ଉଦଳାରେ ହାଜତ ମୃତ୍ୟୁ

ଉଦଳା,୯ା୫(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳାରେ ରବିବାର ହାଜତ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପୋଲିସ ହେପାଜତରେ ଥିବା ଯୁବକ ପ୍ରଦୀପ ଦାସ(୩୫)ଙ୍କୁ ପିଟି ପିଟି ମାରି ଦିଆଯାଇଥିବା ତାଙ୍କ କକାପୁଅ ଭାଇ ରାଧାକାନ୍ତ ଦାସ କହିଛନ୍ତି। ଘଟଣାକୁ ନେଇ ଉଦଳା ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରଥମେ ଅତିରିକ୍ତ ଏସ୍‌ପି ସୁରେଶ ଚନ୍ଦ୍ର ପାତ୍ର ଓ ଏସ୍‌ଡିପିଓ ସାର୍ଥକ ରାୟ ଏବଂ ପରେ ଏସ୍‌ପି ଖିଲାରି ଋଷିକେଶ ଦ୍ୟାନଦେଓ ଥାନାରେ ପହଞ୍ଚି ଅଭିଯୋଗର ତଦନ୍ତ କରିଛନ୍ତି।
ଗତ ଜାନୁୟାରୀରେ ଉଦଳା ଏନ୍‌ଏସିର ୫ନଂ. ୱାର୍ଡରେ ରହୁଥିବା ଜଣେ ମହିଳାଙ୍କ ଘରୁ ସୁନା ଅଳଙ୍କାର ଲୁଟ୍‌ ହୋଇଥିଲା। ସଫା କରିବା ଆଳରେ ଦୁର୍ବୃତ୍ତ ଗହଣା ଲୁଟି ନେଇଥିଲେ। ଏନେଇ ଉଦଳା ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଏହି ଘଟଣାରେ ଉଦଳା ଓ ବଡ଼ସାହି ଥାନା ପୋଲିସ ବାଲେଶ୍ୱର ଜିଲା ମନ୍ଦାରପୁର ଅଞ୍ଚଳରୁ ପ୍ରଦୀପ ଦାସଙ୍କୁ ଶନିବାର ଗିରଫ କରିଥିଲା। ରାତିରେ ପ୍ରଦୀପଙ୍କୁ ଉଦଳା ଥାନାରେ ରଖି ପୋଲିସ ପଚରାଉଚରା କରିଥିଲା। ତେବେ ରବିବାର ଅପରାହ୍ନ ୧ଟା ୫୭ରେ ପୋଲିସ ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଅପରାହ୍ନ ୨ଟା ୩୫ରେ ତାଙ୍କର ମୃତ୍ୟୁ ଘଟିଥିଲା। ଚିକିତ୍ସା କରୁଥିବା ଡାକ୍ତର ପ୍ରଜ୍ଞା ପରମିତାଙ୍କ କହିବାନୁଯାୟୀ ପ୍ରଦୀପଙ୍କୁ ଅତି ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା। ସେତେବେଳକୁ ତାଙ୍କର ଚେତା ନ ଥିଲା। ତାଙ୍କ ଜୀବନ ବଞ୍ଚାଇବା ପାଇଁ ଆମେ ଯଥାସମ୍ଭବ ଚିକିତ୍ସା କରିଥିଲୁ। କିନ୍ତୁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଡାକ୍ତର ପରମିତା କହିଛନ୍ତି। ତେବେ ପ୍ରଦୀପ ଗୁରୁତର ଓ ଅଚେତ ହେବା ନେଇ ପୋଲିସ ଉପରେ ସନ୍ଦେହ ସୃଷ୍ଟି ହେଉଛି। ପ୍ରଦୀପଙ୍କ ପିଠିରେ ମାଡ଼ ଚିହ୍ନ ଥିବାରୁ ପୋଲିସ ତାଙ୍କୁ ପିଟି ପିଟି ମାରି ଦେଇଥିବା ତାଙ୍କ ଭାଇ ରାଧାକାନ୍ତ ଅଭିଯୋଗ କରିଛନ୍ତି। ଏହା ଜାଣିବା ପରେ ପ୍ରଦୀପଙ୍କ ଗ୍ରାମ ମନ୍ଦାରପୁରର ପ୍ରାୟ ୩୦୦ ଲୋକ ଡାକ୍ତରଖାନାରେ ପହଞ୍ଚତ୍ ହୋହଲ୍ଲା କରିଥିଲେ। ପ୍ରଦୀପ ବାଲେଶ୍ୱର ଗ୍ରାମ୍ୟ ଜଳଯୋଗାଣ ବିଭାଗରେ ରାତି ଜଗୁଆଳ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ନାମରେ କୌଣସି ଅଭିଯୋଗ ନ ଥିଲା। ହେଲେ ପୋଲିସ ତାଙ୍କୁ ଉଠାଇ ନେଇ ହତ୍ୟା କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ହାଜତ ମୃତ୍ୟୁ ଅଭିଯୋଗକୁ ଉଦଳା ଥାନା ଅଧିକାରୀ ନିରଜ କୁମାର ସାମଲ ଖଣ୍ଡନ କରିଛନ୍ତି। ପ୍ରଦୀପଙ୍କୁ କୌଣସି ଶାରୀରିକ ନିର୍ଯାତନା ଦିଆଯାଇନାହିଁ। ସୁନା ଅଳଙ୍କାର ଲୁଟ୍‌ ମାମଲାରେ ତାଙ୍କୁ ଶନିବାର ରାତିରେ ଥାନାକୁ ଆଣି ପଚରାଉଚରା କରାଯାଇଥିଲା। ରବିବାର ସକାଳେ ମଧ୍ୟ ଜେରା କରାଯିବା ସହ ସୁନା ଅଳଙ୍କାର ଲୁଟ୍‌ ଅଭିଯୋଗ ଆଣିଥିବା ମହିଳା ଥାନାକୁ ଆସି ପ୍ରଦୀପଙ୍କୁ ଚିହ୍ନିଥିଲେ। ପୂର୍ବାହ୍ନରେ ତାଙ୍କୁ ଜଳଖିଆ ଏବଂ ମଧ୍ୟାହ୍ନରେ ଖାଇବାକୁ ଦିଆଯାଇଥିଲା, କିନ୍ତୁ ସେ ଖାଇ ନ ଥିଲେ। ଏହାପରେ ସେ ଅସୁସ୍ଥ ହୋଇପଡ଼ିବାରୁ ଆମେ ଡାକ୍ତରଖାନାରେ ଭର୍ତ୍ତି କରିଥିଲୁ ବୋଲି ଥାନା ଅଧିକାରୀ ସାମଲ କହିଛନ୍ତି।
ରବିବାର ରାତିରେ ମୃତଦେହ ବ୍ୟବଚ୍ଛେଦ ହୋଇଛି। ତାହାର ରିପୋର୍ଟ ଆସିବା ପରେ ପ୍ରଦୀପଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ପ୍ରଦୀପଙ୍କ ଗୋଟିଏ ଝିଅ, ଗୋଟିଏ ପୁଅ ଏବଂ ସ୍ତ୍ରୀ ଅଛନ୍ତି। ସେମାନେ ଏବେ ଅସହାୟ ହୋଇପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri