Posted inଖେଳ

ରେସ୍‌ ବେଳେ ଦୁର୍ଘଟଣା ଯୋଗୁ କୋମାରେ ସାଇକ୍ଲିଷ୍ଟ

ଓ୍ବାର୍‌ସ (ପୋଲାଣ୍ଡ), ୭ା୮ (ଏପି)-ଡଚ୍‌ ସାଇକ୍ଲିଷ୍ଟ ଫାବିଓ ଜାକବସେନ୍‌ ଏବେ କୋମା ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ପୋଲାଣ୍ଡରେ ଚାଲିଥିବା ଟୁର୍‌ ଡି’ ପୋଲୋନେ ରେସ୍‌ର ଫାଇନାଲ ଷ୍ଟ୍ରେଚ୍‌ରେ ଦୁଘର୍ଟଣା ଯୋଗୁ ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଛି। ବୁଧବାର ଇଭେଣ୍ଟର ଓପନିଂ ଷ୍ଟେଜ୍‌ ଶେଷ ଭାଗରେ ବିଜୟୀ ହେବାଲାଗି ଉଦ୍ୟମ କରୁଥିବା ବେଳେ ନିଜ ଦେଶର ତଥା ଡଚ୍‌ ସାଇକ୍ଲିଷ୍ଟ ଡାଇଲାନ୍‌ ଗ୍ରୋଏନିଓ୍ବିଗେନ୍‌ଙ୍କ ସହିତ ଧକ୍କା ହେବାରୁ ସେ ରାସ୍ତାକଡ଼ ବାଡ଼ରେ ପିଟି ହୋଇ ତଳେ ପଡ଼ିଯାଇଥିଲେ। ଡେସଉନିକ୍‌ କ୍ୱିକ୍‌-ଷ୍ଟେପ୍‌ ଟିମ୍‌ ତରଫରୁ ରେସ୍‌ କରୁଥିବା ଜାକବସେନ୍‌ଙ୍କୁ ବିମାନ ଯୋଗେ ହସ୍ପିଟାଲ ନିଆଯାଇଥିଲା। ରେସ୍‌ ଡାଇରେକ୍ଟର ଜେସ୍‌ଲା ଲାଙ୍ଗ୍‌ ଏହି ଦୁର୍ଘଟଣା ପାଇଁ ଗ୍ରୋଏନିଓ୍ବିଗେନ୍‌ଙ୍କୁ ଦାୟୀ କରିଛନ୍ତି। ଏହି ରାଇଡରଙ୍କ ଆକ୍ସନ ଠିକ୍‌ ନ ଥିଲା ବୋଲି ସେ କହିଛନ୍ତି। ଗ୍ରୋଏନିଓ୍ବିଗେନ୍‌ ତାଙ୍କ ଟ୍ରାଜେକ୍ଟୋରି ବଦଳାଇଥିଲେ ଏବଂ ଜାକବସେନଙ୍କୁ ତାଙ୍କ ଡାହାଣପାର୍ଶ୍ୱକୁ ଯିବା ଲାଗି ଚାପ ସୃଷ୍ଟି କରିଥିଲେ। ଏହି ପରିସ୍ଥତିିରେ ତାଙ୍କ କହୁଣି ଜାକବସେନ୍‌ଙ୍କ ଦେହରେ ବାଜିବାରୁ ସେ ସନ୍ତୁଳନ ହରାଇଥିଲେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବତନ ସାଇକ୍ଲିଷ୍ଟ ଲାଙ୍ଗ୍‌ ୧୯୮୦ ଅଲିମ୍ପିକ ରୋଡ୍‌ ରେସ୍‌ରେ ପୋଲାଣ୍ଡ ପାଇଁ ରୌପ୍ୟ ଜିତିଥିଲେ। ଓପନିଂ ଷ୍ଟେଜ୍‌ରେ ଜାକବସେନଙ୍କୁ ବିଜେତା ଘୋଷଣା କରାଯାଇଥିଲା। ଦୁର୍ଘଟଣା ଘଟାଯାଇଥିବାରୁ ଗ୍ରୋଏନିଓ୍ବିଗେନ୍‌ଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହି ରାଇଡର ଜାକବସେନ୍‌ଙ୍କ ବ୍ୟତୀତ ଜଣେ ରେଫରିଙ୍କ ସମେତ ଅନ୍ୟ କେତେଜଣ ସାଇକ୍ଲିଷ୍ଟଙ୍କୁ ଆହତ କରିଥିଲେ। ଦୁର୍ଘଟଣାଟି ଦକ୍ଷିଣାଞ୍ଚଳ ସହର କାଟୋଓ୍ବାଇସ୍‌ରେ ହୋଇଥିଲା। ବର୍ଷକ ପୂର୍ବେ ଏହି ସ୍ଥାନରେ ଅନ୍ୟଏକ ଦୁର୍ଘଟଣାରେ ବେଲଜିଆନ ସାଇକ୍ଲିଷ୍ଟ ବର୍ଗ ଲାମ୍ବ୍ରେଟ୍‌ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଟୁର୍‌ ଡି’ ପୋଲୋନେର ୭୬ତମ ସଂସ୍କରଣ ରେସ୍‌ର ତୃତୀୟ ଷ୍ଟେଜ୍‌ରେ ବର୍ଗ ଏକ କଂକ୍ରିିଟ ବାଡ଼ରେ ପିଟି ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

କୁଲଦୀପଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦେବା ନେଇ ଚର୍ଚ୍ଚା; ଭାରତୀୟ କୋଚ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୨।୮: କୁଲଦୀପ ଯାଦବଙ୍କୁ ନେଇ ଖୁବ ଆଲୋଚନା ହେଉଛି, ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ ସେ ବିଷୟରେ ପ୍ରଶ୍ନ ବାକି ରହିଛି।…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ

ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri