ଲାଞ୍ଚ ନେଇ ଜେଲ ଗଲେ ଆର୍‌ଆଇ

କୁଚିଣ୍ଡା,୧୭ା୨(ଡି.ଏନ୍‌.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ତହସିଲ ଅଧୀନ ଗୋଛରା ରାଜସ୍ବ ନିରୀକ୍ଷକ(ଆର୍‌ଆଇ) ସତ୍ୟନାରାୟଣ କଉଡି ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଥିଲେ। ଶୁକ୍ରବାର ଭିଜିଲାନ୍ସ ତାଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ମୁତାବକ, ଗୋଛରା ପଞ୍ଚାୟତ ଗୁରୁଆଁ ଗ୍ରାମର ଖତୁ କିଷାନ ନାମକ ବ୍ୟକ୍ତି ଜମି ପଟ୍ଟା ପାଇଁ କୁଚିଣ୍ଡା ତହସିଲରେ ଆବେଦନ କରିଥିଲେ। ଏହି ସମ୍ପର୍କରେ କୁଚିଣ୍ଡା ତହସିଲରେ ଏକ ମ୍ୟୁଟେଶନ ମାମଲା ରୁଜୁ ହୋଇଥିଲା। ରିପୋର୍ଟ ପ୍ରଦାନ କରିବାକୁ ତହସିଲ ପକ୍ଷରୁ ଗୋଛରା ଆର୍‌ଆଇଙ୍କୁ ନିର୍ଦ୍ଦେଶ ରହିଥିଲା। ମାତ୍ର ରିପୋର୍ଟ ଦେବା ପାଇଁ ଆର୍‌ଆଇ ଦରଖାସ୍ତକାରୀଙ୍କୁ ଟଙ୍କା ମାଗିଥିଲେ। ଏନେଇ ଖତୁ ସମ୍ବଲପୁର ଭିଜିଲାନ୍ସ ଏସ୍‌ପିଙ୍କଠାରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଭିଜିଲାନ୍ସ ଡିଏସ୍‌ପି କବିତା ସାହୁଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ୍‌ ଗୋଛରା ଆର୍‌ଆଇ ଅଫିସ ପାଖରେ ପୂର୍ବରୁ ଯୋଜନା ମୁତାବକ ଛକି ରହିଥିଲେ। ଆର୍‌ଆଇ ସତ୍ୟନାରାୟଣ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ଚଢାଉ କରି ରାସାୟନିକ ପ୍ରଲେପ ଦିଆ ଟଙ୍କା ଜବତ କରି ତାଙ୍କୁ ଗିରଫ କରିଥିଲେ। ପରେ କୁଚିଣ୍ଡା ମହୁଲଡିହିସ୍ଥିତ ତାଙ୍କ ଭଡା ଘରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଯାଞ୍ଚ କରିଛି। ଏ ନେଇ ଭିଜିଲାନ୍ସ ବିଭାଗରେ କେସ୍‌ ନଂ.୫/୨୩ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ବିଲ ଭ୍ରମ ସୃଷ୍ଟି କରୁଛି ସ୍ବାସ୍ଥ୍ୟକେନ୍ଦ୍ର ଛାତ

ଖଣ୍ଡପଡା,୧୦ା୮(ସ୍ବ.ପ୍ର.): ସରକାରୀ ବାସଭବନଗୁଡ଼ିକର ମରାମତି ବାବଦରେ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି। ମାତ୍ର ଏଠାରେ ରହୁଥିବା କର୍ମଚାରୀଙ୍କ ଦାୟିତ୍ୱ ହୀନତା ଯୋଗୁ ଏହି ବାସଭବନଗୁଡ଼ିକର...

ନନ୍ଦନକାନନ ପାଇଁ ଅଡ଼ୁଆ ସାଜିଛି ବାଉଁଶ ଗଛ

ବାରଙ୍ଗ,୩୧।୭(ଡି.ଏନ୍‌.ଏ.): ବାତ୍ୟା ପ୍ରକୋପରେ ଅର୍ଦ୍ଧାଧିକ ନଷ୍ଟ ହୋଇଥିବା ନନ୍ଦନକାନନ ଚତୁଃପାର୍ଶ୍ୱକୁ ଧୀରେ ଧୀରେ ସଜଡା ଯାଉଥିବାବେଳେ ଏବେ ଅଡୁଆ ସାଜିଛି ବାଉଁଶ ଗଛ। ଏହି ବାଉଁଶ...

୨ ଲୁଟେରା ଗିରଫ, ବ୍ୟାଗ ଜବତ

ବ୍ରହ୍ମପୁର ଅଫିସ,୧୭ା୧- ସରକାରୀ ରେଳବାଇ ପୋଲିସ (ଜିଆରପି)ଟ୍ରେନ ଯାତ୍ରୀଙ୍କ ବ୍ୟାଗ ଲୁଟ ଘଟଣାରେ ୨ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ ସଦର ଥାନା ଅନ୍ତର୍ଗତ...

ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମାଡ଼ ଘଟଣା: ଉଭୟଙ୍କ ବଦଳି ଦାବିରେ ବିଦ୍ୟାଳୟରେ ତାଲା

ଆନନ୍ଦପୁର,୨୯। ୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ବେଲବାହାଳି ପଞ୍ଚାୟତ ଅଞ୍ଚଳର ଏକ ପ୍ରାଥମିକ ବିଦ୍ୟାଳୟକୁ ସୋମବାର ଗ୍ରାମବାସୀ ତାଲା ପକାଇଦେଇଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ...

ପୂର୍ବତନ ବିଧାୟକଙ୍କ ପରଲୋକ

ଆସିକା,୯ା୧(ଡି.ଏନ୍‌.ଏ.): ଆସିକାର ବରିଷ୍ଠ କଂଗ୍ରେସ ନେତା, ବିଶିଷ୍ଟ ସମବାୟବିତ୍‌ ତଥା ପୂର୍ବତନ ବିଧାୟକ ରାଧାଗୋବିନ୍ଦ ସାହୁଙ୍କ (୯୩)ର ବୁଧବାର ସକାଳେ ପରଲୋକ ଘଟିଛି। ସେ ଭୁବନେଶ୍ୱର...

ଦାଦନ ଖଟିବାକୁ ଯାଇ ବିଦେଶରେ ଶ୍ରମିକ ମୃତ

ମହାକାଳପଡା, ୧୭ା୯(ଡି.ଏନ.ଏ.): ଅଭାବୀ ପରିବାର ମୁହଁରେ ଦାନା ଗଣ୍ଡେ ଦେବା ପାଇଁ ଦାଦନ ଖଟିବାକୁ ପୁଅ ଶ୍ରୀଲଙ୍କା ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଏଭଳି...

ବାଟବଣା ବନ୍ୟପ୍ରାଣୀଙ୍କ ବନ୍ଧୁ

ବାରିପଦା ଅଫିସ,୨୧।୧ ବିଷଧର ସାପ ହେଉ କି ଜଙ୍ଗଲର ହିଂସ୍ର ଜନ୍ତୁ। ବାଟବଣା ତଥା ଆଘାତପ୍ରାପ୍ତ ବନ୍ୟପ୍ରାଣୀଙ୍କୁ ଉଦ୍ଧାର କରି ସୁରକ୍ଷା ଯୋଗାଇ ଦେବା କିଛି...

ମାଟିରେ ମିଶିଯିବ ମହତ ଉଦ୍ଦେଶ୍ୟ: ଜରାଜୀର୍ଣ୍ଣ ହେଉଛି ପ୍ରଜାମଣ୍ଡଳ ଭବନ

ତାଳଚେର,୧୪ା୧୨ (ମନୋଜ ନନ୍ଦ) – ପ୍ରଜାମଣ୍ଡଳ ଆନ୍ଦୋଳନ ଓ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ମାତ୍ର ୧୫ ବର୍ଷ ତଳେ ଉଦ୍‌ଘାଟିତ ତାଳଚେର ହାଟତୋଟାସ୍ଥିତ ପ୍ରଜାମଣ୍ଡଳ...

Advertisement
Archives

Model This Week