କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତିି

ଧର୍ମଶାଳା,୬ା୫(ଡି.ଏନ.ଏ.): ଧର୍ମଶାଳା ବ୍ଲକର ବିଭିନ୍ନ ସ୍ଥାନରେ ଗୁରୁବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହେବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ବର୍ଷା ସାଙ୍ଗକୁ ପବନ ବହିବା ଫଳରେ ଅନେକ ସ୍ଥାନରେ ଗଛ ଡାଳ ଭାଙ୍ଗିବା ସହିତ ଗଛ ଉପୁଡି ରାସ୍ତା ଉପରେ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଫଳରେ ଅନେକ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସେହିପରି ଚାଳ ଓ ଆଜବେଷ୍ଟସ ଘରର ଛପର ଉଡ଼ିଯାଇଛି। ଅନେକ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଥିବା ବେଳେ ତାର ଛିଣ୍ଡିବାରୁ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି। ପବନ ସହିତ ବର୍ଷା ହେବାରୁ ଡାଳୁଅ ଓ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟପଟେ କାଳବୈଶାଖୀ ଯୋଗୁ କିଛି ଦିନ ହେଲା ଲାଗିରହିଥିବା ଉତ୍ତାପ ଓ ଗୁଳୁଗୁଳିରୁ କିଛି ମାତ୍ରାରେ ତ୍ରାହି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ ଅଫିସ, ୨୮।୧୦- ମା’ ଭଦ୍ରକାଳୀ ସପ୍ତମାତୃକା ବେଶର ୫ମ ଦିନରେ ଶୁକ୍ରବାର ଜଗଦ୍ଧାତ୍ରୀ ବେଶରେ ପୂଜା ପାଇଛନ୍ତି। ଏହି ବେଶରେ ମା’ ଭଦ୍ରକାଳୀ ନାଲି...

ସାର ପାଇଁ କୃଷି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କଲେ ଚାଷୀ

ବୁଗୁଡ଼ା,୨୧ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡା ଅଞ୍ଚଳରେ ଚାଷୀମାନେ ସାର ନ ପାଇ ହଇରାଣ ହରକତ ହେଉଥିବା ବେଳେ ସେମାନେ ସାର ପାଇବା ପାଇଁ ସ୍ଥାନୀୟ କୃଷି...

ଗୁଳି ମାଡ଼ରେ ଦୋକାନୀଙ୍କ ମୃତ୍ୟୁ: ମୃତଦେହ ରଖି ରାସ୍ତା ଅବରୋଧ

କେନ୍ଦୁଝର,୧୦।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଖଡ଼ିବହାଳୀ ଗ୍ରାମରେ ଗତ ୨୬ ତାରିଖରେ ଗୁଳି ମାଡ଼ ହୋଇଥିଲା। ଏଥିରେ ଗୁରୁତର ହୋଇ କଟକ ବଡ଼ ମେଡ଼ିକାଲରେ...

ବଅଁରପାଳରେ ଭଲ ପ୍ରଦର୍ଶନ ଆଶା

ବଅଁରପାଳ, ୫ ।୨(ଡି.ଏନ୍‌.ଏ.) ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ ମତଦାନ ତାରିଖ। ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣକୁ ଆଉ ଦିନ କେଇଟା ବାକି ଥିବାବେଳେ ସରଗରମ ହୋଇଉଠିଛି...

ନାବାଳିକାଙ୍କ ଆତ୍ମହତ୍ୟା ଘଟଣା: ଭାପୁର ଫାଣ୍ଡି ଏଏସ୍‌ଆଇ ନିଲମ୍ବିତ

ଢେଙ୍କାନାଳ ଅଫିସ/ଭାପୁର(ଡି.ଏନ.ଏ.),୩୦ା୭-ଢେଙ୍କାନାଳ ଜିଲା ଭାପୁର ଫାଣ୍ଡି ଅଞ୍ଚଳରେ ଅସଦାଚରଣର ଶିକାର ନାବାଳିକାଙ୍କ ଆତ୍ମହତ୍ୟା କରିବା ଘଟଣାରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ...

ନିଆଁ ଲାଗି ପୋଡ଼ିଗଲା ୧ହଜାରରୁ ଊର୍ଦ୍ଧ୍ୱ ଧାନ ବସ୍ତା

ଭଦ୍ରକ ଅଫିସ,୯।୧ – ଭଦ୍ରକ ଜିଲା ଚାନ୍ଦବାଲି ଶାସ୍ତ୍ରୀ ନଗରରେ ଶୁକ୍ରବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୨ଟି ଧାନ ଗୋଦାମ ପୋଡି ପାଉଁଶ ହୋଇଯାଇଛି।...

ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ରାସ୍ତାରେ ଖପୁରି

ପୁରୀ ଅଫିସ,୨୩ା୨: ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯିବା ରାସ୍ତାରେ ମଣିଷ ଖପୁରି। ଟାଉନ ହଲ୍‌ ପଟୁ ସାଇ ମନ୍ଦିର ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯିବା ରାସ୍ତାରେ...

ଶାଳପତ୍ରରେ ସୁସ୍ବାଦୁ ବ୍ୟଞ୍ଜନ

ବାରିପଦା ଅଫିସ, ୧୯ା୧୦: ସଜେଇ ହେଉଛି ବିଶ୍ୱ ଐତିହ୍ୟ ଶିମିଳିପାଳ ଜାତୀୟ ଉଦ୍ୟାନ। ଆସନ୍ତା ନଭେମ୍ବର ୧ରେ ବିଧିବଦ୍ଧ ଭାବେ ପର୍ଯ୍ୟଟକଙ୍କ ପାଇଁ ଏହି ଅଭୟାରଣ୍ୟ...

Advertisement
Archives

Model This Week