ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୯।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଚାଇନାରେ ଆତଙ୍କ ସୃଷ୍ଟି କରିଥିବା ବିଏଫ୍‌.୭ ଭାରିଆଣ୍ଟ ନେଇ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ମାସ୍କ ପିନ୍ଧିବା ଅଧିକରୁ ଅଧିକ ନମୁନା ପରୀକ୍ଷା କରିବା ଏବଂ ଟିକାକରଣକୁ ବଢ଼ାଇବା ପାଇଁ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସରକାରଙ୍କ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି।

ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବଢ଼ି ୨ ଶହ ଉପରେ ରହିଛି। ଏହା ବଢ଼ି ୨୬୭ ଛୁଇଁଛି। ଗୋଟିଏ ଦିନ ତଳେ ଏହା ୧୮୮ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ଶୂନ ଥିଲା। ଏହି ସମୟରେ ସକ୍ରିୟ ମାମଲା ବଢ଼ି ୩ ହଜାର ୫୫୨ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୩ ହଜାର ୪୬୮ ଥିଲା। ସେହିପରି ୨୪ ଘଣ୍ଟାରେ ୧୮୨ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୧୪୧ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୬୯୮ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୭୭ ହଜାର ୯୧୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୪୩ ହଜାର ୬୬୫ ଜଣ ସୁସ୍ଥ ହୋଇ ସାରିଛନ୍ତି। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା ୦.୦୧ ପ୍ରତିଶତ ରହିଛି। ଦୈନିକ ସଂକ୍ରମଣ ୦.୩୨ ପ୍ରତିଶତ ଏବଂ ସାପ୍ତାହିକ ସଂକ୍ରମଣ ୦.୧୮ ପ୍ରତିଶତ ରହିଛି। ଅପରପକ୍ଷରେ ମୃତ୍ୟୁ ହାର କମି ୧.୧୯ ପ୍ରତିଶତରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri