୍ତ୍ତମାନ ଚଳିତ ବର୍ଷ ବିଗ୍‌ ବଜେଟ୍‌ ଚଳଚ୍ଚିତ୍ର। ଯାହା ବକ୍ସ ଅଫିସରେ ଧମାକାଦାର ଆୟ କରି ସମସ୍ତ...

ମୋଦିଙ୍କୁ ପଛରେ ପକାଇଲେ ସନ୍ନି ଲିଓନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଛରେ ପକାଇଦେଇଛନ୍ତି ଅଭିନେତ୍ରୀ ସନ୍ନି ଲିଓନ। ଅଗଷ୍ଟ ପ୍ରଥମ ସପ୍ତାହରେ ଗୁଗୁଲ ସର୍ଚ୍ଚରେ ସନ୍ନି ମୋଦି ଶାହରୁଖ ଖାନ୍‌, ସଲମାନ ଖାନଙ୍କୁ...

କଲେଜ ସେକ୍ରେଟାରୀ ଦୀପ୍ତିଙ୍କୁ ପ୍ରଥମ ଦେଖାରେ ଭଲ ପାଇ ବସିଥିଲେ ଏହି ଅଭିନେତା, ଚାରି ଦିନ ନ ପୂରୁଣୁ…

ବମ୍ବେ: କଲେଜ ସମାରୋହରେ ଅତିଥି ଭାବେ ନିମନ୍ତ୍ରଣ ପାଇଥିଲେ। ହେଲେ ସେଠାକୁ ଯିବାପରେ ସେହି କଲେଜ୍‌ର ସେକ୍ରେଟାରୀଙ୍କ ପ୍ରେମରେ ପଡ଼ିଯାଇଥିଲେ। କିଛି ଏଭଳି ପ୍ରେମକାହାଣୀ ହେଉଛି...

ଝିଅକୁ ସତ ଜଣାଇଲେ ସୁସ୍ମିତା

ମୁମ୍ବାଇ,୪।୬: ବିଶ୍ୱ ସୁନ୍ଦରୀ ସୁସ୍ମିତା ସେନ୍‌ଙ୍କ ସୁନ୍ଦରତା ଓ ଜିରୋ ଫିଗର ସମସ୍ତଙ୍କ ମନମୋହିଥାଏ। ଏବେ ତାଙ୍କର ବ୍ୟକ୍ତିଗତ ଜୀବନିକୁ ନେଇ ସେ ଏକ ବଡ଼...

ପାକିସ୍ତାନୀ ଗାୟକ ଫର୍‌ହାଦ୍‌ଙ୍କ ପରଲୋକ

ଇସ୍‌ଲାମାବାଦ: ପାକିସ୍ତାନୀ ଗାୟକ ଫର୍‌ହାଦ୍‌ ହୁମାୟନ୍‌ଙ୍କ ପରଲୋକ ହୋଇଛି। ତାଙ୍କୁ ୪୨ ବର୍ଷ ହୋଇଥିଲା। ଗାୟକ ଅତିଫ୍‌ ଅସ୍‌ଲାମ, ଅଭିନେତା ଅଲି ଜାଫର୍‌, ଅର୍ଜୁନ ମାଥୁରଙ୍କ...

୧ କୋଟି ଟଙ୍କାର ସୁନା ବାଣ୍ଟିଲେ ଏହି ଅଭିନେତା

ତାମିଲ ସିନେମାର ଜଣାଶୁଣା ଅଭିନେତା ସୁରିଆ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଏଥାରକମ ଥୁନିନ୍ଦହାଭାନ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ନିର୍ଦ୍ଦେଶକ ପାଣ୍ଡିରାଜଙ୍କ ସହ...

କାଟ୍ରିନାଙ୍କ ବିବାହରେ ଯୋଗଦେବେ ନାହିଁ ସଲମାନ

ଆଜିକାଲି ଅଭିନେତା ଭିକି କୌଶଲ ଏବଂ କାଟ୍ରିନା କୈଫଙ୍କ ବିବାହ ଖବର ଚର୍ଚ୍ଚାରେ ରହିଛି। ଆସନ୍ତା ୭ରୁ ୯ ଡିସେମ୍ବର ମଧ୍ୟରେ ଉଭୟ ବିବାହ ବନ୍ଧନରେ...

ନିର୍ମାଣ ହେବ ମାରାଥନ ଧାବକ ଫୌଜା ସିଂଙ୍କ ବାୟୋପିକ୍‌

ମୁମ୍ବାଇ: ‘ମେରି କମ’୍ ଓ ‘ସରବଜିତ’ ଭଳି ଲୋକପ୍ରିୟ ବାୟୋପିକ୍ ନିର୍ମାଣ କରିଥିବା ନିର୍ଦ୍ଦେଶକ ଓମଙ୍ଗ କୁମାର ଏବେ ଆଉ ଏକ ବାୟୋପିକ୍ ନିର୍ମାଣ କରିବାକୁ...

Advertisement
Archives

Model This Week