ଦାରିଙ୍ଗବାଡ଼ିରେ ଅସହ୍ୟ ଗରମ, ତାପମାତ୍ରା ୩୬

ଦାରିଙ୍ଗବାଡ଼ି,୨୯।୪(ଡି.ଏନ.ଏ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଏବେ ପ୍ରଚଣ୍ଡ ଖରା ସହ ଗରମ ଗୁଳୁଗୁଳି ଲୋକଙ୍କୁ ଅସହ୍ୟ ଯନ୍ତ୍ରଣା ଦେଲାଣିା ତାପମାତ୍ରା ଯେଉଁଠି ଶୂନ ଡିଗ୍ରୀ ରହୁଥିବା ନଜିର ରହିଛି ଏବେ ସେଇଠି ତାପମାତ୍ରା ୩୬ ଡିଗ୍ରୀ ପର୍ଯ୍ୟନ୍ତ ରହିଛି । ଗୋଟିଏ ପଟେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଅଞ୍ଚଳର ୨୫ ପଞ୍ଚାୟତରେ ଜଳସ୍ତର ଦିନକୁ ଦିନ କମିବାରେ ଲାଗିଛି। କେଉଁଠି ନଳକୂପ ଅଚଳ ତ ଆଉ କେଉଁଠି ପାଇପ ଯୋଗେ ଜଳ ଯୋଗାଣ ବନ୍ଦ ରହିଛି। ଗୋଟିଏ ପଟେ ବିଦ୍ୟୁତ୍‌ ବିଭ୍ରାଟ ଏବଂ ଲୋ ଭୋଲଟେଜ ଯୋଗୁ ଜଳ ଯୋଗାଣ ଠିକ୍‌ ଭାବେ ହୋଇପାରୁନାହିଁ। ଫଳରେ ଲୋକେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି। ରାଜପଥ ସଂପ୍ରସାରଣ ପାଇଁ ବଡ଼ ବଡ଼ ଗଛ କଟାଯାଇ ସଫା କରାଗଲା, ଫଳରେ ଗରମର ପ୍ରଭାବ ଦ୍ୱିଗୁଣିତ ହୋଇଛି। ଏଭଳି ଅଞ୍ଚଳର ଗୁମିକିଆ ସମେତ ପର୍ତ୍ତମାହା, ସିମନବାଡ଼ି, ଦାରିଙ୍ଗବାଡ଼ି ବଜାର, ତିଲୋରି, ଭଳି ସମସ୍ତ ପଞ୍ଚାୟତର ଗାଁଗୁଡ଼ିକରେ ଜଳସଙ୍କଟ ଦେଖାଦେଇଛି। ଲୋ ଭୋଲଟେଜରୁ ନିସ୍ତାର ପାଇବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ପଞ୍ଚାୟତକୁ ଉଚ୍ଚକ୍ଷମତା ସମ୍ପନ୍ନ ଷ୍ଟାବିଲାଇଜରକୁ ବ୍ୟବହାର କରି ପାଣି ମୋଟର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିବା ମଧ୍ୟ ଜଣାପଡ଼ିଛି। ସେହିପରି ଜଳ ଅଭାବ ଯୋଗୁ ପନିପରିବା ଚାଷ ମଧ୍ୟ ହୋଇପାରୁନଥିବାରୁ ଏବେ ଗଞ୍ଜାମ ଜିଲା ଉପରେ ନିର୍ଭର କରୁଛି ଦାରିଙ୍ଗବାଡ଼ି ଅଞ୍ଚଳ। ସେହିପରି ବର୍ଷର ଅଧିକାଂଶ ସମୟ ଥଣ୍ଡାରେ ଜୀବନ ବିତୁଥିବା ବେଳେ ଏହି ଏପ୍ରିଲଠାରୁ ଜୁନ ପର୍ଯ୍ୟନ୍ତ ଅସହ୍ୟ ଖରା ଗରମକୁ ସ୍ଥାନୀୟ ଲୋକଙ୍କ ପାଇଁ ବହୁତ କଷ୍ଟ ହୋଇପଡୁଛି। ପ୍ରଚଣ୍ଡ ଖରା ଯୋଗୁ ଲୋକେ ବହାରକୁ କାମଧନ୍ଦା ପାଇଁ ବାହାରିବା ମୁସ୍କିଲ ହୋଇପଡ଼ିଛି। ସେହିପରି ପୋଖରୀ, ଚୁଆଗୁଡ଼ିକରେ ଜଳାଭାବ ଦେଖାଯାଇଥିବାରୁ ଗୃହପାଳିତ ପ୍ରାଣୀ ପାଇର୍ଁ ଜଳକଷ୍ଟ ସର୍ବାଧିକ ହୋଇପଡ଼ିଛି। ସେମାନେ ଜଳ ପାଇଁ ଡହଳବିକଳ ହେବା ସହ ପୋଖରୀ ବଦଳରେ ଯେଉଁଠି ନାଳ ନର୍ଦ୍ଦମାରେ ଜଳ ଦେଖୁଛନ୍ତି ସେଠି ପାଣି ପିଉଛନ୍ତି ଏବଂ ଗରମରୁ ତ୍ରାହି ପାଇଁ ସେଠାରେ ହିଁ ଶୋଇରହୁଛନ୍ତି। ଏ ନେଇ ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ ସମସ୍ତ ପଞ୍ଚାୟତର ପାଇପଯୋଗେ ଜଳଯୋଗାଣ ପାଇଁ ଗୁରୁତ୍ୱ ଦିଆଯିବା ସହ ବକେୟା ବିଦ୍ୟୁତ୍‌ ବିଲ ପୈଠ କରାଯାଉଛି ଯେମିତି କୌଣସି ପମ୍ପ ହାଉସର ବିଦ୍ୟୁତ୍‌ କଟାଯିବ ନାହିଁ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ସେହିପରି ନଳକୂପ ମରାମତି ପାଇଁ ଭ୍ରାମ୍ୟମାଣ ଗାଡ଼ି ବୁଲୁଛି ଏବଂ ମରାମତି କରୁଛି। ଯେଉଁଠି ରାସ୍ତା ସଂପ୍ରସାରଣ ଯୋଗୁ ପାଇପଗୁଡ଼ିକ ଫାଟି ନଷ୍ଟ ହୋଇଛି ଶୀଘ୍ର ତାକୁ ମରାମତି କରାଯିବା ପାଇଁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ନଳକୂପ ଯନ୍ତ୍ରପାତି ଗୁଡ଼ିକ ଆଗୁଆ କିଣାଯାଇ ମହଜୁଦ ରଖାଯାଇଛି ସମସ୍ତ ସମସ୍ୟାର ଶୀଘ୍ର ସମାଧାନ ପାଇଁ ପ୍ରଶାସନ ପଦକ୍ଷେପ ନେଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?