Posted inରାଜ୍ୟ

ମୋଦିଙ୍କ ପରିବାରକୁ ନେଇ ଖାର୍ଗେଙ୍କ ମନ୍ତବ୍ୟରେ ବିବାଦ, କଂଗ୍ରେସକୁ ଘେରିଲେ ମନମୋହନ ସାମଲ

ଭୁବନେଶ୍ୱର,୨୭।୧୦(ସୁନିତ୍‌ ମିଶ୍ର): ରାଜନୀତିରେ ଆଦର୍ଶ, ବିଚାରଧାରା ଓ ମର୍ଯ୍ୟାଦାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ରାଜନୀତି ଆଦର୍ଶବାଦ ତଥା ବିଚାରଧାରା ଉପରେ ପର୍ଯ୍ୟବସିତ। ଗଣତନ୍ତ୍ରରେ ମତଭେଦ ରହିବା ସ୍ବାଭାବିକ, କିନ୍ତୁ ତାକୁ ଆଳକରି ନିଜର ମର୍ଯ୍ୟାଦା ଓ ରାଜନୈତିକ ଆଦର୍ଶକୁ ଉଲ୍ଲଂଘନକରିବା ଉଚିତ ନୁହେଁ। ଅତୀତରେ ଭାଜପା ଦୀର୍ଘବର୍ଷ ଧରି ବିରୋଧୀ ଦଳ ଦାୟିତ୍ୱ କ’ଣ ବୁଝିଛି। ବିରୋଧୀ ଦଳ ଭାବେ କଂଗ୍ରେସ ନିଜର ଦାୟିତ୍ୱ ଓ ଭୂମିକାକୁ ବୁଝିବା ଆବଶ୍ୟକ। ଦୀର୍ଘବର୍ଷ ଧରି ଦେଶରେ ଶାସନ କରିଥିବା କଂଗ୍ରେସ କ୍ଷମତାରେ ନ ଥିବା ଯୋଗୁ ହତାଶ ଓ ନିରାଶ ହୋଇଯାଇଛି। ଏହାର ପ୍ରଭାବ ରାଜନୈତିକ ବୟାନବାଜିରେ ପ୍ରତିଫଳିତ ହେଉଛି ବୋଲି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ମନମୋହନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭକରି ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ, ଅରୁଣ ଜେଟ୍‌ଲୀ, ପ୍ରମୋଦ ମହାଜନ ଓ ସୁଷମା ସ୍ବରାଜଙ୍କ ଭଳି ତାଙ୍କ ଦଳର ନେତାମାନେ ରାଜନୈତିକ ଯାତ୍ରା ଜନଜୀବନରେ କାର୍ଯ୍ୟରତ ସମସ୍ତ ନେତୃବୃନ୍ଦଙ୍କ ଲାଗି ଅନୁକରଣୀୟ। ସେମାନେ କେବେହେଲେ ଭାଷା ଏବଂ ମର୍ଯ୍ୟାଦା ବାହାରକୁ ଯାଇ ରାଜନୀତି କରିନାହାନ୍ତି। ରାଜନୀତିରେ ନିଜର ମତ ରଖିବା ସମୟରେ ଭାଷା ଓ ମର୍ଯ୍ୟାଦା ବାହାରକୁ ଯାଇ ରାଜନୀତି କରିନାହାନ୍ତି। ରାଜନୀତିରେ ନିଜର ମତ ରଖିବା ସମୟରେ ଭାଷା ଓ ମର୍ଯ୍ୟାଦାର ସମୀକ୍ଷା ଭିତରେ ରହିବା ଜରୁରୀ ବୋଲି ମନମୋହନ କହିଛନ୍ତି।

ସୂଚନାଯୋଗ୍ୟ, କଂଗ୍ରେସର ଏକ ସଭାରେ ଜଣେ ବ୍ୟକ୍ତିଙ୍କ ମନ୍ତବ୍ୟରେ ବିରକ୍ତ ହୋଇ ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖାର୍ଗେ କହିଥିଲେ, ମୋଦିଙ୍କ ବାପାଙ୍କୁ ମଧ୍ୟ ଯିବାକୁ ପଡ଼ିବ ବୋଲି କହିଥିଲେ।
ଅନ୍ୟପଟେ ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଖାର୍ଗେଙ୍କୁ ବିରୋଧକରି ରାଜ୍ୟ ଭାଜପା ପକ୍ଷରୁ ଦଳୀୟ କାର୍ଯ୍ୟାଳୟରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରି ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା। ଏହାପରେ ଉଭୟଙ୍କ କୁଶପୁତ୍ତଳିକା ଦାହକରାଯାଇଛି। ଏହି ଅବସରରେ ଭାଜପା ନେତାମାନେ କହିଥିଲେ, ମୋଦିଙ୍କ ବାପାଙ୍କୁ ନେଇ ଅଶାଳୀନ ମନ୍ତବ୍ୟ ଦେଇ ଖାର୍ଗେ ସବୁ ସୀମା ଅତିକ୍ରମ କରିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶାହରୁଖଙ୍କୁ ଝଟକା ଦେବାକୁ ପ୍ରସ୍ତୁତ ଗୁଜୁରାଟ! ଏହି ୩ ଖେଳାଳିଙ୍କୁ ଦଳରୁ ବାଦ ଦେଇପାରେ GT, ପ୍ରଶଂସକ ଆଶ୍ଚର୍ଯ୍ୟ

ନୂଆଦିଲୀ,୨୭।୧୦: IPL 2027 ନିଲାମ ପୂର୍ବରୁ ଗୁଜୁରାଟ ଟାଇଟାନ୍ସ ନିଜ ଦଳରେ ପରିବର୍ତ୍ତନ କରିପାରେ। ଆଗାମୀ ସିଜିନ ପାଇଁ ଦଳ ନିକଟରେ ଶକ୍ତିଶାଳୀ ଖେଳାଳି ଚୟନ କରିବାର…

ଗବେଷଣାରୁ ଖୁଲାସା; ମୃତ୍ୟୁ ପରେ ଶବ୍ଦକରେ ମନୁଷ୍ୟ ଶରୀର, ୧୬ ମାସ ପର୍ଯ୍ୟନ୍ତ….

ଅଷ୍ଟ୍ରେଲିଆ,୨୭।୧୦: ମୃତ୍ୟୁ ପରେ ମଧ୍ୟ ମନୁଷ୍ୟ ଶରୀର ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୁଏ ନାହିଁ । ବରଂ ଏହା ଭିତରେ ଏକ ଭିନ୍ନ ପ୍ରକ୍ରିୟା ଚାଲୁ ରହେ, ଯାହା…

WPL Auction: ମୁମ୍ବାଇ ଇଣ୍ଡିଆନ୍ସ କାଙ୍ଗାଳ, ନିଲାମ ପୂର୍ବରୁ ଜାଣନ୍ତୁ, କେଉଁ ଦଳ ପାଖରେ କେତେ ଟଙ୍କା ରହିଛି

ନୂଆଦିଲ୍ଲୀ,୨୭।୧୦: WPL 2027 ନିଲାମ ଅକ୍ଟୋବର ୨୮ରେ କୋଚିରେ ଅନୁଷ୍ଠିତ ହେବ। ପଞ୍ଚମ ସିଜିନ ପୂର୍ବରୁ ୧୪୬ ଜଣ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହେବେ ଏବଂ…

କମ ବ୍ୟାକ କରିବେ ପନ୍ତ-ବୁମରାହ; ଜାଣନ୍ତୁ କେବେ

ନୂଆଦିଲ୍ଲୀ,୨୭।୧୦: ଭାରତୀୟ କ୍ରିକେଟର ଦୁଇଜଣ ପ୍ରମୁଖ ତାରକାଙ୍କୁ ପୁଣିଥରେ ପଡ଼ିଆରେ ଦେଖିବା ପାଇଁ ଚାଲିଥିବା ଅପେକ୍ଷା ଶୀଘ୍ର ଶେଷ ହୋଇପାରେ। ଦ୍ରୁତ ବୋଲର ଜସପ୍ରୀତ ବୁମରାହ ଏବଂ…

ଋଷିଆ ଓ ୟୁକ୍ରେନ ମଧ୍ୟରେ ହୋଇଛି ଯୁଦ୍ଧବିରତି; ମେଲାନିଆ ଟ୍ରମ୍ପ କରିଥିଲେ ମଧ୍ୟସ୍ଥତା

ଓ୍ବାଶିଂଟନ,୨୭।୧୦: ମଙ୍ଗଳବାର (ଅକ୍ଟୋବର ୨୭) ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଏକ ସ୍ଥାନୀୟ ଯୁଦ୍ଧବିରତି କାର୍ଯ୍ୟକାରୀ ହୋଇଛି। ଉଲ୍ଲେଖନୀୟ ଯେ, ଆମେରିକାର ପ୍ରଥମ ମହିଳା (ଫାଷ୍ଟ ଲେଡି)…

ଲକ୍ଷ୍ମୀପୂଜା ଦେଖି ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୨ଜୀବନ

ପରଜଙ୍ଗ,୨୭।୧୦(ନିଗମାନନ୍ଦ ଦଳବେହେରା): ଲକ୍ଷ୍ମୀପୂଜା ଦେଖି ଘରକୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି…

ଏଇ ଭାରତରେ

ସାମୂହିକ ପ୍ରୟାସରେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ସହଜ ହୁଏ ଓ ନୂତନତ୍ୱର ଆଶା ସଞ୍ଚାର ହୋଇପାରେ। ଏଭଳି ଏକ ନୂଆ ସଫଳତା ଆଣିପାରିଛନ୍ତି ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲା ମଚ୍ଛଲିପଟନମ୍‌…

ଜଳବାୟୁ ପରିବର୍ତ୍ତନ ସଙ୍କଟରେ ନଳବଣ

ଶୀତଋତୁର ଆଗମନରେ ଚିଲିକା ହ୍ରଦର ଆକାଶ ଦୂରଦେଶରୁ ଆସୁଥିବା ପ୍ରବାସୀ ପକ୍ଷୀମାନଙ୍କ ସମାଗମରେ ଜୀବନ୍ତ ହୋଇଉଠେ। ମଧ୍ୟଏସିଆ ଓ ଉତ୍ତର-ଏସିଆର ଅନ୍ୟାନ୍ୟ ଅଞ୍ଚଳରୁ ଅନେକ ହଜାର କିଲୋମିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?