ଆଜି ଆସିବ ନାକ୍‌ ଟିମ୍‌: ସଜେଇ ହୋଇଛି ରେଭେନ୍‌ଶା

କଟକ,୨୦ା୧୧(ସୁପ୍ରିୟା ପ୍ରିୟଦର୍ଶିନୀ): ସୁନ୍ଦର କଳାକୃତିରେ ଝଲସୁଛି ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ। ବିଭିନ୍ନ ଲାବ୍‌ରେ ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାଚେରି ଏବଂ କାନ୍ଥଗୁଡିକରେ ଚିତ୍ରାଙ୍କନ କରାଯାଇଛି। ରକ୍ଷଣାବେକ୍ଷଣର ଅଭାବରୁ ଅବହେଳିତ ଅବସ୍ଥାରେ ଥିବା ରାଜ୍ୟର ପ୍ରଥମ କ୍ୟାମ୍ପସ କମ୍ୟୁନିଟି ରେଡିଓ ‘ରେଭେନ୍‌ଶା ରେଡ଼ିଓ ୯୦.୪ ଏଫ୍‌’ ଏବେ ନୂଆ ରୂପ ନେଇଛି। ନ୍ୟାଶନାଲ ଆସେସ୍‌ମେଣ୍ଟ ଆଣ୍ଡ୍‌ ଆକ୍ରିଡେଶନ କାଉନସିଲ (ନାକ୍‌) ଟିମ୍‌ର ସଦସ୍ୟମାନେ ସୋମବାର ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଗସ୍ତ କରି ଯାଞ୍ଚ କରିବେ। ଏଥିପାଇଁ ସଜେଇ ହୋଇଛି ବିଶ୍ୱବିଦ୍ୟାଳୟ। ବିଶ୍ୱବିଦ୍ୟାଳୟ ପକ୍ଷରୁ ରବିବାର ପ୍ରସ୍ତୁତି ଶେଷ ହୋଇଛି। ବିଶ୍ୱବିଦ୍ୟାଳୟକୁ ଦୀର୍ଘ ୬ବର୍ଷ ପରେ ନାକ୍‌ ଟିମ୍‌ ଆସିବ। ନଭେମ୍ବର ୨୦, ୨୧ ଓ ୨୨ ତାରିଖ ୩ଦିନ ଧରି ବିଶ୍ୱବିଦ୍ୟାଳୟରେ ଏହି ଟିମ୍‌ ଯାଞ୍ଚ କରିବ। ଏଥିପାଇଁ ଅଧ୍ୟାପିକା, ଅଧ୍ୟାପକ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ବିଶ୍ୱବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହୋଇଛି। ବିଶେଷକରି ନୂତନ ଭାବେ ଅଧିକ ୫୦ଟି ସ୍ମାର୍ଟ କ୍ଲାସ୍‌ରୁମ୍‌ ବ୍ୟବସ୍ଥା କରାଯାଇଛି। ସେହିପରି ରେଭେନ୍‌ଶା ରେଡ଼ିଓ ବିଲ୍ଡିଂକୁ ମରାମତି କରାଯାଇଛି। ଦୀର୍ଘଦିନ ଧରି ବନ୍ଦ ରହିଥିବା ହେରିଟେଜ୍‌ ହଲ୍‌ର ନବୀକରଣ କରାଯାଇଛି। ଏକାଡେମିକ ଏବଂ ପ୍ରଶାସନିକ ସ୍ତରରେ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଶେଷ ହୋଇଛି।
କି, ୨୦୧୬ ଡିସେମ୍ବର ୧୦ ତାରିଖରୁ ରେଭେନ୍‌ଶାର ନାକ୍‌ ମାନ୍ୟତାର ବୈଧତା ଶେଷ ହୋଇଛି। ପୁଣିଥରେ ମାନ୍ୟତା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନାକ୍‌ ନିକଟରେ ଆବେଦନ କରିଥିଲେ। ପରିଦର୍ଶନ ବାବଦକୁ ପ୍ରାୟ ୬ ଲକ୍ଷ ଟଙ୍କା ରେଭେନ୍‌ଶା କର୍ତ୍ତୃପକ୍ଷ ଦାଖଲ କରିଛନ୍ତି। ଏହାପରେ ନାକ୍‌ କର୍ତ୍ତୃପକ୍ଷ ନଭେମ୍ବର ୨୦ରେ ଆସିବାକୁ ଚୂଡାନ୍ତ ନିଷ୍ପତ୍ତି ନେଇଥିଲେ। ନାକ୍‌ ଟିମ୍‌ ପକ୍ଷରୁ କରାଯିବାକୁ ଥିବା ସର୍ଭେରେ ପୁରାତନ ଛାତ୍ରୀଛାତ୍ରମାନଙ୍କୁ ସାମିଲ କରାଯିବ। ଏଥିପାଇଁ ସମସ୍ତ ବିଭାଗର କେତେଜଣ ପୁରାତନ ଛାତ୍ରୀଛାତ୍ରଙ୍କୁ ଆସନ୍ତା ୨୧ ତାରିଖରେ ବିଶ୍ୱବିଦ୍ୟାଳୟକୁ ଆସିବା ନିମନ୍ତେ ନିମନ୍ତ୍ରଣ କରାଯାଇଛି। କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ ଏନେଇ ପୁରାତନ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଛନ୍ତି। ସେମାନେ ବିଶ୍ୱବିଦ୍ୟାଳୟରେ ପାଠପଢା କ୍ଷେତ୍ରରେ ଗତ ବର୍ଷଗୁଡିକରେ ମିଳୁଥିବା ସୁବିଧା ସୁଯୋଗ ବିଷୟରେ ନାକ୍‌ ଟିମ୍‌ ସଦସ୍ୟଙ୍କୁ ଜଣାଇବେ। ସେହିପରି ପଶ୍ଚିମ ଛାତ୍ରାବାସ ପୁରାତନ ଅନ୍ତେବାସୀମାନେ ଗୋଟିଏ ଇ-ରିକ୍ସା ପ୍ରଦାନ କରିଥିବାବେଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦୁଇଟି ଇ-ରିକ୍ସା କ୍ରୟ କରାଯାଇଛି। ପୂର୍ବରୁ ଦିବ୍ୟାଙ୍ଗ ଛାତ୍ରୀଛାତ୍ରମାନେ ହଷ୍ଟେଲରୁ କ୍ଲାମ୍‌ରୁମ୍‌କୁ ଯିବାବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ହେଲେ ଏବେ ଏହି ଇ-ରିକ୍ସା ସାହାଯ୍ୟରେ ସେମାନେ କ୍ୟାମ୍ପସରେ ଯାତାୟାତ କରିପାରିବେ।

ବିଶ୍ୱବିଦ୍ୟାଳୟରେ ପ୍ରଥମ ଶିଳା ଉଦ୍ୟାନ
ରାଜ୍ୟର ପ୍ରଥମ ଶିଳା ଉଦ୍ୟାନ ରେଭେନ୍‌ଶାରେ ଦେଖିବାକୁ ମିଳିବ। ବିଶ୍ୱବିଦ୍ୟାଳୟର ଜିଓଲୋଜି ବିଭାଗରେ ରହିଛି ପ୍ରାଚୀନ ଶିଳା, ଯାହାକୁ ବିଭାଗର ଗବେଷଣା କରୁଥିବା ପ୍ରାଧ୍ୟାପକ, ବିଦ୍ୟାର୍ଥୀମାନେ ଦେଶ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରୁ ସଂଗ୍ରହ କରିଛନ୍ତି। ଏହି ପଥରଗୁଡିକ ନେଇ ଏକ ସଂଗ୍ରହାଳୟ କରାଯାଇଛି। ଯାହାର ନାମ ଦିଆଯାଇଛି ‘ଶିଳା ଉଦ୍ୟାନ’ ବା ‘ରକ୍‌ ଗାର୍ଡେନ’। ଏହି ସଂଗ୍ରହାଳୟକୁ ବଗିଚାରେ ପରିଣତ କରାଯାଇଛି। ଏହା ରାଜ୍ୟର ପ୍ରଥମ ଏବଂ ଏକମାତ୍ର ଶିଳା ଉଦ୍ୟାନ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୨।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri