ଦରଗଡ଼ିଶିଳାକୁ ମିଳୁନି ପର୍ଯ୍ୟଟନ କେନ୍ଦ୍ର ମାନ୍ୟତା

କେନ୍ଦୁଝର,୬।୧୨(ସ୍ବ.ପ୍ର.)  କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ କୋଳିମାଟି ପଞ୍ଚାୟତର ସିଂହନାଳୀ ନିକଟରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଦରଗଡ଼ିଶୀଳା ଅଞ୍ଚଳକୁ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ମିଳୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏହା ନିକଟରେ ରହିଛି ଜିଲାର ପ୍ରଥମ ଜଳ ବିଦ୍ୟୁତ୍‌(ହାଇଡେଲ୍‌ ପ୍ରୋଜେକ୍ଟ)। ବୈତରଣୀ ନଦୀର ପାଣିକୁ ଟନେଲ ଦ୍ୱାରା ଟରବାଇନରେ ପକାଇ ଏଠାରେ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ନିର୍ମାଣ କରାଯାଇଥିବା ବ୍ୟାରେଜ୍‌ ଅନ୍ୟତମ ଆକର୍ଷଣର ପାଲଟିଛି କେନ୍ଦ୍ର ପାଲଟିଛି। ଏହି ଅଞ୍ଚଳର ବିକାଶ ସହ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ମିଳିଲେ ସ୍ଥାନୀୟ ଆଦିବାସୀଙ୍କ ଅର୍ଥନୈତିକ ଓ ସାମାଜିକ ବିକାଶ ହୋଇ ପାରିବ ବୋଲି ମତ ପ୍ରକାଶ ପାଉଛି।
ପ୍ରାକୃତିକ ସୌନ୍ଦର୍ଯପୂର୍ଣ୍ଣ ଏହି ସ୍ଥାନଟି ଶାନ୍ତ ପରିବେଶ ମଧ୍ୟରେ ଅବସ୍ଥିତ। ଆନନ୍ଦପୁରରୁ ୨୦ନଂ.ଏନ୍‌ଏଚ୍‌ରେ ଘଟଗଁା ଅଭିମୁଖେ ଯିବା ବାଟରେ କୋଳିମାଟି ନିକଟରୁ ପ୍ରାୟ ୧୫ କି.ମି. ଜଙ୍ଗଲାଞ୍ଚଳ ଦେଇ ଗଲେ ଏହି ସ୍ଥାନରେ ପହଞ୍ଚି ହେବ। ବାଟରେ ଯିବା ସମୟରେ ଝୁଲନ୍ତା ପୋଲ ଏବଂ ଉଭୟ ପାର୍ଶ୍ୱର ସବୁଜିମା ବନାନୀ ସମସ୍ତଙ୍କୁ ମନମୁଗ୍ଧ କରିବ। ଆଦିବାସୀ ଅଞ୍ଚଳ ହୋଇଥିବାରୁ ଗଁାର ଅନୁଭୂତି ଏବଂ କ୍ଷେତବାଡ଼ି ଦେଖିବାକୁ ମିଳିବ। ଉକ୍ତ ସ୍ଥାନରେ ପ୍ରବାହିତ ବୈତରଣୀ ନଦୀର ପ୍ରଶସ୍ତ ବକ୍ଷ ଏକ ନିଆରା ପରିବେଶ ସୃଷ୍ଟି କରୁଛି। ଏହା କଡ଼ରେ ଥିବା ଜଙ୍ଗଲ ଓ ପାହାଡ଼ର ଦୃଶ୍ୟ ଅତ୍ୟନ୍ତ ମନୋରମ। ବୈତରଣୀ ନଦୀ ଅଗଭୀର ଥିବାରୁ ଏଥିରେ ଗାଧୋଇବା, ବିଦ୍ୟୁତ୍‌ ଉପତ୍ାଦନ ପ୍ରକଳ୍ପ ବୁଲିବା ଏବଂ ଏହାର କୂଳରେ ଭୋଜିଭାତ କରି ଦିନଟିଏ କାଟିବା ନିଆରା।
ଅନ୍ୟତମ ପର୍ଯ୍ୟଟନସ୍ଥଳ ଭୀମକୁଣ୍ଡଠାରେ ବୈତରଣୀ ନଦୀ ପାହାଡିଆ ବାଟ ଦେଇ ପ୍ରବାହିତ ହୋଇ ସେଠାରୁ ପ୍ରାୟ ୧୦ କିମି ଦୂରରେ ରହିଛି ଦରଗଡ଼ିଶିଳା। ଏହି ସ୍ଥାନରେ ବୋଟିଂ, ରାଫ୍ଟିଂ ଆଦି ବ୍ୟବସ୍ଥା କରାଗଲେ ଏବଂ ଗୋଟିଏ ପାର୍ଶ୍ୱରୁ ଅପର ପାର୍ଶ୍ୱକୁ ଯିବା ପାଇଁ କେବୁଲ କାର ବା ଝୁଲନ୍ତା ପୋଲ ଆଦି ନିର୍ମାଣ କରାଗଲେ ଏହା ଜାତୀୟ ସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର ହୋଇ ପାରନ୍ତା ବୋଲି ପର୍ଯ୍ୟଟନ ପ୍ରେମୀମାନେ ମତବ୍ୟକ୍ତ କରୁଛନ୍ତି। ଏଠାରେ ଜଳପତ୍ତନ ଭୀମକୁଣ୍ଡ ଅପେକ୍ଷା କମ୍‌ ଥିବାରୁ ବିପଦ କମ୍‌ ରହିଛି। ଏଣୁ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଆସିବେ ଏବଂ ଏହା ସହିତ ନିକଟରେ ଥିବା ଘଟଗଁା ମା’ ତାରିଣୀ ପୀଠ, ଗୁଣ୍ଡିଚାଘାଗୀ ଜଳପ୍ରପାତ, ସୀତାବିଞ୍ଝ ଆଦି ପର୍ଯ୍ୟଟନ କେନ୍ଦ୍ର ବୁଲିବା ସୁଯୋଗ ପାଇବେ ବୋଲି ପ୍ରକୃତି ପ୍ରେମୀ ପ୍ରଦୀପ ରାଉତ କୁହନ୍ତି ା ଏହା ଏକ ଭଲ ଟୁରିଷ୍ଟ ସର୍କିଟ ହୋଇ ପାରିବ ବୋଲି ମତ ପ୍ରକାଶ ପାଉଛିା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକ କହିଛନ୍ତି, ଏହି ସ୍ଥାନକୁ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ଦେବା ପାଇଁ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri