Posted inଜାତୀୟ

ସନ୍ତାନଙ୍କୁ ଜନ୍ମ ଦେବା ଅବା ନଦେବା ନିଷ୍ପତ୍ତି ମା‘ଙ୍କର ବ୍ୟକ୍ତିଗତ ମୌଳିକ ଅଧିକାର…

ନୂଆଦିଲ୍ଲୀ,୨୫।୧୧: ଏକ ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ସନ୍ତାନଙ୍କୁ ଜନ୍ମ ଦେବା ଅବା ନ ଦେବା ମହିଳାଙ୍କର ବ୍ୟକ୍ତିଗତ ମୌଳିକ ଅଧିକାର। ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୧ ଅନ୍ତର୍ଗତ ଏହି ଅଧିକାରରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ। ବିଚାରପତି ଜ୍ୟୋତି ସିଂଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଜଣେ ମହିଳାଙ୍କ ଶରୀରରେ ତାଙ୍କର ଅନିଛାକୃତ ଭାବେ କୌଣସି ଭ୍ରୁଣ ରଖାଯାଇ ପାରିବ ନାହିଁ। ଏହା ଦ୍ୱାରା ସମ୍ବିଧାନ ପକ୍ଷରୁ ପ୍ରଦାନ କରାଯାଇଥିବା ବ୍ୟକ୍ତିଗତ ସ୍ବାଧୀନତା ଅନ୍ତର୍ଗତ ମୌଳିକ ଅଧିକାରର ଉଲ୍ଲଂଘନ ହେବ।

୩୩ ବର୍ଷ ବୟସ୍କା ମହିଳାଙ୍କର ୨୮ ସପ୍ତାହର ଭ୍ରୁଣକୁ ଗର୍ଭପାତ କରାଇବାକୁ ନେଇ ବିଚାର ସମୟରେ ଖଣ୍ଡପୀଠ ଏଭଳି କହିଛନ୍ତି। ଭ୍ରୁଣଠାରେ ଟେଟ୍ରାଲୋଜି ଅଫ୍‌ ଫାଲୋଟ୍‌ (ଟିଓଏଫ୍‌), ଆବସେଣ୍ଟ୍‌ ପ୍ଲୁମୋନାରୀ ଭାଲବ୍‌ ସିଣ୍ଡ୍ରୋମ୍‌ (ଏପିଭି) ସମେତ ଅନ୍ୟାନ୍ୟ ସମସ୍ୟା ଥିବା ଜଣାପଡ଼ିଛି।

ମେଡ଼ିକାଲ ଟର୍ମିନେଶନ ପ୍ରେଗାନ୍ସି ଆକ୍ଟ-୧୯୭୧ର ଧାରା ୩-୨-କ ଏବଂ ଧାରା ୩-୨-ଖ ଅନୁସାରେ ଆବଶ୍ୟକ ସ୍ଥଳେ ୨୦ ସପ୍ତାହ ପୂର୍ବରୁ ଉପଯୁକ୍ତ କାରଣ ଆଧାରରେ ଗର୍ଭପାତ କରାଯିବାକୁ ଅନୁମତି ପ୍ରଦାନ କରାଯାଇଥାଏ। ମାତ୍ର ୨୪ ସପ୍ତାହ ପରେ ଏଭଳି କରିବା ଦ୍ୱାରା ସମ୍ପୃକ୍ତ ମହିଳାଙ୍କ ଜୀବନ ପ୍ରତି ବିପଦ ରହିଥାଏ। ଏହି ସମୟ ସୀମା ଅତିକ୍ରମ ହୋଇ ସାରିଥିବାରୁ ମେଡ଼ିକାଲ ବୋର୍ଡ ଗର୍ଭପାତ କରିବାକୁ ଅମଙ୍ଗ ହୋଇଥିଲେ।

