ଘାତକ ଆମୋନିୟମ ନାଇଟ୍ରେଟ୍‌

”ଆମୋନିୟମ ନାଇଟ୍ରେଟ୍‌ ହେଉଛି ଧଳା ରଙ୍ଗର ସ୍ଫୁଟିନାକାର ଗୋଟିଏ କଠିନ ରାସାୟନିକ ପଦାର୍ଥ । ଏହା ଆମୋନିୟମ ଓ ନାଇଟ୍ରେଟ୍‌ ଆୟନରୁ ଗଠିତ। ଆମୋନିଆ ସହ ନାଇଟ୍ରିକ ଅମ୍ଳ ମିଶାଇ ଏହାକୁ ଉତ୍ପାଦନ କରାଯାଏ। ପୃଥିବୀରେ ବର୍ଷକୁ ପ୍ରାୟ ଦୁଇ କୋଟି ଟନ୍‌ ଆମୋନିୟମ ନାଇଟ୍ରେଟ୍‌ ଉତ୍ପାଦନ କରାଯାଇଥାଏ। ଏହାର ମୁଖ୍ୟ ବ୍ୟବହାର ସାର ଉତ୍ପାଦନରେ ହୋଇଥାଏ। ସାରକୁ ଏହା ଯବକ୍ଷାରଜାନ ଯୋଗାଇଥାଏ। ଏହାକୁ ମଧ୍ୟ ଖଣିଜ ପଦାର୍ଥ ଉତ୍ତୋଳନରେ ବ୍ୟବହାର କରାଯାଏ। ଏହା ସହିତ ଇନ୍ଧନ ତେଲ ମିଶାଇଲେ ଏହା ବିସ୍ଫୋରକର କାର୍ଯ୍ୟ କରିଥାଏ।“

ଚଳିତ ବର୍ଷ ଅଗଷ୍ଟ ୪ରେ ଲେବାଲନ୍‌ ରାଜଧାନୀ ବିରୁଟ୍‌ଠାରେ ଗୋଟିଏ ଭୟଙ୍କର ବିସ୍ଫୋରଣରେ ଦୁଇ ଶହରୁ ଅଧିକ ଲୋକଙ୍କର ମୃତ୍ୟୁ ହେବା ସହ ପାଞ୍ଚ ହଜାରରୁ ଅଧିକ ଆହତ ହୋଇଛନ୍ତି। ଅନେକ କୋଠାବାଡ଼ି ଧୂଳିସାତ୍‌ ହୋଇଯାଇଛି ଏବଂ ପ୍ରାୟ ତିନି ଲକ୍ଷ ଲୋକ ଗୃହହୀନ ହୋଇଯାଇଛନ୍ତି। ପ୍ରାରମ୍ଭିକ ସରକାରୀ ରିପୋର୍ଟ ଅନୁଯାୟୀ ଏଥିରେ ୧୦୦୦ରୁ ୧୫୦୦କୋଟି ଡଲାର ଆର୍ଥତ୍କ କ୍ଷତି ହୋଇଛି।
ସହରର ବନ୍ଦର ନିକଟରେ ଗୋଟିଏ ଗୋଦାମ ଘରେ ୨୭୦୦ ମେଟ୍ରିକ ଟନ୍‌ରୁ ଅଧିକ ଆମୋନିୟମ ନାଇଟ୍ରେଟ୍‌ ଗତ ଛଅ ବର୍ଷ ଧରି ରଖାଯାଇଥିଲା। କୌଣସି କାରଣରୁ ସେଥିରେ ଅଗ୍ନିକାଣ୍ଡ ଘଟି ବିସ୍ଫୋରଣ ହୋଇଛି ଏବଂ ଏହା ଘାତକ ସାଜିଛି। ବିସ୍ଫୋରଣ ଯୋଗୁ ଅଗ୍ନିକାଣ୍ଡ ସହ ପରମାଣୁ ବିସ୍ଫୋରଣରେ ଯେପରି ଆକାଶକୁ ଧୂଅଁା ଉଠିଥାଏ, ସେହିପରି ଛତୁ ଆକାରର ଧୂମ୍ରବାଦଲ ଆକାଶକୁ ଆଚ୍ଛନ କରି ରଖିଥିଲା। ବିସ୍ଫୋରଣ ଯୋଗୁ ସମସ୍ତ ସହରରେ ଗୋଟିଏ ଆଘାତ ତରଙ୍ଗ (ସକ୍‌ ଓ୍ବେଭ୍‌) ବ୍ୟାପି ଯିବାରୁ କୋଠାବାଡି ଭାଙ୍ଗିଯିବା ସହ ଅନେକ ଲୋକ ମୃତାହତ ହେଲେ। ଲୋକମାନଙ୍କର ଅସନ୍ତୋଷର ଶିକାର ହୋଇ ଲେବାନନ୍‌ ସରକାର ମଧ୍ୟ ଇସ୍ତଫା ଦେଇଛନ୍ତି।
ଆମୋନିୟମ ନାଇଟ୍ରେଟ୍‌ ହେଉଛି ଧଳା ରଙ୍ଗର ସ୍ଫୁଟିନାକାର ଗୋଟିଏ କଠିନ ରାସାୟନିକ ପଦାର୍ଥ। ଏହା ଆମୋନିୟମ ଓ ନାଇଟ୍ରେଟ୍‌ ଆୟନରୁ ଗଠିତ। ଆମୋନିଆ ସହ ନାଇଟ୍ରିକ ଅମ୍ଳ ମିଶାଇ ଏହାକୁ ଉତ୍ପାଦନ କରାଯାଏ। ପୃଥିବୀରେ ବର୍ଷକୁ ପ୍ରାୟ ଦୁଇ କୋଟି ଟନ୍‌ ଆମୋନିୟମ ନାଇଟ୍ରେଟ୍‌ ଉତ୍ପାଦନ କରାଯାଇଥାଏ। ଏହାର ମୁଖ୍ୟ ବ୍ୟବହାର ସାର ଉତ୍ପାଦନରେ ହୋଇଥାଏ। ସାରକୁ ଏହା ଯବକ୍ଷାରଜାନ ଯୋଗାଇଥାଏ। ଏହାକୁ ମଧ୍ୟ ଖଣିଜ ପଦାର୍ଥ ଉତ୍ତୋଳନରେ ବ୍ୟବହାର କରାଯାଏ। ଏହା ସହିତ ଇନ୍ଧନ ତେଲ ମିଶାଇଲେ ଏହା ବିସ୍ଫୋରକର କାର୍ଯ୍ୟ କରିଥାଏ। ତେଣୁ ଏହାକୁ ପ୍ରାୟ ପ୍ରତ୍ୟେକ ଖଣିରେ ନିୟନ୍ତ୍ରିତ ବିସ୍ଫୋରଣ କରିବା ପାଇଁ ବ୍ୟବହାର କରାଯାଇଥାଏ।
ଆମୋନିୟମ ନାଇଟ୍ରେଟ୍‌ର ବିସ୍ଫୋରଣ ଗୁଣ ଯୋଗୁ ଏହାକୁ ବୋମା ନିର୍ମାଣରେ ବ୍ୟବହାର କରାଯାଇଥାଏ। ବିଶେଷତଃ ଚୋରାରେ ବୋମା ତିଆରିରେ ଏହାକୁ ଅଧିକ ବ୍ୟବହାର କରାଯାଉଛି। ଉଗ୍ରପନ୍ଥୀମାନେ ଏହାକୁ ଏହି ଉଦ୍ଦେଶ୍ୟରେ ବିଦେଶରୁ ଚୋରାରେ ଆଣିଥାଆନ୍ତି। ଅନେକ ସ୍ଥଳରେ ଏହିପରି ଚୋରାରେ ଆସିଥିବା ଆମୋନିୟମ ନାଇଟ୍ରେଟକୁ ଜବତ କରାଯାଇ ଅନେକ ଦିନ ପର୍ଯ୍ୟନ୍ତ ଗଚ୍ଛିତ କରି ରଖାଯାଇଥାଏ। ଏହା ଶେଷରେ ବିସ୍ପୋରଣର କାରଣ ହୋଇଥାଏ। ବିରୁଟ୍‌ରେ ମଧ୍ୟ ଏହିପରି ଚୋରା ଆମୋନିୟମ ନାଇଟ୍ରେଟକୁ ଜବତ କରି ଗୋଦାମରେ ରଖାଯାଇଥିଲା।
ଆମୋନିୟମ ନାଇଟ୍ରେଟ୍‌ ନିଜେ ଜଳେ ନାହିଁ। କିନ୍ତୁ ଏହା ଜଳିବାରେ ସାହାଯ୍ୟ କରୁଥିବା ଅମ୍ଳଜାନର ଉତ୍ସ ହୋଇଥାଏ। ଅବଶ୍ୟ ଉଚ୍ଚ ତାପମାତ୍ରାରେ ଏହା ବିଘଟିତ ହୋଇ ନାଇଟ୍ରୋଜେନ୍‌ ଅକସାଇଡ୍‌ ଓ ଜଳୀୟ ବାଷ୍ପ ସୃଷ୍ଟି ହୋଇଥାଏ। ନାଇଟ୍ରୋଜେନ ଅକସାଇଡ୍‌ ମନୁଷ୍ୟର ଶ୍ୱାସକ୍ରିୟାରେ ବାଧା ସୃଷ୍ଟି କରିଥାଏ। କିନ୍ତୁ ଏହା ନିକଟକୁ ନିଅଁା ଆଣିଲେ ବିସ୍ଫୋରଣ ହୋଇଥାଏ, ଯାହା ବିରୁଟ୍‌ରେ ଘଟିଲା। ଅନୁସନ୍ଧାନରୁ ଜଣାପଡିଛି ଯେ, ବିରୁଟ୍‌ ଦୁର୍ଘଟଣାରେ ଗୋଦାମ ନିକଟରେ ବାଣ ଫୁଟାଯାଇଥିଲା।
ଆମୋନିୟମ ନାଇଟ୍ରେଟ୍‌ ଯୋଗୁ ଏପରି ଭୟଙ୍କର ବିସ୍ଫୋରଣ ନୂଆ କଥା ନୁହେଁ। ଅତୀତରେ ଏହା ଯୋଗୁ ବିସ୍ଫୋରଣ ହେବାର ଅନେକ ଉଦାହରଣ ଅଛି। ଏହା ଯୋଗୁ ସବୁଠାରୁ ଭୟାବହ ବିସ୍ଫୋରଣ ୧୯୪୭ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ଟେକସାସ୍‌ ବନ୍ଦର ସହରରେ ହୋଇଥିଲା। କେହି ଜଣେ ଲୋକ ଗୋଟିଏ ଜାହାଜ ଉପରକୁ ଜଳନ୍ତା ସିଗାରେଟ ଫିଙ୍ଗିଦେଲେ। ଦୁର୍ଯ୍ୟେଗବଶତଃ ସେହି ଜାହାଜରେ କାଗଜ ପ୍ୟାକେଟ୍‌ରେ ୨୩୦୦ ଟନ୍‌ ଆମୋନିୟମ ନାଇଟ୍ରେଟ୍‌ ଥିଲା ଏବଂ ସେଥିରେ ନିଅଁା ଲାଗି ବିସ୍ଫୋରଣ ହେଲା। ଏଥିରୁ ନିଅଁା ଯାଇ ଅଳ୍ପ ଦୂରରେ ଆମୋନିୟମ ନାଇଟ୍ରେଟ୍‌ ନେଇ ଯାଉଥିବା ଅନ୍ୟ ଏକ ଜାହାଜରେ ମଧ୍ୟ ବିସ୍ଫୋରଣ ହେଲା। ଏଥିରୁ ନିଅଁା ଉଡି ବନ୍ଦର ନିକଟରେ ଥିବା ରାସାୟନିକ ଟ୍ୟାଙ୍କ ଓ ତୈଳ ବିଶୋଧନାଗାରରେ ମଧ୍ୟ ବିସ୍ଫୋରଣ ହେଲା। ଏଥିରେ ମୋଟ ୫୮୧ ଲୋକ ପ୍ରାଣ ହରାଇଥିଲେ।
୧୯୨୧ ମସିହାରେ ଜର୍ମାନୀର ଓପାଉଠାରେ ଗୋଟିଏ କାରଖାନାରେ ୪୫୦୦ ଟନ୍‌ ଆମୋନିୟମ ନାଇଟ୍ରେଟ୍‌ ବିସ୍ଫୋରିତ ହୋଇ ୫୦୦ରୁ ଅଧିକ ଲୋକ ମରିଥିଲେ। ୨୦୧୫ ମସିହାରେ ଚାଇନାର ତିଆଞ୍ଜିନଠାରେ ଏକ ବିସ୍ଫୋରଣରେ ୧୭୩ ଜଣ ଲୋକ ମୃତ୍ୟୁବରଣ କରିଥିଲେ। ସେଠାରେ ଆମୋନିୟମ ନାଇଟ୍ରେଟ୍‌ ଏବଂ ଦହନୀୟ ରାସାୟନିକ ପଦାର୍ଥ ଏକାଠି ଗୋଟିଏ ସ୍ଥାନରେ ରଖାଯାଇଥିଲା ଏବଂ ଅଗ୍ନିକାଣ୍ଡ ଯୋଗୁ ବିସ୍ଫୋରଣ ହୋଇଥିଲା। ୨୦୦୪ ମସିହାରେ ଉତ୍ତର କୋରିଆର ରୋଙ୍ଗଚୋନ୍‌ ସହରରେ ଆମୋନିୟମ ନାଇଟ୍ରେଟ ବିସ୍ଫୋରଣ ହୋଇ ୧୬୧ ଜଣ ମୃତ୍ୟୁବରଣ କରିଥିଲେ।
ଅନ୍ୟପକ୍ଷରେ ଉଗ୍ରପନ୍ଥୀମାନେ ଆମୋନିୟମ୍‌ ନାଇଟ୍ରେଟ୍‌କୁ ବ୍ୟବହାର କରି ଉଦ୍ଦେଶ୍ୟମୂଳକ ଭାବେ ବିସ୍ଫୋରଣ ଘଟାଇବାର ଅନେକ ନଜୀର ରହିଛି। ଏହିପରି ବିସ୍ଫୋରଣରେ ୨୦୦୨ ମସିହାରେ ଇଣ୍ଡୋନେସିଆର ବାଲି ରାଜ୍ୟରେ ଏକ ରାତ୍ରି କ୍ଲବ୍‌ରେ ୨୦୨ ଜଣ ଏବଂ ୧୯୯୫ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ଓକଲାହୋମା ସହରରେ ୧୬୮ ଜଣ ମୃତ୍ୟୁବରଣ କରିଥିଲେ। ଭାରତରେ ପ୍ରାୟ ନିୟମିତ ବ୍ୟବଧାନରେ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କଠାରୁ କିମ୍ବା ପରିତ୍ୟକ୍ତ ଅବସ୍ଥାରେ ଆମୋନିୟମ ନାଇଟ୍ରେଟ୍‌ ଜବତ ହେଉଛି।
ଆମୋନିୟମ ନାଇଟ୍ରେଟ୍‌କୁ ‘ବିପଜ୍ଜନକ ପଦାର୍ଥ’ ଭାବେ ବର୍ଗୀକରଣ କରାଯାଇଛି। ଏହାର ଉତ୍ପାଦନ, ପରିବହନ ଓ ରଖିବା ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଅଛି। ଏହାକୁ ଗୋଦାମରେ ନିୟମିତ ତଦାରଖ କରିବା ଆବଶ୍ୟକ ଏବଂ ଏହା ନିକଟରେ ଦହନୀୟ ପଦାର୍ଥ ରଖିବା ନିରାପଦ ନୁହେଁ। ଏହାକୁ ମଧ୍ୟ ଜନବସତିଠାରୁ ଦୂରରେ ରଖିବା ଉଚିତ।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍‌-୧,ଭୁବନେଶ୍ୱର
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri