ପକ୍ଷୀଙ୍କୁ ବିପଦ ଅସ୍ବାସ୍ଥ୍ୟକର ପରିବେଶ

କେନ୍ଦୁଝର,୧୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଶୀତ ବଢ଼ିଥିବା ବେଳେ ବିଦେଶୀ ପକ୍ଷୀଙ୍କ ଆଗମନ ମଧ୍ୟ ବଢ଼ିଲାଣି। ବିଶେଷକରି କେନ୍ଦୁଝର ସହରର ଜଗନ୍ନାଥପୁର, ମାଧପୁର, ବଡ଼ଶାସନ, ପାଓ୍ବାରହାଉସ ଆଦି ସ୍ଥାନରେ ଥିବା ଜଳାଶୟରେ ଶହ ଶହ ସଂଖ୍ୟାରେ ବିଭିନ୍ନ ପ୍ରକାରର ବିଦେଶୀ ପକ୍ଷୀ ଦେଖିବାକୁ ମିଳୁଛି। ଏହି ପକ୍ଷୀଙ୍କୁ ଦେଖିବାକୁ ପକ୍ଷୀପ୍ରେମୀଙ୍କ ଭିଡ଼ ଜମୁଥିବା ବେଳେ କଳରବରେ ସହର ଗୁଞ୍ଜରିତ ହେଉଛି। ଜାନୁୟାରୀ ୧୦ରେ ପକ୍ଷୀ ଗଣନା ସମଗ୍ର ରାଜ୍ୟରେ ହେବାକୁ ଥିବାରୁ ସେ ସମୟରେ ବିଦେଶାଗତ ଓ ସ୍ଥାନୀୟ ପକ୍ଷୀଙ୍କ ସଂଖ୍ୟା କେତେ ଜଣାପଡ଼ିବ। ତେବେ ଅସ୍ବାସ୍ଥ୍ୟକର ପରିବେଶ ଯୋଗୁ ପକ୍ଷୀଙ୍କ ପ୍ରତି ବିପଦ ଆଶଙ୍କା ରହୁଥିବାରୁ ଏନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।
ଯେ, ବିଦେଶାଗତ ପକ୍ଷୀଙ୍କୁ ଶାନ୍ତ, ସୁସ୍ଥ ପରିବେଶ ଓ ଖାଦ୍ୟ ଆକୃଷ୍ଟ କରିଥାଏ। ଫଳରେ ଜଗନ୍ନାଥପୁର, ମାଧପୁର, ବଡ଼ଶାସନ ସମେତ ସହରରେ ଥିବା ୧୦ରୁ ଊର୍ଦ୍ଧ୍ୱ ପୋଖରୀ ଓ ଜଳାଶୟ ନିକଟରେ ଥିବା ବୁଦା ଓ ଗଛ ଉପରେ ପକ୍ଷୀ ଆଶ୍ରୟ ନେଉଛନ୍ତି। ବିଶେଷତଃ ଆମେରିକା ଓ କାନାଡ଼ାର ରେଡ୍‌ ହେଡେଡ୍‌ ଡକ୍‌, କିଙ୍ଗଫିସର, ବଚର ଆଦି କିସମର ପକ୍ଷୀ ଦେଖିବାକୁ ମିଳୁଛି। ତେବେ ଅନେକ ପୋଖରୀରେ ଦଳ ଭଳି ଅନାବନା ଗଛଲତା ତଥା ମଇଳା ଆବର୍ଜନା ସଫେଇ ହେଉ ନ ଥିବାରୁ ପକ୍ଷୀପ୍ରେମୀ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ସେହିପରି ଅସ୍ବାସ୍ଥ୍ୟକର ପରିବେଶ ଯୋଗୁ କେତେକ ପୋଖରୀ ବ୍ୟବହାର ହୋଇ ପାରୁ ନ ଥିବା ବେଳେ ଅନେକ ପୋଖରୀକୁ ସ୍ଥାନୀୟ ଲୋକେ କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବାରୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଅନେକ ସମୟରେ ସଚେତନତା ଏବଂ ସୁରକ୍ଷା ଅଭାବରୁ ପକ୍ଷୀ ଶିକାର ହେଉଛି। ସ୍ଥାନୀୟ କେତେକ ଲୋକ ପକ୍ଷୀଙ୍କ ସୁରକ୍ଷା କରୁଛନ୍ତି। ପ୍ରଶାସନ ଉକ୍ତ ଲୋକଙ୍କୁ ନେଇ ଗୋଷ୍ଠୀଗତ ସୁରକ୍ଷା କରିବାକୁ ପଦକ୍ଷେପ ନେବା ଜରୁରୀ ବୋଲି ପରିବେଶବିତ୍‌ ଡ. ବିମ୍ବାଧର ବେହେରା କହିଛନ୍ତି।
ସଫେଇ ହେଲେ ଅଧିକ ସଂଖ୍ୟାରେ ପକ୍ଷୀ ଆସିବେ, ଲୋକଙ୍କ ବ୍ୟବହାରଯୋଗ୍ୟ ହୋଇପାରିବ ବୋଲି ଜଗନ୍ନାଥପୁର ନିବାସୀ ତଥା ସାମାଜିକ କର୍ମୀ ଅଭୟ ଜେନା କହିଛନ୍ତି। ପ୍ରତ୍ୟେକ ବର୍ଷ ଏହି ପୋଖରୀକୁ ବହୁ ସଂଖ୍ୟାରେ ପକ୍ଷୀ ଆସନ୍ତି। ପୋଖରୀର ସଫେଇ ଏବଂ ପକ୍ଷୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଗଲେ ସେମାନେ ଅଧିକ ସଂଖ୍ୟାରେ ଆସିବେ ବୋଲି ସ୍ଥାନୀୟ ସାମାଜିକ କର୍ମୀ ପ୍ରଦୀପ ମହାନ୍ତି କହିଛନ୍ତି। ବିଶେଷକରି ଏହି ଋତୁରେ ପକ୍ଷୀମାନଙ୍କ ଆଗମନ ହୋଇଥାଏ। ପକ୍ଷୀମାନେ ଏହି ଋତୁରେ ଅଣ୍ଡା ମଧ୍ୟ ଦେଇଥାନ୍ତି। ବିଶେଷ କରି ଜନ ବସତି ଅଞ୍ଚଳରେ ପକ୍ଷୀ ଅଧିକ ରହୁଛନ୍ତି ବୋଲି ଡିଏଫ୍‌ଓ ଧନ୍‌ରାଜ ଏଚ୍‌.ଡି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?