Posted inRasifala

ରାଶିଫଳ: ଶୁକ୍ରବାର , ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ
ଆଜି ଶୁକ୍ରଙ୍କ ପ୍ରଭାବରୁ ଆପଣ ମଧୁର ବାକ୍ୟାଳାପ ଦ୍ୱାରା ଅନ୍ୟକୁ ଆପଣାର କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ଆସିବା ବାଟକୁ ଅପେକ୍ଷା କରି ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ। ବିବାଦୀୟ ଘଟଣାରେ କୌଣସି ପକ୍ଷ ସମର୍ଥନ କରିବା ଠିକ୍‌ ହେବନାହିଁ। ଚଳଚ୍ଚିତ୍ର, ସାହିତ୍ୟ, କଳା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ବୃଷ
ବୃଷ
ମୁଖଭାବରେ ମଙ୍ଗଳ ଥିବା ହେତୁ ଅତି ଭଲ ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ କଳହ ଲାଗିବ। କୌଣସି ମୂଲ୍ୟବାନ୍‌ ଜିନିଷ କିଣିବା ସକାଶେ ଧାର କରିବାକୁ ପଡ଼ିବ। ଅଫିସରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି। ସଭାସମିତିରେ ସମ୍ମାନ୍‌ନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ କିନ୍ତୁ ଅର୍ଥସଙ୍କଟ ମଧ୍ୟଦେଇ ଗତି କରିପାରନ୍ତି।
ମିଥୁନ
ମିଥୁନ
ଷଷ୍ଠାଧିପ ରାଶିରେ ଅବସ୍ଥାନ କରି ଆମତ୍ୀୟଙ୍କ ସହ ସୁସମ୍ପର୍କକୁ ନଷ୍ଟ କରିବ। ବନ୍ଧୁ ଗହଣରେ ବେଶି ସମୟ କଟିଲେ ମଧ୍ୟ ଘରର ଅଶାନ୍ତି ମନକୁ ଭାରାକ୍ରାନ୍ତ କରି ରଖିବ। ସମ୍ପର୍କୀୟ ବ୍ୟକ୍ତିଙ୍କ ସକାଶେ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲିତ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ କୌଣସି ସମସ୍ୟା ରହିବ ନାହିଁ।
କର୍କଟ
କର୍କଟ
ରାହୁଙ୍କ ପ୍ରଭାବରେ କୌଣସି କାମ ଶୃଙ୍ଖଳିତ ହେବନାହିଁ। ବନ୍ଧୁମାନେ ସାହାଯ୍ୟ କରିବାକୁ ଆଗେଇ ଆସିବା ବଦଳରେ ସ୍ବାର୍ଥହାନି ଆଶଙ୍କାରେ ଦୂରେଇ ଯିବେ। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହୋଇପାରେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ପ୍ରେସ୍‌ ଓ ପବ୍ଲିକେଶନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
ସି˚ହ
ସି˚ହ
ପାପଯୁକ୍ତ କର୍ମାଧିପତି ଯୋଗୁ କାର୍ଯ୍ୟରେ ପ୍ରତିବନ୍ଧକ ଓ ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଲାଗି ମନ ଭଲ ରହିବ ନାହିଁ। ବଦ୍‌ଖର୍ଚ୍ଚ ରୋକିବା ପାଇଁ ଚେଷ୍ଟିତ ହେବେ, କିନ୍ତୁ ପାରିବେନାହିଁ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇଲେ ସମସ୍ୟାକୁ ଟାଣି ହୋଇପାରନ୍ତି। ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ପାଇବେ।
କନ୍ୟା
ଧନସ୍ଥାନରେ କେତୁ ଥିବାରୁ ଆର୍ଥିକ ଅଭାବ ସାଙ୍ଗକୁ ପ୍ରତ୍ୟେକ କାମ ବିଳମ୍ବରେ ହେଉଥିବାରୁ ବ୍ୟସ୍ତତା ବଢ଼ିଯିବ। ବନ୍ଧୁ କିମ୍ବା ଆମତ୍ୀୟଙ୍କୁ ସାନ୍ତ୍ବନା ଦେବାକୁ ଯାଇ ପରିବାରରେ ଟଣାଓଟରା ଲାଗିଯିବ। ଭାଙ୍ଗିପଡ଼ିଥିବା ସମ୍ପର୍କ ଯୋଡ଼ି ହୋଇଯାଇପାରେ। ବ୍ୟବସାୟ, ନିର୍ମାଣ, ପ୍ରଶାସନ ଓ ଆଇନ ଅଦାଲତରେ କାମର ଚାପ ବୃଦ୍ଧି ପାଇବ।
ତୁଳା
ତୁଳା
ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ଦୃଷ୍ଟି ହେତୁ ଅପ୍ରିୟ ସତ୍ୟକଥା ପ୍ରକାଶ କରି ସମସ୍ୟାକୁ ନିମନ୍ତ୍ରଣ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ଭ୍ରମଣହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେବାର ସୂଚନା ରହିଛି। କର୍ମକ୍ଷେତ୍ରରେ ସ୍ଥାନ ବଦଳିବା କାରଣରୁ ଦୁଶ୍ଚିନ୍ତା ବଢ଼ିଯାଇପାରେ।
ବିଛା
ବିଛା
କାମର ଚାପ କ୍ରମଶଃ ବୃଦ୍ଧି ପାଇବା କାରଣରୁ ବ୍ୟତିକ୍ରମ ମଧ୍ୟରେ ସମୟ ଅତିବାହିତ ହେବ। ବହୁତ ଦିନ ହେଲା ରହିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବିବାଦୀୟ ଘଟଣାରେ ବିଜୟଲାଭର ଆଶା ଗୌଣ ମନେହେବ। ରବିଙ୍କ ପ୍ରଭାବରୁ ଉଚ୍ଚ ପଦାଧିକାରୀଙ୍କ ପୃଷ୍ଠପୋଷକତା କାରଣରୁ ମନୋବଳ ବୃଦ୍ଧି ପାଇବ।
ଧନୁ
ଧନୁ
ରୋଗପୀଡ଼ା ଓ ପୂର୍ବ ଶତ୍ରୁତାକୁ ନେଇ ମନ ଭଲ ରହିବ ନାହିଁ। ଚତୁର୍ଥସ୍ଥ ଗ୍ରହ ଯୋଗୁ ଅଧିକାଂଶ ସମୟ ବନ୍ଧୁ ମେଳରେ କଟାଇବେ। ଅର୍ଥର ଆବଶ୍ୟକତାକୁ ନେଇ ଦୂର ସମ୍ପର୍କୀୟ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଭ୍ରମଣ, ରାଜନୀତି, ପ୍ରଶାସନ, ସଂଗଠନ, କଳା, ସାହିତ୍ୟ, ପ୍ରଶାସନିକସ୍ତରରେ ବ୍ୟସ୍ତତା ବୃଦ୍ଧି ପାଇବ।
ମକର
ମକର
ପ୍ରତ୍ୟେକ କାମ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ କିନ୍ତୁ ଘାତବାର ହେତୁ ସାବଧାନତା ଅବଲମ୍ବନ କରିବା ଭଲ। ଶନି ଦୃଷ୍ଟ ଶୁକ୍ରଜନିତ ସାମାନ୍ୟ ବିଳମ୍ବିତ ସମୟରେ ପାରିବାରିକ ସମସ୍ୟାର ସମାଧାନ କରିବେ। ଆନୁଷ୍ଠାନିକ, ସାଂଗଠନିକ ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହୋଇଯିବ। ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
କୁମ୍ଭ
କୁମ୍ଭ
ରବି ଓ ବୁଧ ପ୍ରଭାବରୁ ସାଧାରଣ ଘଟଣାକୁ ନେଇ ଭୁଲ୍‌ ବୁଝାମଣା କାରଣରୁ ବନ୍ଧୁମାନଙ୍କ ସହ କଳହ ଘଟିପାରେ। ଜମିଜମା କାରବାର, ସରକାରୀ ସୂତ୍ରରୁ ଅର୍ଥ, ଧାର୍ମିକ କାର୍ଯ୍ୟ ପ୍ରଭୃତିରେ ଆଶାନୁରୂପ ସଫଳତା ପାଇବେ। ଶିଳ୍ପ, ବ୍ୟବସାୟ, ପରିବହନକୁ କେନ୍ଦ୍ରକରି ବାଦବିବାଦରେ ଆପୋଷ ସମାଧାନ ଘଟିବ।
ମୀନମୀନ
ବୁଧଙ୍କ ଦୁର୍ବଳତା କାରଣରୁ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। କ୍ରୀଡ଼ା, କଳା ଓ ଚଳଚ୍ଚିତ୍ର କ୍ଷେତ୍ରରେ ମଧ୍ୟ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ଅବହେଳା ଓ ସ୍ଥଗିତ କାମ ସକାଶେ କର୍ମକ୍ଷେତ୍ର ପ୍ରତି ଉଦାସୀନ ରହିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

ରାଶିଫଳ: ଶନିବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଟେନସନ୍‍ କିଛି ମାତ୍ରାରେ କମିଯିବ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ସୂଚନା ପାଇପାରନ୍ତି। କର୍ମକ୍ଷେତ୍ରରେ ଅର୍ଥ…

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?