Posted inଜାତୀୟ

ଛେଳି ହତ୍ୟା ଅଭିଯୋଗରେ ମିଳିଲା ଏମିତି ଦଣ୍ଡ

ରାଞ୍ଚି,୨।୮: ଝାଡଖଣ୍ଡର ଗିରିଡିହ ଜିଲାର ମୁଫାସିଲ ପୋଲିସ ଷ୍ଟେସନ ଅଞ୍ଚଳର ଘାଗାଡିହା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଛେଳି ହତ୍ୟା ଅଭିଯୋଗରେ ଦୁଇଜଣ ଦଳିତ ଯୁବକଙ୍କୁ ଗଛରେ ବାନ୍ଧି ନିର୍ଯାତନା ଦିଆଯିବା ସହ ଜରିମାନା ଲଗାଯାଇଛି। ଏନେଇ ମୁଫାସିଲ ପୋଲିସ ଷ୍ଟେସନ ଅଞ୍ଚଳର ଗଗାର୍ଡିହା ନିବାସୀ ପରମାନନ୍ଦ ଦାସ ଏବଂ ଶଙ୍କର ଦାସ ମୁଫାସିଲ ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିଛନ୍ତି।
ପୀଡିତମାନେ କହିଛନ୍ତି ଯେ, ଜୁଲାଇ ୨୮ରେ ଗାଁର ଯାଦବ ସମ୍ପ୍ରଦାୟର ଛେଳି ତାଙ୍କ ଫସଲ ଖାଉଥିଲେ। ଦୁହେଁ ଛେଳିକୁ ଗୋଡ଼ାଇଥିଲେ। ପରେ ଯାଦବ ସମ୍ପ୍ରଦାୟର ଲୋକେ ଛେଳିଟିକୁ ନିଜେ ମାରିଦେଇଥିଲେ। ପରଦିନ କିନ୍ତୁ ପରମାନନ୍ଦ ଏବଂ ଶଙ୍କରଙ୍କୁ ଘରୁ ଆଣି ଏକ ଗଛରେ ବାନ୍ଧି ତାଙ୍କ ନାଁରେ ଛେଳି ହତ୍ୟା କରିଥିବା ଅଭିଯୋଗ କରାଯାଇଥିଲା। ଏହି ସମୟରେ ଏକ ପଞ୍ଚାୟତ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଉଭୟେ ଛେଳି ମାରିଛନ୍ତି ବୋଲି କୁହନ୍ତୁ ଏବଂ ଜରିମାନା ଦିଅନ୍ତୁ ବୋଲି ଜବରଦସ୍ତି କରାଯାଇଥିଲା। ପୋଲିସ ଏହି ଘଟଣାରେ ଯାଦବ ସମ୍ପ୍ରଦାୟର ୧୮ ଜଣ ଲୋକଙ୍କୁ ରଖି ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରି ମହାରାଷ୍ଟ୍ରରେ କର୍ନାଟକ ରାଜନୀତିର ପୁନରାବୃତ୍ତି କରୁଛି ଭାଜପା: ପ୍ରିୟଙ୍କା

ମୁମ୍ବାଇ,୨୫।୧୧: ଦେଶର ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରି ମହାରାଷ୍ଟ୍ରରେ ଭାଜପା କର୍ନାଟକ ରାଜନୀତିର ପୁନରାବୃତ୍ତି କରୁଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଅଭିଯୋଗ କରିଛନ୍ତି।...

ଆମେ ଭଲ ସ୍ଥିତିରେ ଅଛୁ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୯।୩: କରୋନା ଭାଇରସର ସ୍ଥିତିକୁ ଦେଖି ସୋମବାର କେନ୍ଦ୍ର ସ୍ବାସ୍ଥମନ୍ତ୍ରୀ ହର୍ଷ ବର୍ଦ୍ଧନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ଉପରାଜ୍ୟପାଳ ଅନିଲ ବୈଜଲ ଓ ଅନ୍ୟ...

ସୁକମା ଏନ୍‌କାଉଣ୍ଟର: ମହିଳା ମାଓବାଦୀ ମୃତ

ରାୟପୁର,୯।୭: ଛତିଶଗଡ଼ର ମାଓବାଦୀ ପ୍ରଭାବିତ ସୁକମା ଜିଲାରେ ମାଓବାଦୀ ବିରୋଧୀ ଅଭିଯାନ ସଫଳ ହୋଇଛି। ମଙ୍ଗଳବାର ଚିନ୍ତାଗୁମ୍ପା ଅଞ୍ଚଳର ଡବ୍ବାକୋଣ୍ଟା ଗଁା ନିକଟସ୍ଥ ଜଙ୍ଗଲରେ ଥିବା...

ମୋଦିଙ୍କୁ ଭେଟିବେ ଶିବରାଜ: ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ,୨୯।୬: ମଧ୍ୟପ୍ରଦେଶ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ମଙ୍ଗଳବାର କରାଯିବ ବୋଲି ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ଏହାକୁ ନେଇ ବିଳମ୍ବିର ରାତ୍ରି ପର୍ଯ୍ୟନ୍ତ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଚୂଡାନ୍ତ ପର୍ଯ୍ୟାୟ ମତଦାନ ଆରମ୍ଭ

ରାଞ୍ଚି,୨୦।୧୨:ଝାଡ଼ଖଣ୍ଡ ବିଧାନସଭାର ଚୂଡ଼ାନ୍ତ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ସକାଳ ୭ରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏହା ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ଚାଲିବ।...

୪ ସପ୍ତାହରେ ଅଯୋଧ୍ୟା ରାୟ: ସିଜେଆଇ କହିଲେ,ଚମତ୍କାର ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ,୨୭।୯(ପି.ଟି.):ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ମାମଲାର ଶୁଣାଣି ଯେକୌଣସି ପ୍ରକାରେ ଅକ୍ଟୋବର ୧୮ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇ ଉଭୟ...

ବାଚସ୍ପତିଙ୍କ କ୍ଷମତାର ସମୀକ୍ଷା ହେଉ

ନୂଆଦିଲ୍ଲୀ,୨୨ା୧(ଆଇଏଏନ୍‌ଏସ୍‌):ବିଧାନସଭା ଓ ଲୋକ ସଭାର ବାଚସ୍ପତି ବି କୌଣସି ଏକ ଦଳରୁ ଆସିଥାନ୍ତି। ତେଣୁ ଦଳବଦଳ ଆଇନାନୁସାରେ ସେ ଗୃହର କୌଣସି ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା...

ଲକ୍‌ଡାଉନ୍‌ ବଦଳାଇଛି ପାଠକୀୟ ରୁଚି

ନୂଆଦିଲ୍ଲୀ, ୧୭।୫(ଆଇଏଏନ୍‌ଏସ୍‌): କରୋନା ସଂକ୍ରମଣ ରୋକିବା ଲାଗି ଭାରତରେ ଲାଗୁ ହୋଇଥିବା ଲକ୍‌ଡାଉନର ତୃତୀୟ ପର୍ଯ୍ୟାୟ ଶେଷ ସୋପାନରେ ଉପନୀତ। ସଦ୍ୟ ତଥ୍ୟ କହେ ଲୋକଙ୍କ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *