ମନ୍ଦିର ପରିସରରୁ କାଟିନେଲେ ଚନ୍ଦନ ଗଛ

ପରଜଙ୍ଗ, ୯।୫(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାନ୍ତୋର ଗ୍ରାମର ପ୍ରସିଦ୍ଧ ଶୈବପୀଠ ଶ୍ରୀକନକେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରୁ ଏକ ଚନ୍ଦନ ଗଛ ଚୋରି ହୋଇଛି। ଶନିବାର ବିଳମ୍ବିତ ରାତିରେ କେତେଜଣ ଦୁର୍ବୃତ୍ତ କଟର ମେଶିନ ସହାୟତାରେ ଗଛ କାଟି ନେଇଥିବା ଗ୍ରାମବାସୀ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମନ୍ଦିର ପରିସରରେ ଔଷଧୀୟ ଏବଂ ମୂଲ୍ୟବାନ ଚାରାରୋପଣ କରାଯାଇଛି। ଅସାମାଜିକମାନେ ରାତିଅଧରେ ଚନ୍ଦନ ଗଛ କାଟି ନେବା ଶୈବଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଇଛି। ଅଞ୍ଚଳରେ ବାରମ୍ବାର ଚୋରି ହେଉଛି। ଏହାର ପ୍ରତିକାର କରିବା ଲାଗି ସରପଞ୍ଚ ସଂଯୁକ୍ତା ସାହୁ, ସାମାଜିକ କର୍ମୀ ଅମରେଶ ସାହୁ, ଭାଜପା ନେତା ଅରବିନ୍ଦ ସାହୁ, ବିକାଶ ଦେହୁରୀ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳା ପଲ୍‌ସରରେ ଆସି ଖେଳାଇଲେ ଆତଙ୍କ; ଭୁଜାଲି ଦେଖାଇ ଲୁଟିନେଲେ ୩୦ହଜାରରୁ ଅଧିକ ଟଙ୍କା

ଭୁବନ,୬।୭( ବିପିନ ବିହାରୀ ସେଠୀ) : ଢେଙ୍କାନାଳ ଜିଲା ଭୁବନ ମହିଳା କଲେଜ ନିକଟସ୍ଥ ଜାତୀୟ ରାଜପଥ ୫୩ ଓଭର ବ୍ରିଜ ଉପରେ ଏକ କଳା ପଲସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri