Posted inRasifala

ରାଶିଫଳ: ମଙ୍ଗଳବାର, ଜୁଲାଇ ୧୨ ତାରିଖ – Daily Horoscope

ମେଷ
ଆଜିର ଯାତ୍ରା, ବାଣିଜ୍ୟ, ସଭାସମିତି, ବନ୍ଧୁ ମିଳନ, ନୂତନ କର୍ମାରମ୍ଭ ସନ୍ତୋଷଜନକ ରହିବ। ମାତ୍ର ଅଶ୍ୱିନୀ ନକ୍ଷତ୍ର ହାତରୁ ଖାଇ ପର ପାଇଁ ଖଟିବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦୌରାମତ୍‌ୟ ଅସହ୍ୟ ହେବା ସୂଚନା ରହିଛି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
ବୃଷ
ବୃଷ
ଯେତେ ବାଧାବିଘ୍ନ ଆସୁନା କାହିଁକି, କୌଣସି କାମ ଅଟକିବ ନାହିଁ। ଆଲୋଚନା ପରିସରରେ ଯୁକ୍ତି ବଳରେ ସମସ୍ୟାର ସମାଧାନ କରିବେ। ରୋହିଣୀ ନକ୍ଷତ୍ର ନିର୍ମାଣରେ ସମୟ ଅତିବାହିତ କରିପାରନ୍ତି। ମନର କଥା ମନରେ ରଖି ବନ୍ଧୁଙ୍କୁ ନିଜ କାମରେ ଲଗାଇ ଇଚ୍ଛିତ କାର୍ଯ୍ୟ ହାସଲ କରିବେ।
ମିଥୁନ
ମିଥୁନ
ସବୁ ସୁବିଧା ଥାଇ ମଧ୍ୟ କେତେକ କାମ ନ ହେବା କାରଣରୁ ମନ ଭଲ ରହିବ ନାହିଁ। ପୁନର୍ବସୁର ବିଭିନ୍ନ ପ୍ରକାର କାର୍ଯ୍ୟବ୍ୟସ୍ତତା କାରଣରୁ ସ୍ବାସ୍ଥ୍ୟହାନି ଦେଖାଦେଇପାରେ। କର୍ମକ୍ଷେତ୍ରରେ ଉସତ୍ାହର ସହ କାମ କରିବେ। ହୋଟେଲ, ଛୋଟ ଦୋକାନୀ, ଲାଭବାନ୍‌ ହେବେ। ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ ସମସ୍ୟା ଆସିବ ।
କର୍କଟ
କର୍କଟ
ଆଶା ମଉଳିବାକୁ ଯାଉଥିବା ଅନୁଭବକରି କୌଣସି କାମରେ ଉସତ୍ାହ ଲାଗିବ ନାହିଁ। ଆଜି ଦିନଟିରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ପୁଷ୍ୟାର ଅସୁସ୍ଥତାବଶତଃ କେତେକ କାମ ସ୍ଥଗିତ ରହିଯିବ। ପରିସ୍ଥିତିକୁ ସାମ୍‌ନା କରିବାକୁ ଯାଇ ଉପସ୍ଥିତି ବୁଦ୍ଧି ପ୍ରୟୋଗକରି ବିପଦ ମୁକ୍ତ ହେବେ।
ସି˚ହ
ସି˚ହ
ବିଭିନ୍ନ କ୍ଷେତ୍ରରୁ ମିଥ୍ୟା ଅଭିଯୋଗ ଆସିପାରେ, କିନ୍ତୁ ଆପଣଙ୍କ ସକାଶେ କୌଣସି ଅସୁବିଧା ହେବନାହିଁ। ଅକୁହା କଥାକୁ ବନ୍ଧୁଙ୍କ ଆଗରେ ବଖାଣି ଘର ଲୋକଙ୍କ ବିରାଗ ଭାଜନ ହୋଇପାରନ୍ତି। କେତେକ କାମ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। କର୍ମକ୍ଷେତ୍ରରେ ଦୃଢ଼ତା ହେତୁ ଦ୍ରୁତୋନ୍ନତି ପରିଲକ୍ଷିତ ହେବ।
କନ୍ୟା
ବିଭିନ୍ନ ପ୍ରକାର ପାରିବାରିକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଅଚାନକ ଭାବରେ ଅଶୌଚ ଖବର ଶୁଣି ବିସ୍ମିତ ହୋଇପାରନ୍ତି। ବିଭିନ୍ନ ପ୍ରକାର ସମସ୍ୟା ହେତୁ କର୍ମକ୍ଷେତ୍ରରେ ଅନିଶ୍ଚିତତା ମଧ୍ୟରେ ଗତି କରିବେ। କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ।
ତୁଳା
ତୁଳା
କାର୍ଯ୍ୟଦକ୍ଷତା ଓ ନିର୍ଭୀକତା ହେତୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରଶଂସିତ ହେବେ। ମାତ୍ର ଖଳ ଲୋକମାନଙ୍କ କଥାକୁ ବିଶ୍ୱାସକଲେ ଅସୁବିଧାରେ ପଡ଼ି ପାରନ୍ତି। ସହକର୍ମୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। କାର୍ଯ୍ୟବ୍ୟସ୍ତତା ଯୋଗୁ ସାମାନ୍ୟ ବିଶ୍ରାମ କିମ୍ବା ଲଘୁଭୋଜନର ଅବସର ପାଇବେ ନାହିଁ।
ବିଛା
ବିଛା
ଆଜି ଆପଣ ଆଲୋଚନା କ୍ଷେତ୍ରରେ, ପ୍ରଶାସନିକ କାମରେ, ଯାତ୍ରା ଓ ସଭା ସମିତିରେ ଆଶାଜନକ ଫଳ ପାଇବେ। ଭ୍ରମଣ ଅବକାଶରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ଅର୍ଥ ସମ୍ପର୍କିତ ଚିନ୍ତା କରୁଥିବା କାମରେ ସଫଳତା ବିଳମ୍ବରେ ମିଳିବ। ସାହାଯ୍ୟର ପ୍ରତିଶ୍ରୁତି ବନ୍ଧୁଙ୍କଠାରୁ ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି।
ଧନୁ
ଧନୁ
ପରିବାରର ସଦସ୍ୟମାନେ ଆପଣଙ୍କୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ଅତି ନିଜର ପ୍ରିୟ ବ୍ୟକ୍ତି ଜଣକ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କ ବିରୋଧରେ କଥା କହିବେ। କର୍ମକ୍ଷେତ୍ରରେ କାମଗୁଡିକ ଠିକ୍‌ ଭାବେ ସମ୍ପନ୍ନହେବାରେ କେତେକ ପ୍ରତିବନ୍ଧକ ସୃଷ୍ଟି ହେବ। ପୂର୍ବାଷାଢ଼ା ନକ୍ଷତ୍ରର ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧିପାଇବ।
ମକର
ମକର
ଆଜିର ଯାତ୍ରାରେ ଅର୍ଥ ପ୍ରାପ୍ତିର ଆଶା ପୂରାମାତ୍ରାରେ ରହିଛି। ଉତ୍ତରାଷାଢ଼ା ନକ୍ଷତ୍ରର ଦୁର୍ବଳ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଅତି ଭଲ ସମ୍ପର୍କ ଥିବା ବନ୍ଧୁଟି ସହ ବୁଝାମଣା ଠିକ୍‌ ରହି ନ ପାରେ। ଚେଷ୍ଟା କରୁଥିବା କାମରେ ଉଚ୍ଚବର୍ଗଙ୍କ ସହାୟତା ପାଇବେ। ଚୁପ୍‌ଚାପ୍‌ ବସି ରହିଲେ ବହୁ କ୍ଷତି ସହିବାକୁ ପଡ଼ିବ।
କୁମ୍ଭ
କୁମ୍ଭ
ନିଜ ସମ୍ପର୍କୀୟମାନେ ବିନା କାରଣରେ କଳହ କରି ପାରନ୍ତି। କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହୁଥିଲେ ମଧ୍ୟ କାମଟିକୁ ଛାଡ଼ିପାରିବେ ନାହିଁ। ଗୋପନରେ ଶତ୍ରୁତା କରୁଥିବା କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରନ୍ତି। ହଠାତ୍‌ ଯାତ୍ରା କରିବାକୁ ମନସ୍ଥ କରି ବାଟରୁ ଫେରି ଆସିବାକୁ ପଡ଼ିପାରେ।
ମୀନମୀନ
ଆଶା କରୁଥିବା ସବୁ ସୁବିଧା ସୁଯୋଗ ପାଇ ଖୁସି ହେବେ। ପଡ଼ୋଶୀ କିମ୍ବା ଆମତ୍ୀୟଙ୍କଠାରୁ ଅଯାଚିତ ଭାବେ ସହାୟତା ପାଇବେ। ପରିସ୍ଥିତିବଶତଃ ଅଧସ୍ତନ କର୍ମଚାରୀ କିମ୍ବା ସହକର୍ମୀଙ୍କୁ କଟୁକଥା ପ୍ରୟୋଗକରି ସୁସମ୍ପର୍କ ହରାଇବେ। ଈର୍ଷା କରୁଥିବା ଲୋକମାନେ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

ରାଶିଫଳ: ରବିବାର, ସେପ୍ଟେମ୍ବର 2୭ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ…

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଅଭାବ ଦୂରୀକରଣ ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ରାହୁଙ୍କ ଦୃଷ୍ଟିରେ ଶୁକ୍ର ଅବସ୍ଥାନ କରିଥିବାରୁ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?