ବିପଦର ସଙ୍କେତ କଳାବାଘ

ଜଙ୍ଗଲରେ ବାଘ ସଂଖ୍ୟା ହ୍ରାସ ପାଉଥିବାରୁ ଇନ୍‌ବ୍ରିଡିଙ୍ଗ (ରକ୍ତ ସମ୍ପର୍କରେ ପ୍ରଜନନ) ବଢ଼ୁଛି। ଇନ୍‌ବ୍ରିଡିଙ୍ଗ୍‌ ଯୋଗୁ କଳାବାଘ ଜନ୍ମ ନେଉଥିବା ମଲିକ୍ୟୁଲାର ଗବେଷଣାରୁ ଜଣାପଡ଼ିଛି। ଏହା ବାଘବଂଶ ପ୍ରତି ବିପଦର ସଙ୍କେତ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

ଭୁବନେଶ୍ୱର, ୧୦।୧ (ଅସମାପିକା ସାହୁ):
ରାଜ୍ୟରେ ଗତ କିଛିମାସ ହେବ କଳାବାଘକୁ ନେଇ ଚର୍ଚ୍ଚା ହେଉଛି। ରାଜ୍ୟରେ ବାଘ ଗଣନା ଚାଲୁଥିବାବେଳେ ଗତବର୍ଷ ନଭେମ୍ବର ୨୯ରେ କେନ୍ଦ୍ରୀୟ ଓଡ଼ିଶାର ଏକ ନିର୍ଦ୍ଦିଷ୍ଟ ଜଙ୍ଗଲରେ ଏକ କଳା କଲରାପତରିଆ ବାଘ ଦେଖାଯାଇଥିଲା। ଏହାପରେ ଡିସେମ୍ବର ୨ରେ ପ୍ରଥମେ ୨ଟି କଳା ମହାବଳ ବାଘ ଠାବ ହୋଇଥିଲା। ୪ଟି କଳା ମହାବଳ ବାଘ ସାଙ୍ଗହୋଇ ବୁଲୁଥିବାର ଏକ ଭିଡିଓ ଗତ ୭ ତାରିଖରେ ପିସିସିଏଫ୍‌ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦେଇଥିଲେ। ଏମାନେ ସିଡୋ ମେଲାନିଷ୍ଟିକ ଟାଇଗର ଏବଂ ଏଭଳି ଦୃଶ୍ୟ ବିରଳରୁ ଅତି ବିରଳ ବୋଲି ପିସିସିଏଫ୍‌ ଲେଖିଥିଲେ। ସ୍ଥାନ ସମ୍ପର୍କରେ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ନ ଥିଲେ ମଧ୍ୟ ତାହା ଶିମିଳିପାଳର ବୋଲି ଜଣାପଡିଛି। କଳା ରଙ୍ଗର ବାଘ ଶିମିଳିପାଳରେ ଜନ୍ମ ନିଅନ୍ତି ଏବଂ ଦେଶରେ ଅନ୍ୟ କୌଣସି ସ୍ଥାନରେ ଏଭଳି ଘଟଣା ଦେଖାଯାଇ ନ ଥିବା ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହୁଛନ୍ତି। ତେବେ ରୟାଲ ବେଙ୍ଗଲ ଟାଇଗର ପାଇଁ ପରିଚିତ ଶିମିଳିପାଳରେ କଳାବାଘଙ୍କ ଉପସ୍ଥିତିକୁ ପୂର୍ବତନ ବନ ଅଧିକାରୀଙ୍କ ସମେତ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ବାଘ ବଂଶ ପ୍ରତି ବିପଦର ସୂଚନା ବୋଲି କହୁଛନ୍ତି।
ଶିମିଳିପାଳ ଏବଂ ନନ୍ଦନକାନନରେ କଳାବାଘ ଜନ୍ମକୁ ନେଇ ୨୦୨୧ରେ ଏକ ଗବେଷଣା ହୋଇଥିଲା। ସେହି ଗବେଷଣାରେ ଓଡ଼ିଶାର ୩ଜଣ ଥିଲେ। କଳା ରଙ୍ଗର ବାଘ ଜନ୍ମହେବା ନେଇ ଇନ୍‌ବ୍ରିଡିଙ୍ଗ ଏକ ମୁଖ୍ୟ କାରଣ ବୋଲି ଦର୍ଶାଯାଇଥିଲା। ରକ୍ତ ସମ୍ପର୍କ ଭିତରେ ପ୍ରଜନନକୁ ଇନ୍‌ବ୍ରିଡିଙ୍ଗ ବୋଲି କୁହାଯାଏ। ଇନ୍‌ବ୍ରିଡିଙ୍ଗ ହେଲେ ଛୁଆମାନେ ଜିନ୍‌ ସ୍ତରରେ ଦୁର୍ବଳ ହୋଇଯାନ୍ତି। ସେମାନଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦିଏ। ସାଧାରଣ ପ୍ରାଣୀ ଅପେକ୍ଷା ଇନ୍‌ବ୍ରିଡିଙ୍ଗ ଦ୍ୱାରା ଜନ୍ମିତ ପ୍ରାଣୀଙ୍କ ଶୀଘ୍ର ମୃତ୍ୟୁ ଘଟିଥାଏ ଏବଂ ପ୍ରଜନନ କ୍ଷମତା ମଧ୍ୟ ହ୍ରାସ ହୋଇଥାଏ। ଇନ୍‌ବ୍ରିଡିଙ୍ଗ କାରଣରୁ ମହାବଳ ବାଘ କଳା ରଙ୍ଗ ହୋଇ ଜନ୍ମ ହେଉଥିବା ଗବେଷଣାରୁ ଜଣାପଡ଼ିଥିବାରୁ ଶିମିଳିପାଳରେ ଯଦି ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇବ, ତେବେ ସାଧାରଣ ବାଘ ବା ରୟାଲ ବେଙ୍ଗଲ ଟାଇଗରଙ୍କ ସଂଖ୍ୟା କମିବ। ସମୟକ୍ରମେ ସାଧାରଣ ବାଘ ଆଉ ଜନ୍ମହେବେ ନାହିଁ ଏବଂ କଳା ବାଘ ମଧ୍ୟ ବେଶିଦିନ ତିଷ୍ଠି ପାରିବେ ନାହିଁ। ଧୀରେ ଧୀରେ ଶିମିଳିପାଳ ବାଘଶୂନ୍ୟ ହୋଇଯିବ ବୋଲି ବିଶେଷଜ୍ଞ କହୁଛନ୍ତି।
ଏ ନେଇ ନନ୍ଦନକାନନର ପୂର୍ବତନ ଡିସିଏଫ୍‌ ତଥା ବନ୍ୟପ୍ରାଣୀ ବିଶେଷଜ୍ଞ କମଳ ଲୋଚନ ପୁରୋହିତ କହିଛନ୍ତି, ଇନ୍‌ବ୍ରିଡିଙ୍ଗ ଯୋଗୁ ଶିମିଳିପାଳରେ ଅଧିକ କଳା ବାଘ ଜନ୍ମ ହେଉଛନ୍ତି, ଯାହା ନନ୍ଦନକାନନ ଚିଡ଼ିଆଖାନାରେ ମଧ୍ୟ ହେଉଛି। ଚିଡ଼ିଆଖାନାରେ ସଂଖ୍ୟା କମ୍‌ ହେତୁ ପ୍ରଜନନରେ ସମସ୍ୟା ବୁଝିହୁଏ। ହେଲେ ପ୍ରାକୃତିକ ବନ୍ୟ ପରିବେଶରେ ଅଧିକ ସଂଖ୍ୟକ କଳା ବାଘ ଜନ୍ମ ହେବା ଚିନ୍ତାର ବିଷୟ। ଇନ୍‌ବ୍ରିଡିଙ୍ଗ ହୋଇ ଜିନ୍‌ ସ୍ତରରେ ଅବକ୍ଷୟ ହେବା ସ୍ପଷ୍ଟ ଜଣାପଡ଼ିଯାଉଛି। ଯଦି ଆଉ କିଛିବର୍ଷ ଶିମିଳିପାଳ ବାଘମାନେ ସାଧାରଣ ବାଘଙ୍କ ସହିତ ପ୍ରଜନନ କରିବାର ସୁଯୋଗ ନ ପାଇବେ, ତାଙ୍କର ଜିନ୍‌ରେ ଉନ୍ନତି ଘଟିବା ଅସମ୍ଭବ ହୋଇଯିବ। ସେତେବେଳେ ଆଉ ବାଘ ଦେଖିବାକୁ ମିଳିବ ନାହିଁ। ଶିମିଳିପାଳ ବାଘମାନଙ୍କର ଟେରିଟୋରି ଅଧ୍ୟୟନ କରି ବାହାର ରାଜ୍ୟରୁ ସ୍ବାସ୍ଥ୍ୟବାନ୍‌ ବାଘ ଆଣି ସେ ଅଞ୍ଚଳରେ ଛାଡ଼ିବା ପାଇଁ ବିଭାଗ ଶୀଘ୍ର ବ୍ୟବସ୍ଥା ଆରମ୍ଭ କରିବା ଉଚିତ। ଅନ୍ୟ ରାଜ୍ୟର ବାଘଙ୍କ ସହିତ ପ୍ରଜନନ ପରେ ଯେଉଁ ବାଘ ଛୁଆ ଜନ୍ମ ହେବେ ସେମାନେ ଆଉଟ୍‌ବ୍ରିଡ୍‌(outbred) ହେବେ ଏବଂ ଇନ୍‌ବ୍ରିଡିଙ୍ଗର ଧାରାକୁ ଭାଙ୍ଗିହେବ ବୋଲି ପୁରୋହିତ କହିଛନ୍ତି।
ଭାରତରେ କଳା ରଙ୍ଗର ବାଘଙ୍କ ବିଷୟରେ ୧୯୯୯ରେ ଏକ ବହି ପ୍ରକାଶିତ ହୋଇଥିଲା। ଏହାର ଲେଖକ ଥିଲେ ଓଡ଼ିଶା ବନ ବିଭାଗର ଅବସରପ୍ରାପ୍ତ ବରିଷ୍ଠ ଗବେଷଣା ଅଧିକାରୀ ଲାଲା ଅଶ୍ୱିନୀ କୁମାର ସିଂହ। କଳା ରଙ୍ଗର ମହାବଳ ବାଘ ଠାବହେବାର ସମ୍ଭାବ୍ୟ କାରଣ ଏବଂ ସମସ୍ୟା ବିଷୟରେ ସେ ଚେତାଇଥିଲେ। ୧୯୯୩ରେ ଏକ ଯୁବ କଳା ବାଘକୁ ଶିକାର ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ବାଘଟି ମାଆ ପାଖରେ ଅଧିକ ସମୟ ନ ରହିବାରୁ ଖାଦ୍ୟ ପାଇଁ ଶିକାର କରିବାର କୌଶଳ ସମ୍ପୂର୍ଣ୍ଣ ଶିଖି ପାରି ନ ଥିଲା। ଫଳରେ ଗ୍ରାମର ଅଧିକ ନିକଟକୁ ଆସିଯିବାରୁ ଲୋକେ ତାକୁ ମାରି ଦେଇଥିଲେ ବୋଲି ଦର୍ଶାଇଥିଲେ। ଏ ନେଇ ଲାଲା କହିଛନ୍ତି, ବାରମ୍ବାର କଳାବାଘ ଦେଖାଯିବା ଏକ ଭଲ ଖବର ନୁହେଁ। ଏହା ପ୍ରକୃତି ପାଇଁ ଶୁଭଙ୍କର ନୁହେଁ। ସାଧାରଣ ବାଘ ସଂଖ୍ୟା ପାଇଁ ଏହା ଏକ ଓ୍ବାର୍ନିଂ। କଳା ବାଘ ଅଧିକ ହେବା ଦର୍ଶାଉଛି ଯେ, ସାଧାରଣ ବାଘଙ୍କ ସଂଖ୍ୟା କମିବାରେ ଲାଗୁଛି। ସେଥିପାଇଁ ବିଭାଗ ସାଧାରଣ ବାଘଙ୍କ ସଂଖ୍ୟା କିପରି ବୃଦ୍ଧି କରିବ ସେ ଦିଗରେ ଦୃଷ୍ଟିଦେବା ଉଚିତ ବୋଲି ସେ କହିଛନ୍ତି। ଏ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, କଳା ରଙ୍ଗର ବାଘଙ୍କର ମୁଖ୍ୟ ସମସ୍ୟା ହୋଇଥାଏ ପରସ୍ପର ଭାବର ଆଦାନ ପ୍ରଦାନ ବା ଭିଜୁଆଲ୍‌ କମ୍ୟୁନିକେଶନ। ଫଳରେ ସେମାନେ ଭଲରେ ଶିକାର କରିବା ଶିଖିପାରନ୍ତି ନାହିଁ ଏବଂ ଛୁଆବେଳେ ନିଜେ ଶିକାର ହେବାର ସମ୍ଭାବନା ମଧ୍ୟ ବଢ଼ିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?