ଦୈନିକ ମୃତ୍ୟୁ ସଂଖ୍ୟା ସଂକ୍ରମଣରେ ବ୍ରେକ୍‌…

ନୂଆଦିଲ୍ଲୀ, ୨୩।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ହଜାର ୨୨ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୬ ରେ ପହଞ୍ଚିଛି। ଏହି ସମୟରେ ସକ୍ରିୟ ମାମଲା ୧୫ ହଜାର ତଳେ ରହିଛି। ଏହା ୧୪ ହଜାର ୮୩୨ ରହିଛି।

ସେହିପରି ୨୪ ଘଣ୍ଟାରେ ୨ ହଜାର ୯୯ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୪୫୯ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୧ ଲକ୍ଷ ୩୮ ହଜାର ୩୯୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୫ ଲକ୍ଷ ୯୯ ହଜାର ୧୦୨ ଜଣ ସୁସ୍ଥ ହୋଇ ସାରିଛନ୍ତି।

ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୨ କୋଟି ୪୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୬୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୨ କୋଟି ୪୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।

ଗତ ୨୪ ଘଣ୍ଟାରେ କେରଳରେ ୫୪୫ ଜଣ, ଦିଲ୍ଲୀରେ ୩୬୫ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି କେରଳରେ ୫୫୮ ଜଣ, ମହାରାଷ୍ଟ୍ରରେ ୩୨୬ ଜଣ, କର୍ନାଟକରେ ୧୬୭ ଜଣ, ହରିୟାଣାରେ ୧୬୦ ଜଣ, ଉତ୍ତରପ୍ରଦେଶରେ ୧୨୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଆକ୍ରାନ୍ତଙ୍କ ଫୋନ୍‌ ଛୁଇଁବା ନର୍ସଙ୍କୁ ପଡ଼ିଲା ମହଙ୍ଗା, ଆଇସୋଲେଶନ୍‌ରେ ଭର୍ତ୍ତି

ନୂଆଦିଲ୍ଲୀ: କରୋନା ଭାଇରସ୍‌ କେତେ ପ୍ରଭାବଶାଳୀ ତାହା ରୋଗୀଙ୍କ ବର୍ଦ୍ଧିତ ସଂଖ୍ୟା ଦେଖି ସହଜରେ ଅନୁମାନ କରିହେଉଛି। କିନ୍ତୁ ଏହି ଭାଇରସ୍‌ ଖାଲି ସଂକ୍ରମିତଙ୍କ ସଂସ୍ପର୍ଶରେ...

କରୋନା ଯୋଗୁ ୭ ବର୍ଷ ତଳେ ହଜିଥିବା ପୁଅକୁ ଫେରିପାଇଲେ ପରିବାର ଲୋକେ

ଛପରା,୭।୪: କରୋନା ଭାଇରସ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ବିହାରର ଛପରା ଜିଲାରେ ଥିବା ଏକ ପରିବାର ପାଇଁ କିନ୍ତୁ ଖୁସିର...

ବିଏମ୍‌ସିର ବରିଷ୍ଠ ଅଧିକାରୀଙ୍କ କରୋନାରେ ମୃତ୍ୟୁ

ମୁମ୍ବାଇ,୯।୬: ମୁମ୍ବାଇରେ କରୋନା ଭାଇରସ୍‌ ସଂକ୍ରମଣରେ ପୀଡ଼ିତ ହୋଇ ବ୍ରିହାନମୁମ୍ବାଇ ନଗର ନିଗମ(ବିଏମ୍‌ସି)ର ଜଣେ ବରିଷ୍ଠ ଅଧିକାରୀଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି। ମୃତ ଅଧିକାରୀ ଜଣକ...

କେନ୍ଦ୍ରମନ୍ତ୍ରୀ ପୁଅଙ୍କ ପିସ୍ତଲରୁ ବାଜିଲା ଗୁଳି: ଜଣେ ମୃତ

ଲକ୍ଷ୍ନୌ,୧।୯: ଲକ୍ଷ୍ନୌର ଡୁବାଗାରେ କେନ୍ଦ୍ର ମନ୍ତ୍ରୀ କୌଶଲ କିଶୋରଙ୍କ ଘରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ବିନୟ ଶ୍ରୀବାସ୍ତବ ବୋଲି ଜଣାପଡିଛି। ପୋଲିସ...

ଭବିଷ୍ୟତରେ ତାମିଲ ପ୍ରଧାନମନ୍ତ୍ରୀ ହୁଅନ୍ତୁ: ଶାହା

ଚେନ୍ନାଇ/ଭେଲୋର,୧୨ା୬: ଭବିଷ୍ୟତରେ ଜଣେ ତାମିଲ ଭାରତର ପ୍ରଧାନମନ୍ତ୍ରୀ ହେବା ଉଚିତ। ଅତୀତରେ ଡିଏମ୍‌କେ ଯୋଗୁ ଏପରି ସୁଯୋଗ ଦୁଇଥର ହାତଛଡ଼ା ହୋଇଛି ବୋଲି ରବିବାର ସ୍ବରାଷ୍ଟ୍ରମନ୍ତ୍ରୀ...

କଳ୍‌କୀ ଭଗବାନଙ୍କ ୫୦୦ କୋଟିର ଅଘୋଷିତ ସମ୍ପତ୍ତି ଠାବ

ବାଙ୍ଗାଲୋର,୧୯ା୧୦: ଧାର୍ମିକ ଗୁରୁ କଳ୍‌କୀ ଭଗବାନଙ୍କ ଆଶ୍ରମ ଏବଂ ଏହା ସହ ଜଡିତ ୪୦ ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏଥିରେ ପ୍ରାୟ...

ଗୁଗଲ୍‌ ସିଇଓଙ୍କ ସମେତ ୧୮ ନାଁରେ ମାମଲା ରୁଜୁ

ବାରାଣସୀ,୧୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣସୀର ଭେଲୁପୁର ପୋଲିସ ଷ୍ଟେଶନରେ ଏକ ଏଫଆଇଆର ମାମଲା ରୁଜୁ ହୋଇଛି। ଆଇଟି ଆକ୍ଟ ଅଧୀନରେ ଏହି...

୪୩୪ କୋଟି ଟଙ୍କାର ହେରୋଇନ୍‌ ଜବତ

ନୂଆଦିଲ୍ଲୀ,୧୧।୫: ଦିଲ୍ଲୀରେ ରାଜସ୍ବ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ(ଡିଆର୍‌ଆଇ)କୁ ଏକ ବଡ଼ ସଫଳତା ମିଳିଛି। ଦିଲ୍ଲୀରୁ ୬୨ କିଲୋଗ୍ରାମ ହେରୋଇନ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ...

Advertisement
Archives

Model This Week