ପର୍ଯ୍ୟଟନକ୍ଷେତ୍ର ଲାଗି ବିପଦ: ବ୍ୟକ୍ତିଗତ କାମ ପାଇଁ ଖୋଳି ନେଉଛନ୍ତି ସୌନ୍ଦର୍ଯ୍ୟମୟ ପଥର

କେନ୍ଦୁଝର,୨୬ା୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଭରି ରହିଥିବା ପ୍ରାକୃତିକ ସାୈନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ସବୁଜ ପାହାଡ, ଜଙ୍ଗଲ, ଜଳପ୍ରପାତ, ନଦୀଝରଣା ଆଦି ପ୍ରମୁଖ ଆକର୍ଷଣ ହୋଇଥିବା ବେଳେ ଏଠାକାର ସୌନ୍ଦର୍ଯ୍ୟମୟ ପଥର ପାହାଡ଼ ଉପଯୁକ୍ତ ପ୍ରଚାର ଓ ପ୍ରସାର ତଥା ବିକାଶର ଅଭାବ ଯୋଗୁ ଦୃଷ୍ଟି ଆଢୁଆଳରେ ରହିଯାଇଛି। ବିଭିନ୍ନ ଆକୃତିର ସ୍ବତନ୍ତ୍ର ପଥରର ବିକାଶ କରାଗଲେ ଜିଲା ତଥା ରାଜ୍ୟ ପାଇଁ ପ୍ରକୃଷ୍ଟମୟ ନିଆରା ପର୍ଯ୍ୟଟନ ସୁଯୋଗ ସୃଷ୍ଟି ହୋଇ ପାରିବ ବୋଲି ମତ ପ୍ରକାଶ ପାଉଛି। ଏବେ ଏହି ପଥରକୁ ବିଭିନ୍ନ କାମରେ ବ୍ୟବହାର କରାଯାଉଥିବାରୁ ଖଣିଜପଥର ଲୋପ ପାଇବା ସହ ସାୈନ୍ଦର୍ଯ୍ୟହାନୀ ଘଟିବା ଆଶଙ୍କା ପ୍ରକାଶ ପାଇଛି।
ଜିଲାର ଘଟଗାଁ, ସଦର, ପାଟଣା, ହରିଚନ୍ଦନପୁର ଆଦି ବ୍ଲକ ଅଞ୍ଚଳରେ ରହିଛି ଏହି ସାୈନ୍ଦର୍ଯ୍ୟମୟ ପଥର । ଛୋଟ ଛୋଟ ପଥରଠାରୁ ଆରମ୍ଭ କରି ବୃହତ୍ତକାୟ ପର୍ବତ ସଦୃଶ ପଥର ଅନେକଙ୍କୁ ଆକୃଷ୍ଟ କରିଥାଏ। ଯାହାର ନିଦର୍ଶନ ଘଟଗାଁ ବ୍ଲକ ସୀତାବିଞ୍ଜରେ ଦେଖିବାକୁ ମିଳେ। ଏଠାରେ ରହିଛି ପ୍ରାକୃତିକ ଗୋଲାକାର, ଅର୍ଦ୍ଧା ଗୋଲାକାର, ଅଣ୍ଡାକୃତି ଆଦି ବିଭିନ୍ନ ଆକୃତିର ପଥର। ସେହିପରି ବିଭିନ୍ନ ସ୍ଥାନରେ ରହିଛି ପଥରର ଚଟାଣ । କୁହାଯାଏ ଏହି ପଥର ଚଟାଣକୁ ଖନନ କଲେ ଏହା ମଧ୍ୟ ବିଶାଳକାୟ ଗୋଲାକାର ବା ଅନ୍ୟ ଆକୃତିର ପଥର ଭଳି ଦୃଶ୍ୟମାନ ହେବ ।
ଅନେକ ସ୍ଥାନରେ ଏହି ପଥର ପାହାଡ ପର୍ବତ ସଦୃଶ୍ୟ ବଡ଼ ବଡ଼ ପଥର ଦୂରରୁ ଦୁର୍ଗ ଭଳି ଠିଆ ହୋଇଥିବା ଦେଖିବାକୁ ମିଳେ। ଗୋଟିଏ ଗୋଟିଏ ପଥରରେ ବ୍ୟାସ ପ୍ରାୟ ଅଧ କି.ମି.ଏବଂ ସାଇଜ ଏକ ବର୍ଗ କି.ମି. ପର୍ଯ୍ୟନ୍ତ ରହିଛି, ଯାହାର ମାପଚୁପ କରିବା ଜରୁରୀ ବୋଲି ଅନେକ କୁହନ୍ତି । ସୀତାବିଞ୍ଜଠାରେ ଥିବା ପଥର ଉପରେ ମାତା ସୀତାଦେବୀଙ୍କ ଏନ୍ତୁଡ଼ିଶାଳ ପ୍ରମୁଖ ଆକର୍ଷଣୀୟସ୍ଥଳୀ ପାଲଟିଛି। ସେହିପରି ଏଠାରେ ଥିବା ବିଶାଳକାୟ ପଥର ଯାହାକି ଦସ୍ୟୁ ରତ୍ନାକରଙ୍କ ଭଣ୍ଡାରଘର କୁହାଯାଏ। ସେହିପରି ଏକ ବିଶାଳ ପଥର ଉପରେ ଆଉ ପଥର ରହିଥିବା ବେଳେ ତାହର ତଳ ଭାଗରେ ଥିବା ବହୁ ପୁରୁଣା କଳାକୀର୍ତ୍ତି ରହିଛି ଯାହାକୁ ରାବଣ ଛାୟା କୁହାଯାଏ ।
ହରିଚନ୍ଦନପୁର ବ୍ଲକର ଧାନବେଣି ପଥର ଏବଂ ଏହା ଉପରେ ଥିବା ଶିବ ମନ୍ଦିର ଜିଲାରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ଅପେକ୍ଷାରେ ରହିଛି। ସେହିପରି ସଦର ବ୍ଲକ ବେଲଦା ନିକଟରେ ଏନ୍‌ଏଚ ୪୯ କଡରେ ଥିବା ବିଶାଳକାୟ ପଥର ପାହାଡ ଉପରେ ଶୂନ୍ୟ ମନ୍ଦିରକୁ ଦେଖିଲେ ଅନେକ ବିସ୍ମିତ ହୋଇଥାନ୍ତି। ସେହିପରି ଏଭଳି ମସୃଣ ପଥର ଏହିସବୁ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳେ। ଅନେକ ସ୍ଥାନରେ ପଥର ଉପରେ ପୁରୁଣା ଲେଖା, ପାଦ ଚିହ୍ନ ମଧ୍ୟ ରହିଥିବା ଦେଖିବାକୁ ମିଳେ। ସେହିପରି କେନ୍ଦୁଝର-ହରିଚନ୍ଦନପୁର ରାସ୍ତାର ଦେଓବନ୍ଧ ଗ୍ରାମ ପୂର୍ବରୁ ଡାହାଣ ପାର୍ଶ୍ୱରେ ଥିବା ବିସ୍ତୃତକାୟ ପଥର ଅନେକଙ୍କୁ ଆଶ୍ଚାର୍ଯ୍ୟାନ୍ବିତ କରିଥାଏ। ଏହାର ଚାରିପାଖରେ ବନୀକରଣ କରାଯାଇ ବିକାଶ କରାଗଲେ ଜିଲାର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ବିକଶିତ କରିବ ବୋଲି ସଂଗ୍ରାହକ ତଥା ବରିଷ୍ଠ ଲେଖକ ପ୍ରଦୀପ ରାଉତ କୁହନ୍ତି ।
କେନ୍ଦୁଝର ଜିଲାରେ ବାୈଦ୍ଧ ଓ ଜୈନ ତନ୍ତ୍ର ସମୟର ବହୁ ପ୍ରମାଣ ବିଭିନ୍ନ ପାହାଡ ଓ ଜଙ୍ଗଲାଞ୍ଚଳରେ ଦେଖିବାକୁ ମିଳେ। ସେହିପରି ଅନେକ ଗୁମ୍ଫା ରହିଛି ଯେଉଁଠି କି ମୁନି ଋଷି ମାନେ ବାସ କରନ୍ତି । ଅନେକ ସ୍ଥାନରେ ବହୁ ପୁରୁଣା ପ୍ରସ୍ତର ଲେଖା ମଧ୍ୟ ରହିଛି। ଏଣୁ ଏହି ସାୈନ୍ଦର୍ଯ୍ୟମୟ ତଥା ବିଭିନ୍ନ ଆକୃତିର ସ୍ବତନ୍ତ୍ର ପଥର ଓ ପଥର ପାହାଡ଼ର ବିକାଶ କରାଗଲେ ଅନ୍ୟ ରାଜ୍ୟ ଓ ଦେଶର ପର୍ଯ୍ୟଟକମାନେ ଅଧିକ ଆକୃଷ୍ଟ ହୋଇ ପାରିବେ ବୋଲି ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ବିମ୍ବାଧର ବେହେରା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କାଶୀପୁର ଗସ୍ତ କରି ସ୍ଥିତି ସମୀକ୍ଷା କଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ରାୟଗଡ଼ା ଅଫିସ,୨୧।୭: ରାୟଗଡ଼ା ଜିଲାରେ ଭିବ୍ରିଓ କଲେରା ବ୍ୟାପି ୭ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଜିଲାର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ...

ସଖୀ କେନ୍ଦ୍ର ଉଦ୍‌ଘାଟିତ: ନିର୍ଯାତିତା ମହିଳା, ଯୁବତୀଙ୍କୁ ଯୋଗାଇ ଦିଆଯିବ ସୁବିଧା

ଭଦ୍ରକ ଅଫିସ,୨।୧୦: ଭଦ୍ରକ ଜିଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ନିକଟରେ ବୁଧବାର ସଖୀ କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଏହି କେନ୍ଦ୍ର ମାଧ୍ୟମରେ ନିର୍ଯାତିତା ମହିଳା ଓ ଯୁବତୀମାନଙ୍କୁ...

ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନା ନେଲେ ଜିଲାପାଳ

ହିିିଞ୍ଜିଳିକାଟୁ/ଶେରଗଡ଼,୨୩ା୧୨(ଡିି.ଏନ୍‌.ଏ)-ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ଶେରଗଡ଼ ବ୍ଲକ ମାରୁଡ଼ିଠାରେ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରି ମାନବିକତାର...

ଲକଡାଉନ ନ ମାନି ୩ ଗିରଫ

ବଇଣ୍ଡା, ୫ା୪(ଡି.ଏନ.ଏ.)- କରୋନା ସଂକ୍ରମଣ ପ୍ରତିହତ ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ ଉଲ୍ଲଂଘନ ସହ ଗଣ୍ଡଗୋଳ କରିବା ଅଭିଯୋଗରେ ଅନୁଗୋଳ ଜିଲା ଠାକୁରଗଡ ଅଞ୍ଚଳରେ...

କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ କରୋନା ଆକ୍ରାନ୍ତ ଚିହ୍ନଟଙ୍କୁ ଛାଡ଼ିଲେନି ପ୍ରବାସୀ, ସମସ୍ତଙ୍କ ସ୍ବାବ୍‌ ଟେଷ୍ଟ ପାଇଁ ଅଡ଼ିବସିଲେ

ଭଣ୍ଡାରିପୋଖରୀ,୬ା୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ମହୁରା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀମାନେ ରହୁଥିଲେ ମଧ୍ୟ କାହାର ସ୍ବାବ୍‌ ଟେଷ୍ଟ କରାଯାଉ ନ ଥିବାରୁ...

ଚା ଦୋକାନୀରୁ ହେଲେ ସରପଞ୍ଚ

ଡୁଙ୍ଗୁରିପାଲି,୫ା୩(ଡି.ଏନ୍‌.ଏ.): ଚଳିତ ପଞ୍ଚାୟତ ନିର୍ବାଚନରେ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକର ପଣ୍ଡକିଟାଲ, ନାଇକେନପାଲି ପଞ୍ଚାୟତରେ ଜଣେ ଚା ଦୋକାନୀ ବିଜୟୀ ହୋଇ ସରପଞ୍ଚ ହୋଇଛନ୍ତି। ସେ...

ଆନ୍ତଃ ଜିଲା ମୋବାଇଲ ଚୋର ଗିରଫ

ଭାପୁର,୬ା୧୧(ଡି.ଏନ.ଏ.)-ଜଣେ ଆନ୍ତଃଜିଲା ମୋବାଇଲ ଚୋରକୁ ନୟାଗଡ ଜିଲା ଭାପୁର ପୋଲିସ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି ା ଗିରଫ ଅଭିଯୁକ୍ତଙ୍କ ନାମ ଦୁର୍ଗାଚରଣ...

ଶିକ୍ଷକ ଓ କର୍ମଚାରୀଙ୍କ ପକ୍ଷରୁ ସହାୟତା

ବାଲେଶ୍ୱର ଅଫିସ, ୧୦।୫-ସମଗ୍ର ବିଶ୍ୱ ଏବେ ମହାମାରୀ କରୋନା କବଳରେ। ଏହାଯୋଗୁ ଅନେକ ଜୀବନ ଗଲାଣି ଓ ଅନେକ ଆକ୍ରାନ୍ତ ହେଲେଣି। ଆର୍ଥିକ ଓ ସାମାଜିକ...

Advertisement
Archives

Model This Week