ମାର୍କଣ୍ଡପୁର ପ୍ୟାକ୍ସରେ ଋଣ ଜାଲିଆତି

ଯାଜପୁର ଅଫିସ,୨୮।୧୦: ଯାଜପୁର ଜିଲାର ବହୁ ଚର୍ଚ୍ଚିତ ମାର୍କଣ୍ଡପୁର ପ୍ରାଥମିକ ସେବା ସମବାୟ ସମିତି(ପ୍ୟାକ୍ସ)ରେ ପୁଣି ଏକ ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ହୋଇଛି। ଏହି ପ୍ୟାକ୍ସର ସମ୍ପାଦକ ଚାଷୀଙ୍କ ଋଣ ପାସ୍‌ବୁକ୍‌ଗୁଡ଼ିକୁ ବେଆଇନ ଭାବେ ନିଜ ପାଖରେ ରଖି ଦେଣନେଣରେ ଜାଲିଆତି କରିଥିବା ଅଭିଯୋଗ ଉପରେ ଏଭଳି ପଦକ୍ଷେପ ନିଆଯାଇଛି। ଏହି ପ୍ରକ୍ରିୟାରେ ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ କରାଯାଇଥିବା ଅଭିଯୋଗ ହୋଇଛି। ଏହିକ୍ରମରେ ରାଜ୍ୟ ସେବା ସମବାୟ ସମିତି(କ୍ରେଡିଟ)ର ଉପନିବନ୍ଧକ ୨୬ା୧୦ା୨୦୨୧ରେ କଟକ ଡେପୁଟି ରେଜିଷ୍ଟର ଅଫ୍‌ କୋପରେଟିଭ ସୋସାଇଟି(ଡିଆର୍‌ସିଏସ୍‌)ଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ବିଭାଗୀୟ ନିର୍ଦ୍ଦେଶାଳୟକୁ ଜଣାଇବାକୁ ଉକ୍ତ ନିର୍ଦ୍ଦେଶ ପତ୍ରରେ ଦର୍ଶାଯାଇଛି। ଗତ ୩ ବର୍ଷ ମଧ୍ୟରେ ଏହି ପାକ୍ସରେ ଏହା ଦ୍ୱିତୀୟ ବଡ ହରିଲୁଟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଅଭିଯୋଗ ଅନୁସାରେ ମାର୍କଣ୍ଡପୁର ପାକ୍ସର ଚାଷୀ ଅଜୟ କୁମାର ମୁଦୁଲି ୨୦୦୯ରେ ଖରିଫ ଚାଷ ପାଇଁ ୧୩ ହଜାର ଟଙ୍କା ଋଣ ନେଇଥିଲେ। ସେ ବିଭିନ୍ନ ସମସ୍ୟା କାରଣରୁ ଋଣ ସୁଝି ପାରି ନ ଥିଲେ। ମୂଳ ଟଙ୍କା ସୁଧ ସହ ବଢ଼ି ୧୭,୫୦୦ ଟଙ୍କା ହୋଇଥିଲା। ତେବେ ସମ୍ପାଦକଙ୍କ କହିବା ଅନୁସାରେ ତାଙ୍କୁ ଗତ ୨ା୯ା୨୦୨୦ରେ ଚାଷୀ ଅଜୟ ସମସ୍ତ ଟଙ୍କା ପରିଶୋଧ କରିଥିଲେ। କିନ୍ତୁ ସମ୍ପାଦକ ଋଣ ପରିଶୋଧର ରସିଦ ନ ଦେଇ ତାଙ୍କ ପାସ୍‌ବୁକ୍‌(ନଂ.୨୬୫୫୦)ରେ ୩୦ା୬ା୨୦୧୮ ତାରିଖରେ ମୂଳ ୧୩ ହଜାର ଓ ସୁଧ ବାବଦକୁ ୪୫୦୦ ଟଙ୍କା ଲେଖି ଦେଇଥିଲେ। ଏନେଇ ଚାଷୀ ଅଜୟଙ୍କ ମନରେ ସନ୍ଦେହ ହେବାରୁ ବାରମ୍ବାର ରସିଦ୍‌ ମାଗିବା ସତ୍ତ୍ବେ ସମ୍ପାଦକ ଦେଇ ନ ଥିଲେ। ଏହାବାଦ୍‌ ଉକ୍ତ ପାସ୍‌ବୁକ୍‌ରେ ନୂତନ ଖରିଫ୍‌ ଋଣ ୨୯ା୯ା୨୦୨୦ରେ ଉଠାଣ ହୋଇଥିବା ଲିପିବଦ୍ଧ କରିଥିଲେ। ଋଣ ଟଙ୍କା ଉଠାଣ କରିବା ପାଇଁ ଟଙ୍କା ଉଠାଣ ଫର୍ମରେ ଦସ୍ତଖତ ମଧ୍ୟ କରାଇଥିଲେ। କିଛିଦିନ ପରେ ଉଠାଣ ହୋଇଥିବା ଋଣରୁ ଚାଷୀ ଅଜୟଙ୍କୁ ମାତ୍ର ୧୦ ହଜାର ଟଙ୍କା ଦେଇଥିଲେ। ଏନେଇ ସନ୍ଦେହ ହେବାରୁ ସେ ବ୍ୟାଙ୍କ୍‌କୁ ଯାଇ ଜାଣିବାକୁ ପାଇଥିଲେ ଯେ, ତାଙ୍କ ନାମରେ ୨୧,୬୦୦ ଟଙ୍କା ଉଠାଣ ହୋଇଛି। ଏ ସଂକ୍ରାନ୍ତରେ ସେ ସମ୍ପାଦକଙ୍କୁ ପଚାରିବାରୁ ବାକି ଟଙ୍କା ପରିଶୋଧ କରିବି ଏବଂ ଅଡିଟ୍‌ ସରିଲେ ପୁରୁଣା ରସିଦ୍‌ ଏବଂ ଋଣ ପାସ୍‌ବୁକ୍‌ ଫେରସ୍ତ କରିବି ବୋଲି କହିଥିଲେ। କିନ୍ତୁ ୧ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ସେ ରସିଦ୍‌ କିମ୍ବା ପାସ୍‌ବୁକ୍‌ ଫେରସ୍ତ କରି ନ ଥିଲେ। ବରଂ ଏକ ନୂତନ ପାସ୍‌ବୁକ୍‌ ଦେଇଥିଲେ, ଯେଉଁଥିରେ ବ୍ୟାଙ୍କ ସୁପରଭାଇଜରଙ୍କ ଦସ୍ତଖତ ନ ଥିଲା। ଉକ୍ତ ପାସ୍‌ବୁକ୍‌ରେ କେବଳ ୧୯ା୯ା୨୦୨୧ ତାରିଖରେ ୨୧,୬୦୦ ଟଙ୍କା ଋଣ ଉଠାଣ ହୋଇଥିବା ଲିପିବଦ୍ଧ ହୋଇଛି। ପୁରୁଣା ରସିଦ୍‌କୁ ବର୍ତ୍ତମାନ ବ୍ୟବହାର କରାଯାଇ ବକେୟା ଥିବା ଋଣ ଖାତାରେ ପକାଇ ନୂତନ ଋଣ ଦେଇଛନ୍ତି। ପ୍ରତ୍ୟେକ ଋଣୀ ଚାଷୀଙ୍କଠାରୁ ୧୦୦୦ ଟଙ୍କା ଲେଖାଏଁ ମଧ୍ୟ ଅସୁଲି ହୋଇଛି। ଏହାବାଦ୍‌ ବାପାଙ୍କ ନାମରେ ବକେୟା ଋଣ ଥାଇ ପୁଅ ନାମରେ, ସ୍ବାମୀଙ୍କ ନାମରେ ଋଣ ବକେୟା ଥାଇ ସ୍ତ୍ରୀଙ୍କ ନାମରେ, ବାପାଙ୍କ ନାମରେ ଋଣ ବକେୟା ଥାଇ ଝିଙ୍କ ନାମରେ ଋଣ ପ୍ରଦାନ କରାଯାଇଛି। ଗତ ୨୯ା୯ା୨୦୨୦ରେ କେତେଜଣ ଚାଷୀଙ୍କ ନୂତନ ଋଣ ମଞ୍ଜୁର କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସଭ୍ୟମାନଙ୍କ ଗୁଣ୍ଠେ ଜମି ନାହିଁ, କେତେଜଣ ସଭ୍ୟଙ୍କ ଘରବାଡି ବନ୍ଧା ରଖି ସମ୍ପାଦକ ବେଆଇନ ଭାବେ ଋଣ ମଞ୍ଜୁର କରିଛନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି। ଏଥିରେ ଏକାଧିକ ଚାଷୀଙ୍କୁ ସାମିଲ କରାଯାଇ ବିପୁଳ ପରିମାଣର ଅର୍ଥ ଆତ୍ମସାତ୍‌ ହୋଇଛି। ତେଣୁ ଏହାର ସ୍ବତନ୍ତ୍ର ଅଡିଟ୍‌ କରାଗଲେ ସମ୍ପାଦକଙ୍କ କଳା କାରନାମାର ପର୍ଦ୍ଦାଫାସ ହୋଇ ପାରିବ ବୋଲି ଅଭିଯୋଗରେ ଦର୍ଶାଯାଇଥିଲା।
ମାର୍କଣ୍ଡପୁର ପାକ୍ସରେ ପୂର୍ବରୁ ଏକ ଚାଷୀ ପରିବାରର ୪ ଜଣ ସଦସ୍ୟଙ୍କ ନାମରେ ଧାନ କିଣାରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଥିଲା। ହାଇକୋର୍ଟରେ ଏନେଇ ମାମଲା ରୁଜୁ ହେବାପରେ ଅଭିଯୋଗର ବିଧିବଦ୍ଧ ତଦନ୍ତ କରାଯାଇ ସଂପୃକ୍ତ ସମ୍ପାଦକ ଏବଂ ଅନ୍ୟ କେତେଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା। ତେବେ ଋଣ ଜାଲିଆତି ସମ୍ପର୍କରେ ପ୍ରତିକ୍ରିୟା ନେବା ପାଇଁ ଏଆରସିଏସ୍‌ ପ୍ରଶାନ୍ତ କୁମାର ମଲ୍ଲିକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା ା ହେଲେ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାରୀ ନିର୍ଯାତନାରେ ଓଡ଼ିଶା ୪ର୍ଥ

ଭୁବନେଶ୍ୱର,୫ା୧୨(ସତ୍ୟଜିତ୍‌ ରାଉତ):ଦେଶବ୍ୟାପୀ ମହିଳା ଓ ଶିଶୁ ବିରୋଧୀ ହିଂସା, ଅପରାଧ ବୃଦ୍ଧି ଚିନ୍ତାଜନକ ରହିଛି। ଅଧିକାଂଶ ମହିଳା ଘରୋଇ ହିଂସାର ଶିକାର ହେଉଛନ୍ତି। ଦେଶରେ ମହିଳା...

ବାତ୍ୟା ‘ମିଗଜୋମ’ର ପ୍ରଭାବ: ଏହି ଜିଲାରେ ସବୁ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୫।୧୨: ବାତ୍ୟା ‘ମିଗଜୋମ’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଛି। ଏହାସହ କିଛି ସ୍ଥାନରେ ବର୍ଷା ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି...

ଓଲଟିଲା ପିକଅପ୍‌ ଭ୍ୟାନ: ୧୫ ଗୁରୁତର

ବଲାଙ୍ଗୀର,୫।୧୨: ବଲାଙ୍ଗୀର ଜିଲା ଟିଟିଲାଗଡ଼ କତରକେଲା ରେଲ ଫାଟକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ୍‌ ଯାଉଥିବା ଏକ ପିକଅପ୍‌ ଭ୍ୟାନ...

ଖୁବଶୀଘ୍ର ଗଠନ ହେବ ପଦ୍ମପୁର ଜିଲା, ଜିଲାପାଳ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ

ପଦ୍ମପୁର, ୪ା୧୨(ପ୍ରଦୀପ୍ତ ଦାଶ ) ପଦ୍ମପୁରରେ ନୂତନ ଜିଲାପାଳ କାର୍ଯ୍ୟାଳୟ ସ୍ଥାନ ନିରୂପଣ ପାଇଁ ଉତ୍ତରାଞ୍ଚଳ ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଲାଇଙ୍କ ନେତୃତ୍ୱରେ ଏକ...

ବାଘ ଭୟରେ ଦୋକାନ ବଜାର ବନ୍ଦ

ହାଟଡିହୀ,୪l୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ବାଘ ବୁଲୁଥିବା ଗୁଜବକୁ ନେଇ ଭୟର ବାତାବରଣ ଖେଳିଯାଇଛି। ଏହି ବ୍ଲକ ଅଧୀନ ବିଭିନ୍ନ ଛକ...

ଜେଲରୁ ମୁକୁଳିବେ ଅର୍ଚ୍ଚନା ନାଗ୍‌ : ଇଡି ମାମଲାରେ ହାଇକୋର୍ଟରୁ ମିଳିଲା ଜାମିନ

ଭୁବନେଶ୍ୱର,୪।୧୧ (ସତ୍ୟଜିତ୍‌ ରାଉତ): ବହୁଚର୍ଚ୍ଚିତ ହନିଟ୍ରାପ୍‌ ଓ ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗ ଖୁବ୍‌ଶୀଘ୍ର ଝାରପଡ଼ା ଜେଲରୁ ମୁକୁଳିବେ। ପୂର୍ବରୁ...

ପୂର୍ବତନ ଜିଆରଏସ୍‌ଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ, ୪ା୧୨(ରାକେଶ କୁମାର ରାଉତ): ଏକ ଲାଞ୍ଚ ନେବା ମାମଲାର ବିଚାର କରି ସୋମବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ସମର ବିଳାସ ବେହେରାଙ୍କୁ ୩...

ସ୍ବାମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ: ଥାନାରେ ଅଭିଯୋଗ କଲେ ସ୍ତ୍ରୀ

ଜଗନ୍ନାଥପ୍ରସାଦ,୪ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମରେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ତାଙ୍କ ଘରୁ ଜବତ କରାଯାଇଛି। ମୃତକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri