ଆଜି ଆସିବ ନାକ୍‌ ଟିମ୍‌: ସଜେଇ ହୋଇଛି ରେଭେନ୍‌ଶା

କଟକ,୨୦ା୧୧(ସୁପ୍ରିୟା ପ୍ରିୟଦର୍ଶିନୀ): ସୁନ୍ଦର କଳାକୃତିରେ ଝଲସୁଛି ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ। ବିଭିନ୍ନ ଲାବ୍‌ରେ ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାଚେରି ଏବଂ କାନ୍ଥଗୁଡିକରେ ଚିତ୍ରାଙ୍କନ କରାଯାଇଛି। ରକ୍ଷଣାବେକ୍ଷଣର ଅଭାବରୁ ଅବହେଳିତ ଅବସ୍ଥାରେ ଥିବା ରାଜ୍ୟର ପ୍ରଥମ କ୍ୟାମ୍ପସ କମ୍ୟୁନିଟି ରେଡିଓ ‘ରେଭେନ୍‌ଶା ରେଡ଼ିଓ ୯୦.୪ ଏଫ୍‌’ ଏବେ ନୂଆ ରୂପ ନେଇଛି। ନ୍ୟାଶନାଲ ଆସେସ୍‌ମେଣ୍ଟ ଆଣ୍ଡ୍‌ ଆକ୍ରିଡେଶନ କାଉନସିଲ (ନାକ୍‌) ଟିମ୍‌ର ସଦସ୍ୟମାନେ ସୋମବାର ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଗସ୍ତ କରି ଯାଞ୍ଚ କରିବେ। ଏଥିପାଇଁ ସଜେଇ ହୋଇଛି ବିଶ୍ୱବିଦ୍ୟାଳୟ। ବିଶ୍ୱବିଦ୍ୟାଳୟ ପକ୍ଷରୁ ରବିବାର ପ୍ରସ୍ତୁତି ଶେଷ ହୋଇଛି। ବିଶ୍ୱବିଦ୍ୟାଳୟକୁ ଦୀର୍ଘ ୬ବର୍ଷ ପରେ ନାକ୍‌ ଟିମ୍‌ ଆସିବ। ନଭେମ୍ବର ୨୦, ୨୧ ଓ ୨୨ ତାରିଖ ୩ଦିନ ଧରି ବିଶ୍ୱବିଦ୍ୟାଳୟରେ ଏହି ଟିମ୍‌ ଯାଞ୍ଚ କରିବ। ଏଥିପାଇଁ ଅଧ୍ୟାପିକା, ଅଧ୍ୟାପକ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ବିଶ୍ୱବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହୋଇଛି। ବିଶେଷକରି ନୂତନ ଭାବେ ଅଧିକ ୫୦ଟି ସ୍ମାର୍ଟ କ୍ଲାସ୍‌ରୁମ୍‌ ବ୍ୟବସ୍ଥା କରାଯାଇଛି। ସେହିପରି ରେଭେନ୍‌ଶା ରେଡ଼ିଓ ବିଲ୍ଡିଂକୁ ମରାମତି କରାଯାଇଛି। ଦୀର୍ଘଦିନ ଧରି ବନ୍ଦ ରହିଥିବା ହେରିଟେଜ୍‌ ହଲ୍‌ର ନବୀକରଣ କରାଯାଇଛି। ଏକାଡେମିକ ଏବଂ ପ୍ରଶାସନିକ ସ୍ତରରେ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଶେଷ ହୋଇଛି।
କି, ୨୦୧୬ ଡିସେମ୍ବର ୧୦ ତାରିଖରୁ ରେଭେନ୍‌ଶାର ନାକ୍‌ ମାନ୍ୟତାର ବୈଧତା ଶେଷ ହୋଇଛି। ପୁଣିଥରେ ମାନ୍ୟତା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନାକ୍‌ ନିକଟରେ ଆବେଦନ କରିଥିଲେ। ପରିଦର୍ଶନ ବାବଦକୁ ପ୍ରାୟ ୬ ଲକ୍ଷ ଟଙ୍କା ରେଭେନ୍‌ଶା କର୍ତ୍ତୃପକ୍ଷ ଦାଖଲ କରିଛନ୍ତି। ଏହାପରେ ନାକ୍‌ କର୍ତ୍ତୃପକ୍ଷ ନଭେମ୍ବର ୨୦ରେ ଆସିବାକୁ ଚୂଡାନ୍ତ ନିଷ୍ପତ୍ତି ନେଇଥିଲେ। ନାକ୍‌ ଟିମ୍‌ ପକ୍ଷରୁ କରାଯିବାକୁ ଥିବା ସର୍ଭେରେ ପୁରାତନ ଛାତ୍ରୀଛାତ୍ରମାନଙ୍କୁ ସାମିଲ କରାଯିବ। ଏଥିପାଇଁ ସମସ୍ତ ବିଭାଗର କେତେଜଣ ପୁରାତନ ଛାତ୍ରୀଛାତ୍ରଙ୍କୁ ଆସନ୍ତା ୨୧ ତାରିଖରେ ବିଶ୍ୱବିଦ୍ୟାଳୟକୁ ଆସିବା ନିମନ୍ତେ ନିମନ୍ତ୍ରଣ କରାଯାଇଛି। କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ ଏନେଇ ପୁରାତନ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଛନ୍ତି। ସେମାନେ ବିଶ୍ୱବିଦ୍ୟାଳୟରେ ପାଠପଢା କ୍ଷେତ୍ରରେ ଗତ ବର୍ଷଗୁଡିକରେ ମିଳୁଥିବା ସୁବିଧା ସୁଯୋଗ ବିଷୟରେ ନାକ୍‌ ଟିମ୍‌ ସଦସ୍ୟଙ୍କୁ ଜଣାଇବେ। ସେହିପରି ପଶ୍ଚିମ ଛାତ୍ରାବାସ ପୁରାତନ ଅନ୍ତେବାସୀମାନେ ଗୋଟିଏ ଇ-ରିକ୍ସା ପ୍ରଦାନ କରିଥିବାବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦୁଇଟି ଇ-ରିକ୍ସା କ୍ରୟ କରାଯାଇଛି। ପୂର୍ବରୁ ଦିବ୍ୟାଙ୍ଗ ଛାତ୍ରୀଛାତ୍ରମାନେ ହଷ୍ଟେଲରୁ କ୍ଲାମ୍‌ରୁମ୍‌କୁ ଯିବାବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ହେଲେ ଏବେ ଏହି ଇ-ରିକ୍ସା ସାହାଯ୍ୟରେ ସେମାନେ କ୍ୟାମ୍ପସରେ ଯାତାୟାତ କରିପାରିବେ।

ବିଶ୍ୱବିଦ୍ୟାଳୟରେ ପ୍ରଥମ ଶିଳା ଉଦ୍ୟାନ
ରାଜ୍ୟର ପ୍ରଥମ ଶିଳା ଉଦ୍ୟାନ ରେଭେନ୍‌ଶାରେ ଦେଖିବାକୁ ମିଳିବ। ବିଶ୍ୱବିଦ୍ୟାଳୟର ଜିଓଲୋଜି ବିଭାଗରେ ରହିଛି ପ୍ରାଚୀନ ଶିଳା, ଯାହାକୁ ବିଭାଗର ଗବେଷଣା କରୁଥିବା ପ୍ରାଧ୍ୟାପକ, ବିଦ୍ୟାର୍ଥୀମାନେ ଦେଶ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରୁ ସଂଗ୍ରହ କରିଛନ୍ତି। ଏହି ପଥରଗୁଡିକ ନେଇ ଏକ ସଂଗ୍ରହାଳୟ କରାଯାଇଛି। ଯାହାର ନାମ ଦିଆଯାଇଛି ‘ଶିଳା ଉଦ୍ୟାନ’ ବା ‘ରକ୍‌ ଗାର୍ଡେନ’। ଏହି ସଂଗ୍ରହାଳୟକୁ ବଗିଚାରେ ପରିଣତ କରାଯାଇଛି। ଏହା ରାଜ୍ୟର ପ୍ରଥମ ଏବଂ ଏକମାତ୍ର ଶିଳା ଉଦ୍ୟାନ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?