Posted inRasifala

ରାଶିଫଳ: ବୁଧବାର, ଅଗଷ୍ଟ ୨୬ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହି ଗଜକେଶରୀ ଯୋଗ ସୃଷ୍ଟି କରୁଥିବାରୁ ଅର୍ଥ, ସମ୍ମାନ ଏବଂ ପ୍ରତିଷ୍ଠା ପ୍ରତ୍ୟେକ ସ୍ତରରେ ରହିବ। ପାରିବାରିକ ଶାନ୍ତି ଏବଂ ସଦ୍‌ଭାବ ପାରମ୍ପରିକ ଆନ୍ତରିକତାର ବାତାବରଣ ସୃଷ୍ଟି ହେବ। କିନ୍ତୁ କର୍ମକ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ସହକର୍ମୀ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିବେ।
ବୃଷ
ବୃଷ
ରାଶ୍ୟାଧିପ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ସମ୍ପର୍କହାନି, ସନ୍ତାନ ହେତୁକ ଅଶାନ୍ତି, ସ୍ବାସ୍ଥ୍ୟ ପାଇଁ ପ୍ରତିକୂଳତା ସୃଷ୍ଟି ହେବ। ସୌଖୀନ ଦ୍ରବ୍ୟ, ସଙ୍ଗୀତ, କ୍ରୀଡ଼ାରେ ନୈପୁଣ୍ୟତା ପ୍ରଦାନ କରିବେ। କୌଣସି ଆଲୋଚନା ପରିପ୍ରେକ୍ଷୀରେ ସଠିକ୍‌ ନିଷ୍ପତ୍ତି ନେଇପାରିବେ ନାହିଁ। ଯାତ୍ରା ସମୟରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ।
ମିଥୁନ
ମିଥୁନ
ଧନାଧିପ ଦେବଗୁରୁ ଅର୍ଥପ୍ରାଚୁର୍ଯ୍ୟ ପ୍ରଦାନ କରି ଖୁସି ମନରେ ଦିନଟିକୁ ବିତାଇନେବେ। ଗତକାଲି ଯେଉଁ ବିଷୟ ନେଇ ଚିନ୍ତା କରୁଥିଲେ ଆଜି ତାହା କାମରେ କରି ଦେଖାଇବେ। ଶିଳ୍ପ, ବାଣିଜ୍ୟ, ପରିବହନ, ନିର୍ମାଣ ଓ ସଭାସମିତିରେ କାମ ଶୃଙ୍ଖଳିତ ହେବ। ସାହିତ୍ୟ, ସାମ୍ବାଦିକତା, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।
କର୍କଟ
କର୍କଟ
ସପ୍ତମଭାବସ୍ଥ ଚନ୍ଦ୍ର ପ୍ରଭାବରେ ପ୍ରିୟ ବନ୍ଧୁଟି ପାଖରୁ ପ୍ରେରଣା ଲାଭ କରି ନୂତନ କାର୍ଯ୍ୟାରମ୍ଭ କରିପାରନ୍ତି। ଘରକୁ ଫେରିବା ସମୟରେ ଘରର ବରାଦ ଅନୁଯାୟୀ ମନୋରଞ୍ଜନ ଜିନିଷ କ୍ରୟ କରିବେ। ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା ସହଜ ହେବ। ବିରୋଧ କରୁଥିବା ବ୍ୟକ୍ତି ପ୍ରତି ଜଗିରଖି ଚଳିବା ଭଲ ହେବ।
ସି˚ହ
ସି˚ହ
ଲାଭଭାବରେ ମଙ୍ଗଳ ଯୋଗୁ ସକାଳୁ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ମନରେ ଉତ୍ସୁକତା ଦେଖାଦେବ। ସାଧାରଣ କଥାକୁ କେନ୍ଦ୍ରକରି ବିତର୍କର ସୂଚନା ରହିଛି। ନୂତନ ଗୃହ, ଯାନବାହନ କ୍ରୟ, ଭ୍ରମଣ ଏବଂ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ସାହିତ୍ୟ ଚର୍ଚ୍ଚା, ଗବେଷଣା, ଅନୁସନ୍ଧାନ ଓ ଏବଂ ରାଜନୀତିରେ ଚେଷ୍ଟା ସଫଳ ହେବ।
କନ୍ୟା
ଧନ ଭାଗ୍ୟାଧିପ ଶୁକ୍ର ଯୋଗୁ ଅନେକ ଆଶା ନେଇ ଯାହା କରିବାକୁ ଯାଉଛନ୍ତି ସେଥିରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ, ଯାହାକି ସମସ୍ୟାକୁ ବଢ଼ାଇ ଦେଇପାରେ। ଆଲୋଚନା କ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି।
ତୁଳା
ତୁଳା
ଷଷ୍ଠସ୍ଥାନରେ ବଳହୀନ ଶନିଙ୍କ ଦୁର୍ବଳ ଶୁକ୍ରଙ୍କ ଦୃଷ୍ଟିରେ ରହିଥିବାରୁ ଆଜିର କାମଗୁଡ଼ିକ ସଂଘର୍ଷପୂର୍ଣ୍ଣ ରହିବ। ଆପଣଙ୍କର ପରିସ୍ଥିତିକୁ ଲାଘବ ସକାଶେ ଜଣେ ବନ୍ଧୁ ହଠାତ୍‌ ଖୁସି ଖବର ସାଙ୍ଗକୁ କିଛି ଅର୍ଥ ଦେଇଯିବେ। ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ। ପାରିବାରିକ କ୍ଷେତ୍ରରେ ସମସ୍ୟା ନ ଥିଲେ ମଧ୍ୟ ସମ୍ପୂର୍ଣ୍ଣ ଶାନ୍ତିର ବାତାବରଣ ଆସି ନ ପାରେ।
ବିଛା
ବିଛା
ଗୁରୁ ଓ ଶୁକ୍ର ଶୁଭ ଭାବସ୍ଥ ଯୋଗୁ କର୍ମକ୍ଷେତ୍ରରେ ବହୁଦିଗରୁ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ। ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆଶାନୁରୂପ ଫଳ ପାଇ ଖୁସି ହେବେ। ଦୀର୍ଘଦିନର ବିବାଦୀୟ ଘଟଣାର ଅବସାନ ଘଟିବ, କିନ୍ତୁ ଏଥିପାଇଁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ।
ଧନୁ
ଧନୁ
ଅନୁକୂଳ ଗ୍ରହ ପ୍ରଭାବରୁ ବହୁତ ଦିନରୁ ମନରେ ଭାବୁଥିବା କଥାଟି କାର୍ଯ୍ୟରେ ପରିଣତ ହେବ। ବନ୍ଧୁଙ୍କ ସଦ୍‌ଭାବ, ସହକର୍ମୀଙ୍କ ସହଯୋଗ ଚେଷ୍ଟା କରୁଥିବା କାମ ହାସଲକୁ ତ୍ୱରାନ୍ବିତ କରିବ। ସହକର୍ମୀ ଜରିଆରେ ବିଶ୍ୱସ୍ଥ ସୂତ୍ରରୁ ଭୁଲ୍‌ ଖବରଟିଏ ପାଇ ବିବ୍ରତ ହେବେ। ଆର୍ଥିକ ଉନ୍ନତିର ଆଶା ଉଜ୍ଜ୍ୱଳତର ହେବ ଓ ମକଦ୍ଦମାରେ ବିଜୟୀ ହେବେ।
ମକର
ମକର
ରାଶିସ୍ଥ ଚନ୍ଦ୍ରଙ୍କ ଯୋଗୁ ପ୍ରିୟଜନଙ୍କ ପରାମର୍ଶରେ ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। କର୍ମକ୍ଷେତ୍ରରେ ପୃଷ୍ଠସାହାଯ୍ୟର ପ୍ରତିଶ୍ରୁତି ପାଇ ମନୋବଳ କ୍ରମଶଃ ବୃଦ୍ଧି ପାଇବ। ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ। ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ କିନ୍ତୁ ବ୍ୟବସାୟିକ ଦିଗଟି ଭଲ ରହିବ।
କୁମ୍ଭ
କୁମ୍ଭ
ଗ୍ରହମାନଙ୍କ ପ୍ରତିକୂଳତା ସ୍ଥିତିଜନିତ ଅଧିକାଂଶ ସମୟ ଅନ୍ୟମନସ୍କ ରହିବେ। ସାମୂହିକ କାମ ମଧ୍ୟରେ ଅପ୍ରିୟ ସତ୍ୟ କଥା ବନ୍ଧୁଙ୍କ ମନରେ ଦୁଃଖ ଦେଇପାରେ। କର୍ମକ୍ଷେତ୍ରରେ ବିଭିନ୍ନ ପ୍ରତିବନ୍ଧକକୁ ସାମ୍ନା କରିବାର ଧୈର୍ଯ୍ୟ ଧାରଣ କରି ମୁକାବିଲାର ସମ୍ମୁଖୀନ ହେବେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ସମସ୍ୟା ବଢ଼ିପାରେ।
ମୀନମୀନ
ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ବ୍ୟୟାଧିକ୍ୟ, ଦୂରଯାତ୍ରା, କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ। ପାରିବାରିକ କ୍ଷେତ୍ରରେ ରହିଆସିଥିବା ସମସ୍ୟା ହେତୁ ଦୁର୍ଭାବନା ବଢ଼ିବ। ପରିବହନ, ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ। ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?