ମେଷ

ଆପଣଙ୍କ କଠୋରକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିବେ। ଅଶ୍ୱିନୀ ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ଅନୁତାପ କରିବେ। ଦୂରଯାତ୍ରା, ବ୍ୟବସାୟ, ଲେଖାପଢା ଦିଗରେ ମନୋନିବେଶ କରିବେ।
ବୃଷ

ବନ୍ଧୁ କିମ୍ବା ସହକର୍ମୀଙ୍କ ସହଯୋଗର କାମ ଅଟକିବ ନାହିଁ। କାର୍ଯ୍ୟବ୍ୟସ୍ତ ଯୋଗୁ କେତେକ କାମ ଠିକ୍ ସମୟରେ କରିପାରିବେ ନାହିଁ। ଆନୁଷ୍ଠାନିକ କାମରେ ଯାଇ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ନିଜର ସ୍ବାର୍ଥ ହାସଲ କରିପାରନ୍ତି। ମୃଗଶିରା ନକ୍ଷତ୍ରର ଘରୋଇ କ୍ଷେତ୍ରରେ ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ।
ମିଥୁନ

ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ଅପ୍ରିୟ ସତ୍ୟ କହିବା ଯୋଗୁ କଳହର ଆଶଙ୍କା ରହିଛି। କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବା ଯୋଗୁ କାମ ହାସଲ କରିପାରିବେ। ପୁନର୍ବସୁ ନକ୍ଷତ୍ର ରାଜନୀତି ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବାର ସୂଚନା ରହିଛି।
କର୍କଟ

ମଙ୍ଗଳଙ୍କ ଦୁର୍ବଳତା ଯୋଗୁ କର୍ମକ୍ଷେତ୍ରରେ ସମସ୍ୟା ସମାଧାନ କଷ୍ଟକର ହେବ। ଯଦିଓ ଅର୍ଥର ଅଭାବ ରହିବନାହିଁ ତଥାପି କେତେକ ଅପୂରଣୀୟ ଆଶା ଦୁଶ୍ଚିନ୍ତାର କାରଣ ହେବ। ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଆମତ୍ବିଭୋର ହେବେ। ପୁଷ୍ୟା ନକ୍ଷତ୍ରର ମାଲିମକଦ୍ଦମା, ବ୍ୟବସାୟ ଓ ପରିବହନରେ ମାନସିକ ଅଶାନ୍ତି ବଢ଼ିବ।
ସି˚ହ

ବୁଧଙ୍କ ମିତ୍ରଗୃହରେ ରହିଥିବାରୁ ଆଜି ଯାହା ଚାହୁଁଛନ୍ତି ପାଇବାରେ ଅସୁବିଧା ରହିବ ନାହିଁ। କ୍ରୀଡ଼ା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ପ୍ରକାଶନ, ଔଦ୍ୟୋଗିକ କର୍ମ, ବାଣିଜ୍ୟ, ଶିଳ୍ପ ଓ ପରିବହନରେ ସମସ୍ୟା ସମାଧାନ ହେବ। ଉତ୍ତରାଫାଲଗୁନୀ ନକ୍ଷତ୍ର ନିଜ କାମ ସକାଶେ ପରିବାରବର୍ଗଙ୍କ ସହାୟତା ପାଇପାରିବେ।
କନ୍ୟା

ଧନ ସ୍ଥାନରେ ବୁଧ ଏବଂ ଶୁକ୍ରଙ୍କ ସ୍ଥିତି ହେତୁ ଆଜି ଯାହାକିଛି ପାଇବାର ଆଶା ରଖିଛନ୍ତି ତାହା ନିଷ୍ଫଳ ହେବନାହିଁ। ଯାତ୍ରା କାଳରେ ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ। ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଦେଇପାରେ। ଚିତ୍ରା ନକ୍ଷତ୍ର କୌଣସି ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି।
ତୁଳା

ରାଶିରେ ଶୁକ୍ର ଅବସ୍ଥାନ କରୁଥିବାରୁ ଶାରୀରିକ ସୁସ୍ଥତା ପୂର୍ଣ୍ଣମାତ୍ରାରେ ରହିବ। ଅର୍ଥ ସାହାଯ୍ୟ ପାଇଁ ପ୍ରତିଶ୍ରୁତି ଦେଇଥିବା କୌଣସି ବନ୍ଧୁ ନାସ୍ତିବାଣୀ ଶୁଣାଇପାରନ୍ତି। ତରବରିଆ ଭାବରେ ନିଜର କାମଗୁଡିକୁ ସମ୍ପନ୍ନ କରିବାରେ ସଫଳତା ପାଇବେ । ହସ୍ତାନକ୍ଷତ୍ର ସକାଶେ ପରିବାରରେ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିଯାଇପାରେ।
ବିଛା

ଅନୁରାଧା ନକ୍ଷତ୍ରର ପ୍ରତିବନ୍ଧକ ମଧ୍ୟରେ ଯାହା ଦୀର୍ଘଦିନ ହେଲା ହୋଇପାରି ନ ଥିଲା ଆଜି ତାହାକୁ ସମ୍ପନ୍ନ କରିପାରିବେ। ପରିବହନ, ଶିଳ୍ପ ଓ ବ୍ୟବସାୟ,ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କଲେ ସଫଳତା ମିଳିପାରିବ। ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ନିଜ ପରିବାରର ସଦସ୍ୟମାନଙ୍କ ତରଫରୁ ସମସ୍ୟା ଆସିପାରେ।
ଧନୁ

ଶନିଙ୍କ ପ୍ରଭାବଜନିତ କୌଣସି ଅତି ପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଆପଣଙ୍କ କର୍ମକ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ। ଆର୍ଥିକ ଦିଗରୁ କିଛିଟା ସମସ୍ୟା ଲାଗି ରହିବ କିନ୍ତୁ ସୁଧାରି ନେବାରେ ବନ୍ଧୁଙ୍କ ଅବଦାନ ଅବଶ୍ୟ ରହିବ। ଉତ୍ତରାଷାଢ଼ା ନକ୍ଷତ୍ର ସହକର୍ମୀମାନଙ୍କ ସହ ମିଷ୍ଟାଳାପ ମଧ୍ୟରେ କାମ କରି କାର୍ଯ୍ୟହାସଲ କରିପାରିବେ ।
ମକର

କୌଣସି ବ୍ୟକ୍ତିଠାରୁ ହଠାତ୍ କୌଣସି ଦୁଃଖଦ ଖବର ପାଇ ବିଚଳିତ ବୋଧ କରିପାରନ୍ତି। ଉପରିସ୍ଥ ଅଧିକାରୀମାନେ କାମ ହାସଲ ସକାଶେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି। ଭଲ ସମ୍ପର୍କ ନ ଥିବା କାରଣରୁ ପଡୋଶୀମାନେ ବିଭିନ୍ନ ପ୍ରକାର ଝମେଲା ସୃଷ୍ଟି କରିପାରନ୍ତି। ଧନିଷ୍ଠା ନକ୍ଷତ୍ରର ଅସାବଧାନତା ହେତୁ କୈାଣସି ସମସ୍ୟା ଉପୁଜିପାରେ।
କୁମ୍ଭ

ବନ୍ଧୁ ଗହଣରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହେବ। କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ରାଜନୀତି ଓ ସାହିତ୍ୟକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଦେହ ଭଲ ରହିଲେ ମଧ୍ୟ ସାମୟିକ ପୁରାତନ ରୋଗରେ କଷ୍ଟ ପାଇପାରନ୍ତି। ପୂର୍ବଭାଦ୍ର ନକ୍ଷତ୍ର କର୍ମକ୍ଷେତ୍ରରେ ଦୁଃସାହସିକ କାର୍ଯ୍ୟରେ ସଫଳତା ଅର୍ଜନ କରିବେ।
ମୀନ
ଶାରୀରିକ ସୁସ୍ଥତା କ୍ରମଶଃ ଫେରି ଆସୁଥିବାରୁ ଆଶ୍ୱସ୍ତି ଅନୁଭବ କରିବେ। ଅନ୍ୟମାନଙ୍କ ଅସୁବିଧାକୁ ସୁଧାରିବା ସକାଶେ ନିଜ ତରଫରୁ ପରାମର୍ଶ ଦେଇ ସମାଲୋଚିତ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଉପୁଜିପାରେ। ରେବତୀ ନକ୍ଷତ୍ର ରାସ୍ତାରେ ଅପରିଚିତ ବ୍ୟକ୍ତିକୁ ବିଶ୍ୱାସ କରି ଖାଲରେ ପଡିପାରନ୍ତି।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.