Posted inଖେଳ

ସର୍ବାଧିକ ଦିନିକିଆ ମ୍ୟାଚ୍‌ ପରିଚାଳନାରେ ଦାର୍‌ଙ୍କ ରେକର୍ଡ

ରାଓ୍ବଲପିଣ୍ଡି : ପାକିସ୍ତାନ ଅମ୍ପାୟର ଆଲିମ ଦାର ଆଉ ଏକ ରେକର୍ଡ କରିଛନ୍ତି। ଜଣେ ଅନ୍‌ଫିଲ୍ଡ ଅମ୍ପାୟର ଭାବେ ସେ ସର୍ବାଧିକ ଦିନିକିଆ ମ୍ୟାଚ୍‌ ପରିଚାଳନା କରି ଏହି ସଫଳତା ପାଇଛନ୍ତି। ଏଠାରେ ରବିବାର ଖେଳାଯାଇଥିବା ପାକିସ୍ତାନ- ଜିମ୍ବାଓ୍ବେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ପରିଚାଳନା କରି ଦାର ୨୧୦ତମ ଦିନିକିଆ ମ୍ୟାଚ୍‌ ପରିଚାଳନା କରିଛନ୍ତି। ସର୍ବାଧିକ ଦିନିକିଆ ମ୍ୟାଚ୍‌ ପରିଚାଳନା କରିବାରେ ୫୨ ବର୍ଷୀୟ ଦାର ଦକ୍ଷିଣ ଆଫ୍ରିକା ଅମ୍ପାୟର ରୁଡି କର୍ଜନଙ୍କୁ ପଛରେ ପକାଇଛନ୍ତି।
ପୂର୍ବରୁ ସର୍ବାଧିକ ଟେଷ୍ଟ ମ୍ୟାଚ୍‌ ପରିଚାଳନା କରିବାରେ ଦାର ରେକର୍ଡ କରିଥିଲେ। ଗତବର୍ଷ ଡିସେମ୍ବରରେ ପର୍ଥରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚ୍‌ ପରିଚାଳନା କରି ସେ ଏହି ସଫଳତା ପାଇଥିଲେ। ଏଥିସହ ସେ ୧୩୨ତମ ଟେଷ୍ଟ ମ୍ୟାଚ୍‌ ପରିଚାଳନା କରିଥିଲେ। ଏହି କ୍ରମରେ ସେ ଜାମାଇକାର ଷ୍ଟିଭ ବକ୍‌ନରଙ୍କୁ ପଛରେ ପକାଇଥିଲେ। ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ପରିଚାଳନା କରିବାର ରେକର୍ଡ ମଧ୍ୟ ଦାରଙ୍କ ନାମରେ ରହିଛି। ସେ ମଧ୍ୟ ୪୫ଟି ଟି୨୦ ମ୍ୟାଚ୍‌ ପରିଚାଳନା କରିଛନ୍ତି। ଆଉ ଗୋଟିଏ ଟି୨୦ ମ୍ୟାଚ୍‌ ପରିଚାଳନା କଲେ ସେ ନିଜ ଦେଶର ଅନ୍ୟତମ ଅମ୍ପାୟର ଏକସାନ ରାଜାଙ୍କ ସହ ସମକକ୍ଷ ହେବେ।
ଦିନିକିଆ ଓ ଟେଷ୍ଟରେ ସର୍ବାଧିକ ମ୍ୟାଚ ପରିଚାଳନା କରିଥିବାରୁ ନିଜକୁ ଗୌରବାନ୍ବିତ ମନେକରୁଛି ବୋଲି ଦାର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏହି ସଫଳତା ପାଇବି ବୋଲି କେବେ ଭାବି ନ ଥିଲି। ଅମ୍ପାୟରିଂ ଆରମ୍ଭ କରିବା ବେଳେ ଏହି ସଫଳତା ପାଇବି ବୋଲି କେବେ ଭାବି ନ ଥିଲି ବୋଲି ଦାର କହିଛନ୍ତି। ଏଥିପାଇଁ ସେ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଓ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)କୁ କୃତଜ୍ଞତା ଜଣାଇଛନ୍ତି। ଅମ୍ପାୟରିଂ କରିବା ପୂର୍ବରୁ ଦାର ଜଣେ ଅଲରାଉଣ୍ଡର ଭାବେ ଦୀର୍ଘ ଏକ ଦଶନ୍ଧିଧରି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିଲେ। ୨୦୦୦ରେ ସେ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ପ୍ରଥମ ଥର ପାଇଁ ଅମ୍ପାୟରିଂ କରିଥିଲେ। ଗତ ୧୬ ବର୍ଷ ହେବ ସେ ଆଇସିସି ଏଲିଟ୍‌ ପ୍ୟାନେଲ ଅଫ୍‌ ଅମ୍ପାୟରର ସଦସ୍ୟ ରହି ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଦାବି

ଉମରକୋଟ, ୨୬।୦୭ (ପ୍ରତିନିଧି): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ବାଟିବେଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ହଷ୍ଟେଲ ଛାତ୍ରୀଙ୍କ ସନ୍ଦିଗ୍ଧ ମୃତ୍ୟୁ ଘଟଣାକୁ ନେଇ…

ମୋଦିଙ୍କ ମନ କି ବାତ: କାରଗିଲ ବିଜୟ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୭: ଦେଶର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ, ପ୍ରତି ମାସର ଶେଷ ରବିବାର ସକାଳ ୧୧ ଟାର ବିଶେଷ ଗୁରୁତ୍ୱ ରହିଛି। ଏହାର କାରଣ ହେଉଛି ପ୍ରଧାନମନ୍ତ୍ରୀ…

ଛାତ୍ରମାନଙ୍କୁ ପିଟିବାକୁ କିଏ ଦେଇଥିଲା ନିର୍ଦ୍ଦେଶ? ଅମିତ ଶାହାଙ୍କୁ ଚିଠି ଲେଖି ରାହୁଲ ପଚାରିଲେ ଏମିତି ତୀକ୍ଷ୍ଣ ପ୍ରଶ୍ନ

ନୂଆଦିଲ୍ଲୀ,୨୬ା୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଛାତ୍ର ପ୍ରତିବାଦ ସମ୍ପର୍କରେ ଏକ ଚିଠି ଲେଖିଛନ୍ତି। ସେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଶ୍ନ କରିଛନ୍ତି ଯେ,…

ରାଜଧାନୀରେ ମୁଣ୍ଡବିହୀନ ମୃତଦେହ : ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ

ଭୁବନେଶ୍ୱର, ୨୬।୭: ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ସମ୍ମୁଖ ରାସ୍ତାରୁ ରବିବାର ଭୋର ସମୟରେ ଏକ ମୁଣ୍ଡବିହୀନ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାଟି ଅଞ୍ଚଳରେ…

ସଙ୍ଗୀତ ଶିକ୍ଷାର ମହତ୍ତ୍ୱ , ସଂସ୍କାର ଗଠନରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା…

ଭଞ୍ଜନଗର,୨୬।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଭଞ୍ଜନଗର ସଙ୍କୁଳ ପକ୍ଷରୁ ଆୟୋଜିତ ଦୁଇଦିନିଆ ସଙ୍ଗୀତ କର୍ମଶାଳା ଶନିବାର ଉଦ୍‌ଘାଟିତ ହୋଇଯାଇଛି।…

ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି: କଂଗ୍ରେସ ପକ୍ଷରୁ କୁଶପୁତ୍ତଳିକା ଦାହ

ଭଞ୍ଜନଗର, ୨୬/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସର ପଶ୍ଚିମ ସାଂଗଠନିକ ଜିଲା କମିଟି ପକ୍ଷରୁ ଶନିବାର ସନ୍ଧ୍ୟାରେ ଭଞ୍ଜନଗର ସହରରେ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା।…

ବିଦ୍ୟୁତ କାଟ ଘୋଷଣାର ୬ ଘଣ୍ଟା ପୂର୍ବରୁ ବିଦ୍ୟୁତ ସେବା ଅଚଳ ଅନ୍ଧାରରେ ଦାରିଙ୍ଗବାଡି ଅଞ୍ଚଳ

ଦାରିଙ୍ଗବାଡି, ୨୬/୭ (ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଦୀର୍ଘ ସମୟ ଧରି ବିଦ୍ୟୁତ ସେବା ଠପ୍ ହୋଇଯାଇଛି। ବିଳମ୍ବିତ ରାତିଠାରୁ ଉକ୍ତ ବ୍ଲକରେ…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ମୁହଁ ଖୋଲିଲେ ଅନ୍ନା ହଜାରେ, କିଏ ହାରିଲା…

ନୂଆଦିଲ୍ଲୀ,୨୬ା୭: NEET ପେପର୍‌ ଲିକ୍ ମାମଲାକୁ ନେଇ ସାରା ଦେଶରେ ହୋଇଥିବା ଛାତ୍ର ଆନ୍ଦୋଳନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ସମାଜସେବୀ ଅନ୍ନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri