ଚିପ୍‌ସ ପ୍ୟାକେଟ୍‌ରେ ଲୁଚିଛି ମୃତ୍ୟୁ: ୨ ମାସରେ ଗଲାଣି ୩ ଶିଶୁଙ୍କ ଜୀବନ, ଖୁବ୍‌ଶୀଘ୍ର ସରକାର…

ଭୁବନେଶ୍ୱର,୧୯ା୧(ତ୍ରିନାଥ ମହାନ୍ତି): ଖାଦ୍ୟ ସହ ଖେଳ ଖେଳୁଛନ୍ତି ଚିପ୍‌ସ କମ୍ପାନୀ। ବେପାର ବଢାଇବା ପାଇଁ ଚିପ୍‌ସ ପ୍ୟାକେଟ୍‌ ଭିତରେ ଛୋଟ ଖେଳନା, ବେଲୁନ ଆଦି ବିଭିନ୍ନ ପ୍ରକାର ଜିନିଷ ପୂରାଇ ପିଲାଙ୍କୁ ଆକୃଷ୍ଟ କରୁଛନ୍ତି। ଖାଦ୍ୟ ସହ ଖେଳନା ଖାଇ କୋମଳମତି ଶିଶୁଙ୍କ ଜୀବନ ଯାଉଛି। ତଣ୍ଟିରେ ଲାଗିଯିବାରୁ ୨ ମାସରେ ୩ରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଥିବାବେଳେ ୫ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଏବେ ଲୋକେ ‘ଚିପ୍‌ସ ପ୍ୟାକେଟ’ରେ ଯମ ରହିଥିବା ପିଲାଙ୍କୁ କହି ଡରାଉଥିବା ଦେଖିବାକୁ ମିଳୁଛି। ତେବେ ଅବହେଳାରୁ ଘଟୁଥିବା ଏଭଳି ମୃତ୍ୟୁ ଘଟଣାରେ ଥାନାରେ ମାମଲା ହୋଇଛି। କେତେକ କ୍ଷେତ୍ରରେ କମ୍ପାନୀ କର୍ତ୍ତୃପକ୍ଷ କିମ୍ବା ମ୍ୟାନେଜର କ୍ଷମା ମାଗି ଖସିଯାଉଥିବା ଦେଖାଯାଉଛି। ହେଲେ ସମ୍ପୃକ୍ତ କମ୍ପାନୀ ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଏଭଳି ହୃଦୟବିଦାରକ ଘଟଣା ବଢ଼ିଚାଲିଛି। ତେବେ ଏନେଇ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ମାନବାଧିକାର କର୍ମୀ ହିମାଂଶୁ ନାୟକ ପିଟିଶନ ଦାଏର କରିଛନ୍ତି। ଚିପ୍‌ସରେ ଖେଳନା ଦେଉଥିବା କମ୍ପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ମୃତ ଶିଶୁଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ଏତେ ଜୀବନ ଯିବା ପରେ ବହୁ ବିଳମ୍ବରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ଏଭଳି ଅଘଟଣ ଏଡ଼ାଇବାକୁ ଚିପ୍‌ସ ପ୍ରସ୍ତୁତକାରୀଙ୍କ ପାଇଁ ଏସ୍‌ଓପି ଜାରି କରିବାକୁ ଯାଉଛନ୍ତି। ଖୁବ୍‌ଶୀଘ୍ର ଏନେଇ ଗାଇଡଲାଇନ୍‌ ଜାରି ହେବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଅଭିଭାବକମାନେ ମଧ୍ୟ ଏଥିପ୍ରତି ସତର୍କ ଓ ସଚେତନ ରହିବା ଦରକାର ବୋଲି ମତ ପ୍ରକାଶ ପାଇଛି। ଶରୀର ପ୍ରତି ବିପଦ ସୃଷ୍ଟିକାରୀ ଏଭଳି ଜଙ୍କ୍‌ ଫୁଡ୍‌ଠାରୁ ପିଲାଙ୍କୁ ଦୂରେଇ ରଖିବାକୁ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।
ଚଳିତ ମାସରେ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ନିଧିପୁର ଗାଁର ତାପସ ପାଇକରାୟ ଚିପ୍‌ସ ପ୍ୟାକେଟରୁ ବାହାରିଥିବା ବେଲୁନ ଫୁଙ୍କିବା ବେଳେ ତାହା ପାଟି ଭିତରେ ପଶି ତଣ୍ଟିରେ ଲାଖିଯାଇଥିଲା। ପ୍ରାଣବିକଳରେ ଛଟପଟ ହେଉଥିବା ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ବଞ୍ଚାଇପାରି ନ ଥିଲେ। ସେହିଭଳି ୩ ଦିନ ତଳେ ଚିପ୍‌ସ ପ୍ୟାକେଟ ଭିତରେ ଥିବା ଖେଳଣା ନିଆଁରେ ପଡ଼ି ବିସ୍ଫୋରଣ ହେବାରୁ ଆଖି ହରାଇଥିଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଶଗଡ଼ ଗଁାର ୮ ବର୍ଷର ପୁଅ ଅଙ୍କେଶ ହର୍‌ପାଲ। ଆଉ ଏସବୁ ଘଟଣା ୨ ମାସ ତଳର କନ୍ଧମାଳ ଜିଲାର ଆଉ ଏକ ଘଟଣାକୁ ମନେ ପକାଇଦେବା ସହ ସତର୍କ କରାଇଦେଇଛି। ଅଙ୍ଗନଓ୍ବାଡି କେନ୍ଦ୍ରରୁ ଫେରିବା ବେଳେ ବାପା କିଣିଦେଇଥିବା ଚିପ୍‌ସ ପ୍ୟାକେଟରୁ ବାହାରିଥିବା ଖେଳଣା ବନ୍ଧୁକ ତଣ୍ଟିରେ ଲାଗିଯିବାରୁ ଆଖି ବୁଜିଥିଲେ କନ୍ଧମାଳ ବ୍ରାହ୍ମଣୀ ଥାନା ଅନ୍ତର୍ଗତ ମୁଷିମାହା ଗାଁର ରଞ୍ଜିତ ପ୍ରଧାନଙ୍କ ୪ ବର୍ଷର ପୁଅ ବିଗିଲ।
ଆଇନଜୀବୀ ଅବିନାଶ ଗୁରୁ କହିଛନ୍ତି, ଚିପ୍‌ସରେ ଖେଳନା ଦେଉଥିବା କମ୍ପାନୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଆହୁରି ମଧ୍ୟ ପୋଲିସ ଉକ୍ତ କମ୍ପାନୀ ମ୍ୟାନେଜରମାନଙ୍କୁ ତୁରନ୍ତ ଗିରଫ କରିବା ସହ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଉ।
ଅଭିଭାବକ ରଶ୍ମିରେଖା ବେହେରା କହିଛନ୍ତି, ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଆମ ପିଲାଙ୍କୁ ଚିପ୍‌ସ ଖାଇବାକୁ ଦେବାକୁ ଭୟ ଲାଗୁଛି। ହେଲେ ଆମ ଅଜାଣତରେ ସେମାନେ ଦୋକାନକୁ ଯାଇ କିଣି ଖାଉଛନ୍ତି। ଘରକୁ ଯଦି କେହି ଆସୁଛନ୍ତି ସେମାନଙ୍କୁ ଖେଳନା ଚିପ୍‌ସ କିଣିବା ପାଇଁ ଜିଦ୍‌କରି କାନ୍ଦୁଛନ୍ତି। ତେଣୁ ଯେଉଁ କମ୍ପାନୀ ପିଲାଙ୍କ ଜୀବନ ନେବାଭଳି କାମ କରୁଛି, ସେସବୁ କମ୍ପାନୀକୁ ସରକାର ବ୍ୟାନ୍‌ କରିବା ଭଳି କଠୋର ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri