ଉଦଳାରେ ହାଜତ ମୃତ୍ୟୁ

ଉଦଳା,୯ା୫(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳାରେ ରବିବାର ହାଜତ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପୋଲିସ ହେପାଜତରେ ଥିବା ଯୁବକ ପ୍ରଦୀପ ଦାସ(୩୫)ଙ୍କୁ ପିଟି ପିଟି ମାରି ଦିଆଯାଇଥିବା ତାଙ୍କ କକାପୁଅ ଭାଇ ରାଧାକାନ୍ତ ଦାସ କହିଛନ୍ତି। ଘଟଣାକୁ ନେଇ ଉଦଳା ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରଥମେ ଅତିରିକ୍ତ ଏସ୍‌ପି ସୁରେଶ ଚନ୍ଦ୍ର ପାତ୍ର ଓ ଏସ୍‌ଡିପିଓ ସାର୍ଥକ ରାୟ ଏବଂ ପରେ ଏସ୍‌ପି ଖିଲାରି ଋଷିକେଶ ଦ୍ୟାନଦେଓ ଥାନାରେ ପହଞ୍ଚି ଅଭିଯୋଗର ତଦନ୍ତ କରିଛନ୍ତି।
ଗତ ଜାନୁୟାରୀରେ ଉଦଳା ଏନ୍‌ଏସିର ୫ନଂ. ୱାର୍ଡରେ ରହୁଥିବା ଜଣେ ମହିଳାଙ୍କ ଘରୁ ସୁନା ଅଳଙ୍କାର ଲୁଟ୍‌ ହୋଇଥିଲା। ସଫା କରିବା ଆଳରେ ଦୁର୍ବୃତ୍ତ ଗହଣା ଲୁଟି ନେଇଥିଲେ। ଏନେଇ ଉଦଳା ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଏହି ଘଟଣାରେ ଉଦଳା ଓ ବଡ଼ସାହି ଥାନା ପୋଲିସ ବାଲେଶ୍ୱର ଜିଲା ମନ୍ଦାରପୁର ଅଞ୍ଚଳରୁ ପ୍ରଦୀପ ଦାସଙ୍କୁ ଶନିବାର ଗିରଫ କରିଥିଲା। ରାତିରେ ପ୍ରଦୀପଙ୍କୁ ଉଦଳା ଥାନାରେ ରଖି ପୋଲିସ ପଚରାଉଚରା କରିଥିଲା। ତେବେ ରବିବାର ଅପରାହ୍ନ ୧ଟା ୫୭ରେ ପୋଲିସ ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଅପରାହ୍ନ ୨ଟା ୩୫ରେ ତାଙ୍କର ମୃତ୍ୟୁ ଘଟିଥିଲା। ଚିକିତ୍ସା କରୁଥିବା ଡାକ୍ତର ପ୍ରଜ୍ଞା ପରମିତାଙ୍କ କହିବାନୁଯାୟୀ ପ୍ରଦୀପଙ୍କୁ ଅତି ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା। ସେତେବେଳକୁ ତାଙ୍କର ଚେତା ନ ଥିଲା। ତାଙ୍କ ଜୀବନ ବଞ୍ଚାଇବା ପାଇଁ ଆମେ ଯଥାସମ୍ଭବ ଚିକିତ୍ସା କରିଥିଲୁ। କିନ୍ତୁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଡାକ୍ତର ପରମିତା କହିଛନ୍ତି। ତେବେ ପ୍ରଦୀପ ଗୁରୁତର ଓ ଅଚେତ ହେବା ନେଇ ପୋଲିସ ଉପରେ ସନ୍ଦେହ ସୃଷ୍ଟି ହେଉଛି। ପ୍ରଦୀପଙ୍କ ପିଠିରେ ମାଡ଼ ଚିହ୍ନ ଥିବାରୁ ପୋଲିସ ତାଙ୍କୁ ପିଟି ପିଟି ମାରି ଦେଇଥିବା ତାଙ୍କ ଭାଇ ରାଧାକାନ୍ତ ଅଭିଯୋଗ କରିଛନ୍ତି। ଏହା ଜାଣିବା ପରେ ପ୍ରଦୀପଙ୍କ ଗ୍ରାମ ମନ୍ଦାରପୁରର ପ୍ରାୟ ୩୦୦ ଲୋକ ଡାକ୍ତରଖାନାରେ ପହଞ୍ଚତ୍ ହୋହଲ୍ଲା କରିଥିଲେ। ପ୍ରଦୀପ ବାଲେଶ୍ୱର ଗ୍ରାମ୍ୟ ଜଳଯୋଗାଣ ବିଭାଗରେ ରାତି ଜଗୁଆଳ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ନାମରେ କୌଣସି ଅଭିଯୋଗ ନ ଥିଲା। ହେଲେ ପୋଲିସ ତାଙ୍କୁ ଉଠାଇ ନେଇ ହତ୍ୟା କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ହାଜତ ମୃତ୍ୟୁ ଅଭିଯୋଗକୁ ଉଦଳା ଥାନା ଅଧିକାରୀ ନିରଜ କୁମାର ସାମଲ ଖଣ୍ଡନ କରିଛନ୍ତି। ପ୍ରଦୀପଙ୍କୁ କୌଣସି ଶାରୀରିକ ନିର୍ଯାତନା ଦିଆଯାଇନାହିଁ। ସୁନା ଅଳଙ୍କାର ଲୁଟ୍‌ ମାମଲାରେ ତାଙ୍କୁ ଶନିବାର ରାତିରେ ଥାନାକୁ ଆଣି ପଚରାଉଚରା କରାଯାଇଥିଲା। ରବିବାର ସକାଳେ ମଧ୍ୟ ଜେରା କରାଯିବା ସହ ସୁନା ଅଳଙ୍କାର ଲୁଟ୍‌ ଅଭିଯୋଗ ଆଣିଥିବା ମହିଳା ଥାନାକୁ ଆସି ପ୍ରଦୀପଙ୍କୁ ଚିହ୍ନିଥିଲେ। ପୂର୍ବାହ୍ନରେ ତାଙ୍କୁ ଜଳଖିଆ ଏବଂ ମଧ୍ୟାହ୍ନରେ ଖାଇବାକୁ ଦିଆଯାଇଥିଲା, କିନ୍ତୁ ସେ ଖାଇ ନ ଥିଲେ। ଏହାପରେ ସେ ଅସୁସ୍ଥ ହୋଇପଡ଼ିବାରୁ ଆମେ ଡାକ୍ତରଖାନାରେ ଭର୍ତ୍ତି କରିଥିଲୁ ବୋଲି ଥାନା ଅଧିକାରୀ ସାମଲ କହିଛନ୍ତି।
ରବିବାର ରାତିରେ ମୃତଦେହ ବ୍ୟବଚ୍ଛେଦ ହୋଇଛି। ତାହାର ରିପୋର୍ଟ ଆସିବା ପରେ ପ୍ରଦୀପଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ପ୍ରଦୀପଙ୍କ ଗୋଟିଏ ଝିଅ, ଗୋଟିଏ ପୁଅ ଏବଂ ସ୍ତ୍ରୀ ଅଛନ୍ତି। ସେମାନେ ଏବେ ଅସହାୟ ହୋଇପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?