ଅବହେଳିତ ଅବସ୍ଥାରେ ଦଧିବାମନ

ଖୋର୍ଦ୍ଧା ଅଫିସ,୫।୧୨: ଖୋର୍ଦ୍ଧା ସନ୍ନିକଟ ମୁସଲମାନ ଅଧ୍ୟୁଷିତ କେରଙ୍ଗ ପଞ୍ଚାୟତର ଦିବ୍ୟସିଂହଦେବପୁର ଗ୍ରାମରେ ରହିଛି ଦଧିବାମନ ମନ୍ଦିର। ତତ୍କାଳୀନ ଖୋର୍ଦ୍ଧା ରାଜା ଦିବ୍ୟସିଂହ ଦେବଙ୍କ ନାମରେ ସ୍ଥାପିତ ଏହି ଗ୍ରାମରେ ପ୍ରାୟ ୪ଶହ ବର୍ଷ ହେଲା ପ୍ରଭୁ ଦଧିବାମନ ପୂଜା ପାଇଆସୁଛନ୍ତି। ତେବେ ରକ୍ଷଣାବେକ୍ଷଣ ଓ ସରକାରୀ ଅନୁଦାନ ଅଭାବରୁ ଅଧୁନା ଏହି ମନ୍ଦିର ଅବହେଳିତ ହୋଇ ପଡ଼ିଛି। ପୂର୍ବରୁ ଦଧିବାମନଙ୍କ ନାମରେ ରାଜାମାନେ ବହୁ ଜମି ଖଞ୍ଜିଥିଲେ ମଧ୍ୟ ଏବେ ମନ୍ଦିରକୁ କିଛି ଖଜଣା ଆସୁନାହିଁ। ଏଠାରେ ପାଳନ ହେଉଥିବା ବିଭିନ୍ନ ପର୍ବପର୍ବାଣି ମଧ୍ୟ ଅର୍ଥାଭାବରୁ ବନ୍ଦ ରହିଛି। ଠିକ୍‌ ଭାବେ ଦୈନିକ ରୀତିନୀତି ହୋଇପାରୁନାହିଁ। ଠାକୁରଙ୍କୁ କେବଳ ଛଡ଼ା ତୁଳସୀ ଓ ବାଳଭୋଗ ଲାଗିକରାଯାଉଛି। ରାଜ୍ୟ ସରକାର ଐତିହ୍ୟ କୀର୍ତ୍ତିରାଜିର ପୁନରୁଦ୍ଧାର ଦିଗରେ ପଦକ୍ଷେପ ନେଉଥିବାବେଳେ ଏହି ପ୍ରାଚୀନ ମନ୍ଦିର ପ୍ରତି ଦୃଷ୍ଟି ଦେଉନାହାନ୍ତି। ଏଥିଯୋଗୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି।
ଅନୁଯାୟୀ, ପ୍ରଭୁ ଦଧିବାମନଙ୍କ ଦୈନିକ ରୀତିନୀତି ଲାଗି ଗଜପତି ଦିବ୍ୟସିଂହ ଦେବ ୩ ବାଟି ଜମି ଖଞ୍ଜିଥିଲେ। ତାହା ଏବେ ଅନେକ ଲୋକଙ୍କ କବ୍‌ଜାରେ ରହିଛି। ଠାକୁରପଡ଼ା, ବରସାହି, କୁଣ୍ଡିଲେ ଗ୍ରାମରେ ଠାକୁରଙ୍କର ବହୁ ଜମି ଥିଲେ ବି ସେ ବାବଦରେ କିଛି ମନ୍ଦିରକୁ ଆସୁନାହିଁ। ପୂଜକ ବାଉରୀବନ୍ଧୁ ଆଚାର୍ଯ୍ୟଙ୍କ ପରିବାର ବଂଶାନୁକ୍ରମେ ଦଧିବାମନଙ୍କ ପୂଜାର୍ଚ୍ଚନା କରିଆସୁଛନ୍ତି। ମନ୍ଦିର ନ ଥିବାରୁ ଗତ ୫ବର୍ଷ ହେଲା ବାଉରୀବନ୍ଧୁଙ୍କ ପରିବାରବର୍ଗ ଦାନ ଅର୍ଥରେ ୨ବଖରା ଘର କରି ଦଧିବାମନଙ୍କୁ ପ୍ରତିଷ୍ଠା କରାଇଛନ୍ତି।
ଗବେଷକ ପ୍ରାଧ୍ୟାପକ ଗୋପାଳକୃଷ୍ଣ ଦାସ କହିଛନ୍ତି, ଖୋର୍ଦ୍ଧା ରାଜାମାନଙ୍କ ୨୩୫ ବର୍ଷର ରାଜତ୍ୱ (୧୫୬୮-୧୮୦୪ ଡିସେମ୍ବର ୪) କାଳରେ ହିନ୍ଦୁ ସଂସ୍କୃତିର ପ୍ରସାର ଉଦ୍ଦେଶ୍ୟରେ ଖୋର୍ଦ୍ଧା ରାଜ୍ୟରେ ପ୍ରାୟ ୧୫୨୭ଟି ମନ୍ଦିର ନିର୍ମିତ ହୋଇଥିଲା। ତନ୍ମଧ୍ୟରୁ ଦଧିବାମନ ମନ୍ଦିର ଅନ୍ୟତମ। ଖୋର୍ଦ୍ଧା ରାଜବଂଶରେ ୨ଜଣ ଦିବ୍ୟସିଂହ ଦେବ ରାଜତ୍ୱ କରୁଥିଲେ। ୧୬୮୮ରୁ ୧୭୧୬ ପର୍ଯ୍ୟନ୍ତ ପ୍ରଥମ ଦିବ୍ୟସିଂହ ଦେବ ୨୮ବର୍ଷ ଧରି ରାଜତ୍ୱ କରିଥିଲେ। ସେତେବେଳେ ଔରଙ୍ଗଜେବଙ୍କ ହିନ୍ଦୁ ଧର୍ମ ବିଧ୍ୱଂସୀ ନୀତି ଯୋଗୁ ଓଡ଼ିଶାର ବହୁ ପ୍ରାଚୀନ ମନ୍ଦିର ବଳପୂର୍ବକ ଭଙ୍ଗାଯାଇ ମସଜିଦ୍‌ ନିର୍ମାଣ କରାଯାଇଥିଲା। କେନ୍ଦ୍ରାପଡ଼ାର ବଳଦେବ ଜୀଉ, ଝଙ୍କଡ଼ର ଶାରଳା ପୀଠ, ଯାଜପୁର ଓ ପିପିଲିିର ଅନେକ ଦେବାଳୟ ଭଙ୍ଗାଯାଇ ମସଜିଦ୍‌ ନିର୍ମାଣ ହୋଇଥିଲା। ଔରଙ୍ଗଜେବଙ୍କ ଆଦେଶରେ ପୁରୀ ଶ୍ରୀମନ୍ଦିର ଧ୍ୱଂସ ପାଇଁ ଚକ୍ରାନ୍ତ ଚାଲିଥିବା ସମୟରେ ଦିବ୍ୟସିଂହ ଦେବଙ୍କ ଦୂରଦୃଷ୍ଟି ଯୋଗୁ ତାହା ସଫଳ ହୋଇପାରି ନ ଥିଲା। ଚତୁର୍ଦ୍ଧାବିଗ୍ରହଙ୍କୁ ବାଣପୁର ଆଣି ଲୁଚାଇ ରଖାଯାଇଥିଲା। ଜନଶ୍ରୁତି ରହିଛି, ଖୋର୍ଦ୍ଧା ଓ ବାଙ୍କୀ ସୀମାଯୁଦ୍ଧ ସମୟରେ କେରଙ୍ଗ ସୈନ୍ୟମାନେ ଯୁଦ୍ଧର ବିଜୟ ସ୍ବରୂପ ବିପୁଳ ଧନରତ୍ନ ଏବଂ ଦଧିବାମନଙ୍କୁ ସାଥିରେ ନେଇଆସିଥିଲେ। ଏହି ଖବର ପାଇ ଦିବ୍ୟସିଂହ ଦେବ ସେଠାରେ ଏକ ବ୍ରାହ୍ମଣ ବସତି (ଦିବ୍ୟସିଂହପ୍ରସାଦ ନାମରେ ନାମିତ) ସ୍ଥାପନ ସହ ଦଧିବାମନଙ୍କୁ ପ୍ରତିଷ୍ଠା କରାଇଥିଲେ। ପରବର୍ତ୍ତୀ ସମୟରେ ସେଠାକାର ବ୍ରାହ୍ମଣ ପରିବାର ସ୍ଥାନୀୟ ଭଗବତୀପ୍ରସାଦ ଗ୍ରାମକୁ ସ୍ଥାନାନ୍ତରିତ ହୋଇଯାଇଛନ୍ତି। ଦିବ୍ୟସିଂହପ୍ରସାଦ ଗ୍ରାମ କିନ୍ତୁ ରହିଛି। ଏହା ସନ୍ନିକଟ କେରଙ୍ଗରେ ଅହମଦୀୟା ମୁସଲିମ ଜମାତ୍‌ ସ୍ଥାପନ ହୋଇଛି। ଅନ୍ୟପକ୍ଷରେ ଦ୍ୱିତୀୟ ଦିବ୍ୟସିଂହ ଦେବ (୧୭୯୩-୧୭୯୮)ଙ୍କ ରାଜତ୍ୱ କାଳରେ ଏହି ମନ୍ଦିର ନିର୍ମାଣ ହୋଇ ନ ଥିବା ଜଣାଯାଏ। ତେବେ ଖୋର୍ଦ୍ଧା ରାଜ୍ୟର ଆସନ୍ନ ପତନ ଆରମ୍ଭ ହୋଇଥିଲା। ଭଗ୍ନ କୋଣାର୍କ ମନ୍ଦିରରେ ଥିବା ଅରୁଣସ୍ତମ୍ଭକୁ ଆଣି ସେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ସ୍ଥାପନ କରିଥିଲେ। ବରୁଣେଇ ଖୋଲରେ ପଥର ଦୁର୍ଗ ତାଙ୍କର ଅନନ୍ୟ କୀର୍ତ୍ତି ବୋଲି ଐତିହାସିକ ଦାସ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri