ଡମ୍ବାଦାଇ ଗାଁ ରାସ୍ତା ପାଲଟିଛି ମରଣଯନ୍ତା

ଫିରିଙ୍ଗିଆ,୨୯।୪: ସରକାର ଆଦିବାସୀ ବହୁଳ ଜିଲା ଗୁଡ଼ିକରେ ଗମନା ଗମନ କ୍ଷେତ୍ରରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏହା ଖାଲି କାଗଜପତ୍ରରେ ସୀମୀତ ଭଳି ଅନେକ ସମୟରେ ନଜିର ରହିଛି। ଆଜି ଯାଏ କନ୍ଧମାଳ ଜିଲାର ସବୁଠୁ ବଡ ସମସ୍ୟା ହେଉଛି ରାସ୍ତା। ବହୁ ଗ୍ରାମକୁ ଭଲ ରାସ୍ତା ଟିଏ ନାହିଁ। ଜନ ସାଧାରଣଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଢୁଛି। ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ ହେଉଥିଲେ ବି ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇଛି। ବର୍ଷ ବର୍ଷ ଧରି ଖାଲଖମା ରାସ୍ତାରେ ଯାତାୟାତ କରି ଆସୁଥିଲେ ବି କିଛି ପଦକ୍ଷେପ ନିଆଯାଉନାହିଁ। କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ପଞ୍ଚାୟତ ଡମ୍ବାଦେଇ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ଆଜକୁ ବହୁ ବର୍ଷ ହେଲା ଏହି ଗ୍ରାମ ରାସ୍ତା ମରାମତି କରାଯାଉନାହିଁ। କୌଣସି ଜରୁରୀ କାମରେ ଲୋକେ ବ୍ଲକ କିମ୍ବା ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାକୁ ହେଲେ ଏହି ରାସ୍ତା ପ୍ରତିବନ୍ଧକ ସାଜୁଛି। ଡମ୍ବାଦେଇଠାରୁ ଚିଙ୍ଗୁଡ଼ିଖୋଲ ଗାଁକୁ ସଂଯୋଗ କରୁଥିବା ଏହି ଘାଟି ରାସ୍ତା ବର୍ଷ ବର୍ଷ ଧରି ଖାଲ ଖମାରେ ଭର୍ତ୍ତି ହୋଇ ରହିଛି। ଦୈନନ୍ଦିନ ସରୁଲାଇ, ଚିଙ୍ଗୁଡ଼ିଖୋଲ, ଗୁମି, ବ ସେରେମୁଣ୍ଡା ଭଳି ଗାଁର ୬୦୦ ରୁ ଊର୍ଦ୍ଧ୍ୱ ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ରାସ୍ତାର ଅବସ୍ଥା ଖରାପ ଥିବାରୁ ଜରୁରୀକାଳୀନ ସ୍ଥିତି ସମୟରେ ଗାଁକୁ ଆମ୍ବୁଲାନ୍ସ ଯାଇପାରୁନାହିଁ। ଛୋଟ ପିଲାମାନେ ଅଧିକାଂଶ ସମୟରେ ଦୁର୍ଘଟଣାର ଶୀକାର ହେଉଛନ୍ତି। ବର୍ଷା ଦିନେ ଗାଁରେ କାହାର ଦେହ ଖରାପ ହେଲେ ଚାଲିବା ବି କଷ୍ଟ ବୋଲି ଗ୍ରାମବାସୀ କହିଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଚିଙ୍ଗୁଡ଼ି ଖୋଲ ଘାଟି ରାସ୍ତା ମାତ୍ର ଅଳ୍ପ ଦୂରରେ। ତଥାପି ରାସ୍ତା ମରାମତି ଉପରେ ଦୃଷ୍ଟି ନ ଦେବା ଦୁଭାଗ୍ୟର ବିଷୟ ବୋଲି ଲୋକେ କହିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମର ଦୁବାରା କହଁର, ଶିଚନ୍ଦନ କହଁର, ନାମ କହଁର, ବିଶ୍ୱନାଥ କହଁର, ଲିମ୍ବର କହଁର, ରାଜିବ କହଁର, ସୁଶାନ୍ତ କହଁର, ଜଳନ୍ଧର କହଁର ପ୍ରମୁଖ ପ୍ରକାଶ କରିଛନ୍ତି। ସରପଞ୍ଚ ଏସିଆ କହଁରଙ୍କୁ ପଚାରିବାରୁ କିଭଳି ତୁରନ୍ତ ଘାଟି ରାସ୍ତା ନିର୍ମାଣ ହୋଇ ପାରିବ, ସେ ବିଷୟରେ ଉଚ୍ଚ କତୃପକ୍ଷଙ୍କ ସହ ଆଲୋଚନା କରବି। ଯଥା ସମ୍ଭବ ଏହି ରାସ୍ତା ନିର୍ମାଣ ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri