Posted inRasifala

ରାଶିଫଳ: ଶନିବାର, ଫେବୃୟାରୀ ୧୮ ତାରିଖ – Daily Horoscope

ମେଷ
ସାମୟିକ ପ୍ରତିବନ୍ଧକ ଥିଲେ ମଧ୍ୟ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ଅଶ୍ୱିନୀ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ। ବିବାଦଜନିତ ଶାରୀରିକ ଅସୁସ୍ଥତା ହୋଇପାରେ। ଆକସ୍ମିକ ଭାବରେ ଅପରିଚିତଙ୍କ ସହ କଳହ ଲାଗିପାରେ।
ବୃଷ
ବୃଷ
ବନ୍ଧୁମାନଙ୍କ ସାହାଯ୍ୟରେ ଆର୍ଥିକ ସମସ୍ୟା ଦୂର ହେବ। କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ରୋହିଣୀ ନକ୍ଷତ୍ର ସକାଶେ ସୁଖଭ୍ରମଣ ଯୋଗ ରହିଛି।
ମିଥୁନ
ମିଥୁନ
ନିଜର ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ମନ ବଳାଇବେ। ମୃଗଶିରା ପରିଜନମାନଙ୍କ ସହ ଦୂରଯାତ୍ରା କରିବାକୁ ପଡ଼ିପାରେ। ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉତ୍ତୋଳନ କରିପାରନ୍ତି। ଅଟକି ରହିଥିବା ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ।
କର୍କଟ
କର୍କଟ
ଆଜିର ପ୍ରତ୍ୟୁଷ ଯାତ୍ରାରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ମାଦକ ଦ୍ରବ୍ୟ ସେବନରୁ ବକ୍ଷ ବେଦନା ସୃଷ୍ଟି ହେବ। ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ।
ସି˚ହ
ସି˚ହ
ବହୁତ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। କାର୍ଯ୍ୟବ୍ୟସ୍ତ ଯୋଗୁ ପରିବାରର ଆବଶ୍ୟକତା ପୂରଣ ପାଇଁ ସମୟ ଦେଇପାରିବେ ନାହିଁ। ମଘା ନକ୍ଷତ୍ର ପାଇଁ ଭ୍ରାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଦୀର୍ଘଦିନାନ୍ତେ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ।
କନ୍ୟା
କର୍ମକ୍ଷେତ୍ରରେ ଭଲ କରିବାକୁ ଯାଇ ଅପଦସ୍ଥ ହେବେ। ଚିନ୍ତା କରିଥିବା କାମଗୁଡ଼ିକ ବାସ୍ତବରେ ଓଲଟା ହେବାର ଅନୁଭବ କରିପାରନ୍ତି। ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ରର ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଅସାବଧାନତା ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ।
ତୁଳା
ତୁଳା
ସ୍ଥଗିତ ରହିଥିବା ଗୁରୁତ୍ୱପୂର୍ଣ୍ଣ କାମଟିକୁ ଆଜି ଶେଷ କରିପାରିବେନି। ବନ୍ଧୁମାନଙ୍କ ଅସହଯୋଗ କାରଣରୁ କାର୍ଯ୍ୟର ଅଗ୍ରଗତି ବାଧାପ୍ରାପ୍ତ ହେବ। ପ୍ରତ୍ୟେକ କ୍ଷେତ୍ରରେ ନୀରବିଯିବା କାରଣରୁ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବ। ସ୍ବାତୀ ନକ୍ଷତ୍ର ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।
ବିଛା
ବିଛା
ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନ ବଳାଇବେ। ପରୋକ୍ଷ ଶତ୍ରୁତା କାରଣରୁ ନିକଟ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ଜ୍ୟେଷ୍ଠା ନକ୍ଷତ୍ରର କାର୍ଯ୍ୟଦକ୍ଷତା ଏବଂ ନିର୍ଭୀକତା କାରଣରୁ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ।
ଧନୁ
ଧନୁ
ବନ୍ଧୁଙ୍କ ପାଇଁ ନିଜେ ହଇରାଣରେ ପଡ଼ିପାରନ୍ତି। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ। ଉତ୍ତରାଷାଢ଼ା ନକ୍ଷତ୍ରର ନୂତନ କର୍ମସସ୍ଥାନ ପାଇଁ ମନ ବଳିବ। ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ଆଜିର ଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହୋଇପାରେ।
ମକର
ମକର
ଘରେ ବନ୍ଧୁ ମିଳନ ଆମୋଦ ପ୍ରମୋଦର ସୁଅ ଛୁଟିବ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଉତ୍ତରାଷାଢ଼ା ନକ୍ଷତ୍ରର ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯିବ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିବ। ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ବିଭିନ୍ନ ସୂତ୍ରରୁ ରୋଜଗାର କରିବେ। ପୂର୍ବଭାଦ୍ରବ ନକ୍ଷତ୍ରର ଭ୍ରମଣ ରାଜନୀତି, ପ୍ରଶାସନ ପାଇଁ ଭଲ।
ମୀନମୀନ
କଠିନ ଶ୍ରମ ଓ ଭ୍ରମଣ ହେତୁକ କ୍ଳାନ୍ତି ଏବଂ ଅବସାଦ ଦେଖାଦେଇପାରେ। ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ। ଉତ୍ତରଭାଦ୍ରବ ନକ୍ଷତ୍ର କେତେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

ରାଶିଫଳ: ଶନିବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଟେନସନ୍‍ କିଛି ମାତ୍ରାରେ କମିଯିବ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ସୂଚନା ପାଇପାରନ୍ତି। କର୍ମକ୍ଷେତ୍ରରେ ଅର୍ଥ…

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?