ଡାକ୍ତର ନାଁରେ ସାଇବର ଠକେଇ

ଭୁବନେଶ୍ୱର,୨୮ା୫(ବ୍ୟୁରୋ): କରୋନା ପରଠାରୁ ସାଇବର ଠକମାନେ ଉତ୍ପାତ କରୁଛନ୍ତି। ବିଭିନ୍ନ ସମୟରେ ରୂପ ବଦଳାଇ ଲୋକଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି। ଏବେ ସାଇବର ଠକମାନେ ଚିକିତ୍ସା ନାଁରେ ଡାକ୍ତର ରୂପରେ ଲୋକଙ୍କୁ ବୋକା ବନେଇ ଠକୁଛନ୍ତି। କୌଣସି ଚିକିତ୍ସା ପାଇଁ ଅନ୍‌ଲାଇନ୍‌ରେ ଯୋଗାଯୋଗ କରୁଥିଲେ ଏଣିକି ସାବଧାନ! କାରଣ ଗୁରୁବାର ରାଜଧାନୀର ଜଣେ ବ୍ୟକ୍ତି ଚିକିତ୍ସା ପାଇଁ ଏଭଳି ଅନ୍‌ଲାଇନ୍‌ରେ ଯୋଗାଯୋଗ କରି ଠକେଇର ଶିକାର ହୋଇଛନ୍ତି। ଆଣ୍ଠୁ ଗଣ୍ଠି ଯନ୍ତ୍ରଣାର ଚିକିତ୍ସା କରାଇବା ଆଳରେ ତାଙ୍କଠାରୁ ୭୦ ହଜାର ଟଙ୍କା ନେଇଯାଇଛନ୍ତି ସାଇବର ଠକ। ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଖଣ୍ଡଗିରି ଥାନା ଅନ୍ତର୍ଗତ ପାତ୍ରପଡ଼ା ଅଞ୍ଚଳର ସନାତନ ବେହେରା। ଏନେଇ ସେ ସାଇବର ହେଲ୍ପଡ଼େସ୍କରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ସନାତନଙ୍କ ଆଣ୍ଠୁରେ ଯନ୍ତ୍ରଣା ହେଉଥିବାରୁ ସେ କୋଭିଡ୍‌ ଭୟରେ ହସ୍ପିଟାଲ ନ ଯାଇ ଚିକିତ୍ସା ନିମନ୍ତେ ଅନ୍‌ଲାଇନ୍‌ରେ ଡାକ୍ତରୀ ପରାମର୍ଶ ପାଇଁ ସର୍ଚ୍ଚ କରିଥିଲେ। ଏହା ପରେ ଏକ ଅଜଣା ନମ୍ବରରୁ ତାଙ୍କ ନିକଟକୁ ଫୋନ୍‌ କଲ୍‌ ଆସିଥିଲା। କଲ୍‌ କରିଥିବା ବ୍ୟକ୍ତି ଜଣକ ନିଜକୁ ଡାକ୍ତର ବୋଲି କହି ସନାତନଙ୍କଠାରୁ ତାଙ୍କ ରୋଗ ସମ୍ପର୍କରେ ପଚାରି କିଛି ଔଷଧ ଦେଇଥିଲେ। ଏହାପରେ ସନାତନଙ୍କର ତାଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଆସିଯାଇଥିଲା। ଏହି ସୁଯୋଗରେ ତାଙ୍କ ସହ ଭବିଷ୍ୟତରେ ଚିକିତ୍ସା ନିମନ୍ତେ ଯୋଡ଼ି ହୋଇ ରହିବାକୁ ଏକ ଆପ୍ଲିକେଶନ ଡାଉନ୍‌ଲୋଡ୍‌ କରିବାକୁ କହିଥିଲେ। ଡାକ୍ତରଙ୍କ କଥାନୁସାରେ ସନାତନ ଆପ୍ଲିକେଶନ ଡାଉନ୍‌ଲୋଡ଼୍‌ କରି ଆବଶ୍ୟକ ତଥ୍ୟ ଦେଇଥିଲେ। ଆପ୍ଲିକେଶନ ଡାଉନ୍‌ଲୋଡ୍‌ ପରେ ସନାତନଙ୍କ ମୋବାଇଲ୍‌ ଫୋନର ଆକ୍ସେସ୍‌ ଉକ୍ତ ଠକଙ୍କ ପାଖକୁ ଚାଲିଯାଇଥିଲା। ଏହାପରେ ସେ ସନାତନଙ୍କୁ ୧୦ ଟଙ୍କା ରିଚାର୍ଜ କରିବାକୁ କହିଥିଲେ। ସନାତନ ଅନ୍‌ଲାଇନରେ ରିଚାର୍ଜ କରିବା ଫଳରେ ଠକ ଜଣକ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ସମସ୍ତ ତଥ୍ୟ ହାତେଇ ୭୦ ହଜାର ଟଙ୍କା ଟ୍ରାନ୍ସଫର୍‌ କରିନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

ମୋକିମଙ୍କ ଝିଅ ସୋଫିଆ ଲଢ଼ିପାରନ୍ତି ନିର୍ବାଚନ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ବାରବାଟୀ-କଟକ କଂଗ୍ରେସକୁ ଚିନ୍ତା ଘାରିଛି। ବରିଷ୍ଠ କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର କରିଛନ୍ତି...

ଆଜି ଆସୁଛନ୍ତି ଶାହା, ଟାର୍ଗେଟରେ…

ଭୁବନେଶ୍ୱର,୨୫।୪: ଗୁରୁବାର ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ତାଙ୍କ ଗସ୍ତକୁ ନେଇ ଓଡିଶା ଭାଜପା ଶିବିରରେ ଉତ୍ସାହର ମାହୋଲ...

ନାମାଙ୍କନର ୯ ଘଣ୍ଟା ମଧ୍ୟରେ ଟିକେଟ କଟିଲା

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri