ପିକ୍‌ନିକ୍‌ ସ୍ପଟ୍‌: ଦୁର୍ଗାପାଡ଼ୁ ଜଳପ୍ରପାତ

ପ୍ରକୃତିର କୋଳରେ ରହିଛି ରାୟଗଡ଼ା ଜିଲା। ନିଆରା କଳା, ସଂସ୍କୃତି, ଆଦିବାସୀ ପରମ୍ପରା ସହ ଏଠାରେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ତଥା ପିକ୍‌ନିକ୍‌ ସ୍ପଟ୍‌। ଏହା ମଧ୍ୟରେ ଅନ୍ୟତମ ଦୁର୍ଗାପାଡ଼ୁ ଜଳପ୍ରପାତ। ରାୟଗଡ଼ା ଜିଲା ସଦରଠାରୁ ମାତ୍ର ୩୭ କି.ମି. ଦୂର ଓଡ଼ିଶା-ଆନ୍ଧ୍ର ସୀମାରେ ରହିଛି ଏହି ଜଳପ୍ରପାତ। ପାହାଡ଼ ଶିଖରରୁ ଝରି ଆସୁଥିବା ଝରଣାର ଝରଝର ଶବ୍ଦ ସହ ପାହାଡ଼, ଜଙ୍ଗଲ ଘେରା ପରିବେଶ ପର୍ଯ୍ୟଟକଙ୍କୁ ସ୍ବର୍ଗୀୟ ଅନୁଭୂତି ଦେଇଥାଏ। ପାହାଡ଼ ଭିତର ଦେଇ ଲୋକେ ଜଳପ୍ରପାତକୁ ନିକଟକୁ ଯାଇଥାନ୍ତି। ଜଳପ୍ରପାତର ୨ଟି ଭାଗ ରହିଛି। ଉପରଭାଗ ଅପର ଜଳପ୍ରପାତ ଏବଂ ପାହାଡ଼ ତଳ ଭାଗ ଲୋୟର ଜଳପ୍ରପାତ ଭାବେ ପରିଚିତ। ପୂର୍ବରୁ ରହିଥିବା କାଠର ଅଙ୍କାବଙ୍କା ପ୍ରବେଶ ଦ୍ୱାର ଜଳପ୍ରପାତକୁ ଅଧିକ ଆକର୍ଷଣୀୟ କରିଥାଏ। ରାୟଗଡ଼ା ସହରଠାରୁ ଅଳ୍ପ ଦୂର ହୋଇଥିବାରୁ ଅନେକ ଲୋକ ସପ୍ତାହ ଶେଷରେ ଡ୍ରୋନ୍‌ କ୍ୟାମେରା ସାହାଯ୍ୟରେ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ କଏଦ କରିବା ସହ କ୍ୟାମେରାରେ ସେଲ୍‌ଫି ନେବାର ମଜା ଉଠାଇଥାନ୍ତି। ଝରଣାର ଉପର ଭାଗରେ ରହିଥିବା ବଡ଼ ବଡ଼ ପଥର ସ୍ଥାନରେ ଲୋକେ ବଣଭୋଜି କରିଥାନ୍ତି। ଏଠାକୁ ଆସିଲେ ଲୋକେ ନିଜର ସବୁ ଦୁଃଖ ଓ ଅବସାଦ ଭୁଲିଯାଇଥାନ୍ତି। ପାହାଡ଼ରୁ ୪ଟି ସୋପାନରେ ଝରଣା ଜଳ ତଳକୁ ଝରିଆସୁଥିବାର ମନୋଲୋଭା ଦୃଶ୍ୟ ବେଶ୍‌ ବିମୋହିତ କରିଥାଏ। ଏଠାକୁ ଜିଲା, ରାଜ୍ୟ, ଦେଶ ଏବଂ ବିଦେଶରୁ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି। ବିଶେଷକରି ବଣଭୋଜି ପାଇଁ ଦୁର୍ଗାପାଡ଼ୁ ଜଳପ୍ରପାତ ନିକଟରେ ଭିଡ଼ ଜମିଥାଏ। ଜିଲା ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ଅଞ୍ଚଳର ବିକାଶ ସହ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କଲେ ଏଠାକୁ ଅଧିକ ପର୍ଯ୍ୟଟକ ଆସିବା ସହ ରାଜସ୍ବ ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀଙ୍କ ମଧ୍ୟରେ ମତପ୍ରକାଶ ପାଉଛି।

କେମିତି ଯିବେ

ରାୟଗଡ଼ା ସହରରୁ ଜଳପ୍ରପାତର ଦୂରତା ୩୭ କି.ମି.। ବାହାରୁ ଆସୁଥିବା ପର୍ଯ୍ୟଟକ ରାୟଗଡ଼ା ରେଳ ଷ୍ଟେଶନରେ ପହଞ୍ଚିବା ପରେ ଟ୍ୟାକ୍ସି ଏବଂ ଅଟୋ ଯୋଗେ ଭାୟା ଝୁଲା ବ୍ରିଜ୍‌ ଏବଂ ପିପିଲିଗୁଡ଼ା ଦେଇ ଦୁଗାପାଡ଼ୁ ଜଳପ୍ରପାତ ନିକଟକୁ ଯାଇପାରିବେ। ସେହିପରି କୋଲନରା ଦେଇ ଯିବାକୁ ହେଲେ ପିପିଲିଗୁଡ଼ା ରାସ୍ତାରେ ମଧ୍ୟ ଯାଇପାରିବେ। ରାମନାଗୁଡ଼ା କିମ୍ବା କୁମୁଦପୁର ଦେଇ ଯିବାକୁ ହେଲେ ଭାୟା ପାଣିଛାତ୍ର ଦେଇ ଯାଇପାରିବେ।

ରିପୋର୍ଟ: ଭାଗ୍ୟଶ୍ରୀ ମିଶ୍ର, ରାୟଗଡ଼ା


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri