ଦୈନିକ ମୃତ୍ୟୁ ସଂଖ୍ୟା ୧୦ ତଳେ…

ନୂଆଦିଲ୍ଲୀ, ୨।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୩୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମି ପୁଣି ୪ ହଜାର ତଳେ ରହିଛି। ଏହା କମି ୩,୩୬୪ ରହିଛି। ଗୋଟିଏ ଦିନତଳେ ଏହା ୩,୯୭୨ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୭ ରହିଛି। ଗୋଟିଏ ଦିନ ତଳେ ଏହା ୧୪ ଥିଲା। ଏହି ସମୟରେ ସକ୍ରିୟ ମାମଲା କମି ୩୭ ହଜାର ୪୪୪ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୩୮ହଜାର ୨୯୩ ଥିଲା। ସେହିପରି ୨୪ ଘଣ୍ଟାରେ ୪ ହଜାର ୨୦୬ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୫ ହଜାର ୬୯ ଥିଲା। କେରଳରେ ସତର୍କ ସୂଚନା ଜାରି କରାଯାଇଛି। ଏଠାରେ ଦୈନିକ ସଂକ୍ରମଣ ୧୧ ଶହ ଉପରେ ରହିଛି। ଏଠାରେ ଏହା ୧,୧୫୫ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।
ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ୬୭୩ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୫ ଲକ୍ଷ ୯୪ ହଜାର ୪୮୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୦ ଲକ୍ଷ ୨୮ ହଜାର ୩୭୦ ଜଣ ସୁସ୍ଥ ହୋଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ବର୍ଷ ଜାନୁୟାରୀରେ ମୁକୁଳି ପାରନ୍ତି ଶଶିକଳା

ବେଙ୍ଗାଲୁରୁ,୧୫ ।୯: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତା ଜୟାଲଳିତାଙ୍କ ଅତି ନିକଟତମ କୁହାଯାଉଥିବା ଭିକେ ଶଶିକଳା ବେଙ୍ଗାଲୁରୁର ସେଣ୍ଟ୍ରାଲ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି ।...

କରମ୍‌ବୀର ସିଂ ନୌସେନା ମୁଖ୍ୟ

ନୂଆଦିଲ୍ଲୀ, ୧ା୬ : ଦେଶର ୨୪ତମ ନୌସେନା ମୁଖ୍ୟଭାବେ ଆଡମିରାଲ୍‌ କରମବୀର ସିଂ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଡ଼ମିରାଲ୍‌ ସୁନୀଲ ଲାନ୍‌ବା ଅବସର ନେଲା...

ରାଜନୀତିରେ ପ୍ରବେଶ କଲେ ସ୍ତ୍ରୀ ରାଧିକା ମତେ ଛାଡ଼ିଦେବେ: ରଘୁରାମ ରାଜନ

ଚେନ୍ନାଇ,୨୭।୪: ଭାରତର ବର୍ତ୍ତମାନର ରାଜନୈତିକ ପୃଷ୍ଠଭୂମି ସମଗ୍ର ପୃଥିବୀ ଭଳି ସମାନ। ତେବେ ଭାରତର ରାଜନୈତିକ ସ୍ଥିତି ଖରାପ ନାହିଁ ବୋଲି ରିଜର୍ଭ ବ୍ୟାଙ୍କର ପୂର୍ବତନ...

ଭିସ୍ତାରା ଯାତ୍ରୀବାହୀ ବିମାନରେ ତ୍ରୁଟି: ସିଙ୍ଗିଲ୍‌ ଇଞ୍ଜିନ୍‌ରେ କଲା ଲ୍ୟାଣ୍ଡିଂ

ନୂଆଦିଲ୍ଲୀ,୬।୭: ଆଜିକାଲି ଦେଶରେ ବିମାନର ତ୍ରୁଟିପୂର୍ଣ୍ଣ ମାମଲା କ୍ରମାଗତ ଭାବେ ବଢିବାରେ ଲାଗିଛି। ବ୍ୟାଙ୍କକରୁ ଦିଲ୍ଲୀ ଫେରୁଥିବା ଭିସ୍ତାରା ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ (UK-122...

ଏଭଳି ଦୁଃସାହସ ପାକିସ୍ତାନ ବି କରିବ ନାହିଁ: ରାହୁଲଙ୍କ ମନ୍ତବ୍ୟ ନେଇ ସମ୍ବିତ ପାତ୍ରଙ୍କ କଟାକ୍ଷ…

ନୂଆଦିଲ୍ଲୀ,୪।୩ : ଭାଜପା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା ଜାରି ରଖିଛି। ଶନିବାର ଭାଜପା କହିଛି ବିଦେଶରେ ରାହୁଲ ଭାରତ ବିରୁଦ୍ଧରେ କହୁଛନ୍ତି...

ମମତାଙ୍କୁ ଝଟ୍‌କା

କୋଲକତା,୨।୭: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ଏକ ଝଟ୍‌କା ଲାଗିଛି। କଲିକତା ହାଇକୋର୍ଟ ନିର୍ବାଚନ ପରେ ହିଂସା ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରି କହିଛନ୍ତି...

‘ମୁଁ ଅପରାଧୀ ନୁହେଁ, ମୋତେ ସିଙ୍ଗାପୁର ଛାଡ’

ନୂଆଦିଲ୍ଲୀ,୧୮ା୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପୁଣି ସୋମବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସିଙ୍ଗାପୁର ଗସ୍ତକୁ ଅନୁମତି ପ୍ରଦାନରେ ବିଳମ୍ବକୁ ନେଇ କେନ୍ଦ୍ର ସରକାରଙ୍କ...

ହରିୟାଣା ସ୍କୁଲରେ ବଢିଲା ଗ୍ରୀଷ୍ମକାଳୀନ ଛୁଟି ଅବଧି

ପଞ୍ଚକୁଲା,୧।୭: ହରିୟାଣାରେ ଗ୍ରୀଷ୍ମର ପ୍ରବାହ କମି ନ ଥିବା ବେଳେ ସୋମବାର ସରକାର ସ୍କୁଲର ଗ୍ରୀଷ୍ମ ଛୁଟିକୁ ଜୁଲାଇ ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା...

Advertisement
Archives

Model This Week