ଅବହେଳିତ ଅବସ୍ଥାରେ ଦଧିବାମନ

ଖୋର୍ଦ୍ଧା ଅଫିସ,୫।୧୨: ଖୋର୍ଦ୍ଧା ସନ୍ନିକଟ ମୁସଲମାନ ଅଧ୍ୟୁଷିତ କେରଙ୍ଗ ପଞ୍ଚାୟତର ଦିବ୍ୟସିଂହଦେବପୁର ଗ୍ରାମରେ ରହିଛି ଦଧିବାମନ ମନ୍ଦିର। ତତ୍କାଳୀନ ଖୋର୍ଦ୍ଧା ରାଜା ଦିବ୍ୟସିଂହ ଦେବଙ୍କ ନାମରେ ସ୍ଥାପିତ ଏହି ଗ୍ରାମରେ ପ୍ରାୟ ୪ଶହ ବର୍ଷ ହେଲା ପ୍ରଭୁ ଦଧିବାମନ ପୂଜା ପାଇଆସୁଛନ୍ତି। ତେବେ ରକ୍ଷଣାବେକ୍ଷଣ ଓ ସରକାରୀ ଅନୁଦାନ ଅଭାବରୁ ଅଧୁନା ଏହି ମନ୍ଦିର ଅବହେଳିତ ହୋଇ ପଡ଼ିଛି। ପୂର୍ବରୁ ଦଧିବାମନଙ୍କ ନାମରେ ରାଜାମାନେ ବହୁ ଜମି ଖଞ୍ଜିଥିଲେ ମଧ୍ୟ ଏବେ ମନ୍ଦିରକୁ କିଛି ଖଜଣା ଆସୁନାହିଁ। ଏଠାରେ ପାଳନ ହେଉଥିବା ବିଭିନ୍ନ ପର୍ବପର୍ବାଣି ମଧ୍ୟ ଅର୍ଥାଭାବରୁ ବନ୍ଦ ରହିଛି। ଠିକ୍‌ ଭାବେ ଦୈନିକ ରୀତିନୀତି ହୋଇପାରୁନାହିଁ। ଠାକୁରଙ୍କୁ କେବଳ ଛଡ଼ା ତୁଳସୀ ଓ ବାଳଭୋଗ ଲାଗିକରାଯାଉଛି। ରାଜ୍ୟ ସରକାର ଐତିହ୍ୟ କୀର୍ତ୍ତିରାଜିର ପୁନରୁଦ୍ଧାର ଦିଗରେ ପଦକ୍ଷେପ ନେଉଥିବାବେଳେ ଏହି ପ୍ରାଚୀନ ମନ୍ଦିର ପ୍ରତି ଦୃଷ୍ଟି ଦେଉନାହାନ୍ତି। ଏଥିଯୋଗୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି।
ଅନୁଯାୟୀ, ପ୍ରଭୁ ଦଧିବାମନଙ୍କ ଦୈନିକ ରୀତିନୀତି ଲାଗି ଗଜପତି ଦିବ୍ୟସିଂହ ଦେବ ୩ ବାଟି ଜମି ଖଞ୍ଜିଥିଲେ। ତାହା ଏବେ ଅନେକ ଲୋକଙ୍କ କବ୍‌ଜାରେ ରହିଛି। ଠାକୁରପଡ଼ା, ବରସାହି, କୁଣ୍ଡିଲେ ଗ୍ରାମରେ ଠାକୁରଙ୍କର ବହୁ ଜମି ଥିଲେ ବି ସେ ବାବଦରେ କିଛି ମନ୍ଦିରକୁ ଆସୁନାହିଁ। ପୂଜକ ବାଉରୀବନ୍ଧୁ ଆଚାର୍ଯ୍ୟଙ୍କ ପରିବାର ବଂଶାନୁକ୍ରମେ ଦଧିବାମନଙ୍କ ପୂଜାର୍ଚ୍ଚନା କରିଆସୁଛନ୍ତି। ମନ୍ଦିର ନ ଥିବାରୁ ଗତ ୫ବର୍ଷ ହେଲା ବାଉରୀବନ୍ଧୁଙ୍କ ପରିବାରବର୍ଗ ଦାନ ଅର୍ଥରେ ୨ବଖରା ଘର କରି ଦଧିବାମନଙ୍କୁ ପ୍ରତିଷ୍ଠା କରାଇଛନ୍ତି।
ଗବେଷକ ପ୍ରାଧ୍ୟାପକ ଗୋପାଳକୃଷ୍ଣ ଦାସ କହିଛନ୍ତି, ଖୋର୍ଦ୍ଧା ରାଜାମାନଙ୍କ ୨୩୫ ବର୍ଷର ରାଜତ୍ୱ (୧୫୬୮-୧୮୦୪ ଡିସେମ୍ବର ୪) କାଳରେ ହିନ୍ଦୁ ସଂସ୍କୃତିର ପ୍ରସାର ଉଦ୍ଦେଶ୍ୟରେ ଖୋର୍ଦ୍ଧା ରାଜ୍ୟରେ ପ୍ରାୟ ୧୫୨୭ଟି ମନ୍ଦିର ନିର୍ମିତ ହୋଇଥିଲା। ତନ୍ମଧ୍ୟରୁ ଦଧିବାମନ ମନ୍ଦିର ଅନ୍ୟତମ। ଖୋର୍ଦ୍ଧା ରାଜବଂଶରେ ୨ଜଣ ଦିବ୍ୟସିଂହ ଦେବ ରାଜତ୍ୱ କରୁଥିଲେ। ୧୬୮୮ରୁ ୧୭୧୬ ପର୍ଯ୍ୟନ୍ତ ପ୍ରଥମ ଦିବ୍ୟସିଂହ ଦେବ ୨୮ବର୍ଷ ଧରି ରାଜତ୍ୱ କରିଥିଲେ। ସେତେବେଳେ ଔରଙ୍ଗଜେବଙ୍କ ହିନ୍ଦୁ ଧର୍ମ ବିଧ୍ୱଂସୀ ନୀତି ଯୋଗୁ ଓଡ଼ିଶାର ବହୁ ପ୍ରାଚୀନ ମନ୍ଦିର ବଳପୂର୍ବକ ଭଙ୍ଗାଯାଇ ମସଜିଦ୍‌ ନିର୍ମାଣ କରାଯାଇଥିଲା। କେନ୍ଦ୍ରାପଡ଼ାର ବଳଦେବ ଜୀଉ, ଝଙ୍କଡ଼ର ଶାରଳା ପୀଠ, ଯାଜପୁର ଓ ପିପିଲିିର ଅନେକ ଦେବାଳୟ ଭଙ୍ଗାଯାଇ ମସଜିଦ୍‌ ନିର୍ମାଣ ହୋଇଥିଲା। ଔରଙ୍ଗଜେବଙ୍କ ଆଦେଶରେ ପୁରୀ ଶ୍ରୀମନ୍ଦିର ଧ୍ୱଂସ ପାଇଁ ଚକ୍ରାନ୍ତ ଚାଲିଥିବା ସମୟରେ ଦିବ୍ୟସିଂହ ଦେବଙ୍କ ଦୂରଦୃଷ୍ଟି ଯୋଗୁ ତାହା ସଫଳ ହୋଇପାରି ନ ଥିଲା। ଚତୁର୍ଦ୍ଧାବିଗ୍ରହଙ୍କୁ ବାଣପୁର ଆଣି ଲୁଚାଇ ରଖାଯାଇଥିଲା। ଜନଶ୍ରୁତି ରହିଛି, ଖୋର୍ଦ୍ଧା ଓ ବାଙ୍କୀ ସୀମାଯୁଦ୍ଧ ସମୟରେ କେରଙ୍ଗ ସୈନ୍ୟମାନେ ଯୁଦ୍ଧର ବିଜୟ ସ୍ବରୂପ ବିପୁଳ ଧନରତ୍ନ ଏବଂ ଦଧିବାମନଙ୍କୁ ସାଥିରେ ନେଇଆସିଥିଲେ। ଏହି ଖବର ପାଇ ଦିବ୍ୟସିଂହ ଦେବ ସେଠାରେ ଏକ ବ୍ରାହ୍ମଣ ବସତି (ଦିବ୍ୟସିଂହପ୍ରସାଦ ନାମରେ ନାମିତ) ସ୍ଥାପନ ସହ ଦଧିବାମନଙ୍କୁ ପ୍ରତିଷ୍ଠା କରାଇଥିଲେ। ପରବର୍ତ୍ତୀ ସମୟରେ ସେଠାକାର ବ୍ରାହ୍ମଣ ପରିବାର ସ୍ଥାନୀୟ ଭଗବତୀପ୍ରସାଦ ଗ୍ରାମକୁ ସ୍ଥାନାନ୍ତରିତ ହୋଇଯାଇଛନ୍ତି। ଦିବ୍ୟସିଂହପ୍ରସାଦ ଗ୍ରାମ କିନ୍ତୁ ରହିଛି। ଏହା ସନ୍ନିକଟ କେରଙ୍ଗରେ ଅହମଦୀୟା ମୁସଲିମ ଜମାତ୍‌ ସ୍ଥାପନ ହୋଇଛି। ଅନ୍ୟପକ୍ଷରେ ଦ୍ୱିତୀୟ ଦିବ୍ୟସିଂହ ଦେବ (୧୭୯୩-୧୭୯୮)ଙ୍କ ରାଜତ୍ୱ କାଳରେ ଏହି ମନ୍ଦିର ନିର୍ମାଣ ହୋଇ ନ ଥିବା ଜଣାଯାଏ। ତେବେ ଖୋର୍ଦ୍ଧା ରାଜ୍ୟର ଆସନ୍ନ ପତନ ଆରମ୍ଭ ହୋଇଥିଲା। ଭଗ୍ନ କୋଣାର୍କ ମନ୍ଦିରରେ ଥିବା ଅରୁଣସ୍ତମ୍ଭକୁ ଆଣି ସେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ସ୍ଥାପନ କରିଥିଲେ। ବରୁଣେଇ ଖୋଲରେ ପଥର ଦୁର୍ଗ ତାଙ୍କର ଅନନ୍ୟ କୀର୍ତ୍ତି ବୋଲି ଐତିହାସିକ ଦାସ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପିଇଓଙ୍କ ବାସଭବନରେ ଭିଜିଲାନ୍ସର ତନାଘନା

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ଗାଇସିଲେଟ ବ୍ଲକ କାଟାବାହାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ବାସଭବନରେ ଭିଜିଲାନ୍ସ…

୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା DJ ଗାଡ଼ି

ଜମନକିରା,୨୨।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା…

ଆଜି ସୁପ୍ରିମକୋର୍ଟରେ ଡିଜିପି ଚୟନ ଶୁଣାଣି

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାର ଡିଜିପି ଚୟନ ନେଇ ସୁପ୍ରିମକୋର୍ଟରେ ମଙ୍ଗଳବାର ଶୁଣାଣି ହେବ। ଏନେଇ ସୁପ୍ରିମକୋର୍ଟଙ୍କ ଲିଷ୍ଟିଂରେ ଓଡ଼ିଶା ଡିଜିପି ଚୟନ ପ୍ରସଙ୍ଗକୁ ସାମିଲ କରାଯାଇଛି।…

ONGCର ବଡ଼ ସଫଳତା, ଓଡ଼ିଶା ଉପକୂଳରେ ଗ୍ୟାସ୍‌ର ସନ୍ଧାନ

ନୂଆଦିଲ୍ଲୀ,୨୨।୯: ଓଡ଼ିଶା ଉପକୂଳରେ କୋଣାର୍କଠାରୁ ପ୍ରାୟ ୪୩ କି.ମି. ଦୂରରେ ଭାରତୀୟ ରାଷ୍ଟ୍ରାୟତ୍ତ କମ୍ପାନୀ ଅଏଲ୍‌ ଆଣ୍ଡ୍‌ ନ୍ୟାଚୁରାଲ ଗ୍ୟାସ୍‌ କର୍ପୋରେଶନ ଲିଃ (ଓଏନ୍‌ଜିସି) ଗ୍ୟାସ୍‌ର ସନ୍ଧାନ…

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ, ଆଗତ ହୋଇପାରେ ୬ ବିଲ୍‌

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରଙ୍କ ସପ୍ତଦଶ ବିଧାନସଭାର ୭ମ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ…

ଓଡ଼ିଶାରେ SIR ପରେ ୨୦.୫୭ ଲକ୍ଷ ଭୋଟରଙ୍କ ନାଁ ବାଦ୍‌, ପ୍ରକାଶ ପାଇଲା ଚୂଡ଼ାନ୍ତ ତାଲିକା

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଶେଷ ହେବା ପରେ ଭୋଟର ତାଲିକାରୁ ମୋଟ ୨୦ ଲକ୍ଷ ୫୭ ହଜାର ୩୩୪ ଭୋଟରଙ୍କ…

ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ; ଭୁବନେଶ୍ବର ଆସି ବଡ଼ ଘୋଷଣା କଲା CJP, ଓଡ଼ିଶା ସରକାରଙ୍କୁ….

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟପୁସ୍ତକରେ ଯେଉଁ ତ୍ରୁଟି କରାଯାଇଛି ତାହାର ଜବାବ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଶିକ୍ଷା…

ସକାଳୁ ସକାଳୁ ବାତ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍; ଗୋପାଳପୁରଠୁ ଏତିକି କିମି ଦୂରରେ ରହିଛି ଅବପାତ, ଏହି ଦିନ ହେବ….

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ପାଣିପାଗ ବିଭାଗର ସୂଚନା ଅନୁସାରେ, ଏହା ଗୋପାଳପୁର ଠାରୁ ୨୫୦ କି.ମି ପୂର୍ବ-ଦକ୍ଷିଣ-ପୂର୍ବରେ ରହିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?