Posted inRasifala

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧ ତାରିଖ – Daily Horoscope

ମେଷ
ଏକାଦଶସ୍ଥ ଚନ୍ଦ୍ର ଯୋଗୁ ଯାହା ଚାହୁଁଛନ୍ତି ତାହା ନିଶ୍ଚିତ ପାଇବେ। କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ କଥା ସହକର୍ମୀ କିମ୍ବା ନିକଟ ସମ୍ପର୍କୀୟମାନଙ୍କ ମନରେ ଦୁଃଖ ଦେଇପାରେ। ପୁରାତନ ରୋଗପୀଡା ଯୋଗୁଁ ମାନସିକ ସୁସ୍ଥତା ହରାଇପାରନ୍ତି। ଫେରନ୍ତା ବାଟରେ ଜଣେ ନିଚ ଜାତିର ଲୋକମାନେ ପ୍ରତିବନ୍ଧକ ସୃଷ୍ଟି କରିପାରନ୍ତି।
ବୃଷ
ବୃଷ

ଉପଚୟ ସ୍ଥାନରେ ଶୁକ୍ରଥିବାରୁ ଆଜକୁ କେତେ ଦିନ ହେଲା ଭଲ ଲାଗୁ ନ ଥିବା ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଅଯାଚିତ ଭାବେ ପାଖ ଲୋକ ମାନଙ୍କ ସହାୟତା ପାଇବେ, ଯାହାକି ବହୁତ କାମକୁ ଆସିବ। ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ। ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହୋଇପାରନ୍ତି।

ମିଥୁନ
ମିଥୁନ
ଦୁଃସ୍ଥାନରେ ବକ୍ରୀ ଶନିଙ୍କ ଯୋଗୁଁ ଯେତେ ଚେଷ୍ଟା କଲେ ମଧ୍ୟ ସମସ୍ୟା ସୁଧୁରିବା କଷ୍ଟକର ହୋଇପଡିବ। ଅଧିକାଂଶ ସମୟରେ ଭାବପ୍ରବଣତା ବୃଦ୍ଧି ପାଇବ, ଯାହା କି ଅଶାନ୍ତିର ହେତୁ ସ୍ବରୂପ ହେବ। ପାରିବାରିିକ କ୍ଷେତ୍ର ବୁଝାମଣା ମାଧ୍ୟମରେ ଶୃଙ୍ଖଳିତ ରହିବ। ବିଚାର ଶୈଳୀକୁ ପଡୋଶୀମାନେ ଭୁରିଭୁରି ପ୍ରଶଂସା କରିପାରନ୍ତି।
କର୍କଟ
କର୍କଟ
ଶନି ଓ ଶୁକ୍ରଙ୍କ ପ୍ରତ୍ୟକ୍ଷଦୃଷ୍ଟି ଜନିତ ନିଜର ଅବହେଳା ହେତୁକ କେତେକ କାମ ଅଟକି ରହିଯିବ। ସ୍ବାର୍ଥସାଧନରେ ନିରାଶ ହୋଇ ନିଜର ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିବେ। ଅଫିସରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡିପାରେ। ଆଲୋଚନା କାଳରେ କୌଣସି ମନ୍ତବ୍ୟକୁ କେନ୍ଦ୍ରକରି ବନ୍ଧୁ ଅଭିମାନ କରିପାରନ୍ତି।
ସି˚ହ
ସି˚ହ
ସ୍ବଗୃହକୁ ମଙ୍ଗଳଙ୍କ ଦୃଷ୍ଟି ହେତୁ ପରିବାରରେ ଭୁଲ୍‌ ବୁଝାମଣା ଦୂର ହୋଇ ଶାନ୍ତି ଫେରି ଆସିବ। କାମଟିକୁ ଶେଷ କରିବା ପାଇଁ ବ୍ୟସ୍ତ ହୋଇପଡିବେ ସିନା କାମଟି ସମ୍ପୂର୍ଣ୍ଣ ହେବା ସହଜସାଧ୍ୟ ନ ହୋଇପାରେ। ଗବେଷଣା, ଅନୁସନ୍ଧାନ, ରାଜନୀତି ଓ ସଭାସମିତିରେ ଚେଷ୍ଟା ସଫଳ ହେବେ।
କନ୍ୟା
ଦ୍ୱାଦଶଭାବରେ ରବି ଓ ବୁଧ ଯୋଗୁଁ ଆଜିର ଦିନଟିରେ ପ୍ରତ୍ୟେକ ପରିସ୍ଥିତିରେ ଜଗି ରଖି ଚଳିବା ଭଲ ହେବ। ପୂର୍ବରାଗକୁ ଶୁଝାଇବା ସକାଶେ ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିବେ। ପରିବାରର ବିଭିନ୍ନ ପ୍ରକାରର ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ।
ତୁଳା
ତୁଳା
କର୍ମଭାବରେ ଶୁକ୍ରଥିବାରୁ ବହୁତ ଦିନହେଲା ବାରମ୍ବାର ଚେଷ୍ଟା କରୁଥିବା କାମଗୁଡିକ ଆଜି ସୁବିଧାରେ ସମ୍ପନ୍ନ ହୋଇଯିବ। କିନ୍ତୁ ଚତୁର୍ଥସ୍ଥ ଶନିଙ୍କ ପ୍ରଭାବରୁ ସାମାଜିକ କ୍ଷେତ୍ରରେ ଭଲ କହିଲେ ମଧ୍ୟ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଆଜି ଦିନ ଭିତରେ ବିଶେଷ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ।
ବିଛା
ବିଛା
ରାଶ୍ୟାଧିପତି ସ୍ବଗୃହକୁ ଦେଖୁଥିବାରୁ ସ୍ବାସ୍ଥ୍ୟ ନିୟନ୍ତ୍ରଣ ଭିତରେ ରହିବ। କେତେକ ସମସ୍ୟା ଉପସ୍ଥିତ ହେବା କାରଣରୁ ପାଇବାକୁ ଥିବା ଆଶା ପୁଣି ମଉଳିଯିବାର ଆଶଙ୍କା କରିପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିବ।
ଧନୁ
ଧନୁ
ପାପଯୁକ୍ତ ବୃହସ୍ପତି କାରଣରୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। କର୍ମକ୍ଷେତ୍ରରେ ମଧ୍ୟ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଅବଶ୍ୟ ପାରିବାରିକ କ୍ଷେତ୍ର ବିଶେଷ ଖରାପ ରହିବ ନାହିଁ। ତଥାପି ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।
ମକର
ମକର

ସପ୍ତମ କେନ୍ଦ୍ରରେ କର୍ମାଧିପ ଥିବାରୁ ବନ୍ଧୁମାନଙ୍କ କଥାରେ ପଡି ହଠାତ୍‌ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ଆପଣ ନିଜଲୋକଙ୍କଠାରୁ ଆସ୍ଥାହରାଇ ବସିବାର ସୂଚନାକୁ ଏଡି ହେବନାହିଁ। ସାହିତ୍ୟ, ସଙ୍ଗୀତାଦି ମନୋରଞ୍ଜନ କାର୍ଯ୍ୟକ୍ରମରେ କିମ୍ବା ଖେଳକୁଦରେ ପ୍ରଶଂସା ପାଇବେ।

କୁମ୍ଭ
କୁମ୍ଭ
ମଙ୍ଗଳଙ୍କ ସୁପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ଅଧୈର୍ଯ୍ୟ ନ ହୋଇ କାମ କରି ଚାଲନ୍ତୁ,ସବୁ ଠିକ୍‌ ହୋଇଯିବ। କର୍ମକ୍ଷେତ୍ରରେ ସହକର୍ମୀ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିପାରନ୍ତି। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ,କିନ୍ତୁ ବେଶିକ୍ଷଣ ତିଷ୍ଠି ରହିବ ନାହିଁ। ସାମ୍ବାଦିକତା ଓ ସାହିତ୍ୟ କ୍ଷେତ୍ରରୁ ସୁଫଳ ମିଳିବ।
ମୀନମୀନ

ଆଜିର ଗ୍ରହସ୍ଥିତିରୁ ପାରିବାରିକ ଅଶାନ୍ତି କାରଣରୁ ମନରେ ଦୁର୍ଭାବନା ବଢ଼ିଚାଲିବ। ଶିଳ୍ପ, ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ। ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri