ଇମ୍ଫାଲ,୪।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନିକିଆ ଉତ୍ତର-ପୂର୍ବ ରାଜ୍ୟ ମଣିପୁର ଗସ୍ତ କରିଛନ୍ତି। ମଣିପୁରରେ ୪୮୦୦ କୋଟିରୁ ଅଧିକ ମୂଲ୍ୟର ୨୨ ଟି ପ୍ରକଳ୍ପର ମୂଳଦୁଆ ପ୍ରଧାନମନ୍ତ୍ରୀ ସ୍ଥାପନ କରିଛନ୍ତି। ଇମ୍ଫାଲରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ଆଜି ବିମାନବନ୍ଦରରୁ ଏଠାକୁ ଆସିବା ପରେ ପ୍ରାୟ ଆଠ କିଲୋମିଟରର ଏକ ମାନବ କାନ୍ଥ ଦେଖିଲି। ମୁଁ ଆପଣ ପ୍ରେମକୁ କେବେବି ଭୁଲି ପାରିବି ନାହିଁ। ଦେଶର ପୂର୍ବ ଭାଗ ଭାରତ ପାଇଁ ବିକାଶର ଏକ ପ୍ରମୁଖ ଉତ୍ସ ହେବ। ଆଜି ଆମେ ଦେଖୁଛୁ ମଣିପୁର ଏବଂ ଉତ୍ତର ପୂର୍ବ ଭାରତର ଭବିଷ୍ୟତରେ କିପରି ନୂଆ ରଙ୍ଗ ପୂରଣ କରୁଛି। ଅନେକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି ।ଏହି ସବୁ ମଣିପୁରର ରତ୍ନ ଯାହା ମଣିପୁରର ଗର୍ବ ବଢାଇବ।
ଏହାପରେ ପ୍ରଧାନମନ୍ତ୍ରୀ ସ୍ଥାନୀୟ ବାଦ୍ୟଯନ୍ତ୍ର ଧରି ଛିଡା ହୋଇଥିବା ଲୋକଙ୍କ ଠାରୁ ଘଣ୍ଟ ନେଇ ବଜାଇଥିଲେ। ସେମାନଙ୍କ ସହ କିଛି ସମୟ ବାର୍ତ୍ତାଳାପ ମଧ୍ୟ କରିଥିଲେ।
Memorable moments from Manipur! Watch… pic.twitter.com/zj3ORmMJG9
— Narendra Modi (@narendramodi) January 4, 2022