ଫଳରେ ମହିଳା ଜଣକ ହାଇକୋର୍ଟ ଗର୍ଭପାତ ଅନୁମତି ଲାଗି ଅପିଲ୍‌ କରିଥିଲେ। ନିଜ ଇଛା ବିରୋଧରେ ଏଭଳି ବୋଝ ବୋହିବାକୁ ନାରାଜ ହେଉଥିବାରୁ ମେଡ଼ିକାଲ ଟର୍ମିନେଶନ ପ୍ରେଗାନ୍ସି ଆକ୍ଟର ଧାରା ୫ ଅନୁସାରେ ଗର୍ଭବତୀଙ୍କ ଜୀବନ ପ୍ରତି ସଙ୍କଟ କ୍ଷେତ୍ରରେ ଡାକ୍ତର ଗର୍ଭପାତ କରାଇ ପାରିବେ ବୋଲି ଖଣ୍ଡପୀଠ କହିଛନ୍ତି। ଏନେଇ ଖଣ୍ଡପୀଠ ଏମ୍ସ୍‌ ମେଡ଼ିକାଲ ବୋର୍ଡଙ୍କୁ ମହିଳାଙ୍କ ଯାଞ୍ଚ୍‌ କରିବାକୁ କହିଛନ୍ତି।

ଏହା ସହିତ ଖଣ୍ଡପୀଠ କହିଛନ୍ତି ଯେ, ମହିଳା ଜଣକ ଭ୍ରୁଣର ସମସ୍ୟା ନେଇ ମାନସିକ ଚାପରେ ରହିଛନ୍ତି। ତେଣୁ ତାଙ୍କର ଶାରୀରିକ ସ୍ଥିତିକୁ ଦୃଷ୍ଟିରେ ରଖି ଗର୍ଭପାତ କରିବା ଲାଗି ଖଣ୍ଡପୀଠ ଅନୁମତି ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ

ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ଭାଙ୍ଗିଲେ କୋହଲିଙ୍କ ରେକର୍ଡ

ନୂଆଦିଲ୍ଲୀ,୧୩।୧୦: କୌଣସି ଖେଳାଳିଙ୍କ ପାଇଁ ପ୍ରଥମ ଥର ଟେଷ୍ଟ ଦଳର ଅଧିନାୟକ ହେବା ଏକ ବଡ଼ ଆହ୍ବାନ। କିନ୍ତୁ ଆଫଗାନିସ୍ତାନର ରହମତ ଶାହ ଏହି ଦାୟିତ୍ୱକୁ ସ୍ମରଣୀୟ…

୭୭ ବର୍ଷରେ ହେମାଙ୍କ ଜବରଦସ୍ତ ଡ୍ୟାନ୍ସ! ମନ ଜିଣିଲେ ଡ୍ରିମ୍‌ ଗର୍ଲ

ମୁମ୍ବାଇ,୧୩।୧୦: ବୟସ ମାତ୍ର ଏକ ସଂଖ୍ୟା! ୭୭ ବର୍ଷ ବୟସରେ ବି ନିଜ ନୃତ୍ୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିଣୁଛନ୍ତି ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମା ମାଳିନୀ…

୩୮ ବର୍ଷ ବୟସରେ ଟିମ୍‌ ବଦଳାଇଲେ ଏହି କ୍ରିକେଟର୍‌: ପ୍ରଥମ ମ୍ୟାଚ୍‌ରେ କଲେ ଚମତ୍କାର

ଚଣ୍ଡିଗଡ଼,୧୩।୧୦: ଭାରତୀୟ କ୍ରିକେଟ ଦଳରୁ ଦୀର୍ଘଦିନ ଧରି ବାହାରେ ଥିବା ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ରଣଜୀ ଟ୍ରଫି ୨୦୨୬-୨୭ ସରିଜ୍‌ରେ ଜବରଦସ୍ତ ଆରମ୍ଭ କରିଛନ୍ତି।…

ଦିଲ୍ଲୀରେ ସକାଳୁ ସକାଳୁ CJPର ବିକ୍ଷୋଭ; ଆଶୁତୋଷ ରଙ୍କା ଅଟକ, ସୌରଭ ଦାସ ପୋଲିସ ହେପାଜତରେ

ନୂଆଦିଲ୍ଲୀ,୧୩।୧୦: ‘କକରୋଚ ଜନତା ପାର୍ଟି’ (CJP) ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଆଜି ସକାଳେ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?