ବୋଲେରୋ-କାର ମୁହାଁମୁହିଁ ଧକ୍କା: ଜଣେ ମୃତ, ୨ ସଙ୍କଟାପନ୍ନ

ନିରାକାରପୁର,୧୧।୭(ଡି.ଏନ୍‌.ଏ.): ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧୀନ ରାମେଶ୍ୱର ଛକ ନିକଟରେ ସୋମବାର ବୋଲେରୋ-କାର ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ୧୩ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାରକରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଅପରାହ୍ନରେ କେନ୍ଦ୍ରାପଡ଼ା ଅଞ୍ଚଳର ଏକ ବୋଲେରୋ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ସେତିକିବେଳେ ବାଲୁଗାଁ ପଟୁ ଏକ କାର୍‌ ଆସୁଥିଲା। ହେଲେ ଏକ ଅଟୋ ରାସ୍ତା ଉପରକୁ ପଶି ଆସିବାରୁ ବୋଲେରୋ ଏବଂ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ରୁ ଊଦ୍ଧର୍‌ବ ଆହତ ହୋଇଛନ୍ତି। ଖବର ପାଇ ନିରାକାରପୁର ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି। ଅନ୍ୟପକ୍ଷେ ପୋଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁକରି ଘଟଣାର ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କ ଖେଳାଇଲା ପିକଅପ୍‌ ଭ୍ୟାନ୍‌: ଦୁଇ ବାଇକ୍‌କୁ ଧକ୍କା ଦେଇ ଘର କାନ୍ଥ ଭାଙ୍ଗିଲା, ଆଉ ତା’ ପରେ…

ଭବାନୀପାଟଣା,୧୨।୧୧(ଉତ୍ତମ କୁମାର ଦାଶ): ଦ୍ରୁତ ଏବଂ ବେପରୁଆ ଗାଡ଼ି ଚାଳନାର କରୁଣ ପରିଣାମ ଘଟିଛି। ଗୋଟିଏ ପରେ ଗୋଟିଏ ଦୁଇଟି ବାଇକ୍‌କୁ ଧକ୍କା ଦେବା ପରେ ରାସ୍ତାକଡ଼ରେ…

ନିର୍ଦ୍ଦିଷ୍ଟ ପ୍ରଶଂସକଙ୍କୁ କାହିଁକି ଅଟୋଗ୍ରାଫ ଦେବାକୁ ସିଧା ମନା କଲେ ବିରାଟ କୋହଲି? ଜାଣନ୍ତୁ ଏହାର ବଡ଼ କାରଣ, ଏବେ ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୨।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ନଭେମ୍ବର ୧୩ ଶୁକ୍ରବାର ମାଉଣ୍ଟ ମାଉଙ୍ଗାନୁଇର ‘ବେ ଓଭାଲ’…

ଘରୁ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର

ପାଟଣା,୧୨।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଭୀମାପଡ଼ା ନାଏକ ସାହିରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୋଲିସ ଘରୁ ଜଣେ କଲେଜ…

ଶିକ୍ଷକ ସୁନ୍ଦରଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ମହାକାଳପଡ଼ା,୧୨।୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତ ନନ୍ତାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ସୁନ୍ଦର ମୋହନ ସିଂଙ୍କୁ ଗୁରୁବାର ମୁଖ୍ୟମନ୍ତ୍ରୀ…

ରୋହିତ-ଗାଏକୱାଡ କରିବେ ଓପନିଂ, ସିରାଜଙ୍କ ପ୍ରତ୍ୟାବର୍ତ୍ତନ… ଚତୁର୍ଥ ODI ପାଇଁ ଭାରତର Playing XI କିପରି ରହିବ ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ ମ୍ୟାଚ ପାଇଁ ଭାରତର ଚୂଡ଼ାନ୍ତ ଏକାଦଶରେ (Playing XI) କିଛି ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଶୁବମନ ଗିଲ ବାକି ଥିବା…

ଅପରେସନ ବୈତରଣୀକୁ ବେଖାତିର, ଖୋଲମଖୁଲା ଚାଲିଛି…

ହାଟଡ଼ହୀ,୧୨l୧୧(ଶୁଭକାନ୍ତ ନାୟକ): କେନ୍ଦୁଝର ଏସ୍‌ପିଙ୍କ ଅପରେସନ ବୈତରଣୀ ଅଭିଯାନକୁ ବାଲି ମାଫିଆଙ୍କ ବେଖାତିର। ବାରମ୍ବାର ଚଢ଼ାଉ, ଗାଡ଼ି ଜବତ ହେଉଥିଲେ ହେଁ ମାଫିଆ ଖୋଲମଖୁଲା ବାଲି ଚୋରାଚାଲାଣ…

ଦୂର ହେବ LPG ଚିନ୍ତା, ଗ୍ୟାସ ସଂରକ୍ଷିତ କରି ରଖିବାକୁ ସରକାର କରିଛନ୍ତି ବଡ଼ ଯୋଜନା!

ନୂଆଦିଲ୍ଲୀ,୧୨।୧୧: ଭାରତ କର୍ନାଟକର ମାଙ୍ଗାଲୁରୁରେ ଦେଶର ସବୁଠାରୁ ବଡ଼ ଏଳପିଜି (LPG) ଭଣ୍ଡାର ଗୁମ୍ଫା ନିର୍ମାଣ କରିଛି। ଭୂପୃଷ୍ଠରୁ ପ୍ରାୟ ୧୬୦ ମିଟର ତଳେ ଅବସ୍ଥିତ ଏହି…

ବଚ୍ଚନ ହତ୍ୟା ମାମଲାର ରାୟ ପ୍ରକାଶ: ଦୁଇ ଭାଇଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧୨।୧୧(ସୁବାସ ଚନ୍ଦ୍ର ପାଢ଼ୀ ): ଗଞ୍ଜାମ ଜିଲା ଅତିରିକ୍ତ ଦୌରା ଜଜ-୩ ବିବଶ୍ବତ ଗୌତମ ଗୁରୁବାର ଏକ ହତ୍ୟା ମାମଲାର ଶୁଣାଣି କରି ଚୂଡାନ୍ତ ରାୟ ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?