ସୂର୍ଯ୍ୟରୁ ନିର୍ଗତ ହେଲା ବିପଜ୍ଜନକ ପ୍ଲାଜମା: ସୃଷ୍ଟି ହେଲା ୬୦ ହଜାର ମାଇଲ ଲମ୍ବ ପ୍ରାଚୀର, ରହିଯିବ ୮ ପୃଥିବୀ…

ଓ୍ବାଶିଂଟନ,୧୭।୪ : କିଛି ଦିନ ତଳେ ସୂର୍ଯ୍ୟରେ ବିସ୍ଫୋରଣ ହେବା ପରେ ପୃଥିବୀଠାରୁ ୨୦ ଗୁଣା ଏକ ବଡ ଅଂଶ କୋଟି କୋଟି ମାଇଲ ବେଗରେ ବାହାରିଥିଲା । ବର୍ତ୍ତମାନ ସୂର୍ଯ୍ୟ ପୃଷ୍ଠରୁ ଏକ ବିଶାଳ ପ୍ଲାଜମା ବାହାରିଛି, ଯାହା ଜଳପ୍ରପାତ ପରି ଦେଖାଯାଉଛି। ମହାକାଶର ଫଟୋ ଉଠାଇଥିବା ଜ୍ୟୋତିର୍ବିଜ୍ଞାନ ଏଡୁଆର୍ଡୋ ଶାବଗର୍ର୍‌ ପୋପୁ ଏହାକୁ କ୍ୟାମେରାରେ କଏଦ କରିଥିଲେ। ଏହି ଫଟୋରୁ ଜଣାପଡୁଛି ସୂର୍ଯ୍ୟ ଉପରେ ଏକ ପ୍ଲାଜମା ପ୍ରାଚୀର ସୃଷ୍ଟି ହୋଇଛି। ଏହାର ଲମ୍ବ ପ୍ରାୟ ୬୦ ହଜାର ମାଇଲ ( ୧ ଲକ୍ଷ କିଲୋମିଟରରୁ ଅଧିକ)। ବୈଜ୍ଞାନିକମାନେ ଆକଳନ କରିଛନ୍ତି ଏହାର ଆକାର ଏତେ ବଡ ଯେ ଏହା ଏକ ସମୟରେ ୮ ଟି ପୃଥିବୀ ଧାରଣ କରିପାରିବ ।

 

ଅବଶ୍ୟ, ପରେ ଏହି ପ୍ଲାଜମା ସୌରପୃଷ୍ଠକୁ ଫେରି ଆସିଥିଲା। ତେଣୁ ଏହାକୁ ଜଳପ୍ରପାତ ଭାବେ ନାମ କରଣ କରାଯାଇଛି। କମ୍ପ୍ୟୁଟର ସ୍କ୍ରିନକୁ ଦେଖିଲେ ପ୍ଲାଜମା ଶହ ଶହ ସୂତା ପରି ଦେଖାଯାଉଥିଲା ବୋଲି ପୋପୋ କହିଛନ୍ତି। ଏହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। ବୈଜ୍ଞାନିକଙ୍କ ଅନୁଯାୟୀ ଏହି ପ୍ଲାଜମା ଘଣ୍ଟା ପ୍ରତି ୩୬ ହଜାର କିଲୋମିଟର ବେଗରେ ନିର୍ଗତ ହୋଇଥିଲା। ପ୍ଲାଜମାର ଏହି ଅଂଶଗୁଡ଼ିକ ପୃଥିବୀରେ ଦେଖାଯାଇଥିବା ପ୍ରକାଶ ପରିଥିଲା। ଏହାକୁ ପୋଲାର ମୁକୁଟ ମଧ୍ୟ କୁହାଯଇଥାଏ।

ସୂର୍ଯ୍ୟଙ୍କର ଏହି ପ୍ଲାଜମା ଅତ୍ୟନ୍ତ ଉତ୍ତପ୍ତ ଯାହା ସୂର୍ଯ୍ୟଠାରୁ ମହାକାଶକୁ ଗତି କରିଥାଏ। କିନ୍ତୁ ଯେତେବେଳେ ଏହା ସୂର୍ଯ୍ୟଙ୍କ ପୋଲ ନିକଟରେ ଥାଏ, ଚୁମ୍ବକୀୟ କ୍ଷେତ୍ର ଏତେ ଶକ୍ତିଶାଳୀ ଯେ ଏହା ମହାକାଶକୁ ଯିବା ପରିବର୍ତ୍ତେ ଅତି ଶୀଘ୍ର ସୂର୍ଯ୍ୟଙ୍କ ନିକଟକୁ ଫେରିଆସେ। ନାସା ଏହାକୁ ପୃଥିବୀର ଅରୋରା ସହିତ ତୁଳନା କରିଛି। ଅବଶ୍ୟ, ରଙ୍ଗୀନ ଆଲୋକ ପରିବର୍ତ୍ତେ ସୂର୍ଯ୍ୟଙ୍କ ପୋଲଗୁଡ଼ିକ ଅଣ୍ଡାକାର ପ୍ଲାଜମା ସାଗର ଭଳି ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଇକିଆ ଥାନାରେ ନିଶାମୁକ୍ତ ଅଭିଯାନ, ଏହି ଶପଥ ନେଲେ ଛାତ୍ରୀଛାତ୍ର

ରାଇକିଆ,୧।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନାରେ ବୁଧବାର ନିଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଏ.ସ୍ୱର୍ଣ୍ଣଲତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ନୂତନ ବ୍ଲକ ଶିକ୍ଷା ଅଧିକାରିଣୀ ଭାବେ ଯୋଗଦେଲେ ମଧୁସ୍ମିତା:ଏକ ନମ୍ବର ଶିକ୍ଷା ବ୍ଲକ କରିବା ଲକ୍ଷ୍ୟ

କର୍ଲାମୁଣ୍ଡା:୧/୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ନୂତନ ଭାବେ ବୁଧବାର ବ୍ଲକ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ ଯୋଗ ଦେଇଛନ୍ତି। କାର୍ଯ୍ୟାଳୟରେ ଯୋଗଦେବା…

ଗଜପତି ପୋଲିସକୁ ବଡ଼ ସଫଳତା: ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ, ୬ ନାବାଳିକା…

ଗଜପତି,୧।୭(ଗିରିଧାରୀ ପରିଛା): ଗଜପତି ପୋଲିସ ଏକ ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ କରି ୬ ଜଣ ନାବାଳିକାଙ୍କ ସମେତ ୭ ଜଣ ପୀଡ଼ିତାଙ୍କୁ ହାଇଦ୍ରାବାଦରୁ ଉଦ୍ଧାର କରିଛି।…

ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏ ରୋଗୀସେବା ବନ୍ଦ, ହନ୍ତସନ୍ତ ହେଉଛନ୍ତି ରୋଗୀ

ବଞ୍ଚୋ,୧।୭(ପ୍ରଦୋଷ ବିଶ୍ୱାଳ ): ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନ (ଓମ୍‌ସା)ର ୮ ଦଫା ଦାବି ପୂରଣ ନ ହେବା ପ୍ରତିବାଦରେ ଜାତୀୟ ଡାକ୍ତର ଦିବସ ଅବସରରୁ ବୁଧବାର…

ଗଣଶିକ୍ଷା ବିଭାଗର ବଡ଼ ଘୋଷଣା, ଛାତ୍ରୀଛାତ୍ରଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି

ଭୁବନେଶ୍ୱର,୧।୭: ଛାତ୍ରଛାତ୍ରୀଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି । ଚଳିତ ବର୍ଷରେ ହିଁ ନୂଆ ବହି ଯୋଗାଇ ଦେବେ ସରକାର । ଯଥା  ସମ୍ଭବ ଛାତ୍ରୀଛାତ୍ରଙ୍କୁ ବହି…

ଦ୍ରୁତଗତି ସାଜିଲା କାଳ: ବର୍ଷାରେ ହଠାତ୍‌ ବ୍ରେକ୍‌ ମାରିବାରୁ, ଘଟିଲା…

ଦାରିଙ୍ଗବାଡି,୧।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡି ପଞ୍ଚାୟତ ବୁଡ଼ାଗୁଡା ଛକରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି।…

୩ରେ ଆସି ୫ରେ ଫେରିବେ ଶାହା: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧ା୭(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୩ ତାରିଖ ସା ୮ଟା ୪୦ରେ ଝାରସୁଗୁଡ଼ା ଠାରେ ପହଞ୍ଚିବେ। ଏହାପରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବେ।…

ଭାଜପାରେ ଚାଲିଛି ପତିଆରା ଲଢେଇ: ନିଗମ ପାଇଁ ଚତୁର ଗୋଟିଚାଳନା

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ଓଡ଼ିଶାରେ ଭାଜପା ଶାସନକୁ ଆସିବାର ୨ ବର୍ଷ ପୂର୍ତ୍ତି ଉତ୍ସବ ନିକଟରେ ପାଳନ ହୋଇସାରିଛି। ରାଜ୍ୟର ଅନେକ ଜିଲାରେ ଏବେ ମଧ୍ୟ ସରକାରୀ ସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri