ଘାତକ ଆମୋନିୟମ ନାଇଟ୍ରେଟ୍‌

”ଆମୋନିୟମ ନାଇଟ୍ରେଟ୍‌ ହେଉଛି ଧଳା ରଙ୍ଗର ସ୍ଫୁଟିନାକାର ଗୋଟିଏ କଠିନ ରାସାୟନିକ ପଦାର୍ଥ । ଏହା ଆମୋନିୟମ ଓ ନାଇଟ୍ରେଟ୍‌ ଆୟନରୁ ଗଠିତ। ଆମୋନିଆ ସହ ନାଇଟ୍ରିକ ଅମ୍ଳ ମିଶାଇ ଏହାକୁ ଉତ୍ପାଦନ କରାଯାଏ। ପୃଥିବୀରେ ବର୍ଷକୁ ପ୍ରାୟ ଦୁଇ କୋଟି ଟନ୍‌ ଆମୋନିୟମ ନାଇଟ୍ରେଟ୍‌ ଉତ୍ପାଦନ କରାଯାଇଥାଏ। ଏହାର ମୁଖ୍ୟ ବ୍ୟବହାର ସାର ଉତ୍ପାଦନରେ ହୋଇଥାଏ। ସାରକୁ ଏହା ଯବକ୍ଷାରଜାନ ଯୋଗାଇଥାଏ। ଏହାକୁ ମଧ୍ୟ ଖଣିଜ ପଦାର୍ଥ ଉତ୍ତୋଳନରେ ବ୍ୟବହାର କରାଯାଏ। ଏହା ସହିତ ଇନ୍ଧନ ତେଲ ମିଶାଇଲେ ଏହା ବିସ୍ଫୋରକର କାର୍ଯ୍ୟ କରିଥାଏ।“

ଚଳିତ ବର୍ଷ ଅଗଷ୍ଟ ୪ରେ ଲେବାଲନ୍‌ ରାଜଧାନୀ ବିରୁଟ୍‌ଠାରେ ଗୋଟିଏ ଭୟଙ୍କର ବିସ୍ଫୋରଣରେ ଦୁଇ ଶହରୁ ଅଧିକ ଲୋକଙ୍କର ମୃତ୍ୟୁ ହେବା ସହ ପାଞ୍ଚ ହଜାରରୁ ଅଧିକ ଆହତ ହୋଇଛନ୍ତି। ଅନେକ କୋଠାବାଡ଼ି ଧୂଳିସାତ୍‌ ହୋଇଯାଇଛି ଏବଂ ପ୍ରାୟ ତିନି ଲକ୍ଷ ଲୋକ ଗୃହହୀନ ହୋଇଯାଇଛନ୍ତି। ପ୍ରାରମ୍ଭିକ ସରକାରୀ ରିପୋର୍ଟ ଅନୁଯାୟୀ ଏଥିରେ ୧୦୦୦ରୁ ୧୫୦୦କୋଟି ଡଲାର ଆର୍ଥତ୍କ କ୍ଷତି ହୋଇଛି।
ସହରର ବନ୍ଦର ନିକଟରେ ଗୋଟିଏ ଗୋଦାମ ଘରେ ୨୭୦୦ ମେଟ୍ରିକ ଟନ୍‌ରୁ ଅଧିକ ଆମୋନିୟମ ନାଇଟ୍ରେଟ୍‌ ଗତ ଛଅ ବର୍ଷ ଧରି ରଖାଯାଇଥିଲା। କୌଣସି କାରଣରୁ ସେଥିରେ ଅଗ୍ନିକାଣ୍ଡ ଘଟି ବିସ୍ଫୋରଣ ହୋଇଛି ଏବଂ ଏହା ଘାତକ ସାଜିଛି। ବିସ୍ଫୋରଣ ଯୋଗୁ ଅଗ୍ନିକାଣ୍ଡ ସହ ପରମାଣୁ ବିସ୍ଫୋରଣରେ ଯେପରି ଆକାଶକୁ ଧୂଅଁା ଉଠିଥାଏ, ସେହିପରି ଛତୁ ଆକାରର ଧୂମ୍ରବାଦଲ ଆକାଶକୁ ଆଚ୍ଛନ କରି ରଖିଥିଲା। ବିସ୍ଫୋରଣ ଯୋଗୁ ସମସ୍ତ ସହରରେ ଗୋଟିଏ ଆଘାତ ତରଙ୍ଗ (ସକ୍‌ ଓ୍ବେଭ୍‌) ବ୍ୟାପି ଯିବାରୁ କୋଠାବାଡି ଭାଙ୍ଗିଯିବା ସହ ଅନେକ ଲୋକ ମୃତାହତ ହେଲେ। ଲୋକମାନଙ୍କର ଅସନ୍ତୋଷର ଶିକାର ହୋଇ ଲେବାନନ୍‌ ସରକାର ମଧ୍ୟ ଇସ୍ତଫା ଦେଇଛନ୍ତି।
ଆମୋନିୟମ ନାଇଟ୍ରେଟ୍‌ ହେଉଛି ଧଳା ରଙ୍ଗର ସ୍ଫୁଟିନାକାର ଗୋଟିଏ କଠିନ ରାସାୟନିକ ପଦାର୍ଥ। ଏହା ଆମୋନିୟମ ଓ ନାଇଟ୍ରେଟ୍‌ ଆୟନରୁ ଗଠିତ। ଆମୋନିଆ ସହ ନାଇଟ୍ରିକ ଅମ୍ଳ ମିଶାଇ ଏହାକୁ ଉତ୍ପାଦନ କରାଯାଏ। ପୃଥିବୀରେ ବର୍ଷକୁ ପ୍ରାୟ ଦୁଇ କୋଟି ଟନ୍‌ ଆମୋନିୟମ ନାଇଟ୍ରେଟ୍‌ ଉତ୍ପାଦନ କରାଯାଇଥାଏ। ଏହାର ମୁଖ୍ୟ ବ୍ୟବହାର ସାର ଉତ୍ପାଦନରେ ହୋଇଥାଏ। ସାରକୁ ଏହା ଯବକ୍ଷାରଜାନ ଯୋଗାଇଥାଏ। ଏହାକୁ ମଧ୍ୟ ଖଣିଜ ପଦାର୍ଥ ଉତ୍ତୋଳନରେ ବ୍ୟବହାର କରାଯାଏ। ଏହା ସହିତ ଇନ୍ଧନ ତେଲ ମିଶାଇଲେ ଏହା ବିସ୍ଫୋରକର କାର୍ଯ୍ୟ କରିଥାଏ। ତେଣୁ ଏହାକୁ ପ୍ରାୟ ପ୍ରତ୍ୟେକ ଖଣିରେ ନିୟନ୍ତ୍ରିତ ବିସ୍ଫୋରଣ କରିବା ପାଇଁ ବ୍ୟବହାର କରାଯାଇଥାଏ।
ଆମୋନିୟମ ନାଇଟ୍ରେଟ୍‌ର ବିସ୍ଫୋରଣ ଗୁଣ ଯୋଗୁ ଏହାକୁ ବୋମା ନିର୍ମାଣରେ ବ୍ୟବହାର କରାଯାଇଥାଏ। ବିଶେଷତଃ ଚୋରାରେ ବୋମା ତିଆରିରେ ଏହାକୁ ଅଧିକ ବ୍ୟବହାର କରାଯାଉଛି। ଉଗ୍ରପନ୍ଥୀମାନେ ଏହାକୁ ଏହି ଉଦ୍ଦେଶ୍ୟରେ ବିଦେଶରୁ ଚୋରାରେ ଆଣିଥାଆନ୍ତି। ଅନେକ ସ୍ଥଳରେ ଏହିପରି ଚୋରାରେ ଆସିଥିବା ଆମୋନିୟମ ନାଇଟ୍ରେଟକୁ ଜବତ କରାଯାଇ ଅନେକ ଦିନ ପର୍ଯ୍ୟନ୍ତ ଗଚ୍ଛିତ କରି ରଖାଯାଇଥାଏ। ଏହା ଶେଷରେ ବିସ୍ପୋରଣର କାରଣ ହୋଇଥାଏ। ବିରୁଟ୍‌ରେ ମଧ୍ୟ ଏହିପରି ଚୋରା ଆମୋନିୟମ ନାଇଟ୍ରେଟକୁ ଜବତ କରି ଗୋଦାମରେ ରଖାଯାଇଥିଲା।
ଆମୋନିୟମ ନାଇଟ୍ରେଟ୍‌ ନିଜେ ଜଳେ ନାହିଁ। କିନ୍ତୁ ଏହା ଜଳିବାରେ ସାହାଯ୍ୟ କରୁଥିବା ଅମ୍ଳଜାନର ଉତ୍ସ ହୋଇଥାଏ। ଅବଶ୍ୟ ଉଚ୍ଚ ତାପମାତ୍ରାରେ ଏହା ବିଘଟିତ ହୋଇ ନାଇଟ୍ରୋଜେନ୍‌ ଅକସାଇଡ୍‌ ଓ ଜଳୀୟ ବାଷ୍ପ ସୃଷ୍ଟି ହୋଇଥାଏ। ନାଇଟ୍ରୋଜେନ ଅକସାଇଡ୍‌ ମନୁଷ୍ୟର ଶ୍ୱାସକ୍ରିୟାରେ ବାଧା ସୃଷ୍ଟି କରିଥାଏ। କିନ୍ତୁ ଏହା ନିକଟକୁ ନିଅଁା ଆଣିଲେ ବିସ୍ଫୋରଣ ହୋଇଥାଏ, ଯାହା ବିରୁଟ୍‌ରେ ଘଟିଲା। ଅନୁସନ୍ଧାନରୁ ଜଣାପଡିଛି ଯେ, ବିରୁଟ୍‌ ଦୁର୍ଘଟଣାରେ ଗୋଦାମ ନିକଟରେ ବାଣ ଫୁଟାଯାଇଥିଲା।
ଆମୋନିୟମ ନାଇଟ୍ରେଟ୍‌ ଯୋଗୁ ଏପରି ଭୟଙ୍କର ବିସ୍ଫୋରଣ ନୂଆ କଥା ନୁହେଁ। ଅତୀତରେ ଏହା ଯୋଗୁ ବିସ୍ଫୋରଣ ହେବାର ଅନେକ ଉଦାହରଣ ଅଛି। ଏହା ଯୋଗୁ ସବୁଠାରୁ ଭୟାବହ ବିସ୍ଫୋରଣ ୧୯୪୭ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ଟେକସାସ୍‌ ବନ୍ଦର ସହରରେ ହୋଇଥିଲା। କେହି ଜଣେ ଲୋକ ଗୋଟିଏ ଜାହାଜ ଉପରକୁ ଜଳନ୍ତା ସିଗାରେଟ ଫିଙ୍ଗିଦେଲେ। ଦୁର୍ଯ୍ୟେଗବଶତଃ ସେହି ଜାହାଜରେ କାଗଜ ପ୍ୟାକେଟ୍‌ରେ ୨୩୦୦ ଟନ୍‌ ଆମୋନିୟମ ନାଇଟ୍ରେଟ୍‌ ଥିଲା ଏବଂ ସେଥିରେ ନିଅଁା ଲାଗି ବିସ୍ଫୋରଣ ହେଲା। ଏଥିରୁ ନିଅଁା ଯାଇ ଅଳ୍ପ ଦୂରରେ ଆମୋନିୟମ ନାଇଟ୍ରେଟ୍‌ ନେଇ ଯାଉଥିବା ଅନ୍ୟ ଏକ ଜାହାଜରେ ମଧ୍ୟ ବିସ୍ଫୋରଣ ହେଲା। ଏଥିରୁ ନିଅଁା ଉଡି ବନ୍ଦର ନିକଟରେ ଥିବା ରାସାୟନିକ ଟ୍ୟାଙ୍କ ଓ ତୈଳ ବିଶୋଧନାଗାରରେ ମଧ୍ୟ ବିସ୍ଫୋରଣ ହେଲା। ଏଥିରେ ମୋଟ ୫୮୧ ଲୋକ ପ୍ରାଣ ହରାଇଥିଲେ।
୧୯୨୧ ମସିହାରେ ଜର୍ମାନୀର ଓପାଉଠାରେ ଗୋଟିଏ କାରଖାନାରେ ୪୫୦୦ ଟନ୍‌ ଆମୋନିୟମ ନାଇଟ୍ରେଟ୍‌ ବିସ୍ଫୋରିତ ହୋଇ ୫୦୦ରୁ ଅଧିକ ଲୋକ ମରିଥିଲେ। ୨୦୧୫ ମସିହାରେ ଚାଇନାର ତିଆଞ୍ଜିନଠାରେ ଏକ ବିସ୍ଫୋରଣରେ ୧୭୩ ଜଣ ଲୋକ ମୃତ୍ୟୁବରଣ କରିଥିଲେ। ସେଠାରେ ଆମୋନିୟମ ନାଇଟ୍ରେଟ୍‌ ଏବଂ ଦହନୀୟ ରାସାୟନିକ ପଦାର୍ଥ ଏକାଠି ଗୋଟିଏ ସ୍ଥାନରେ ରଖାଯାଇଥିଲା ଏବଂ ଅଗ୍ନିକାଣ୍ଡ ଯୋଗୁ ବିସ୍ଫୋରଣ ହୋଇଥିଲା। ୨୦୦୪ ମସିହାରେ ଉତ୍ତର କୋରିଆର ରୋଙ୍ଗଚୋନ୍‌ ସହରରେ ଆମୋନିୟମ ନାଇଟ୍ରେଟ ବିସ୍ଫୋରଣ ହୋଇ ୧୬୧ ଜଣ ମୃତ୍ୟୁବରଣ କରିଥିଲେ।
ଅନ୍ୟପକ୍ଷରେ ଉଗ୍ରପନ୍ଥୀମାନେ ଆମୋନିୟମ୍‌ ନାଇଟ୍ରେଟ୍‌କୁ ବ୍ୟବହାର କରି ଉଦ୍ଦେଶ୍ୟମୂଳକ ଭାବେ ବିସ୍ଫୋରଣ ଘଟାଇବାର ଅନେକ ନଜୀର ରହିଛି। ଏହିପରି ବିସ୍ଫୋରଣରେ ୨୦୦୨ ମସିହାରେ ଇଣ୍ଡୋନେସିଆର ବାଲି ରାଜ୍ୟରେ ଏକ ରାତ୍ରି କ୍ଲବ୍‌ରେ ୨୦୨ ଜଣ ଏବଂ ୧୯୯୫ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ଓକଲାହୋମା ସହରରେ ୧୬୮ ଜଣ ମୃତ୍ୟୁବରଣ କରିଥିଲେ। ଭାରତରେ ପ୍ରାୟ ନିୟମିତ ବ୍ୟବଧାନରେ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କଠାରୁ କିମ୍ବା ପରିତ୍ୟକ୍ତ ଅବସ୍ଥାରେ ଆମୋନିୟମ ନାଇଟ୍ରେଟ୍‌ ଜବତ ହେଉଛି।
ଆମୋନିୟମ ନାଇଟ୍ରେଟ୍‌କୁ ‘ବିପଜ୍ଜନକ ପଦାର୍ଥ’ ଭାବେ ବର୍ଗୀକରଣ କରାଯାଇଛି। ଏହାର ଉତ୍ପାଦନ, ପରିବହନ ଓ ରଖିବା ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଅଛି। ଏହାକୁ ଗୋଦାମରେ ନିୟମିତ ତଦାରଖ କରିବା ଆବଶ୍ୟକ ଏବଂ ଏହା ନିକଟରେ ଦହନୀୟ ପଦାର୍ଥ ରଖିବା ନିରାପଦ ନୁହେଁ। ଏହାକୁ ମଧ୍ୟ ଜନବସତିଠାରୁ ଦୂରରେ ରଖିବା ଉଚିତ।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍‌-୧,ଭୁବନେଶ୍ୱର
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….

ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ଏହି ଅବସରରେ ବୁଧବାର ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ତାଙ୍କ ବାସଭବନରେ…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

ରଣଜୀ ଟିମ୍‌ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’…

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

କେତେ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀ? କେବଳ ଅଫିସର ଦାମ ୯ କୋଟି! ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୭।୧୦: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରାୟତଃ ନିଜର ରାଜନୈତିକ ନିଷ୍ପତ୍ତି ଏବଂ ସରକାରଙ୍କ ବିରୋଧରେ ଦେଉଥିବା ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?