ପର୍ଯ୍ୟଟନକ୍ଷେତ୍ର ଲାଗି ବିପଦ: ବ୍ୟକ୍ତିଗତ କାମ ପାଇଁ ଖୋଳି ନେଉଛନ୍ତି ସୌନ୍ଦର୍ଯ୍ୟମୟ ପଥର

କେନ୍ଦୁଝର,୨୬ା୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଭରି ରହିଥିବା ପ୍ରାକୃତିକ ସାୈନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ସବୁଜ ପାହାଡ, ଜଙ୍ଗଲ, ଜଳପ୍ରପାତ, ନଦୀଝରଣା ଆଦି ପ୍ରମୁଖ ଆକର୍ଷଣ ହୋଇଥିବା ବେଳେ ଏଠାକାର ସୌନ୍ଦର୍ଯ୍ୟମୟ ପଥର ପାହାଡ଼ ଉପଯୁକ୍ତ ପ୍ରଚାର ଓ ପ୍ରସାର ତଥା ବିକାଶର ଅଭାବ ଯୋଗୁ ଦୃଷ୍ଟି ଆଢୁଆଳରେ ରହିଯାଇଛି। ବିଭିନ୍ନ ଆକୃତିର ସ୍ବତନ୍ତ୍ର ପଥରର ବିକାଶ କରାଗଲେ ଜିଲା ତଥା ରାଜ୍ୟ ପାଇଁ ପ୍ରକୃଷ୍ଟମୟ ନିଆରା ପର୍ଯ୍ୟଟନ ସୁଯୋଗ ସୃଷ୍ଟି ହୋଇ ପାରିବ ବୋଲି ମତ ପ୍ରକାଶ ପାଉଛି। ଏବେ ଏହି ପଥରକୁ ବିଭିନ୍ନ କାମରେ ବ୍ୟବହାର କରାଯାଉଥିବାରୁ ଖଣିଜପଥର ଲୋପ ପାଇବା ସହ ସାୈନ୍ଦର୍ଯ୍ୟହାନୀ ଘଟିବା ଆଶଙ୍କା ପ୍ରକାଶ ପାଇଛି।
ଜିଲାର ଘଟଗାଁ, ସଦର, ପାଟଣା, ହରିଚନ୍ଦନପୁର ଆଦି ବ୍ଲକ ଅଞ୍ଚଳରେ ରହିଛି ଏହି ସାୈନ୍ଦର୍ଯ୍ୟମୟ ପଥର । ଛୋଟ ଛୋଟ ପଥରଠାରୁ ଆରମ୍ଭ କରି ବୃହତ୍ତକାୟ ପର୍ବତ ସଦୃଶ ପଥର ଅନେକଙ୍କୁ ଆକୃଷ୍ଟ କରିଥାଏ। ଯାହାର ନିଦର୍ଶନ ଘଟଗାଁ ବ୍ଲକ ସୀତାବିଞ୍ଜରେ ଦେଖିବାକୁ ମିଳେ। ଏଠାରେ ରହିଛି ପ୍ରାକୃତିକ ଗୋଲାକାର, ଅର୍ଦ୍ଧା ଗୋଲାକାର, ଅଣ୍ଡାକୃତି ଆଦି ବିଭିନ୍ନ ଆକୃତିର ପଥର। ସେହିପରି ବିଭିନ୍ନ ସ୍ଥାନରେ ରହିଛି ପଥରର ଚଟାଣ । କୁହାଯାଏ ଏହି ପଥର ଚଟାଣକୁ ଖନନ କଲେ ଏହା ମଧ୍ୟ ବିଶାଳକାୟ ଗୋଲାକାର ବା ଅନ୍ୟ ଆକୃତିର ପଥର ଭଳି ଦୃଶ୍ୟମାନ ହେବ ।
ଅନେକ ସ୍ଥାନରେ ଏହି ପଥର ପାହାଡ ପର୍ବତ ସଦୃଶ୍ୟ ବଡ଼ ବଡ଼ ପଥର ଦୂରରୁ ଦୁର୍ଗ ଭଳି ଠିଆ ହୋଇଥିବା ଦେଖିବାକୁ ମିଳେ। ଗୋଟିଏ ଗୋଟିଏ ପଥରରେ ବ୍ୟାସ ପ୍ରାୟ ଅଧ କି.ମି.ଏବଂ ସାଇଜ ଏକ ବର୍ଗ କି.ମି. ପର୍ଯ୍ୟନ୍ତ ରହିଛି, ଯାହାର ମାପଚୁପ କରିବା ଜରୁରୀ ବୋଲି ଅନେକ କୁହନ୍ତି । ସୀତାବିଞ୍ଜଠାରେ ଥିବା ପଥର ଉପରେ ମାତା ସୀତାଦେବୀଙ୍କ ଏନ୍ତୁଡ଼ିଶାଳ ପ୍ରମୁଖ ଆକର୍ଷଣୀୟସ୍ଥଳୀ ପାଲଟିଛି। ସେହିପରି ଏଠାରେ ଥିବା ବିଶାଳକାୟ ପଥର ଯାହାକି ଦସ୍ୟୁ ରତ୍ନାକରଙ୍କ ଭଣ୍ଡାରଘର କୁହାଯାଏ। ସେହିପରି ଏକ ବିଶାଳ ପଥର ଉପରେ ଆଉ ପଥର ରହିଥିବା ବେଳେ ତାହର ତଳ ଭାଗରେ ଥିବା ବହୁ ପୁରୁଣା କଳାକୀର୍ତ୍ତି ରହିଛି ଯାହାକୁ ରାବଣ ଛାୟା କୁହାଯାଏ ।
ହରିଚନ୍ଦନପୁର ବ୍ଲକର ଧାନବେଣି ପଥର ଏବଂ ଏହା ଉପରେ ଥିବା ଶିବ ମନ୍ଦିର ଜିଲାରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ଅପେକ୍ଷାରେ ରହିଛି। ସେହିପରି ସଦର ବ୍ଲକ ବେଲଦା ନିକଟରେ ଏନ୍‌ଏଚ ୪୯ କଡରେ ଥିବା ବିଶାଳକାୟ ପଥର ପାହାଡ ଉପରେ ଶୂନ୍ୟ ମନ୍ଦିରକୁ ଦେଖିଲେ ଅନେକ ବିସ୍ମିତ ହୋଇଥାନ୍ତି। ସେହିପରି ଏଭଳି ମସୃଣ ପଥର ଏହିସବୁ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳେ। ଅନେକ ସ୍ଥାନରେ ପଥର ଉପରେ ପୁରୁଣା ଲେଖା, ପାଦ ଚିହ୍ନ ମଧ୍ୟ ରହିଥିବା ଦେଖିବାକୁ ମିଳେ। ସେହିପରି କେନ୍ଦୁଝର-ହରିଚନ୍ଦନପୁର ରାସ୍ତାର ଦେଓବନ୍ଧ ଗ୍ରାମ ପୂର୍ବରୁ ଡାହାଣ ପାର୍ଶ୍ୱରେ ଥିବା ବିସ୍ତୃତକାୟ ପଥର ଅନେକଙ୍କୁ ଆଶ୍ଚାର୍ଯ୍ୟାନ୍ବିତ କରିଥାଏ। ଏହାର ଚାରିପାଖରେ ବନୀକରଣ କରାଯାଇ ବିକାଶ କରାଗଲେ ଜିଲାର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ବିକଶିତ କରିବ ବୋଲି ସଂଗ୍ରାହକ ତଥା ବରିଷ୍ଠ ଲେଖକ ପ୍ରଦୀପ ରାଉତ କୁହନ୍ତି ।
କେନ୍ଦୁଝର ଜିଲାରେ ବାୈଦ୍ଧ ଓ ଜୈନ ତନ୍ତ୍ର ସମୟର ବହୁ ପ୍ରମାଣ ବିଭିନ୍ନ ପାହାଡ ଓ ଜଙ୍ଗଲାଞ୍ଚଳରେ ଦେଖିବାକୁ ମିଳେ। ସେହିପରି ଅନେକ ଗୁମ୍ଫା ରହିଛି ଯେଉଁଠି କି ମୁନି ଋଷି ମାନେ ବାସ କରନ୍ତି । ଅନେକ ସ୍ଥାନରେ ବହୁ ପୁରୁଣା ପ୍ରସ୍ତର ଲେଖା ମଧ୍ୟ ରହିଛି। ଏଣୁ ଏହି ସାୈନ୍ଦର୍ଯ୍ୟମୟ ତଥା ବିଭିନ୍ନ ଆକୃତିର ସ୍ବତନ୍ତ୍ର ପଥର ଓ ପଥର ପାହାଡ଼ର ବିକାଶ କରାଗଲେ ଅନ୍ୟ ରାଜ୍ୟ ଓ ଦେଶର ପର୍ଯ୍ୟଟକମାନେ ଅଧିକ ଆକୃଷ୍ଟ ହୋଇ ପାରିବେ ବୋଲି ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ବିମ୍ବାଧର ବେହେରା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?