ତଥ୍ୟ ଲିକ୍‌ ଘଟଣା: ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ

ବାଲେଶ୍ୱର ଅଫିସ, ୧୮।୯: ବାଲେଶ୍ୱର ଚାନ୍ଦିପୁର ଡିଆରଡିଓରେ ଗୁପ୍ତଚର ମାମଲାରେ ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ପୂର୍ବରୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା ବେଳେ ଏହା ଶନିବାର ମଞ୍ଜୁର ହୋଇଛି । କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍‌ କଟକ
ମୁଖ୍ୟାଳୟକୁ ଆଣି ପଚରାଉଚରା କରିବ । ସମସ୍ତ ଦିଗକୁ ନେଇ ପୁଣି ପ୍ରଥମରୁ ତଦନ୍ତ କରିବ । କାହାକୁ ତଥ୍ୟ ଦେଉଥିଲେ, କେମିତି ଡାଟା ପଠାଉଥିଲେ, ଏଥିରେ ତାଙ୍କ ସମ୍ପର୍କୀୟଙ୍କ ସମ୍ପୃକ୍ତି ଅଛି କି ନାହିଁ ଏସବୁ ଦିଗ ଉପରେ ସ୍ବତନ୍ତ୍ର ଟିମ ତଦନ୍ତ କରିବ। ଜଣେ ଅତିରିକ୍ତ ଏସ୍‌ପି, ଜଣେ ସାଇବର ଇନ୍ସପେକ୍ଟର, ଆଉ ଜଣେ ଏସ୍‌ଆଇଙ୍କୁ ନେଇ ଗଠନ ହୋଇଛି ଟିମ୍‌ । ତେବେ ଆବଶ୍ୟକ ପଡିଲେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସହଯୋଗ ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ଚାହିଁଲେ ଅଭିଯୁକ୍ତମାନଙ୍କୁ ପଚରାଉଚରା କରିପାରିବେ ।
ସୂଚନାଯୋଗ୍ୟ, ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଗୁପ୍ତ ତଥ୍ୟ ପାକିସ୍ତାନକୁ ପଠାଉଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଡ୍‌ ଜୋନ୍‌ରେ ସଂକ୍ରମିତଙ୍କ ଉପରେ ନଜର ରଖ-ଜିଲାପାଳ : ସମସ୍ତଙ୍କ ହେବ ସ୍ବାସ୍ଥ୍ୟ ଯାଞ୍ଚ

ଛତ୍ରପୁର,୧୫ା୭(ଡି.ଏନ୍‌.ଏ.)- ଛତ୍ରପୁରଠାରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲାର ସମସ୍ତ ଅଧିକାରୀଙ୍କ ସହ କୋଭିଡ୍‌-୧୯ ପରିଚାଳନାଗତ ବିଭିନ୍ନ ବିଷୟ ନେଇ ଭିଡିଓ କନଫରେନ୍ସିଂ ଜରିଆରେ...

ରାଜ୍ୟରେ ଅସୁରକ୍ଷିତ ପର୍ଯ୍ୟଟକ

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ଅସୁରକ୍ଷିତ ହୋଇପଡିଛି ପର୍ଯ୍ୟଟନସ୍ଥଳୀ। ପୁରୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପ୍ରତିଦିନ କେଉଁଠି ନା କେଉଁଠି ପର୍ଯ୍ୟଟକମାନେ ଲୁଟ୍‌ ଏବଂ ଅସଦାଚରଣର ଶିକାର ହେଉଛନ୍ତି, ଯାହାକି...

ବାର୍ଡ ଫ୍ଲୁ: ଖୋଲିଲା ନିୟନ୍ତ୍ରଣ କକ୍ଷ

ଭୁବନେଶ୍ୱର,୮।୧(ବ୍ୟୁରୋ): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବଡବେରଣା ପଞ୍ଚାୟତର ଗୋବିନ୍ଦପୁର ଗ୍ରାମରେ ୧୨୦ କୁକୁଡ଼ାଙ୍କ ମୃତ୍ୟୁ ହୋଇଛି। କୁକୁଡ଼ାଙ୍କ ଏଭଳି ଅସ୍ବାଭାବିକ ମୃତ୍ୟୁକୁ ନେଇ...

ଶୋଷଣର ଶିକାର ମହୁଲଫୁଲ ଗୋଟାଳି

ଭବାନୀପାଟଣା,୧୭।୩(ସ୍ବ.ପ୍ର.): ମହୁଲ ଫୁଲ ପଶ୍ଚିମ ଓଡିଶାର ଗ୍ରାମ୍ୟ ଜନଜୀବନରେ ଆର୍ଥିକ ପରିସ୍ଥିତିକୁ ସୁଦୃଢ କରିବାରେ ସହାୟକ ହୁଏ। ଦୁର୍ବଳ ଥିବା ବ୍ୟକ୍ତି ବିଶେଷଙ୍କର ଆଶାର ସଞ୍ଚାର...

ରାଜ୍ୟରେ ୩ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୩୭୩ କୁ ବୃଦ୍ଧି...

୭ରେ ୧୦୫ ପୌର ଉପାଧ୍ୟକ୍ଷ ଭୋଟ

ଭୁବନେଶ୍ୱର,୫।୪(ବ୍ୟୁରୋ):୧୦୫ ପୌରସଂସ୍ଥାର ଉପାଧ୍ୟକ୍ଷ ଓ ୩ ମହାନଗର ନିଗମର ଡେପୁଟି ମେୟର ପଦବୀ ନିମନ୍ତେ ଚଳିତ ମାସ ୭ ତାରିଖରେ ପରୋକ୍ଷ ଭାବେ ନିର୍ବାଚନ ଅନୁଷ୍ଠିତ...

୧୦ ହଜାର ଲାଞ୍ଚ ନେଇ ଆଇସିଡିଏସ୍‌ ସୁପରଭାଇଜର ଗିରଫ

ଭବାନୀପାଟଣା,୧୨।୧: କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ କୁଟୁରୁଖମାର ସେକ୍ଟର ଆଇସିଡିଏସ୍‌ ସୁପରଭାଇଜର ରାଧାରାଣୀ ଦେଈ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ...

ଛତାବରରେ ଅଖିମୁଠି ଅନୁକୂଳ କଲେ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହ ଅବସରରେ ମାଟି ମା’କୁ ପୂଜା କରି ଚଷାପୁଅ ଅଖିମୁଠି ଅନୁକୂଳ କରିଥାଏ । ଏହି ଅବସରରେ ଖୋର୍ଦ୍ଧା...

Advertisement
Archives

Model This Week