ଡିଏପି ସାର ସବ୍‌ସିଡି ୭୦୦ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ,୧୭।୬:  କେନ୍ଦ୍ର ସରକାର ଡିଏପି ସାର ଉପରେ ବ୍ୟାଗ୍‌ ପିଛା ସବ୍‌ସିଡିକୁ ୭୦୦ ଟଙ୍କା ବଢ଼ାଇଛନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି। ଏଭଳି ନିଷ୍ପତ୍ତି ଦ୍ୱାରା ରାଜକୋଷ ଉପରେ ଅତିରିକ୍ତ ୧୪,୭୭୫ କୋଟି ଟଙ୍କାର ବୋଝ ପଡ଼ିବ। ଅନ୍ତର୍ଜାତୀୟ ବଜାରରେ ବିଭିନ୍ନ ଇନ୍‌ପୁଟ୍‌ ଖର୍ଚ୍ଚ ବଢ଼ିଥିବା ବେଳେ କୃଷକ ଯେଭଳି ସୁଲଭ ମୂଲ୍ୟରେ ସାର କ୍ରୟ କରିପାରିବେ ତାକୁ ଧ୍ୟାନରେ ରଖି ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ୟୁରିଆ ପରେ ଡିଏପି ସାରା ଦେଶରେ କୃଷକଙ୍କ ଦ୍ୱାରା ବହୁଳ ଭାବେ ବ୍ୟବହୃତ ହୋଇଥାଏ। ଗତ ମାସରେ କେନ୍ଦ୍ର ସରକାର ଡିଏପି ସବ୍‌ସିଡି ପ୍ରାୟ ୧୪୦% ବୃଦ୍ଧି କରିବା ନେଇ ନିଷ୍ପତ୍ତି ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଥିଲା।
ଏ ସଂକ୍ରାନ୍ତରେ ସୂଚନା ଦେଇ ରସାୟନ ଏବଂ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡବୀୟ କହିଛନ୍ତି, ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ୱାରା କୃଷକମାନେ ଲାଭବାନ ହୋଇପାରିବେ। କୃଷକମାନେ ପୁରୁଣା ରେଟ୍‌ ବ୍ୟାଗ୍‌ ପିଛା ୧୨ ଶହ ଟଙ୍କାରେ ଡିଏପି କ୍ରୟ କରିପାରିବେ। ଗୋଟିଏ ବ୍ୟାଗ୍‌ ଉପରେ ସବ୍‌ସିଡି ପୂର୍ବରୁ ୫୦୦ ଟଙ୍କା ରହିଥିଲା। ଏହା ବର୍ତ୍ତମାନ ୭୦୦ ଟଙ୍କା ବୃଦ୍ଧି ହେବାରୁ ୧୨ ଶହ ଟଙ୍କା ଛୁଇଁଛି। ଯାହାଦ୍ୱାରା କୃଷକ ଲାଭବାନ ହୋଇପାରିବେ। ଗତ ବର୍ଷ ଡିଏପି ବ୍ୟାଗ୍‌ ପିଛା ୧୭୦୦ ଟଙ୍କା ରହିଥିଲା। ଏହା ଉପରେ କେନ୍ଦ୍ର ସରକାର ୫୦୦ ଟଙ୍କାର ସବ୍‌ସିଡି ଦେଉଥିଲେ। ଫଳରେ କମ୍ପାନୀଗୁଡିକ କୃଷକଙ୍କୁ ଏହାକୁ ୧୨ ଶହ ଟଙ୍କାରେ ବିକ୍ରି କରୁଥିଲେ।
ବିଶ୍ୱ ବଜାରରେ ଦର ବଢ଼ିବାରୁ ଏହା ବର୍ତ୍ତମାନ ୨୪ ଶହ ଟଙ୍କା ଛୁଇଁଛି। ଲୋକଙ୍କୁ ସେହି ୧୨ ଶହ ଟଙ୍କାରେ ସାର ଯୋଗାଣ ଲାଗି ସବ୍‌ସିଡିକୁ ବ୍ୟାଗ୍‌ ପିଛା ୧୨ ଶହ ଟଙ୍କାକୁ ବଢ଼ାଇଥିବା ସରକାର କହିଛନ୍ତି। ସେହିଭଳି ୟୁରିଆ ଉପରେ ସରକାର ୯୦୦ ଟଙ୍କା ସବ୍‌ସିଡି ଦେଉଥିବା ମାଣ୍ଡବୀୟ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିତ୍ତୀୟ ନିଅଣ୍ଟ ହାସଲ ଏବେ ବଡ଼ ଚ୍ୟାଲେଞ୍ଜ

ମୁମ୍ବାଇ,୨୮।୪: ଚଳିତ ଆର୍ଥତ୍କ ବର୍ଷରେ ଧାର୍ଯ୍ୟ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ହାସଲ କରିବା ବଡ଼ ଚ୍ୟାଲେଞ୍ଜ ହେବ। ମନେଟାଇଜେଶନ ନେଇ କେନ୍ଦ୍ରୀୟ ବ୍ୟାଙ୍କ ବର୍ତ୍ତମାନ କୌଣସି...

ଗୁଗଲକୁ ପଛରେ ପକାଇଲା ଟିକ୍‌ଟକ୍‌

ନୂଆଦିଲ୍ଲୀ,୨୬ା୧୨: ବିଶ୍ୱର ଅଗ୍ରଣୀ ଆଇଟି ସେବା ପ୍ରଦାନକାରୀ ଓ୍ବେବ୍‌ସାଇଟ ଗୁଗଲକୁ ପଛରେ ପକାଇ ୧ନମ୍ବର ସ୍ଥାନରେ ପହଞ୍ଚତ୍ଛି ଚାଇନାର ଟିକ୍‌ଟକ୍‌ । ୨୦୨୧ରେ ବିଶ୍ବର ସର୍ବାଧିକ ଲୋକ...

ଜିଏସ୍‌ଟି ସଂଗ୍ରହ ଲକ୍ଷେ କୋଟି ଟପିଲା

ନୂଆଦିଲ୍ଲୀ: ଅକ୍ଟୋବରରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ବାବଦକୁ ସରକାର ଲକ୍ଷେ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ସଂଗ୍ରହ କରିଛନ୍ତି। ଗତ ୮ ମାସ ମଧ୍ୟରେ...

ସିବିଓଆଇର ୧୧୨ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୩।୧୨:ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ସିବିଓଆଇ) ର କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ବ୍ୟାଙ୍କର ୧୧୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କର...

ତୈଳବୀଜ ମହଜୁଦ ଉପରେ ସରକାରଙ୍କ କଟକଣା

ଭୁବନେଶ୍ୱର,୬ା୨: ଗତ କିଛି ମାସ ହେବ ବିଭିନ୍ନ କାରଣ ଯୋଗୁ ଦେଶରେ ଖାଇବା ତେଲ ଦର ବୃଦ୍ଧି ଘଟିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର...

ଶହେ ଟଙ୍କା ପାଇବାକୁ ୯୮.୪୪ ଟଙ୍କା ଖର୍ଚ୍ଚ କରୁଛି ରେଲଓ୍ବେ

ନୂଆଦିଲ୍ଲୀ, ୩-୧୨: ଭାରତୀୟ ରେଲଓ୍ବେର ଆୟ ୧୦ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଯାଇଛି। ୨୦୧୭-୧୮ ଆର୍ଥତ୍କ ବର୍ଷରେ ଏହାର ଅପରେଟିଂ ରେସିଓ ବା ପରିଚାଳନା ଅନୁପାତ...

ରୋଜଗାର ସ୍ଥିତିରେ ଆସିପାରେ ସୁଧାର

ନୂଆଦିଲ୍ଲୀ,୨୮।୫: ଲକ୍‌ଡାଉନର ପ୍ରଭାବରେ ପ୍ରବାସୀ ଶ୍ରମିକ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଘରକୁ ଫେରୁଥିବା ଦେଖାଯାଉଛି। ୩୧ ମେ’ରେ ଲକ୍‌ଡାଉନ...

ବୃଦ୍ଧି ପାଉଛି ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ,୧୦ା୫ ଗତ କିଛି ଦିନର ବିରତି ପରେ ପୁଣି ଥରେ ଅଶୋଧିତ ତୈଳ ଦର ଉଚ୍ଚ ପରିମାଣରେ ବୃଦ୍ଧି ପାଉଛି। ଏପରିକି ଅନ୍ତଃରାଷ୍ଟ୍ରୀୟ ବଜାରରେ ହୁ...

Advertisement
Archives

Model This Week