ଡାକ୍ତର ନାଁରେ ସାଇବର ଠକେଇ

ଭୁବନେଶ୍ୱର,୨୮ା୫(ବ୍ୟୁରୋ): କରୋନା ପରଠାରୁ ସାଇବର ଠକମାନେ ଉତ୍ପାତ କରୁଛନ୍ତି। ବିଭିନ୍ନ ସମୟରେ ରୂପ ବଦଳାଇ ଲୋକଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି। ଏବେ ସାଇବର ଠକମାନେ ଚିକିତ୍ସା ନାଁରେ ଡାକ୍ତର ରୂପରେ ଲୋକଙ୍କୁ ବୋକା ବନେଇ ଠକୁଛନ୍ତି। କୌଣସି ଚିକିତ୍ସା ପାଇଁ ଅନ୍‌ଲାଇନ୍‌ରେ ଯୋଗାଯୋଗ କରୁଥିଲେ ଏଣିକି ସାବଧାନ! କାରଣ ଗୁରୁବାର ରାଜଧାନୀର ଜଣେ ବ୍ୟକ୍ତି ଚିକିତ୍ସା ପାଇଁ ଏଭଳି ଅନ୍‌ଲାଇନ୍‌ରେ ଯୋଗାଯୋଗ କରି ଠକେଇର ଶିକାର ହୋଇଛନ୍ତି। ଆଣ୍ଠୁ ଗଣ୍ଠି ଯନ୍ତ୍ରଣାର ଚିକିତ୍ସା କରାଇବା ଆଳରେ ତାଙ୍କଠାରୁ ୭୦ ହଜାର ଟଙ୍କା ନେଇଯାଇଛନ୍ତି ସାଇବର ଠକ। ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଖଣ୍ଡଗିରି ଥାନା ଅନ୍ତର୍ଗତ ପାତ୍ରପଡ଼ା ଅଞ୍ଚଳର ସନାତନ ବେହେରା। ଏନେଇ ସେ ସାଇବର ହେଲ୍ପଡ଼େସ୍କରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ସନାତନଙ୍କ ଆଣ୍ଠୁରେ ଯନ୍ତ୍ରଣା ହେଉଥିବାରୁ ସେ କୋଭିଡ୍‌ ଭୟରେ ହସ୍ପିଟାଲ ନ ଯାଇ ଚିକିତ୍ସା ନିମନ୍ତେ ଅନ୍‌ଲାଇନ୍‌ରେ ଡାକ୍ତରୀ ପରାମର୍ଶ ପାଇଁ ସର୍ଚ୍ଚ କରିଥିଲେ। ଏହା ପରେ ଏକ ଅଜଣା ନମ୍ବରରୁ ତାଙ୍କ ନିକଟକୁ ଫୋନ୍‌ କଲ୍‌ ଆସିଥିଲା। କଲ୍‌ କରିଥିବା ବ୍ୟକ୍ତି ଜଣକ ନିଜକୁ ଡାକ୍ତର ବୋଲି କହି ସନାତନଙ୍କଠାରୁ ତାଙ୍କ ରୋଗ ସମ୍ପର୍କରେ ପଚାରି କିଛି ଔଷଧ ଦେଇଥିଲେ। ଏହାପରେ ସନାତନଙ୍କର ତାଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଆସିଯାଇଥିଲା। ଏହି ସୁଯୋଗରେ ତାଙ୍କ ସହ ଭବିଷ୍ୟତରେ ଚିକିତ୍ସା ନିମନ୍ତେ ଯୋଡ଼ି ହୋଇ ରହିବାକୁ ଏକ ଆପ୍ଲିକେଶନ ଡାଉନ୍‌ଲୋଡ୍‌ କରିବାକୁ କହିଥିଲେ। ଡାକ୍ତରଙ୍କ କଥାନୁସାରେ ସନାତନ ଆପ୍ଲିକେଶନ ଡାଉନ୍‌ଲୋଡ଼୍‌ କରି ଆବଶ୍ୟକ ତଥ୍ୟ ଦେଇଥିଲେ। ଆପ୍ଲିକେଶନ ଡାଉନ୍‌ଲୋଡ୍‌ ପରେ ସନାତନଙ୍କ ମୋବାଇଲ୍‌ ଫୋନର ଆକ୍ସେସ୍‌ ଉକ୍ତ ଠକଙ୍କ ପାଖକୁ ଚାଲିଯାଇଥିଲା। ଏହାପରେ ସେ ସନାତନଙ୍କୁ ୧୦ ଟଙ୍କା ରିଚାର୍ଜ କରିବାକୁ କହିଥିଲେ। ସନାତନ ଅନ୍‌ଲାଇନରେ ରିଚାର୍ଜ କରିବା ଫଳରେ ଠକ ଜଣକ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ସମସ୍ତ ତଥ୍ୟ ହାତେଇ ୭୦ ହଜାର ଟଙ୍କା ଟ୍ରାନ୍ସଫର୍‌ କରିନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘସିପୁରା ପୋଲିସକୁ ଆକ୍ରମଣ-ଦାଦାଗିରି: ୧୮ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ହାଟଡିହୀ,୧୮।୬(ଶୁଭକାନ୍ତ ନାୟକ): କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଓ ଧମକ ଚମକ ଦେବା ଘଟଣାରେ ଶେଷରେ ପୋଲିସକୁ ମିଳିଛି ବଡ଼ ସଫଳତା। କେନ୍ଦୁଝର ଜିଲା ଘସିପୁରା ଥାନା…

Video: ପ୍ରକୃତ ବିଜୟ ପୂର୍ବରୁ ଉତ୍ସବ ପାଳିଲେ ଖେଳାଳି, ତା’ପରେ ପୁଣି ପଡ଼ିଆକୁ ଫେରିଲେ, ହେଲେ ପୂର୍ବରୁ ଷ୍ଟମ୍ପଗୁଡ଼ିକୁ ଟାଣି ସାରିଥିଲେ

ନୂଆଦିଲ୍ଲୀ,୧୮।୬: ଛତିଶଗଡ଼ କ୍ରିକେଟ ପ୍ରିମିୟର ଲିଗର ତୃତୀୟ ସଂସ୍କରଣରେ ଶେଷ ଓଭରର ଘଟଣାଗୁଡ଼ିକ ବହୁତ ମଜାଦାର ଥିଲା। ପରାଜିତ ଦଳ ସ୍ବାଭାବିକ ଭାବରେ ନିରାଶ ହୋଇଥିଲେ ମଧ୍ୟ,…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଏୟାରବ୍ୟାଗ ଯୋଗୁ ଟଳିଲା…

କେନ୍ଦୁଝର,୧୮।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କେନ୍ଦୁଝର ଦେଇ ୪୯ ନଂ ଜାତୀୟ ରାଜପଥରେ…

ଭାରତ ବିପକ୍ଷ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା; ଦଳର ଅଧିନାୟକ ନୂଆ ଖେଳାଳି

ନୂଆଦିଲ୍ଲୀ,୧୮।୬: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଗୁରୁବାର (ଜୁନ ୧୮) ଭାରତୀୟ ମହିଳା ଦଳ ବିପକ୍ଷରେ ଐତିହାସିକ ଏକମାତ୍ର ଟେଷ୍ଟ ପାଇଁ ୧୫ ଜଣିଆ…

LPG ସିଲିଣ୍ଡରକୁ ନେଇ ଆସିଲା ଖୁସି ଖବର, ଆସୁଛି ୪୦ ଟ୍ୟାଙ୍କର ରୋଷେଇ ଗ୍ୟାସ

ତେହରାନ/ନୂଆଦିଲ୍ଲୀ,୧୮।୬: ଫେବୃଆରୀ ମାସରୁ ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିଲା, ଯାହା ଭାରତ ସମେତ ଅନେକ ଦେଶର ଅର୍ଥନୀତିକୁ ପ୍ରଭାବିତ କରୁଥିଲା। ବିଶେଷକରି ଭାରତ…

ୟୁକ୍ରେନର ଡ୍ରୋନ ମାଡରେ ହୁତୁହୁତୁ ହୋଇ ଜଳିଲା ମସ୍କୋ ଅଏଲ ରିଫାଏନାରୀ

ମସ୍କୋ,୧୮।୬: ୟୁକ୍ରେନ ରୁଷିଆ ଉପରେ ଡ୍ରୋନ ଆକ୍ରମଣ କରିଛି। ମସ୍କୋର କାପୋଟନିଆ ଜିଲାରେ ଥିବା ଏକ ତୈଳ ବିଶୋଧନାଗାରରେ ଏକ ୟୁକ୍ରେନୀୟ ଡ୍ରୋନ ଆକ୍ରମଣ କରିଛି; ଏହି…

ରାଜ୍ୟ ସଭା ନିର୍ବାଚନ: ଝାଡ଼ଖଣ୍ଡରେ କଂଗ୍ରେସକୁ ଲାଗିଲା ଶକ୍ତ ଧକ୍କା

ରାଞ୍ଚି,୧୮।୬: ଭାରତୀୟ ଜନତା ପାର୍ଟି (ଭାଜପା)ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ଝାଡ଼ଖଣ୍ଡରେ ‘ଇଣ୍ଡିଆ’ ମେଣ୍ଟର ଗଡ଼ ଭାଙ୍ଗିଛି। ରାଜ୍ୟ ସଭା ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ପରିମଳ…

ଲିଫ୍ଟ ବାହାନାରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ: କାବୁ କରି ଉତ୍ତମମଧ୍ୟମ ଦେଲେ ସ୍ଥାନୀୟ ଲୋକେ, ଅଭିଯୁକ୍ତ…

ବାଲେଶ୍ୱର, ୧୮।୬ (ବାଞ୍ଛାନିଧି ଦେ): ବାଲେଶ୍ବର ଯିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଜଣେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଭଳି ଏକ ସଙ୍ଗୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri