Posted inଖେଳ

ପୁଣି ଏକାଠି ଖେଳିବେ ବୀରୁ, ଭଜି, ଯୁବି

ନୂଆଦିଲ୍ଲୀ,୪।୧: ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ(ବୀରୁ), ଅଲରାଉଣ୍ଡର ଯୁବରାଜ ସିଂ (ଯୁବି) ଓ ସ୍ପିନର ହରଭଜନ ସିଂ (ଭଜି) ପୁଣି ଥରେ ଏକାଠି କ୍ରିକେଟ ପଡ଼ିଆରେ ଖେଳିବେ। ଆସନ୍ତା ୨୦ ତାରିଖରୁ ଓମାନଠାରେ ଆରମ୍ଭ ହେବାକୁ ଥିବା ଲିଜେଣ୍ଡସ ଲିଗ୍‌ କ୍ରିକେଟ (ଏଲ୍‌ଏଲ୍‌ସି)ରେ ଇଣ୍ଡିଆ ମହାରାଜ ଦଳ ପାଇଁ ଖେଳିବେ ଦୁଇ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ସଦସ୍ୟ।

ଏଲ୍‌ଏଲ୍‌ସି ହେଉଛି ଅବସରପ୍ରାପ୍ତ ଅନ୍ତର୍ଜାତୀୟ କ୍ରିକେଟରଙ୍କ ପାଇଁ ଏକ ପେଶାଦାର ଟୁର୍ନାମେଣ୍ଟ। ୩ ତାରକା ଖଚ୍ଚିତ ଦଳକୁ ନେଇ ଓମାନର ଅଲ ଆମେରାତ କ୍ରିକେଟ ଷ୍ଟାଡିୟମରେ ଏହି ପ୍ରତିଯୋଗିତାର ପ୍ରତ୍ୟେକ ମ୍ୟାଚ୍‌ ଖେଳାଯିବ। ଅନ୍ୟ ଦୁଇ ଦଳ ଏସିଆ ଓ ଅବଶିଷ୍ଟ ବିଶ୍ୱକୁ ପ୍ରତିନିଧିତ୍ୱ କରିବେ।

ବୀରୁ, ଭଜି, ଯୁବିଙ୍କ ବ୍ୟତୀତ ଇର୍ଫାନ ପଠାନ, ୟୁସୁଫ ପଠାନ, ବଦ୍ରିନାଥ, ଆର ପି ସିଂ, ପ୍ରଜ୍ଞାନ ଓଝା, ନମନ ଓଝା, ମନପ୍ରୀତ ଗୋନି, ହେମଙ୍ଗ ବଦାନି, ଭେଣୁଗୋପାଲ ରାଓ, ମୁନାଫ ପଟେଲ, ସଞ୍ଜୟ ବାଙ୍ଗର, ନୟନ ମୋଙ୍ଗିଆ ଓ ଅମିତ ଭଣ୍ଡାରି ମହାରାଜା ଦଳ ଲାଗି ଖେଳିବେ।

“ସେମାନେ ଅସଲ ରାଜାଙ୍କ ଭଳି ସେମାନେ ଆସିବେ, ଦେଖିବେ ଓ ଜିତିବେ। ଭାରତରୁ ଆସୁଥିବା କ୍ରିକେଟ ମହାରାଜା ଏସିଆ ଓ ଅବଶିଷ୍ଟ ବିଶ୍ୱ ଦଳ ସହ ମୁକାବିଲା କରିବ” ବୋଲି ପୂର୍ବତନ ଭାରତୀୟ କୋଚ୍‌ ତଥା ଲିଗ୍‌ର କମିଶନର ରବି ଶାସ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚେନ୍ନାଇ ବିପକ୍ଷରେ ଶେଷ ବଲ୍‌ରେ ଜିତିଲା ମୁମ୍ବାଇ: ହିଟ୍‌ମ୍ୟାନ୍‌ ଦେଲେ ଏଭଳି ବୟାନ

ନୂଆଦିଲ୍ଲୀ,୨।୫: ଶନିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟିଥିଲା ମୁମ୍ବାଇ ଇଣ୍ଡିଆନ୍ସ। ଏଥିରେ ବାଜିମାରିଥିଲା ରୋହିତ ଶର୍ମାଙ୍କ ଦଳ। ଚେନ୍ନାଇ ଟସ୍‌ ହାରିବା ପରେ...

ଆଫଗାନିସ୍ତାନ ଟି-୨୦ ବିଶ୍ୱକପରୁ ବାହାର…

ମେଲବୋର୍ନ,୧।୧୧ : ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି -୨୦ ବିଶ୍ୱକପର ୩୨ ତମ ମ୍ୟାଚ ମଙ୍ଗଳବାର ବ୍ରିସବେନରେ ଖେଳାଯାଇଥିଲା। ଆଫଗାନିସ୍ତାନ ଟସ ଜିତି ପ୍ରଥମେ...

ଦ୍ୱିତୀୟ ଟି୨୦: ଓ୍ବେଷ୍ଟଇଣ୍ଡିଜ ୮ ଉଇକେଟରେ ବିଜୟୀ

ଥିରୁଭାନନ୍ତପୁରମ,୯।୧୨(ପି.ଟି.)- ବୋଲର ଓ ଓପନର ଲେଣ୍ଡେଲ ସିମନ୍ସଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଓ୍ବେଷ୍ଟଇଣ୍ଡିଜ ରବିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତକୁ ୯ ଟି ବଲ...

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ଲୁକ୍କାୟିତ ପ୍ରତିଭା ନଜରକୁ ଆସିବେ

ନୂଆଦିଲ୍ଲୀ, ୧୪।୨-ଓଡ଼ିଶାରେ ହେବାକୁ ଯାଉଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ୮ଟି ଲେଖାଏ ମହିଳା ଓ ପୁରୁଷ ହକି ଦଳ ଅଂଶଗ୍ରହଣ କରିବେ। ଭୁବନେଶ୍ୱର ଓ...

ଓଡ଼ିଶାରୁ ୪ ଖେଳାଳି

ଭୁବନେଶ୍ୱର,୩ା୮ (ସରୋଜ ଜେନା): ଇଂଲଣ୍ଡର ଶେଫିଲ୍ଡରେ ଅନୁଷ୍ଠିତ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟ ବୁଧବାର ଠାରୁ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାରୁ ୪ ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି।...

ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଉଦ୍‌ଯାପିତ: ପଞ୍ଜାବ ଦଳଗତ ଚାମ୍ପିୟନ, ସାବିତ୍ରୀ ଫୁଲେ ରନର୍ସଅପ୍‌

ଭୁବନେଶ୍ୱର,୨।୩(ସ୍ପୋଟର୍‌ସ ବ୍ୟୁରୋ)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା(କେଆଇୟୁଜି)ର ପ୍ରଥମ ସଂସ୍କରଣ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି। କିଟ୍‌ ବିଶ୍ୱବିଦ୍ୟାଳୟ ଇନ୍‌ଡୋର ହଲ୍‌ରେ ରବିବାର ଆୟୋଜିତ ଏକ ସ୍ବତନ୍ତ୍ର...

ଆଇପିଏଲ ପୂର୍ବରୁ ଖେଳାଳିଙ୍କୁ ତଥ୍ୟ ପ୍ରଦାନ କରୁଛି ନ୍ୟୁଜିଲାଣ୍ଡ କ୍ରିକେଟ

ଅକ୍‌ଲାଣ୍ଡ,୫ା୩(ପି.ଟି.)- କରୋନା ଭାଇରସ କାରଣରୁ ବିଶ୍ୱରେ ପ୍ରାୟ ୮୦ ଦେଶ ପ୍ରଭାବିତ ହୋଇସାରିଛନ୍ତି। ଏଥିରୁ ବର୍ତ୍ତି ପାରିନାହିଁ ଭାରତ । ଦେଶରେ ୧୬ ଇଟାଲି ଯାତ୍ରୀଙ୍କ...

ମାଳବିକା ଫାଇନାଲରେ

କନାସ୍‌(ଲିଥୁଆନିଆ),୧୪ା୬(ପି.ଟି.)- ଭାରତର ମାଳବିକା ବନସୋଡ୍‌ ଏଠାରେ ଚାଲିଥିବା ଆର୍‌ଏସ୍‌ଏଲ୍‌ ଲିଥୁଆନିଆନ୍‌ ଇଣ୍ଟରନ୍ୟାଶନାଲ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ ଫ୍ରାନ୍ସର...

Advertisement
Archives

Model This Week