ଅନ୍ତେବାସୀ ଛାତ୍ରଙ୍କ ମୃତ୍ୟୁ, ଚିକିତ୍ସା ଅଭିଯୋଗ ଆଣିଲେ ପରିବାର ଲୋକେ

ନୀଳଗିରି,୫ା୮(ଡି.ଏନ୍‌.ଏ): ହଷ୍ଟେଲରେ ରହୁଥିବା ଆଦିବାସୀ ଛାତ୍ରଙ୍କ ମୃତ୍ୟୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତମ ଚିକିତ୍ସା ଯୋଗାଇବା ବଦଳରେ ଗୁରୁତର ଛାତ୍ରଙ୍କୁ ଘରକୁ ପଠାଇ ଦେଇଥିଲେ ଶିକ୍ଷକ। ଶୁକ୍ରବାର ଚିକତ୍ସା ହେଉଥିବା ବେଳେ ଆଖି ବୁଜିଛନ୍ତି। ଏଭଳି ଘଟଣା ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଧୋବଶିଳା ପଞ୍ଚାୟତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଖବରବଣିରେ ଘଟିଛି। ସ୍କୁଲ ନିକଟ ରାବିଡ଼ିସାହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ସିଂଙ୍କ ୭ ବର୍ଷର ପୁଅ ତପୁ ହଷ୍ଟେଲରେ ରହି ଦ୍ୱିତୀୟ ଶ୍ରେଣୀରେ ପଢୁଥିଲେ। କିଛିଦିନ ଧରି ତାଙ୍କର ଶରୀର ଅସୁସ୍ଥ ଥିବା ସହ ଜ୍ବରରେ ମଧ୍ୟ ପୀଡିତ ଥିଲେ। ହଷ୍ଟେଲ ରୋଷେୟାଙ୍କୁ ମଧ୍ୟ କୋଭିଡ୍‌ ହୋଇଥିଲା। ତେବେ ହଷ୍ଟେଲ କର୍ତ୍ତୃପକ୍ଷ ମଧ୍ୟ ଏହାକୁ ହାଲୁକା ଭାବେ ନେଇଥିଲେ। ଛାତ୍ର ଜଣକ ଗୁରୁତର ହେବାରୁ ସ୍କୁଲ କର୍ତ୍ତୃପକ୍ଷ ମେଡିକାଲ ନେଇ ଚିକିତ୍ସା କରାଇବା ବଦଳରେ ଗୁରୁବାର ପୂର୍ବାହ୍ନରେ ତାଙ୍କ ବାପାଙ୍କୁ ଡକାଇ ଘରକୁ ପଠାଇ ଦେଇଥିଲେ। ଶୁକ୍ରବାର ପୂର୍ବାହ୍ନରେ ତାଙ୍କୁ ନୀଳଗିରି ଡାକ୍ତରଖାନାକୁ ନେଇ ଚକିତ୍ସା କରିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ତେବେ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଏଭଳି ଚରମ ଅବହେଳା ପାଇଁ ଆଜି ମୃତ୍ୟୁ ଅଭିଯୋଗ ଆଣି ପରିବାର ଓ ଗାଁ ଲୋକେ ହଷ୍ଟେଲ ଆଗରେ ଧାରଣା ଦେଇଛନ୍ତି। ଏନେଇ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପରିବାର ଲୋକେ ନ୍ୟାୟ ମାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ଆଉ ୬୩ ନୂଆ ପଜିଟିଭ୍‌ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩କୁ ବୃଦ୍ଧି

ଭୁବନେଶ୍ୱର,୨୯।୫(ବ୍ୟୁରୋ): ରାଜ୍ୟରେ ବଢ଼ୁଛି କରୋନା ଆକ୍ରାନ୍ତ ସଂଖ୍ୟା। ଶୁକ୍ରବାର ଆଉ ୬୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୧ କ୍ୱାରାଣ୍ଟାଇନ୍‌ କେନ୍ଦ୍ରର ହୋଇଥିବା ବେଳେ...

ଛେଣ୍ଡିପଦାରେ ଏକ ଏକର ଜାଗାରେ ଲାଗିଥିଲା ଗଞ୍ଜେଇ, ୩୪ଶହରୁ ଅଧିକ ଗଛ ନଷ୍ଟ କଲା ବିଭାଗ

ଛେଣ୍ଡିପଦା,୧୨।୧୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା କଣଲୋଇ ପଞ୍ଚାୟତ ନୂଆତଇଲା ଗ୍ରାମ ନିକଟରେ ଗୁରୁବାର ଅବକାରୀ ବିଭାଗ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ...

ବାର୍‌ହା ଆକ୍ରମଣରେ ୭ ଗୁରୁତର

ହିିଞ୍ଜିଳିକାଟୁ,୪ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ତଥା ବ୍ରହ୍ମପୁର ସଦର ଥାନା ଏ ଚନ୍ଦ୍ରମଣିପୁର ଗ୍ରାମରେ ଗୁରୁବାର ପୂର୍ବାହ୍ନରେ ବାର୍‌ହା ଆକ୍ରମଣରେ ୭ଜଣ ଗୁରୁତର ହୋଇଛନ୍ତି।...

ଛତିଶଗଡ଼ ପୋଲିସର ଦାଦାଗିରି ଅଭିଯୋଗ: ଧାରଣାରେ ବସିଲେ ସୀମାନ୍ତବାସୀ

ଲଖନପୁର,୧୧।୧୨(ଡି.ଏନ୍‌.ଏ): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ସୀମାନ୍ତବର୍ତ୍ତୀ କନକତୋର ବାବୁଖାରୀ ନିକଟରୁ ଗତ ଶନିବାର ଛତିଶଗଡ଼ ପୋଲିସ ବଳପୂର୍ବକ ଏକ ଧାନ ବୋଝେଇ ଗାଡ଼ି ସହ...

୪୨ ତୁମ୍ବର ବିନ୍ଧ, ୨୪ ଚକ କାମ ଶେଷ

ପୁରୀ ଅଫିସ, ୧୯ା୫: ଶ୍ରୀନହର ସମ୍ମୁଖ ରଥଖଳାରେ ଚାଲିଛି ତିନିରଥ ନିର୍ମାଣ। ସୋମବାର ସୁଦ୍ଧା ସମସ୍ତ ୪୨ ତୁମ୍ବର ବିନ୍ଧ କାମ ଶେଷ ହୋଇଛି। ତିନିରଥର...

ସାବିତ୍ରୀ ରଥ ହେବେ ଓଡ଼ିଶା ହାଇକୋର୍ଟ ବିଚାରପତି

କଟକ ଅଫିସ,୨୪ା୧:ହାଇକୋର୍ଟ ଆଡଭୋକେଟ ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ବିଚାରପତି ହେବେ। ସୁପ୍ରିମକୋର୍ଟଙ୍କ କଲେଜିୟମ ପକ୍ଷରୁ ସାବିତ୍ରୀଙ୍କ ନାମ ଗତ ବୁଧବାର ସୁପାରିସ କରାଯାଇଥିଲା। କଲେଜିୟମର...

ଦିନକୁ ୮ଘଣ୍ଟା ଡ୍ୟୁଟି କରିବେ ପୋଲିସ କର୍ମଚାରୀ: ସପ୍ତାହରେ ଦିନେ ଛୁଟି

କଟକ ଅଫିସ,୩୦ା୩: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଓଡ଼ିଶାରେ ବି ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଲକ୍‌ଡାଉନ୍‌କୁ...

କିଡ୍‌ନୀ ଆକ୍ରାନ୍ତଙ୍କ ଚିକିତ୍ସା, ପାଣି ଯୋଗାଣ ଦାବି, ଏଡିଏମଙ୍କୁ ଭେଟିଲା ଗାଁ କମିଟି

ଛତ୍ରପୁର,୩।୬(ଡି.ଏନ.ଏ.)-ଛତ୍ରପୁର ବ୍ଲକ କାଳିପଲ୍ଲୀ ପଞ୍ଚାୟତ ପି.ଲକ୍ଷ୍ମୀପୁର ଗାଁରେ କିଡନୀ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରିକି ଏଥିରେ କେତେଜଣଙ୍କ ମୃତ୍ୟୁ ଘଟିଥିବା ମଧ୍ୟ ଅଭିଯୋଗ...

Advertisement
Archives

Model This Week